Crime News: ଭିନ୍ନ ଦୁଇ ସତ୍ୟବାନ: ଜଣେ ଜୀବନ ନେଲା, ଅନ୍ୟ ଜଣେ ସ୍ତ୍ରୀ ପାଇଁ ହାରିଲା ଜୀବନ
Advertisement
Article Detail0/zeeodisha/odisha1696762

Crime News: ଭିନ୍ନ ଦୁଇ ସତ୍ୟବାନ: ଜଣେ ଜୀବନ ନେଲା, ଅନ୍ୟ ଜଣେ ସ୍ତ୍ରୀ ପାଇଁ ହାରିଲା ଜୀବନ

Crime News: ଯିଏ ହାତ ଧରି ସାତ ଜନ୍ମର ସାଥି କରିଥିଲା । ଅଗ୍ନିକୁ ସାକ୍ଷୀ ରଖି୍ ଯିଏ ସମସ୍ତ ବିପଦ ଆପଦରୁ ରକ୍ଷା କରିଥାଆନ୍ତା । ସେହି ସ୍ବାମୀ ପାଲଟିଲା ଯମ । ଅତି ବର୍ବତାର ସହ ନେଇଗଲା ସ୍ତ୍ରୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତଗର୍ତ ଗୋପପୁର ଗାଁରେ। ମୃତ ମହିଳାଙ୍କ ନାଁ ରଙ୍ଗବତୀ ଦାସ । ପାରିବାରିକ କହଳକୁ କେନ୍ଦ୍ର କରି ଏଭଳି ଏକ ଘଟଣା ଘଟିଥିବା ସନ୍ଦେହ କରାଯାଇଛି । ଅଭିଯୁକ୍ତ ସ୍ବାମୀ ନିରଞ୍ଜନ ଦାସକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ସୌ(ସୋସିଆଲ ମିଡିଆ)

Crime News: ଯିଏ ହାତ ଧରି ସାତ ଜନ୍ମର ସାଥି କରିଥିଲା । ଅଗ୍ନିକୁ ସାକ୍ଷୀ ରଖି୍ ଯିଏ ସମସ୍ତ ବିପଦ ଆପଦରୁ ରକ୍ଷା କରିଥାଆନ୍ତା । ସେହି ସ୍ବାମୀ ପାଲଟିଲା ଯମ । ଅତି ବର୍ବତାର ସହ ନେଇଗଲା ସ୍ତ୍ରୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ (Dhenkanal) ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତଗର୍ତ ଗୋପପୁର ଗାଁରେ। ମୃତ ମହିଳାଙ୍କ ନାଁ ରଙ୍ଗବତୀ ଦାସ । ପାରିବାରିକ କହଳକୁ କେନ୍ଦ୍ର କରି ଏଭଳି ଏକ ଘଟଣା ଘଟିଥିବା ସନ୍ଦେହ କରାଯାଇଛି । ଅଭିଯୁକ୍ତ ସ୍ବାମୀ ନିରଞ୍ଜନ ଦାସକୁ ପୋଲିସ (Police) ଅଟକ ରଖିଥିବା ଜଣାପଡ଼ିଛି ।

ସୂଚନା ମୁତାବିକ, ସ୍ବାମୀ ନିରଞ୍ଜନ ସବୁବେଳେ ମଦ୍ୟପାନ କରି ସ୍ତ୍ରୀ ରଙ୍ଗବତୀଙ୍କୁ ଅକଥନୀୟ ଅତ୍ୟାଚାର କରିଆସୁଥିଲେ । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀଙ୍କୁ ମାଡ଼ ମାରିଥିଲେ । ପରେ ସେ ରଙ୍ଗବତୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରଙ୍ଗବତୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ହୋଇଛି । ନିରଞ୍ଜନ ବହୁ ସମୟରେ ମଦ ପିଇ ରଙ୍ଗବତୀଙ୍କୁ ଶାରୀରିକ ନିର୍ଯାତନା (Physical Abuse) ଦେଉଥିବା ପୁଅ ବିକାଶ ଦାସ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ-CBSE Class 10th Results: ଦଶମ ଶ୍ରେଣୀ ଟପ୍ପର ହେଲେ ଏସିଡ଼ ପୀଡ଼ିତା, ପଢନ୍ତୁ ଏହି ପ୍ରେରଣାଦାୟୀ ରିପୋର୍ଟ

ଏହା ବି ପଢନ୍ତୁ-Bhubaneswar to Dubai flight: ଆଜି ଭୁବନେଶ୍ବରରୁ ଦୁବାଇକୁ ଉଡି଼ବ ଫ୍ଲାଇଟ୍,ଏତିକି ରହିଛି ଟିକେଟ୍ ମୂଲ୍ୟ

ଅନ୍ୟପଟେ ରୋଣୀଣା ସ୍ତ୍ରୀର ମୃତ୍ୟୁ ପରେ ଦୁଃଖ ସହି ନପାରି ଜୀବନ ହାରିଛି ସ୍ବାମୀ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର (Balangir) ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଦାଦରୀ ଗାଁରେ। ଗୋଧନ ମଲ୍ଲିକ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ଏହି କାଣ୍ତ ଘଟାଇଥିବା ଜଣାପଡ଼ିଛି । ସୁଚନା ଅନୁଯାୟୀ, ଗୋଧନଙ୍କ ସ୍ତ୍ରୀ ଚନ୍ଦ୍ରକଳା ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ (kidney disease) ପୀଡ଼ିତ ଥିଲେ । ଚନ୍ଦ୍ରକଳା ଚିକିତ୍ସା ଜାରି ରହିଥିବା ବେଳେ ବହୁ ଅର୍ଥ ଖର୍ଚ୍ଚ କରି ମଧ୍ଯ ଗୋଧନ ସ୍ତ୍ରୀଙ୍କୁ ବଞ୍ଚାଇପାରିନଥିଲେ । ଗତ ରବିବାର ଦିନ ରାତିରେ ସ୍ତ୍ରୀର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ଗୋଧନ ଆଜି ଅର୍ଥାତ୍ ସୋମବାର ଦିନ ଭୋର ସମୟରେ ନିଜ ଚାଷ ଜମି ନିକଟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତହେବକୁ ବ୍ୟବଚ୍ଛେଦ (Postmortem) ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଖବର ପ୍ରସାରିତ ହେବା ପରେ ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ-Heat Wave warning: ୪୫ ଡ଼ିଗ୍ରୀ ପାର କରିବ ତାପମାତ୍ରା! ୪ ଜିଲ୍ଲାକୁ ଆଲର୍ଟ ଜାରି

ଏହା ବି ପଢନ୍ତୁ-MLA Deepali Das to take oath: ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଏହା ବି ପଢନ୍ତୁ-Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ

ଏହା ବି ପଢନ୍ତୁ-Gajapati News: ୬୦ ବର୍ଷ ପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ

ଏହା ବି ପଢନ୍ତୁ-Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ