Balangir Fake Certificate Racket: କୋଚିଂ ସେଣ୍ଟରର ମିଳୁଥିଲା ନକଲି ସାର୍ଟିଫିକେଟ୍, ମାଡ଼ି ବସିଲା ପୋଲିସ
Advertisement
Article Detail0/zeeodisha/odisha1627438

Balangir Fake Certificate Racket: କୋଚିଂ ସେଣ୍ଟରର ମିଳୁଥିଲା ନକଲି ସାର୍ଟିଫିକେଟ୍, ମାଡ଼ି ବସିଲା ପୋଲିସ

Balangir Fake Certificate: ବଲାଙ୍ଗୀରରେ ଟଙ୍କା ଦେଲେ ମିଳୁଛି ସାର୍ଟିଫିକେଟ୍। ତାହା ପୁଣି ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କର ସାର୍ଟିଫିକେଟ୍। ତେବେ ଦୀର୍ଘ ଦିନରୁ ଏହି ଜାଲ ସାର୍ଟିଫିକେଟ୍ ଧନ୍ଦା ଏଠି ବେଧଡ଼କ ଚାଲିଥିବା ବେଳେ ପୋଷ୍ଟାଲ ବିଭାଗର ତର୍ଜମା ପରେ ଏବେ ଏହା ସାମ୍ନାକୁ ଆସିଛି ।

ସୌ(ସୋସିଆଲ ମିଡିଆ)

Balangir Fake Certificate Racket: ଦେଶର ନାମୀଦାମୀ ବିଶ୍ୱବିଦ୍ୟାଳୟ ଓ ବୋର୍ଡ଼ର ନକଲି ଜାଲ ସାର୍ଟିଫିକେଟ୍(Fake Certificate Racket) ଗ୍ୟାଙ୍ଗକୁ ଧରିଛି ବଲାଙ୍ଗୀର ପୋଲିସ । ୫୦ ହଜାର ଟଙ୍କାରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା ଏହି ନକଲି ସାର୍ଟିଫିକେଟ୍ । ଅନେକେ ଏହି ଜାଲ ସାର୍ଟିଫିକେଟ୍ ମାଧ୍ୟମରେ ଚାକିରୀ ମଧ୍ୟ କରୁଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ନିକଟରେ ବଲାଙ୍ଗୀର ଡା଼କ ବିଭାଗରେ(Postal Department) ପୋଷ୍ଟ ମାଷ୍ଟର, ସହାୟକ ପୋଷ୍ଟ ମାଷ୍ଟର ଓ ଡା଼କ ସେବା ସହାୟକ ପଦବୀ ବାହାରିଥିଲା। ଯାହା ପାଇଁ ଶତାଧିକ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ। ଏହି ଆବେଦନକାରୀଙ୍କ ମଧ୍ୟରୁ ୩୭ ଜଣଙ୍କ ପାଖରେ ଥିବା ମାଟ୍ରିକ୍ ସାର୍ଟିଫିକେଟ୍ ୟୁପି ରାଜ୍ୟ ଶିକ୍ଷା ପରିଷଦ ବୋର୍ଡ଼ର ରହିଥିଲା । ସାର୍ଟିଫିକେଟ୍ ରେ ୬୦୦ରୁ ୫୯୮ମାର୍କ ଥିବା ଲେଖା ଯାଇଥିଲା । ଅନେକ ବିଷୟରେ ଆବେଦନକାରୀ ମାନେ ୯୦ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଏହି ଜାଲ ସାର୍ଟିଫିକେଟ୍ ରେ ଉଲ୍ଲେଖ ରହିଥିଲା । ଇଂରାଜୀରେ ଏମାନେ ୯୯ ମାର୍କ ରଖିଥିବା ବେଳେ ଯାଞ୍ଚ ସମୟରେ କିନ୍ତୁ ଗୋଟିଏ ଇଂରାଜୀ ଶବ୍ଦ ଲେଖି ପାରିନଥିଲେ। ଯେଉଁ ପାଇଁ ସେମାନେ ସନ୍ଦେହ ଘେରକୁ ଆସିଥିଲ। ସେମାନେ ଦେଇଥିବା ସାର୍ଟିଫିକେଟ୍ ସବୁ ଜାଲ ବୋଲି ଡା଼କ ବିଭାଗ ସନ୍ଦେହ କରି ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲା।

 

ଅଭିଯୋଗ ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ରିଲାଇନ୍ସ କୋଚିଂ ସେଣ୍ଟରରେ ପହଁଞ୍ଚ ଥିଲା ପୋଲିସ । ଶୁକ୍ରବାର ଦିନ ପୋଲିସ ସମ୍ପୃକ୍ତ କୋଚିଂ ସେଣ୍ଟର(Coaching Centre) ମାଲିକ ଓ ଜଣେ ସହଯୋଗୀ ସହ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇ ନେଇଥିଲା । ଶନିବାର ଦିନ କୋଚିଂ ସେଣ୍ଟର ଉପରେ ବଲାଙ୍ଗୀର ଏସପିଙ୍କ(Balangir SP) ସହ ଟାଉନ ଥାନା ଅଧିକାରୀ, ସଦର ଥାନା ଅଧିକାରୀ ଓ ସାଇବର ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲା । ତନ୍ନ ତନ୍ନ କରି ଯାଞ୍ଚ କରିବା ସହ କୋଚିଂ ସେଣ୍ଟରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କଲର ପ୍ରିଣ୍ଟର, ଜେରକ୍ସ ମେସିନ୍, କମ୍ପ୍ୟୁଟର, ବିଭିନ୍ନ ସରକାରୀ ଅଧିକାରୀଙ୍କ ନକଲି ସିଲ ଷ୍ଟାମ୍ପ, ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ବୋର୍ଡ଼ର ନକଲି କାଗଜପତ୍ର ଜବତ କରାଯାଇଥିଲା ।

ଏହା ବି ପଢନ୍ତୁ-Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ, ବାର୍ଥ ଡ଼େ ପାର୍ଟିକୁ ଡ଼ାକି ନେଇ Oyoରେ ଯୁବକଙ୍କୁ ହତ୍ୟା!

ସେହିପରି କମ୍ପ୍ୟୁଟର ମଧ୍ୟରେ ଥିବା ନକଲି ଜାଲ ସାର୍ଟିଫିକେଟର(Fake Certificate) ତଥ୍ୟ ମଧ୍ୟ ପୋଲିସ ହାତରେ ଲାଗିଛି । ଏହିସବୁ ଡିଲିଟ୍ କରାଯାଇଥିଲେ ମଧ୍ୟ ପୋଲିସ ତାକୁ ରିକଭରି(Recovery) କରିବାରେ ସଫଳ ହୋଇଛି । ତେବେ ଏହି କୋଚିଂ ସେଣ୍ଟର ପିଲାଙ୍କୁ ପଢ଼ାଇବା ପାଇଁ ଚାଲିଥିବା ବେଳେ ଏଥିରେ ଜାଲ କାରକାର ବହୁ ଦିନ ଧରି ଚାଲିଆସୁଥିଲା । ଏହି ମାମଲାରେ ପୋଲିସ କିଛି ଜଣଙ୍କୁ ଅଟକ ରଖିଛି । ଏହି ମାମଲାରେ ଜଡି଼ତ ସମସ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଆଉ କିଏ ଏହିସବୁ ଜାଲ ସାର୍ଟିଫିକେଟ୍ ନେଇଛନ୍ତି ତାହାର ଖୋଲତାଡ଼ କରୁଛି ପୋଲିସ । ସେହିପରି କିଛି ଲୋକେ ଏହି ଜାଲ ସାର୍ଟିଫିକେଟ୍ ମାଧ୍ଯମରେ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।