ଟିଭି ଦେଖିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ୬ ଗୁରୁତର
Advertisement
Article Detail0/zeeodisha/odisha2104332

ଟିଭି ଦେଖିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ୬ ଗୁରୁତର

ବେଲପଡା ଅନ୍ତର୍ଗତ କାନୁଟ ଗାଁରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଫାଟିଛି ଗ୍ୟାସ୍ ସିଲିଣ୍ଡର । ଫଳରେ ଗୋଟିଏ ପରିବାରର ୬ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମଧ୍ୟରେ ୫ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ଟିଭି ଦେଖିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ୬ ଗୁରୁତର

ବଲାଙ୍ଗିର: ବେଲପଡା ଅନ୍ତର୍ଗତ କାନୁଟ ଗାଁରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଫାଟିଛି ଗ୍ୟାସ୍ ସିଲିଣ୍ଡର । ଫଳରେ ଗୋଟିଏ ପରିବାରର ୬ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମଧ୍ୟରେ ୫ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ଖବର ମୁତାବକ, ଆଜି ସନ୍ଧ୍ୟା ୫ଟା ପାଖାପାଖି ସମୟରେ ପରିବାର ସଦସ୍ୟମାନେ ଏକାଠି ଟିଭି ଦେଖୁଥିଲେ । ସେହି ସମୟରେ ଘରର ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡରଟି ହଠାତ୍ ଫାଟିଯାଇ ନିଆଁ ବ୍ୟାପି ଯାଇଥିଲା । ଫଳରେ ପରିବାର ସଦସ୍ୟ ଶରୀର ଗ୍ୟାସ୍ ନିଆଁରେ ଅନେକାଂଶରେ ପୋଡି ହୋଇଯାଇଛି । ପରିବାର ସଦସ୍ୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କଣ୍ଟାବାଞ୍ଜି ମେଡିକାଲକୁ ପଠାଇଥିଲେ । ବର୍ତ୍ତମାନ ସେଠାରେ ସମସ୍ତଙ୍କର ଚିକିତ୍ସା କରାଯାଉଛି । ତେବେ କେଉଁ କାରଣରୁ ଗ୍ୟାସ୍ ସିଲିଣ୍ଡର ଫାଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗ୍ୟାସ୍ ସିଲିଣ୍ଡର ଫାଟିବା ଫଳରେ ଘରର କାନ୍ଥ ସମେତ ଅନ୍ୟାନ୍ୟ ଜିନିଷ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ପରେ କଣ୍ଟାବାଞ୍ଜି ପୋଲିସ୍ ନିକଟରେ ଖବର ପହଞ୍ଚିଥିଲା । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍

Also Read- ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ...