Lower Suktel Project: ଆଜି ଲୋୟର ସୁକତେଲ ପ୍ରକଳ୍ପର ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2041171

Lower Suktel Project: ଆଜି ଲୋୟର ସୁକତେଲ ପ୍ରକଳ୍ପର ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ

Lower Suktel Project: ନୂଆବର୍ଷରେ ବଲାଙ୍ଗୀରବାସୀଙ୍କ (Balangir) ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଏନେଇ ବୁଧବାର ବଲାଙ୍ଗୀର ଗସ୍ତରେ ଯାଇ ୨୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦ୍ଦଘାଟନ (Lower Suktel Project) କରିବେ ମୁଖ୍ୟମନ୍ତ୍ରୀ ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଦୀର୍ଘ ଦିନ ପରେ ପୂରଣ ହେବ ବଲାଙ୍ଗୀରବାସୀଙ୍କ ସ୍ବପ୍ନ । ବୁଧବାର ମୁଖ୍ୟମନ୍ତ୍ରୀଙ୍କ (Naveen Patnaik) ହାତରେ ଉଦ୍ଦଘାଟିତ ହେବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ (Lower Suktel Project) । ଆଜି ପୂର୍ବାହ୍ନ ୧୧ଟା ୨୦ରେ ବିମାନରେ ତୁଷରା ଏୟାର ଷ୍ଟ୍ରିପରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଲୋୟର ସୁକତେଲ ଡ୍ୟାମ ସାଇଟକୁ ଯିବେ । ଡ୍ୟାମ ସମ୍ମୁଖ ହେଲିପ୍ୟାଡ଼ରେ ପହଁଞ୍ଚିବା ପରେ ୧୧ଟା ୫୦ ମିନିଟ୍ ରେ ସୁକତେଲ ଜଳସେଚନ ପ୍ରକଳ୍ପର ଉଦ୍ଦଘାଟନ କରିବେ । ଏହାସହ ୨୫ଶହ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ମଧ୍ଯ ଉଦ୍ଦଘାଟନ ଓ ଶିଳାନ୍ୟାସ କରାଯିବ । ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ନବୀନ । କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରାୟ ୨୦ ହଜାର ଜନ ସମାଗମକୁ ଦୃଷ୍ଟିରେ ରଖି ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

Also Read-Puri: ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପ୍ରକାଶ ଥାଉ କି, ୧୯୯୯ ମସିହାକୁ ଏହି ପ୍ରକଳ୍ପ ନେଇ ଆଶା ବାନ୍ଧି ବସିଛନ୍ତି ଜିଲ୍ଲାବାସୀ । ବିସ୍ଥାପନ ସମସ୍ୟା ନେଇ ୨୦୦୩ରେ ଏହି ପ୍ରକଳ୍ପ କାମ ବନ୍ଦ ହୋଇଥିଲା । ୨୦୧୩ରେ ପୁର୍ନବାର ଏହାର କାମ ଆରମ୍ଭ ହୋଇଥିଲା । ନିକଟରେ ୫ଟି ଅଧ୍ଯକ୍ଷ ଭି.କେ. ପାଣ୍ତିଆନ୍ (v k pandian) ବଲାଙ୍ଗୀର ଗସ୍ତ କରି ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରଥିଲେ ।