Balangir News: ବାଃ ବାଃରେ ପ୍ରେମିକ ! ସମ୍ପର୍କରେ ଫାଟ ହେବାରୁ ପ୍ରେମିକାର ପରିବାର ଉପରେ...
Advertisement

Balangir News: ବାଃ ବାଃରେ ପ୍ରେମିକ ! ସମ୍ପର୍କରେ ଫାଟ ହେବାରୁ ପ୍ରେମିକାର ପରିବାର ଉପରେ...

Balangir News In Odia:  ବଦମାସ୍ ପ୍ରେମିକାର (Boyfriend) ଉନ୍ମୁକ୍ତ କାଣ୍ଡ। ପ୍ରେମ(love) ସମ୍ପର୍କରେ ଫାଟ ହେବାରୁ ପ୍ରେମିକାର ପରିବାରକୁ ଧ୍ବଂସ କରିବାକୁ ପଛାଇଲା ନାହିଁ ନୃସଂଶ ପ୍ରେମିକ । ପ୍ରେମିକାର ପରିବାରକୁ ଜିଅନ୍ତା ଜାଳିଦେଲା (Boyfriend Attacks Girlfriend And Her Family) । ପ୍ରେମିକା (Girlfriend) ସହ ପ୍ରେମିକାର ଭାଇ ଓ ମାଆକୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଲା ପ୍ରେମିକ । ପଢନ୍ତୁ ଏହି ରିପୋର୍ଟ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Balangir News In Odia: ଝିମିଟି ଖେଳରୁ ମହାଭାରତ । ବଦମାସ୍ ପ୍ରେମିକାର (Boyfriend) ଉନ୍ମୁକ୍ତ କାଣ୍ଡ। ପ୍ରେମ(love) ସମ୍ପର୍କରେ ଫାଟ ହେବାରୁ ପ୍ରେମିକାର ପରିବାରକୁ ଧ୍ବଂସ କରିବାକୁ ପଛାଇଲା ନାହିଁ ନୃସଂଶ ପ୍ରେମିକ । ପ୍ରେମିକାର ପରିବାରକୁ ଜିଅନ୍ତା ଜାଳିଦେଲା (Boyfriend Attacks Girlfriend And Her Family) । ପ୍ରେମିକା (Girlfriend) ସହ ପ୍ରେମିକାର ଭାଇ ଓ ମାଆକୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଲା ପ୍ରେମିକ । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତିନି ଜଣଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଲାଠୋର ଗାଁରେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ପ୍ରେମିକକୁ ଗିରଫ କରିଛି । ତେବେ, ଅଭିଯୁକ୍ତ ପ୍ରେମିକ ଜଣକ ହେଲେ ଢେଙ୍କାନାଳ ଅଞ୍ଚଳର ସ୍ଵସ୍ତିକ ଦାସ ।

ସୂଚନା ଅନୁଯାୟୀ, ବଲାଙ୍ଗୀର କଲେଜ ଛକ ଅଞ୍ଚଳର ଜଣେ ଯୁବତୀ ନର୍ସ ଭାବେ କାର୍ଯ୍ୟ କରନ୍ତି । ସେ କିଛି ବର୍ଷ ହେବ ଲାଠୋର ଠାରେ ସିଏଚଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାବେ ନିୟୋଜିତ ଥିଲେ।  ଏହି ସମୟରେ ତାଙ୍କର ସହକର୍ମୀ ସ୍ବସ୍ତିକ୍ ଦାସଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ପ୍ରେମିକ ସବୁବେଳେ ମଦ ପିଇ ତାଙ୍କ ସହ ଗଣ୍ତଗୋଳ କରୁଥିବାରୁ ସେ ବିବାହ ପାଇଁ ଅମଙ୍ଗ ହୋଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। କିନ୍ତୁ ଏହି ଝଗଡା ଶନିବାର ଦିନ ଉଗ୍ର ରୂପ ନେଇଥିଲା।  ଶନିବାର ଦିନ ମଦ ପିଇ ନିଜ ପ୍ରେମିକାଙ୍କ ପାଖକୁ ଆସିଥିଲା ପ୍ରେମିକ ଆଉ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ହାତାହାତି ମଧ୍ୟ ହୋଇଥିଲା। ଏବଂ ଜୋର ଜବଦରସ୍ତ ପ୍ରେମିକା ଠାରୁ ୪୦ ହଜାର ଟଙ୍କା ନେଇ ପଳାଇ ଯାଇଥିଲା ମଦୁଆ ପ୍ରେମିକ ।

ଏହାବି ପଢନ୍ତୁ :  Horoscope Today 28 May 2023: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ଅତି ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଏହାବି ପଢନ୍ତୁ :  Rahu Ketu 2023: ଏହି ରାଶିଙ୍କ ପାଇଁ ମାଡି ଆସୁଛି ବଡ଼ ବିପଦ! କେତୁ ରାହୁ କରିବେ ତାଣ୍ତବ

ପରେ ଦ୍ବି ପହରେ ଲାଠୋରରେ ଥିବା ପ୍ରେମିକାର ଭଡାଘର ଘରେ ହାତରେ ପେଟ୍ରୋଲ ଧରି ପହଞ୍ଚିଥିଲା। ଏବଂ ପ୍ରେମିକାର ଘର ଲୋକେ ଶୋଇଥିବା ସମୟରେ  ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଏହା ଦେଖି ସ୍ଥାନୀୟ ଲୋକେ  ଯୁବତୀଙ୍କ ଘର ଲୋକଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏବଂ ଗୁରୁତର ଅବସ୍ଥାରେ ପ୍ରେମିକା ସହ ତାର ମାଆ ଓ ଭାଇକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛନ୍ତି ସ୍ଥାନୀୟ ଲୋକେ । ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।  ସେପଟେ, ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ୍ । ଏବଂ ଏହି ଅଗ୍ନିକାଣ୍ତରେ ପ୍ରେମିକ ମଧ୍ୟ ସାମାନ୍ୟ ଆହତ ହୋଇଛି । ଏବଂ ଘଟଣାର ତଦନ୍ତ ଜାରି ରଖିଛି । ତେବେ, ଏହି ଅଘଟଣରେ ପ୍ରେମିକାର ଘର ଜଳି ପୋଡି ପାଉଁସ ହୋଇ ଯାଇଛି । 

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ।  ପ୍ରେମିକାକୁ ପ୍ରେମିକର ମରଣାନ୍ତକ ଆକ୍ରମଣ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ ପରୀକ୍ଷାର୍ଥୀ ନିହାରିକା ମହାନ୍ତି । ଏହାପରେ ପ୍ରେମିକ ତାଙ୍କୁ କଲେଜ ସାମ୍ନାରେ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ କେ ଶ୍ରିନୁ ରାଓ । ଉଭୟଙ୍କ ଘର ବିଷମକଟକ ବୋଲି ଜଣାପଡିଛି। ପରୀକ୍ଷା ଦେଇ ବାହାରିବା ପରେ ଉଭୟ ପ୍ରେମୀ ଯୁଗଳ କିଛି ସମୟ ବାର୍ତ୍ତାଳପ କରିଥିଲେ। ଏହାପରେ ହଠାତ ପ୍ରେମିକ ଜଣଙ୍କ ପ୍ରେମିକା ନିହରିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ନିହାରିକାଙ୍କ ବେକକୁ କାଟି ଦେଇଥିବାରୁ ପ୍ରବଳ ରକ୍ତ ବାହାରି ଯାଇଛି। ନିହରିକା ଗୁରୁତର ହେବାପରେ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ କହିଛି ଯେ ତାର ପ୍ରେମିକା ଅନ୍ୟପୁଅଙ୍କ ସହ ମିଶୁଥିଲା। ହେଲେ ସେ ଏହାକୁ ଗ୍ରହଣ କରିପାରେ ନାହିଁ। ଏପରି ନକରିବାକୁ ସେ ବାରଣ କରିଥିଲା। କିନ୍ତୁ ପ୍ରେମିକା ନମାନିବାରୁ ବାଧ୍ୟ ହୋଇ ଗଳା କାଟିବାକୁ ଉଦ୍ୟମ କରିଥିଲା ବୋଲି କହିଛି।