Balangir News: ତୁ ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାର ଗୋଟିଏ ଭୁଲ ପାଇଁ...
Advertisement
Article Detail0/zeeodisha/odisha1600103

Balangir News: ତୁ ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାର ଗୋଟିଏ ଭୁଲ ପାଇଁ...

Boy friend Attack girl friend by knife: ପ୍ରେମିକ (boyfriend) ସାଜିଲା ସଇତାନ । ପ୍ରେମିକାର(girlfriend) ଜୀବନ ନେବାକୁ ପଛାଇଲାନି । ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିଛି ପ୍ରେମିକ (Boy friend Attack girl friend)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଵଲାଙ୍ଗୀର (Balangir )ସହର କନପାଳି ପଡ଼ାରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Boy friend Attack girl friend by knife: ପ୍ରେମିକ (boyfriend) ସାଜିଲା ସଇତାନ । ପ୍ରେମିକାର(girlfriend) ଜୀବନ ନେବାକୁ ପଛାଇଲାନି । ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିଛି ପ୍ରେମିକ (Boy friend Attack girl friend)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଵଲାଙ୍ଗୀର (Balangir )ସହର କନପାଳି ପଡ଼ାରେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚାରାଉଚରା କରୁଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

  ସୂଚନା ଅନୁସାରେ, ବରଗଡ ଜିଲ୍ଲା ସାଲେପାଲି ଅଞ୍ଚଳର ଜଣେ ଯୁବତୀ ଵଲାଙ୍ଗିରରେ ଏକ ଭଡା ଘରେ ରହୁଥିଲେ । ଏହା ଭିତରେ ଦାସ ବାଗ ନାମକ ଜଣେ ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଜି କୌଣସି ଏକ କାରଣରୁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟରେ କିଛି ବଚସା ହେଇଥିବା ବେଳେ ପ୍ରେମିକ ଦାସ ବାଘ ଏକ ଭୁଜାଲିରେ ନିଜ ପ୍ରେମିକାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଵଲାଙ୍ଗିର ଟାଉନ ଥାନାରେ ଅଟକ ରଖାଯାଇଛି ।ତେବେ, କେଉଁଥି ପାଇଁ ପ୍ରେମିକ ଏଭଳି ନିସ୍ପତି  ନେଲା ସେନେଇ କୌଣସି କାରଣ ଜଣାପଡିନି।

Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

Also Read :  jacqueline fernandez: ଜ୍ୟାକଲିନଙ୍କ ପ୍ରେମରେ ପାଗଳ ଠକ ସୁକେଶ, ଜେଲ ଭିତରୁ ଚିଠି ଲେଖି କହୁଛି ପ୍ରିୟତମା...

ସେହିପରି , ଏଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲାରେ। ପ୍ରେମିକାକୁ ମରଣାନ୍ତକ ଆକ୍ରମଣ କରିଥିଲା ପ୍ରେମିକ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ ପରୀକ୍ଷାର୍ଥୀ ନିହାରିକା ମହାନ୍ତି (୧୯)। ଏହାପରେ ପ୍ରେମିକ ତାଙ୍କୁ କଲେଜ ସାମ୍ନାରେ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ କେ ଶ୍ରିନୁ ରାଓ (୨୮)। ଉଭୟଙ୍କ ଘର ବିଷମକଟକ ବୋଲି ଜଣାପଡିଛି।

ପରୀକ୍ଷା ଦେଇ ବାହାରିବା ପରେ ଉଭୟ ପ୍ରେମୀ ଯୁଗଳ କିଛି ସମୟ ବାର୍ତ୍ତାଳପ କରିଥିଲେ। ଏହାପରେ ହଠାତ ପ୍ରେମିକ ଜଣଙ୍କ ପ୍ରେମିକା ନିହରିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ନିହାରିକାଙ୍କ ବେକକୁ କାଟି ଦେଇଥିବାରୁ ପ୍ରବଳ ରକ୍ତ ବାହାରି ଯାଇଛି। ନିହରିକା ଗୁରୁତର ହେବାପରେ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ କହିଛି ଯେ ତାର ପ୍ରେମିକା ଅନ୍ୟପୁଅଙ୍କ ସହ ମିଶୁଥିଲା। ହେଲେ ସେ ଏହାକୁ ଗ୍ରହଣ କରିପାରେ ନାହିଁ। ଏପରି ନକରିବାକୁ ସେ ବାରଣ କରିଥିଲା। କିନ୍ତୁ ପ୍ରେମିକା ନମାନିବାରୁ ବାଧ୍ୟ ହୋଇ ଗଳା କାଟିବାକୁ ଉଦ୍ୟମ କରିଥିଲା ବୋଲି କହିଛି।

Also Read :  Road Accident: ଶ୍ରମିକଙ୍କ ଉପରେ ଚଢିଗଲା ଇନୋଭା, ଘଟଣାସ୍ଥଳରେ ଆଖି ବୁଝିଲେ ୫