ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ, ୬ ଜଣଙ୍କୁ ଧରିଲା ପୋଲିସ
Advertisement
Article Detail0/zeeodisha/odisha2354529

ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ, ୬ ଜଣଙ୍କୁ ଧରିଲା ପୋଲିସ

ଟିଟିଲାଗଡ଼ରେ ପୋଲିସ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ପିକଅପ ଭ୍ୟାନ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ପୋଲିସ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି ।

ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ, ୬ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗୀର: ଗଞ୍ଜେଇ ମାଫିଆଙ୍କୁ ଧରିଲା ପୋଲିସ । ବାଲିଗୁଡ଼ା ଅଞ୍ଚଳରୁ ୨ଟି ଭ୍ୟାନରେ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଫଳରେ ୩୩୭ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣ ଗିରଫ ହୋଇଛନ୍ତି ।

ମିଳିଥିବା ଖବର ମୁତାବକ, ଟିଟିଲାଗଡ଼ରେ ପୋଲିସ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ପିକଅପ ଭ୍ୟାନ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ପୋଲିସ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଗାଡିରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି । ଉକ୍ତ ପିକଅପ ଭ୍ୟାନରୁ ମୋଟ ୨୪୩ କେଜି ଗଞ୍ଜେଇ ଜବତ ହୋଇଥିବା ସମୟରେ କଣ୍ଟାବାଞ୍ଜି ଅଞ୍ଚଳରୁ ଅନ୍ୟ ଏକ ପିକଅପ ଭ୍ୟାନରୁ ୯୪ କେଜି ଗଞ୍ଜେଇ ଜବତ ହୋଇଛି ।

Also Read- ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ

Also Read- Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା