Balangir News: ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା SI, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha1839268

Balangir News: ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା SI, ଜାଣନ୍ତୁ କାହିଁକି?

Balangir News: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ପୋଲିସ୍ ଏସଆଇ। ମହିଳା ପୋଲିସ୍ ଏସଆଇ କାଜଲ୍ ବାଗ୍ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Balangir News: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ପୋଲିସ୍ ଏସଆଇ (woman sub inspector)। ମହିଳା ପୋଲିସ୍ ଏସଆଇ କାଜଲ୍ ବାଗ୍ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ( end herself attempt at Balangir) କରିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର (Bhima Bhoi Medical College and Hospital, Balangir) କରାଯାଇଛି। ତେବେ, ମହିଳା ପୋଲିସ୍ ଏସଆଇ (woman sub inspector) କାହିଁକି ବିଷ ପିଇଛନ୍ତି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କାଜଲ ସଇଁତଳା ଥାନାରେ ଏସଆଇ ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

Also Read: Angul News: ଶୌଚ ହେବାକୁ ଯାଇଥିଲେ କିନ୍ତୁ ପଡି଼ଗଲେ ହାତୀ ହାବୁଡରେ, ଆଉ ତା'ପରେ

ସୂଚନା ଅନୁସାରେ, ବଲାଙ୍ଗୀର ସଇଁତଲା ଗୋପବନ୍ଧୁନଗରରେ ଭଡାରେ ରୁହନ୍ତି  କାଜଲ ବାଗ। କିନ୍ତୁ ଗତକାଲି ରାତିରେ କାହା ସହିତ ଫୋନରେ ସେ ପାଟିତୁଣ୍ତ କରିଥିବା ସୂଚନା ମିଳିଛି । ପାଟିତୁଣ୍ତ ପରେ ସେ ଘରେ ଥିବା ମଶାମରା ତେଲ ପିଇଦେଇଥିଲେ। ପରେ ସେ ଗୁରୁତର ହୋଇପଡିଥିଲେ। ଏହି କଥା ଜାଣାପଡିବା ପରେ ଅନ୍ୟ ଜଣେ ପୋଲିସ୍ ବାବୁ କାଜଲଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ, ଏଠାରେ ପ୍ରଶ୍ନ ଉଠୁଛି କାଜଲ କାହା ସହ ଝଗଡା କରୁଥିଲେ ଫୋନରେ, ପରିବାର ଲୋକ ନା ଅନ୍ୟ କେହି । ନା କୌଣସି କାର୍ଯ୍ୟର ଚାପକୁ ନେଇ ସେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଯୁକ୍ତି ତର୍କ କରୁଥିଲେ। ତେବେ, କାଜଲ କଣ ପାଇଁ ଏଭଳି ନିସ୍ପତି ନେଇଛନ୍ତି ତାହା ବର୍ତ୍ତମାନ ସୁଧା ଜଣାପଡି ନାହିଁ। 

ନିକଟରେ ଅନୁଗୁଳ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କୁ (Woman home guard) ନିର୍ଯାତନା ଅଭିଯୋଗ ମଧ୍ୟ ଆସିଥିଲା। ଏହି ଅଭିଯୋଗ ଆସିବା ପରେ,  ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ (DIG Brijes) ବଦଳି କରାଯାଇଛି । ଡିଆଇଜି ବ୍ରିଜେଶ ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଅନୁଗୁଳ (Angul) ଜିଲ୍ଲାର ଡି.ଆଇ.ଜି ବ୍ରିଜେଶ କୁମାର ରାଏଙ୍କ ଘରେ ଏହି ମହିଳା ହୋମଗାର୍ଡ କାମ କରୁଥିଲେ । ସେ ଘରର ସବୁ କାମ କରୁଥିଲେ ସୁଦ୍ଧା କାମ ଭୁଲ ହେଲେ ଡି.ଆଇ.ଜି ଙ୍କ ପତ୍ନୀ ତାଙ୍କୁ ମାଡ ମାରନ୍ତି ଓ ନିର୍ଯାତନା ଦେଉଥିବା ଜଣାପଡ଼ିଛି । ଏସବୁ ନେଇ ମହିଳା ହୋମଗାର୍ଡ ପୋଲିସ ଡିଜି ଓ ହୋମଗାର୍ଡ ଡିଜିଙ୍କୁ ଚିଠି ଲେଖି ଜଣାଇବା ପରେ ବି କିଛି ସମାଧାନ ନ ହେବାରୁ ଓ ମାଡ଼ ଗାଳି ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଇଥିଲେ । ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ ଲାଇନରେ ତାଙ୍କର ଦୁଇଟି ଗୋଡ କଟିଯାଇ ଥିବା ବେଳେ ତାଙ୍କର ଜୀବନ ବଞ୍ଚିଯାଇଛି । ଏବେ ସେ କଟକ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି।  ଭାରତୀୟ ଜନତା ପାର୍ଟି ଉପ ସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହିଳା ହୋମଗାର୍ଡ ସୈରେନ୍ଦ୍ରି ସାହୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏଥି ସହିତ ମହିଳା ହୋମଗାର୍ଡ ଙ୍କୁ ଆତ୍ମହତ୍ୟା କରିବା ପାଇଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।