Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ
Advertisement
Article Detail0/zeeodisha/odisha1626311

Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ

Balangir News: ନଳକୂପରୁ(tubewell ) ବାହାରୁଛି ସୁନା! ଜଣେ ଚାଷୀଙ୍କ ଚାଷ ଜମିରେ ଲାଗିଥିବା ନଳକୂପରୁ ବାହାରୁଛି ସୁନା (gold pieces found from tubewell)। ଜମିରେ ସୁନା ଖଣି (Gold mining) ଥିବା ନେଇ ଆଲୋଚନା ହେଉଛି। ମହମ୍ମଦ ଜାବିଦ ତାଙ୍କ ଚାଷ ଜମିରେ ଖୋଳିଥିବା ଗଭୀର ନଳକୂଅରୁ ପାଣି ସହ ସୁନା ଭଳି ଦେଖାଯାଉଥିବା କିଛି ଗୁଣ୍ଡ ବାହାରୁଥିବା କୁହାଯାଉଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Balangir News:  ନଳକୂପରୁ(tubewell ) ବାହାରୁଛି ସୁନା! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜଣେ ଚାଷୀଙ୍କ ଚାଷ ଜମିରେ ଲାଗିଥିବା  ନଳକୂପରୁ ବାହାରୁଛି ସୁନା (gold pieces found from tubewell)।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର (Balangir )ଜିଲ୍ଲା ଖପ୍ରା​ଖୋ‌ଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ଗାଁରେ ।  ସୁନା ଖଣି (Gold mining)ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ନାନ୍ଦୁପଲା ସୀମାରେ ମହମ୍ମଦ ଜାବିଦଙ୍କ ଜମିରେ ସୁନା ଖଣି (Gold mining) ଥିବା ନେଇ ଆଲୋଚନା ହେଉଛି। ମହମ୍ମଦ ଜାବିଦ ତାଙ୍କ ଚାଷ ଜମିରେ ଖୋଳିଥିବା ଗଭୀର ନଳକୂଅରୁ ପାଣି ସହ ସୁନା ଭଳି ଦେଖାଯାଉଥିବା କିଛି ଗୁଣ୍ଡ ବାହାରୁଥିବା କୁହାଯାଉଛି।

ସୂଚନା ଅନୁସାରେ, ଜାବିଦ ନିଜ ଜାଗାରେ ଗତ ଫେବୃଆରୀ ୮ତାରିଖରେ ଏକ ଗଭୀର ନଳକୂପ ଖନନ କରିଥିଲେ। ଏହି ନଳକୂପରୁ ୨୧ ଫେବୃଆରୀରେ ମୋଟର ଲଗାଯାଇ ପାଣି ଉଠାଯାଇଥିଲା। ମୋଟର ଚାଲିବା ଆରମ୍ଭ ହେବାରୁ ପାଣି ସହିତ ହଳଦିଆ ରଙ୍ଗର ବହଳିଆ ତରଳ ପଦାର୍ଥ ବାହାରିଥିଲା। ଗତ ଦୁଇ ଦିନ ଧରି ମୋଟର ଚାଲିଥିବା ବେଳେ ସୁନା ଭଳି ଗୁଣ୍ଡ ପଦାର୍ଥ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ମହମ୍ମଦ ଜାବିଦଙ୍କ ପରିବାର ଚକିତ ହୋଇ ପଡ଼ିଥିଲେ। ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା। ଶୁକ୍ରବାର ଅପରାହ୍ନରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ, ଥାନା ଅଧିକାରୀ ରମାକାନ୍ତ ସାହୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ମାଟିତଳୁ ବାହାରିଥିବା ଏହି ପଦାର୍ଥର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଏହାକୁ ଭୂତତ୍ତ୍ୱବିତଙ୍କ ନିକଟକୁ ପଠାଯାଇ ଏନେଇ ଅଧିକ ତର୍ଜମା କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ସେପଟେ, ଜମିରେ ଥିବା ନଳକୂପକର ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।  

Also Read : Weird News: ବିଶ୍ବର ସବୁଠୁ ବିପଜ୍ଜନକ ଆପାର୍ଟମେଣ୍ଟ, ଯେଉଁଠାରେ ରୁହନ୍ତି କେବଳ ହତ୍ୟାକାରୀ,ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ?

Also Read :  Egg Side Effects: ଅଣ୍ତା ଖାଉଥିଲେ ସାବଧାନ୍! ହୋଇପାରେ ଏହି ଘାତକ ରୋଗ

ସୂଚନାଯୋଗ୍ୟ ଯେ,ଗନ୍ଧମାର୍ଦ୍ଦନ ପାହାଡ଼ରେ ବକ୍ସାଇଟ,ମାଙ୍ଗାନିଜ, ଲୌହପଥର ଆଦି ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି।  ଏ-ହି ପରିପ୍ରେକ୍ଷୀରେ ସୁନା ଏଠାରେ(Gold mining) ଥାଇପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ନିକଟରେ ଦେବଗଡ଼ଠାରେ ସୁନାଖଣି (Gold mining) ଥିବା ନେଇ ଶାସକ ଦଳ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଥିଲା। ଏବେ ନାନ୍ଦୁପଲାରେ ସୁନାର ସନ୍ଧାନ ମିଳିବା ନେଇ ପ୍ରଚାର ହେଉଥିବାରୁ ଏହାର ସତ୍ୟତା ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

Also Read : Urvashi Rautela: ଋଷଭ ପନ୍ତଙ୍କ କଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ ‘ଏହା ମୁଁ ହେବାକୁ ଦେବିନି’

Also Read : Earth Hour 2023: ଆଜି ଘଣ୍ଟାଏ ଯାଏଁ ଅନ୍ଧକାରରେ ରହିବ ସମଗ୍ର ବିଶ୍ୱ, ଜାଣନ୍ତୁ ଏହି 'Earth Hour' ପାଳନ କରିବାର ଉଦ୍ଦେଶ୍ୟ?