Balangir News: ପୁଣି ଟ୍ରେନ ଅଘଟଣ, ବଗି ଛାଡ଼ି ଚାଲିଗଲା ଇଞ୍ଜିନ
Advertisement
Article Detail0/zeeodisha/odisha1828762

Balangir News: ପୁଣି ଟ୍ରେନ ଅଘଟଣ, ବଗି ଛାଡ଼ି ଚାଲିଗଲା ଇଞ୍ଜିନ

Balangir News: ବଲାଙ୍ଗୀର ଜିଲ୍ଲା  ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ (train Accident)। ଏକ କୋଇଲା ବୋଝେଇ ମାଲ ଗାଡି ଟ୍ରେନ (good trains wagons) ଇଂଜିନ ଏବଂ ୱାଗନ ଅଲଗା ହୋଇଯିବା ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ବଲାଙ୍ଗୀର (Balangir)ଟିଟିଲାଗଡ଼ ରେଳ ଲାଇନର ଅପ ଡାଉନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । 

Balangir News: ପୁଣି ଟ୍ରେନ ଅଘଟଣ, ବଗି ଛାଡ଼ି ଚାଲିଗଲା ଇଞ୍ଜିନ

Balangir News: ବଲାଙ୍ଗୀର ଜିଲ୍ଲା  ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ (train Accident)। ଏକ କୋଇଲା ବୋଝେଇ ମାଲ ଗାଡି ଟ୍ରେନ (good trains wagons) ଇଂଜିନ ଏବଂ ୱାଗନ ଅଲଗା ହୋଇଯିବା ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ବଲାଙ୍ଗୀର (Balangir)ଟିଟିଲାଗଡ଼ ରେଳ ଲାଇନର ଅପ ଡାଉନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ସମ୍ବଲପୁରରୁ ଡବଲଡାଇମଣ୍ଡ କୋଇଲା ବୋଝେଇ ମାଳବାହି ଟ୍ରେନ ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନକୁ ପହଂଚିବା ପୂର୍ବରୁ ଖଜୁରପଡା ଫାଟକରେ ଟ୍ରେନ ଇଂଜିନରୁ ଆଠ ଗୋଟି ୱାଗନ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା ।

ଆଠ ଗୋଟି ୱାଗନ ଇଂଜିନରୁ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିବା ବେଳେ ଏହାର ସୂଚନା ଟ୍ରେନ ଇଂଜିନ ଚାଳକ ପାଇଯାଇଥିଲେ । ପରେ ଏନେଇ ଟିଟିଲାଗଡ଼ ରେଳ ଷ୍ଟେସନ କୁ ଖବର ଦେବା ପରେ ଏକ ଟେକ୍ନିକାଲ ଟିମ ଆସି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିବା ସହ ପୁଣି ଟ୍ରେନଟିକୁ ପଛକୁ ଫେରାଇ ଅଲଗା ରହିଥିବା ବଗି ବା ୱାଗନ ଗୁଡିକୁ ସଂଯୋଗ କରିଥିଲେ । ଫଳରେ ଖଜୁରପଡା ଫାଟକ ନିକଟରେ ଦେଢ଼ ଘଣ୍ଟା ଧରି ଫାଟକ ବନ୍ଦ ରହିବା ତଥା ଫାଟକ ଉପରେ ମାଲବାହି ଟ୍ରେନର କୋଇଲା ବୋଝେଇ ୱାଗନ ଗୁଡିକ ରହିଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ପରେ ପାଖା ପାଖା ଦେଢ଼ ଘଣ୍ଟା ପରେ ଟ୍ରେନରୁ ଅଲଗା ହୋଇଥିବା ବଗି ଗୁଡିକୁ ସଂଯୋଗ କରି ଟ୍ରେନଟି ଟିଟିଲାଗଡ଼ ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି ।

ନିକଟରେ ଏଭଳି ଏକ ରେଳ ଅଘଟଣ ଘଟିଥିଲା ବାଲେଶ୍ବର ଜିଲ୍ଲାରେ । ଖଡଗପୁରରୁ ଭଦ୍ରକ (Kharagpur Bhadrak Passenger Train )ଅଭିମୁଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା (Passenger Train Catches Fire)। ବାଲେଶ୍ୱରର ଲକ୍ଷ୍ମଣନାଥ ରୋଡ (Laxmannath Road station) ନିକଟରେ ଏହି ଅଘଟଣ ଘଟିଥିଲା । ତେବେ ଟ୍ରେନରେ ନିଆଁ ଲାଗିବା (Train Fire) ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ, ସବୁଠୁ ବଡ କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ଘଟିନି।  

ସୂଚନା ଅନୁସାରେ, ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଯାତ୍ରୀମାନ ଚିକ୍କାର କରିବାକୁ ଲାଗିଥିଲେ। ଏନେଇ ଟ୍ରେନ୍ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା।  ତେବେ, ଲକ୍ଷ୍ମଣନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଜଣାପଡିଥିଲା । ତେବେ, ଏହା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ । ତେଣୁ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ।  ଇଞ୍ଜିନ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ୍‌ ଲିକ୍‌ରୁ ନିଆଁ ଲାଗିଥିବା ଜଣାପଡିଥିଲା। ନିଆଁକୁ ଆୟତ୍ତ କରାଯିବା ପରେ ପ୍ରାୟ ଦେଢଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ୍ ହୋଇଥିଲା । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, କାହିଁକି ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି ଆଉ ଏଥିପାଇଁ ଦାୟୀ କିଏ । ଏବଂ ଦାୟି ରହୁଥିବା ଅଧିକାରୀ ବା କର୍ମକର୍ତ୍ତାଙ୍କ ଉପରେ ରେଳ ବିଭାଗ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯଦି ରେଳ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ।ତେବେ, ରେଳ ଦୁର୍ଘଟଣା ରାଜ୍ୟରେ କମିପାରନ୍ତା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।