Advertisement

Cuttack news

alt
ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁ
Apr 14,2024, 12:52 PM IST
alt
ଆଜି ପବିତ୍ର ମାଘ ମାସ ପୁର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ | ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ ଓ ଦର୍ଶାନାର୍ଥି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହ
Feb 24,2024, 11:00 AM IST
alt
ବନ୍ଧୁକ ମୁନରେ ଲୁଟ। ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଡକାୟତ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ । ସୂଚନା ଅନୁଯାୟୀ, ଭୋର ୩ଟାରେ ୫ ଜଣରୁ ଉର୍ଦ୍ଧ୍ବ ଦୃର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ CCTV ରେ କଏଦ ହୋଇଛି । କେଉଁଠାରେ ଟଙ୍କା ରଖାଯାଇଛି ସେନେଇ ଦୁର୍ବୃତ୍ତମାନେ ପୂର୍ବରୁ ଜାଣିଥିଲେ ଫଳରେ ସେଠାରୁ ଆସି ଟଙ୍କା ନେଇ ବାଇକ ଯୋଗେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Feb 8,2024, 13:26 PM IST
alt
କିଡନୀ ବିକ୍ରି ନାଁରେ ଠକେଇ । କିଡନୀ ଦାନ କରିବା ଏବଂ କିଡନୀ ଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ନିର୍ଦ୍ଧିଷ୍ଟ ନିୟମାବଳୀ ଧାର୍ଯ୍ୟ କରିଥିବା ବେଳେ ଏହି ସମସ୍ତ ନିୟମଗୁଡ଼ିକୁ ଖିଲାପ କରି ବେଆଇନ କିଡନୀ କାରବାର ଚାଲିଛି । ମଣିଷ କିଡ଼ନିକୁ ନେଇ ବେପାର ଚାଲିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାରେ କିଡନି ମଧ୍ୟ ବିକ୍ରି ହେଉଛି ।ଏହାର ଏକ ନିଚ୍ଛକ ଉଦାହରଣ କଟକ ସହରରେ ଦେଖିବାକୁ ମିଳିଛି । ମାର୍କଣ୍ଡ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ କିଡ଼ନି ବିକ୍ରି କରିବାକୁ କହି ଜଣେ କିଡନୀ ରୋଗୀଙ୍କୁଠାରୁ ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାଲେଶ୍ବର ବାସିନ୍ଦା ମାର୍କଣ୍ଡ ନାଥଙ୍କୁ ସ୍ଥାନୀୟ ଥାନାରେ ଅଟକ ରଖିଛି ପୋଲିସ ।ତେବେ ତଦନ୍ତ ବେଳେ କିଡନୀ ଦେବା ପାଇଁ ଟଙ୍କା ନେଇଥିବା କଥା ସ୍ବୀକାର କରିଛି ଅଭିଯୁକ୍
Dec 21,2023, 18:52 PM IST
alt
ଉଦ୍ଘାଟିତ ହେଲା କଟକ ର ଐତିହାସିକ ବାଲିଯାତ୍ରା। ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଗଣକବି ବୈଷ୍ଣବ ପାଣି ଙ୍କ ମଞ୍ଚ ରେ ବାଲିଯାତ୍ରା ର ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଟକ ସାଂସଦ ଭାର୍ତୃହରୀ ମହତାବ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକ ମେୟର ସୁବାସ ସିଂ,କଟକ ଜିଲ୍ଲାପାଳ ନରହରୀ ସେଠୀ, ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ ଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। ଏହା ସହ ବାଲିଯାତ୍ରା କୁ ଆସି ବେଶ୍ ଗର୍ବ ଅନୁଭବ କରିବା ସହ ଆଗାମୀ ଦିନରେ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବ
Nov 28,2023, 11:57 AM IST
alt
ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ପରେ ଆଖିବୁଜିଲେ ମାଆ ସୁନ୍ଦରୀ ଖୁଣ୍ଟିଆ। କଟକ ବଡ ମେଡିକାଲରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ଆଜି ଭୂବନେଶ୍ୱରରୁ କଟକ ଏସସିବି ମେଡିକାଲକୁ ୫ଟା ରେ ସ୍ଥାନାନ୍ତର ହେବା ପରେ ହଠାତ୍ ରକ୍ତଚାପ କମିଯିବାରୁ ଏସସିବି ନ୍ୟୁ ମେଡିସିନ୍ ଆସିୟୁରେ ତାଙ୍କର ମ୍ରୁତ୍ୟୁ ହୋଇଛି। ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକସ୍ଥଳୀରେ କ୍ୟାନସର ହୋଇଥିବା ଯୋଗୁଁ କିଛି ଦିନ ତଳେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଅପରେଶନ ହୋଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ଯବସ୍ଥା ନସୁଧୁରିବାରୁ ପରିବାର ଲୋକ ଆଜି ଏସସିବି ମେଡିକାଲକୁ ନେଇ ଆସିଥିଲେ। କିନ୍ତୁ ଆଜି ୭.୪୦ ମିନିଟ୍ ସମୟରେ ତାଙ୍କର ମ୍ରୁତ୍ୟୁ ଘଟିଛି।
Aug 19,2023, 13:28 PM IST
Read More

Trending news