Advertisement

Balangir News

alt
ରାଜରାସ୍ତାରେ ପ୍ରସବ କଲେ ଜନନୀ |ସର୍ବ ସମ୍ମୁଖ ରାସ୍ତାରେ ଅସହାୟ ଜନନୀ| ଦେଖନ୍ତୁ ଏହି କରୁଣ ଦୃଶ୍ୟ କୁ| ଏକ ବେଡ଼ସିଟ ରେ ରାଜ ରାସ୍ତାର ଗୋଟିଏ ପଟକୁ ଢାଙ୍କିଛନ୍ତି ଜଣେ ମହିଳା |ଆଉ ଏହି ବେଡ଼ସିଟ ର ଅନ୍ୟପଟେ ସତେ ଯେମିତି ଉପହାସ କରୁଛି ଟିଟିଲାଗଡ଼ ର ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ର |ଅସହାୟ ଅବସ୍ଥାରେ ରାସ୍ତା ଉପରେ ପ୍ରସବ କଲେ ଜଣେ ମା l ଆଉ ଯାଆଁଳା ଶିଶୁ କୁ ଗାଁ ମୁଖ୍ୟ ରାସ୍ତାରେ ହିଁ ଜନ୍ମ କଲେ l ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗାଁ କୁମୁଡା ଗାଁ ରେ l ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ତ ଆସିଲା ନାହିଁ l ହେଲେ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଂଚି ନବଜାତ ଶିଶୁ ଏବଂ ମାକୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରିଛନ୍ତି l
Sep 27,2023, 19:48 PM IST

Trending news