ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
Advertisement
Article Detail0/zeeodisha/odisha2181388

ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ତ୍ରିନାଥ ବକୁଲ ନାମକ ଜଣେ ଯୁବକ ବଜାରରୁ ଫେରୁଥିବା ସମୟରେ ହଠାତ ଅସୁସ୍ଥତା ଅନୁଭବ କରୁଥିଲେ ଫଳରେ ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଭାବନୀୟ ଘଟଣାଟି ବଲାଙ୍ଗିର ଟାଉନ୍‌ ଖୁଜେନପାଲିଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି ।

ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି । ତ୍ରିନାଥ ବକୁଲ ନାମକ ଜଣେ ଯୁବକ ବଜାରରୁ ଫେରୁଥିବା ସମୟରେ ହଠାତ ଅସୁସ୍ଥତା ଅନୁଭବ କରୁଥିଲେ ଫଳରେ ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଭାବନୀୟ ଘଟଣାଟି ବଲାଙ୍ଗିର ଟାଉନ୍‌ ଖୁଜେନପାଲିଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି ।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟପଟେ ଆଜି ବଲାଙ୍ଗିର ତାପମାତ୍ରା ୪୦ ଡିଗ୍ରୀ ରହିଥିବାରୁ ଏପରି ଅଘଟଣ ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ପ୍ରବଳ ଗରମ ଏବଂ ଟାଣ ଖରା କାରଣରୁ ଜନସାଧାରଣ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି ।

Also Read- ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ

Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି