Balangir News: ପୋଲିସ୍ ବାବୁଙ୍କ ରାସଲିଳା! ପ୍ରେମିକା ସହ ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ପତ୍ନୀ, ଆଉ ତା'ପରେ...
Advertisement
Article Detail0/zeeodisha/odisha1742364

Balangir News: ପୋଲିସ୍ ବାବୁଙ୍କ ରାସଲିଳା! ପ୍ରେମିକା ସହ ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ପତ୍ନୀ, ଆଉ ତା'ପରେ...

Balangir News: ଲୁଚି ଲୁଚି ରାତି ଅଧରେ ପ୍ରେମିକା ସହ ରାସଲିଳା କରୁଥିଲେ ପୋଲିସ୍ ବାବୁ । ଏହି ସମୟରେ ଉଭୟଙ୍କୁ ଅସଞ୍ଜତ  ଅବସ୍ଥାରେ ରଙ୍ଗେ ହାତ ଧରିଲେ ଖାକି ବାବୁଙ୍କ ପତ୍ନୀ (Wife) । ଆଉ ଉଭୟଙ୍କୁ ନିର୍ଦ୍ଦୁମ୍ ଛେଚିଲେ। ମାମାଲା ଯାଇ ଏବେ ଥାନାରେ ପହଞ୍ଚିଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ହାତିସାଲପଡ଼ାରେ । ପଢନ୍ତୁ ପୂରା ରିପୋର୍ଟ...

 

 

ସୌଜନ୍ୟ- ସୋସିଆଲ ମିଡ଼ିଆ

Balangir News: ଧରା ପଡିଲା ପୋଲିସ ବାବୁଙ୍କ (police) ଚୋରା ପୀରତି । ଲୁଚି ଲୁଚି ରାତି ଅଧରେ ପ୍ରେମିକା ସହ କରୁଥିଲେ ରାସଲିଳା । ଏହି ସମୟରେ ଉଭୟଙ୍କୁ ଅସଞ୍ଜତ  ଅବସ୍ଥାରେ ରଙ୍ଗେ ହାତ ଧରିଲେ ଖାକି ବାବୁଙ୍କ ପତ୍ନୀ (Wife) । ଆଉ ଉଭୟଙ୍କୁ ନିର୍ଦ୍ଦୁମ୍ ଛେଚିଲେ। ମାମାଲା ଯାଇ ଏବେ ଥାନାରେ ପହଞ୍ଚିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ହାତିସାଲପଡ଼ାରେ । ବିବାହିତ ପୋଲିସ ବାବୁ ଜଣକ ଦିର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ଆଉ ସ୍ତ୍ରୀଙ୍କୁ  ନଜଣାଇ ପ୍ରେମିକାଙ୍କୁ ଭେଟୁଥିଲେ। ଆଉ ବିବାହର ପ୍ରତିଶ୍ରୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ। ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ୍ ବାବୁଙ୍କ ଏହି ପ୍ରେମ ଏବେ ହାଟରେ ପଡି ଦାଣ୍ତରେ ଗଢୁଛି । ଅଭିଯୁକ୍ତ ରସିକିଆ ଖାକି ବାବୁ ଜଣକ ବଲାଙ୍ଗୀର ଜିଲ୍ଲାରେ କଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। 

କ'ଣ ଥିଲା ପୁରା ଘଟଣାକ୍ରମ: 

ବଲାଙ୍ଗୀର ଜିଲ୍ଲା କୋତରାପାଲି ଗାଁର ମଞ୍ଜିତ ସିଂ ମାଝି । ୨୦୧୭ ମସିହାରେ  ସେହି ଅଞ୍ଚଳର ଚମ୍ପାବତୀ ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ସୁରୁଖୁରୁରେ ଚାଲିଥିଲା ତେଲ ଲୁଣର ସଂସାର । ପରେ ସ୍ବାମୀ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବାର ଖବର ପାଇଥିଲେ ପତ୍ନୀ ଚମ୍ପାବତୀ । ଏହି ଅନୈତିକ ସମ୍ପର୍କରୁ ଦୂରେଇ ରହିବାକୁ ସ୍ବାମୀଙ୍କୁ ବାରମ୍ବାର ବାରଣ କରିବା ସହ ବୁଝାସୁଝା ମଧ୍ୟ କରିଥିଲେ ଚମ୍ପାବତୀ। କିନ୍ତୁ ଚମ୍ପାବତୀଙ୍କ କଥା ଶୁଣି ଶୁଣି ନଥିଲେ ସ୍ବାମୀ ମଞ୍ଜିତ୍ । କିନ୍ତୁ ଗତରାତିରେ ସେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ। ବିଳମ୍ବିତ ରାତିରେ ପ୍ରେମିକାଙ୍କ ପାଖରେ ଥିବାର ଖବର ପାଇଥିଲେ ପତ୍ନୀ  । ପରେ ପ୍ରେମିକାର ଘର ପାଖରେ ପହଞ୍ଚିଥିଲେ । ଆଉ ରଙ୍ଗେ ହାତ୍ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ଚମ୍ପାବତୀ । ପରେ ଘରୁ ଘୋଷାଡି ଘୋଷାଡି ବାହାରକୁ ଆଣିଥିଲେ। ଆଉ ଉଭୟଙ୍କୁ ମାଡି ମାରିବା ଆରମ୍ଭ କରି ଦେଇଥିଲେ । ହୋ ହାଲ୍ଲା ଶଦ୍ଧ ଶୁଣି ଧାଇଁ ଆସିଥିଲେ ସ୍ଥାନୀୟ ଲୋକେ । ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମଞ୍ଜିତ ସିଂ ମାଝିଙ୍କୁ ଉଦ୍ଧାର କରିଥିଲା । ଏବଂ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି । ସେପଟେ ପୋଲିସ ପାଖରୁ ନ୍ୟାୟ ଭିକ୍ଷା କରିଛନ୍ତି ଚମ୍ପାବତୀ । 

ଏହାବି ପଢନ୍ତୁ : Weather Update: ତାତିରୁ ମିଳିବ ଆଶ୍ବସ୍ତି , ଏହି ଦିନ ଓଡି଼ଶା ଛୁଇଁବ ମୌସୁମୀ!

ଏହାବି ପଢନ୍ତୁ : Odisha Train Accident: ୧୫ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ, ହେଲେ ଆଜି SCBରେ ଆଖି ବୁଜିଲେ ଆଉ ଜଣେ ଆହତ

ନିକଟରେ ଏଭଳି ଏକ ଘଟଣା କାନପୁର ଗ୍ୱାଲଟୋଲି ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଗ୍ୱାଲଟୋଲି ଥାନାର କାର୍ଯ୍ୟରତ ଇନ୍ସପେକ୍ଟର ଅରୁଣ କୁମାର ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ଜଣେ ମହିଳାଙ୍କ ସହ ପରକୀୟା ପ୍ରେମରେ ଲିପ୍ତ ଥିଲେ । ଖବର ପାଇ ଫରିକାବାଦରୁ ଆସି ହୋଟେଲରେ ପହଞ୍ଚିଯାଇଥିଲେ ଇନ୍ସପେକ୍ଟରଙ୍କ ସ୍ତ୍ରୀ । ଆଉ ତା’ପର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ହଠାତ୍ ସ୍ତ୍ରୀକୁ ଦେଖି ହଡ଼ବଡ଼େଇ ଯାଇଥିଲେ ପୋଲିସ୍ ବାବୁ । ହେଲେ ଏହି ଘଟଣାରେ ଅନୁତାପ କରିବେ କ’ଣ ସ୍ତ୍ରୀ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ପାଟିତୁଣ୍ଡ ହେବା ସହ ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । କେହି କାହାକୁ ଛାଡ଼ୁନଥିଲେ । ଯିଏ ଯାହାକୁ ପାରୁଥିଲେ ବାଡ଼େଇ ଚାଲୁଥିଲେ । ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଇନ୍ସପେକ୍ଟରଙ୍କ ସ୍ତ୍ରୀ ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତା ସହ ନେଇ ରଙ୍ଗିଲା ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହା ସହ ଥାନା ଇନଚାର୍ଜଙ୍କୁ ତୁରନ୍ତ ରିପୋର୍ଟ ମାଗିଛନ୍ତି ପୋଲିସ୍‌ କମିଶନର ।