Balangir News: ୧୩ ଯୁବତୀଙ୍କ ସହ ଖେଳ କରୁଥିଲେ ଖେଳ ସାର, ବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ
Advertisement
Article Detail0/zeeodisha/odisha1667693

Balangir News: ୧୩ ଯୁବତୀଙ୍କ ସହ ଖେଳ କରୁଥିଲେ ଖେଳ ସାର, ବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ

Balangir News In Odia: ଖେଳ ସାରଙ୍କ (teacher )ଖେଳ ଖତମ୍ । ବନ୍ଧା ହେବେ ପିଟି ମାଷ୍ଟ୍ର । ଏକେ ନୁହେଁ ଏକାଧିକ ଯୁବତୀଙ୍କୁ (young lady )ବିବାହ କରିବା ପ୍ରତିଶ୍ରୃତି ଦେଇ ଠକିଛନ୍ତି । ଆଉ ପ୍ରେମରେ ଦେଇଛନ୍ତି ଧୋକା । ଏକାଧିକ ଯୁବତୀଙ୍କ ସହ ରଖିଥିବା ରାସଲିଳାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ, ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ବଲାଙ୍ଗିର (Balangir) ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗାଁର ସୌରଭ ପ୍ରଧାନ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Balangir News In Odia: ଖେଳ ସାରଙ୍କ (teacher )ଖେଳ ଖତମ୍ । ବନ୍ଧା ହେବେ ପିଟି ମାଷ୍ଟ୍ର । ଏକେ ନୁହେଁ ଏକାଧିକ ଯୁବତୀଙ୍କୁ (young lady )ବିବାହ କରିବା ପ୍ରତିଶ୍ରୃତି ଦେଇ ଠକିଛନ୍ତି । ଆଉ ପ୍ରେମରେ ଦେଇଛନ୍ତି ଧୋକା । ଏକାଧିକ ଯୁବତୀଙ୍କ ସହ ରଖିଥିବା ରାସଲିଳାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ, ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ବଲାଙ୍ଗିର (Balangir) ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗାଁର ସୌରଭ ପ୍ରଧାନ । ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଜଣେ ଯୁବତୀ (young women)ଯୌନ ଶୋଷଣ ନେଇ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶ୍ରୃତି (promise of marriage)ଦେଇ ଶିକ୍ଷକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ପୀଡିତା ଜଣକ କହିଛନ୍ତି। 

ସୂଚନା ଅନୁସାରେ, ଖେଳ ଶିକ୍ଷକ ସୌରଭ  ତାଲପାଲିପଡାରଡ ଜୌନିକ ଯୁବତୀ ଙ୍କ ସହ ଫେସବୁକରୁ ଚିହ୍ନା ପରିଚିତ ହୋଇଥିଲା। ପରେ, ସେମାନଙ୍କ ମଧ୍ୟରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଶିକ୍ଷକ ଜଣକ ଯୁବତୀ ଜଣକୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ଦିର୍ଘ ବର୍ଷ ହେବ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। କିନ୍ତୁ ଯେତେବେଳେ ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ କହୁଥିଲେ। ସେତେବେଳେ ଶିକ୍ଷକ ଜଣକ ବିବାହ କଥା କହି ଦିନ ଗଡେଇ ଚାଲୁଥିଲେ। ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ଶିକ୍ଷକଙ୍କ ନିକଟରେ ଥିବା ଜଣାପଡିଛି । ଏନେଇ ନ୍ୟାୟ ପାଇବା ପାଇଁ ଯୁବତୀ ଜଣକ ଥାନାର ଦ୍ବାରସ୍ତ ହୋଇଛନ୍ତି। 

Also Read: Rayagada News: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଲେ ସିଆରପିଏଫ ଅଫିସର

Also Read: Richest Indian Women: ଏମାନେ ହେଉଛନ୍ତି ଦେଶର କୋଟିପତି ମହିଳା, ଜାଣନ୍ତୁ କ'ଣ କରନ୍ତି କାମ

ଏପରିକି ଶିକ୍ଷକଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବାର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି । ରଙ୍ଗିଲା ଖେଳ ଶିକ୍ଷକଙ୍କର ଗୋଟିଏ କି ଦୁଇଟି ନୁହେଁ ୧୩ଜଣ ଯୁବତୀଙ୍କୁ (13 young women) ପ୍ରେମ ଜାଲରେ ଫସାଇଥିଲେ ଖେଳ ଶିକ୍ଷକ। ବିବାହର ପ୍ରତିଶ୍ରୁତି (promise of marriage) ମଧ୍ୟ ଦେଇଥିଲେ। ତେବେ ଗତ କିଛି ଦିନ ହେବ କାହାକୁ କିଛି ନକହି ଖେଳ ଶିକ୍ଷକ ସ୍କୁଲକୁ ଆସୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଖେଳ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶିକ୍ଷକ ଜଣକ ଫେରାର(teacher absconde) ଥିବା ବେଳେ ତାଙ୍କୁ ପାଇବା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି।

ନିକଟରେ  ଆଉ ଏକ ଶିକ୍ଷକଙ୍କ କଳାକାରନାମା ମୟୂରଭଞ୍ଜରେ ମଧ୍ୟ ଦେଖିବାକୁ ମିଳିଛି । ମୟୂରଭଞ୍ଜର ଜିଲ୍ଲା ପୁରୁଣାପାଣି ଗାଁର ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କରାଇ ବନ୍ଧା ହୋଇଥିଲେ ଜଣେ ଶିକ୍ଷକ । ଅଭିଯୁକ୍ତ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ ବୋଲି ଜଣାପଡିଛି । ସୂଚନା ଅନୁସାରେ, କିଛି ମାସ ତଳେ ରବିନ୍ଦ୍ରଙ୍କ ପାଖକୁ ଟିଉସନ ପଢ଼ିବା ପାଇଁ ସେହି ଗ୍ରାମର ଜଣେ ନାବାଳିକା ତଥା ନବମ ଶ୍ରେଣୀ ଛାତ୍ରୀ ଯାଉଥିଲେ ।ସେହି ସମୟରେ ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଯାଇଥିଲେ ।ଗର୍ଭବତୀ ଥିବା ଜାଣି ନାବାଳିକା ସମସ୍ତ ଘଟଣାକୁ ନିଜ ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ ଥାନାରେ ଦ୍ବାରସ୍ତ ହୋଇଥିଲେ।
 
ଥାନାରେ ଅଭିଯୋଗ ହେବା ଜାଣି ଶିକ୍ଷକ ରବୀନ୍ଦ୍ର ଫେରାର ହୋଇଯାଇଥିଲା । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କୌଣସି ସୂତ୍ରରୁ ଖବରପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ରଞ୍ଜୁ ହାସିନ୍ କୁଲୁଙ୍କ ନେତୃତ୍ୱରେ ଏସ୍‌ଆଇ କ୍ରିଶାନ୍ତା ଟିଗା, ଏଏସ୍‌ଆଇ ରତ୍ନାକର ବାରିକ, ଓପିଏଫ୍ ନରେନ୍ଦ୍ର କୁମାର ମାରାଣ୍ଡି, କନେଷ୍ଟବଳ ଇଶ୍ୱର ଚନ୍ଦ୍ର ମହାନ୍ତ ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବଡ଼ବିଲ ଅଞ୍ଚଳରୁ ରବିନ୍ଦ୍ରକୁ ଗିରଫ କରିଥିଲେ । ଗିରଫ ଶିକ୍ଷକ ରବୀନ୍ଦ୍ର କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାପଡିଛି।