Odisha news live updates: ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢନ୍ତୁ ଆଉ କିଛି ଖବର...
Advertisement

Odisha news live updates: ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢନ୍ତୁ ଆଉ କିଛି ଖବର...

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha news live updates: ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢନ୍ତୁ ଆଉ କିଛି ଖବର...
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

04 March 2024
23:38 PM

 

ଆଜି ମଧ୍ୟ ରହସ୍ୟ ହୋଇରହିଛି MH 370; ୧୦ ବର୍ଷ ପରେ ପୁନର୍ବାର ଆରମ୍ଭ ହେବ ସର୍ଚ୍ଚ ଅପରେସନ
ମାଲେସିଆ ଏୟାରଲାଇନ୍ସ ବିମାନ MH370 ନିଖୋଜ ହୋଇଯିବାକୁ ୧୦ ବର୍ଷ ପୂରଣ ହୋଇସାରିଛି। ଗତ ୨୦୧୪ ମାର୍ଚ୍ଚ ୮ ତାରିଖରେ ରାଡାର ସ୍କ୍ରିନ ଠାରୁ ଅଦୃଶ୍ୟ ହୋଇ ଯାଇଥିଲା MH 370। ଭାରତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପରୁ ଏହି ବିମାନର କିଛି ଅଳ୍ପ ଭଗ୍ନାବେଶେଷ ମିଳିଥିଲା। ଏହା ବ୍ୟତୀତ ବିମାନର ଅନ୍ୟ କିଛି ଚିହ୍ନ ବର୍ଣ୍ଣ ମିଳିନଥିଲା। ମାଲେସିଆ ରାଜଧାନୀ କୁଆଲାଲମ୍ପୁର ଠାରୁ ଚୀନ ରାଜଧାନୀ ବେଜିଂ ଅଭିମୁଖେ ଯାତ୍ରା କରୁଥିବା MH370 ନାମକ ମାଲେସିଆ ଏୟାରଲାଇନ୍ସ ବିମାନରେ ୨୨୭ ଜଣ ଯାତ୍ରୀ ଏବଂ ୧୨ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ବିମାନ ନିଖୋଜ ହୋଇଯିବା ପରେ ସେମାନଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା।

ପଢନ୍ତୁ ପୁରା ଖବର

22:33 PM

 ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ତଦନ୍ତ ଜାରି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

 

20:49 PM

ଏଣିକି ଜେଲ ତିଆରି ବ୍ୟାଗ୍ ମଧ୍ୟରେ ଉପଲବ୍ଧ ହେବ ରାମ ମନ୍ଦିର ପ୍ରସାଦ
ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ପ୍ରସାଦକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଜେଲ ଅନ୍ତେବାସୀଙ୍କ ତିଆରି ହୋଇଥିବା ବ୍ୟାଗ୍ ମଧ୍ୟରେ ଉପଲବ୍ଧ ହେବ ରାମ ମନ୍ଦିର ପ୍ରସାଦ।  ଏହି ବ୍ୟାଗ୍ ଫତେହପୁର ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏବେ ଏହି ବ୍ୟାଗ୍ ଦ୍ୱାରା ଅଯୋଧ୍ୟା ଆସୁଥିବା ରାମ ଭକ୍ତଙ୍କୁ ପ୍ରସାଦ ମିଳିବ। 

ପଢନ୍ତୁ ପୁରା ଖବର

 

 

19:14 PM

୨ ଜେଲ ଉପରେ ସଶସ୍ତ୍ର ଗ୍ୟାଙ୍ଗ ଆକ୍ରମଣ; ୪୦୦୦ କଏଦ ଫେରାର
ଦେଶରେ ୭୨ ଘଣ୍ଟ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ହାଇତି ସରକାର। ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପୂର୍ବରୁ ସଶସ୍ତ୍ର ଗ୍ୟାଙ୍ଗ ଦେଶର ମୁଖ୍ୟ କାରାଗାର ପୋର୍ଟ-ଔ-ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦୦ କଏଦୀ ଫେରାର ହୋଇଯାଉଥିବାର କୁହାଯାଉଛି। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୨୦ ବର୍ଷରୁ ଦେଶରେ ଚାଲିଥିବା ହିଂସାତ୍ମକ ଗ୍ୟାଙ୍ଗ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ପଢନ୍ତୁ ପୁରା ଖବର

 

 
 

 

17:53 PM

ଜାତୀୟ ଦଳ ଆଗରେ ଭାରୀ ପଡ଼ିଥିଲେ ଆଞ୍ଚଳିକ ଦଳ; ହାତେଇଥିଲେ ୧୪୫ ସିଟ୍
ସ୍ୱାଧିନତା ପର ଠାରୁ ପ୍ରତି ୫ ବର୍ଷ ଦେଶରେ ଅନୁଷ୍ଠିତ ହୋଇଥାଏ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ ମୁଖ୍ୟତଃ ଜାତୀୟ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥାଏ ବୋଲି କୁହାଯାଏ। ବର୍ତ୍ତମାନ ଏହି ମୁକାବିଲା ବିଜେପି-କଂଗ୍ରେସ ମଧ୍ୟରେ ହେଉଛି। ହେଲେ ଏହା ସତ୍ୟ ହେଉଛି ଯେ ଉଭୟ ଜାତୀୟ ଦଳ ପ୍ରାୟ ୧୫-୨୫ ପ୍ରତିଶତ ଆସନରେ ମୁକବିଲାରୁ ବାଦ ପଡ଼ିଥାନ୍ତି। ଏପରି ଆସନରେ ଆଞ୍ଚଳିକ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥାଏ। ବର୍ତ୍ତମାନ ବିଜେପି ଏବଂ କଂଗ୍ରେସ ସମେତ ଦେଶରେ ମୋଟ ୬ ମାନ୍ୟତା ପ୍ରାପ୍ତ ଜାତୀୟ ଦଳ ଅଛନ୍ତି।

ପଢନ୍ତୁ ପୁରା ଖବର

 

17:45 PM

AAP କୁ ବଡ଼ ଝଟକା, ୧୫ ଜୁନ୍ ସୁଦ୍ଧା ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

Supreme Court: ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ୧୫ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବାସ୍ତବରେ, ଆମ୍ ଆଦମୀ ପାର୍ଟି ବିରୋଧରେ ଏକ ଅଭିଯୋଗ କରାଯାଇଥିଲା ଯେ ରାଉସ୍ ଆଭେନ୍ୟୁ କୋର୍ଟକୁ ଦିଆଯାଇଥିବା ଜମିରେ AAP ନିଜ କାର୍ଯ୍ୟାଳୟ ନିର୍ମାଣ କରିଥିଲା। ଏହି ପ୍ରସଙ୍ଗରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ। ଏହି ନିଷ୍ପତ୍ତି ବିରୋଧରେ AAP ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ AAP ଏକ ନୂତନ କାର୍ଯ୍ୟାଳୟ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବ।

17:34 PM

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏହି ଦିନ ଆସିବ ବିଜେପିର ଦ୍ୱିତୀୟ ତାଲିକା, ମିଳିବ ନୂଆ ଚେହେରାଙ୍କୁ ସୁଯୋଗ!

Lok Sabha Elections BJP Second List: ଭାରତୀୟ ଜନତା ପାର୍ଟି ଖୁବ ଶୀଘ୍ର ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ତାଲିକା ଜାରି କରିବ। ବିଜେପି ସଂସଦୀୟ ବୋର୍ଡ ସଦସ୍ୟ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ସୋମବାର ଦିନ ସୂଚାଇ ଦେଇଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକା ବୁଧବାର ଚୂଡାନ୍ତ ହେବାର ସମ୍ଭାବନା ରହିଛି। କହିରଖୁଛୁ ଯେ ୨ ମାର୍ଚ୍ଚରେ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଜାରି କରିଥିଲା।

16:42 PM

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ତହସିଲ ସେଟେଲମେଣ୍ଟ ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ 
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡି଼ଛନ୍ତି ତହସିଲ ସେଟେଲମେଣ୍ଟ ଅମିନ। ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଗଲପୁର ତହସିଲ ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ସୋମବାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଚଢାଉ କରି ତହସିଲ ସେଟେଲମେଣ୍ଟ ଅମିନଙ୍କୁ ଗିରଫ କରିଛି ଭିଜିଲାନ୍ସ।  

ପଢନ୍ତୁ ପୁରା ଖବର

 

16:15 PM

ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ଖୁସି ଖବର, ରାଜ୍ୟ ସରକାର ବଢାଇଲେ ଦରମା

ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି । ଅଧିକ ପଢ଼ନ୍ତୁ....

16:00 PM

Top 10 News Today:

ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:30 PM

 ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର୍ !
ISRO Chief S.Somnath: ଇସ୍ରୋ ମୁଖ୍ୟ (Indian Space Research Organisation) ଏସ୍ ସୋମନାଥଙ୍କୁ କ୍ୟାନସର। ଏହି ଖବର କିଛି ଲୋକଙ୍କୁ ଝଟକା ଦେଇପାରେ। (Aditya-L1) ଆଦିତ୍ୟ ଏଲ୍-୧ ଲଂଚି ଦିନ ହିଁ ଜଣାପଡିଲା ସତ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି । ଏ-ତେ ବଡ଼ ଦୁଃଖ ଖବର ପାଇ ସାରିବା ପରେ ବି ଧୌର୍ଯ୍ୟର ସହକାରେ ପୂରା ଟିମକୁ ସମ୍ଭାଳି ମିଶନକୁ ସଫଳ କରାଇଥିଲେ ଡ. ଏସ୍ ସୋମନାଥ।

15:00 PM

ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

Puri Jagannath Temple: ରବିବାର ଦିନ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ । ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

14:45 PM

ଆପଣଙ୍କ ଟୋଲ ଟଙ୍କା ସଞ୍ଚୟ କରିବ Google Maps, ଜାଣନ୍ତୁ ଏହି ପ୍ରକ୍ରିୟା

Save Toll Money with Google Maps: ଗୁଗୁଲ୍ ମ୍ୟାପ୍ସ ଆପଣଙ୍କୁ କେବଳ ରାସ୍ତା ଦେଖାଇବ ତାହା ନୁହେଁ ବରଂ ଏହି ଆପ୍ ମାଧ୍ୟମରେ ଆପଣ ନିଜ ଟଙ୍କା ସଞ୍ଚୟ କରିପାରିବେ । ଆପଣଙ୍କ ଯାତ୍ରା ପାଇଁ ଏହା ଆପଣଙ୍କୁ ଏପରି ମାର୍ଗ ଦେଖାଇବ ଯେଉଁଥିରେ ଆପଣ ଆପଣଙ୍କର ଟୋଲ୍ ଟଙ୍କା ସଞ୍ଚୟ କରିପାରିବେ । କେବଳ ସେତିକି ନୁହେଁ ଅଧିକ ଟ୍ରାଫିକରୁ ମଧ୍ୟ ମୁକ୍ତି ପାଇପାରିବେ । ଅଧିକ ପଢ଼ନ୍ତୁ...

14:30 PM

 ବନ୍ଦର ନିଷିଦ୍ଧାଞ୍ଚଳକୁ କିଭଳି ଆସିଲା ଗୋମାଂସ ? 

Odisha News: ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟଦେଇ ହେଉଥିଲା ଗୋ ମାଂସ ଚାଲାଣ । ଏହାକୁ ଧରିଲେ ପାରାଦୀପ ବଜରଙ୍ଗ ଦଳ । ଏକ ଗାଡ଼ିରେ ଜାହାଜକୁ ପରିବା ମାଛ ଏବଂ କିଛି ଖାଦ୍ୟ ସମାଗ୍ରୀ ଚାଲାଣ ହେଉଥିବା ବେଳେ ଏଥିରେ ଚୋରା ଭାବେ ପେଟି ପେଟି ଗୋ-ମାଂସ ଚାଲାଣ ହେଉଥିବା ପର୍ଦ୍ଦାଫାସ ହୋଇଛି । ଗାଡ଼ିଟିକୁ ପାରାଦୀପ ଆଦର୍ଶ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

14:00 PM

Crime News: ୩ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Acid Attack: ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯାଉଥିବା ସମୟରେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ପକାଇଲା ଦୁର୍ବୁତ୍ତ । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

13:30 PM

Delhi Budget 2024: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତ୍ୟେକ ମହିଳା ପାଇବେ ୧୦୦୦ ଟଙ୍କା !

Delhi Budget 2024: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ପ୍ରଦାନ କରିବେ । ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ବିଧାନସଭାରେ ସମ୍ମାନ ଯୋଜନା ବଜେଟ୍ ଉପସ୍ଥାପନ କରୁଛନ୍ତି  ଅର୍ଥମନ୍ତ୍ରୀ ଆତିଶ (Atishi Marlena) । ଅଧିକ ପଢ଼ନ୍ତୁ...

13:14 PM

 ଜିତିଲେ ବୈଭବ, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଟଙ୍କା?
Indian Idol 14 Winner: ଘରୋଇ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ଟିଭି ଶୋ' ' ଇଣ୍ତିଆନ୍ ଆଇଡଲ-୧୪'ର (Indian Idol 14) ବିଜେତା ଘୋଷଣ ହୋଇଛି। ଗତକାଲି(ରବିବାର) ଏହି ଶୋର ଗ୍ରାଣ୍ତ ଫିନାଲେ ଥିଲା।  ଏଥିରେ କାନପୁରର ବୌଭବ ଗୁପ୍ତା ବିଜେତା ( Indian Idol 14 Finale Winner Vaibhav Gupta) ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। ବିଜୟର ମୁକୁଟ ପିନ୍ଧିଥିବା ବୈଭବଙ୍କୁ ' ଇଣ୍ତିଆନ୍ ଆଇଡଲ' ତରଫରୁ ଏକ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବା ସହ ୨୫ ଲକ୍ଷ ଟଙ୍କାର ଏକ ଚେକ୍ , 'ହଟ୍ ଆଣ୍ତ ଟେକି ବ୍ରିଜା'  (Hot and techy Brezza )କାର୍ ପୁରସ୍କାର ସୂରୁପ ପ୍ରଦାନ କରାଯାଇଛି। 

12:30 PM

BSF Women Sniper: ଦେଶର ପ୍ରଥମ ବିଏସଏଫ ମହିଲା ସ୍ନାଇପର ସୁମନ, ୩କିମି ଦୂରରୁ ଶତୃକୁ ଦେଇଥିଲେ ଚକମା

BSF Women Sniper: ୨୮ ବର୍ଷୀୟ ଯୁବତୀ ସୁମନ କୁମାରୀ ବିଏସଏଫରେ ଦେଶର ପ୍ରଥମ ମହିଳା ସ୍ନାଇପର ହୋଇ ଇତିହାସ ସୃଷ୍ଟି କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅବସ୍ଥିତ କୁଟାଲ ଗାଁରେ ସୁମନଙ୍କ ଘର । ଏହାପୂର୍ବରୁ ଦେଶରେ ବିଏସଏଫରେ କୌଣସି ମହିଳା ସ୍ନାଇପର ନଥିଲେ। ସୁମନଙ୍କ ଏହି ସଫଳତା କାରଣରୁ ତାଙ୍କ ପରିବାର ସମେତ ଅଞ୍ଚଳବାସୀ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ...

11:55 AM

ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା, ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା

Heat Wave: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଛି ଅସମ୍ଭାଳ ତାତି। ଦିନ ୧୦ ଟା ପରେ ଘରୁ ପଦାକୁ ବାହାରିଲେ ଟାଇଁ ଟାଇଁ ଖରାରେ ନାଲି ପଡି଼ଯାଉଛି ମୁହଁ।  ଯଦି ଏବେ ଠାରୁ ଏତେ ତାତି। ତେବେ, ଆଗକୁ କିଭଳି ସ୍ଥିତି ରହିବ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟର ସାତୋଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।  ଉପକୂଳ ଓଡି଼ଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିଛି। କିନ୍ତୁ ଆଭ୍ୟାନ୍ତରିଣ ଓଡି଼ଶାରେ ଦିନର ତାପମାତ୍ରା ୧ରୁ ୩ ଡିଗ୍ରୀ ଅଧିକ ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ୪ରୁ ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ।  

11:54 AM

ଉପଖଣ୍ଡ ମାନ୍ୟତା ଦାବିରେ ଲକ୍ଷ୍ମୀପୁର ବନ୍ଦ
କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର କୁ ଉପଖଣ୍ଡ ମାନ୍ୟତା ଦାବି ନେଇ ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ କରାଯିବା ସହିତ ୩୨୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରାଯାଇଛି।ଫଳରେ କୋରାପୁଟ ଠାରୁ ରାୟଗଡ଼ା ଯାତାୟାତ ଠପ୍ ହୋଇ ଯାଇଛି।

11:15 AM

5G Network: ହାଇସ୍ପିଡ୍ ଇଣ୍ଟରନେଟ୍ ପାଉନାହାନ୍ତି କି ? ତେବେ ତୁରନ୍ତ ଫୋନରେ କରନ୍ତୁ ଏହି ସେଟିଂ

5G Network: ଦେଶରେ 5G ଲଞ୍ଚ ହେବାର ଏକ ବର୍ଷରୁ ଅଧିକ ସମୟ ବିତିସାରିଛି । ତଥାପି, ଅନେକ ସ୍ମାର୍ଟଫୋନ୍ ବ୍ୟବହାରକାରୀ ବ୍ରାଉଜିଂ ପାଇଁ 4G ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ଯଦି ଆପଣ 5G ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣ 5G ଇଣ୍ଟରନେଟ୍ ସ୍ପିଡର ଲାଭ ପାଇବା ଉଚିତ୍ । ସିମ୍ ଜିଓ ହେଉ ଅବା ଏୟାରଟେଲ ଆପଣ ନେଟୱର୍କ ସେଟିଂ କରିବା ପରେ ମାଗଣାରେ 5G ଇଣ୍ଟରନେଟ ବ୍ୟବହାର କରିପାରିବେ । ଅଧିକ ପଢ଼ନ୍ତୁ...

11:01 AM

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୫ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ଆସିଥିଲେ ତେଲେଙ୍ଗାନା। ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ । ଆଉ ଅକାଳେ ଲିଭିଗଲା ୫ ଜୀବନ ଦୀପ। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା  ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ ହେବ।  ତେଲେଙ୍ଗାନାର ୱାନାପାର୍ଥି ଜିଲ୍ଲା  (Wanaparthy)କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। 

10:45 AM

Income Tax: ମାର୍ଚ୍ଚ ମାସରେ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍, କଟିବନି ଦରମା

Tax Savings Scheme: ଯଦି ଆପଣ ଏପର୍ଯ୍ୟନ୍ତ ଟିକସ ସଞ୍ଚୟ ପାଇଁ କୌଣସି ଯୋଜନା କରିନାହାଁନ୍ତି, ତେବେ ମାର୍ଚ୍ଚ ମାସରେ ଆପଣଙ୍କର ଦରମା କଟିପାରେ । ଟିକସ ସଞ୍ଚୟ କରିବାକୁ ହେଲେ ଆପଣଙ୍କୁ ସମୟ ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ୍ ସଠିକ ଭାବେ ପ୍ରଦାନ କରିବାକୁ ପଡିବ । ଅଧିକ ପଢ଼ନ୍ତୁ...

10:25 AM

ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ୍ ଦର, ଚେକ୍ କରନ୍ତୁ ଆଜିର ରେଟ୍

Petrol Diesel Price Today: ଆଜି ମାର୍ଚ୍ଚ ୪ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ରବିବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ପେଟ୍ରୋଲ୍ ଡିଜେଲର ଲିଟର ପିଛା ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ୍ ଦର, ଚେକ୍ କରନ୍ତୁ ଆଜିର ରେଟ୍

09:51 AM

Robin Minz Injured Before IPL 2024: ମହାସମର ଆରମ୍ଭ ହେବା ନେଇ ଆଉ କିଛି ଦିନ ବାକି ରହିଥିବା ବେଳେ ଆହତ ହୋଇଛନ୍ତି ଆଇପିଏଲ ଖେଳିବାକୁ ଥିବା ପ୍ରଥମ ଆଦିବାସୀ ଖେଳାଳି ରବିନ ମିଞ୍ଜ । ଖବର ଅନୁଯାୟୀ, ରବିନ ନିଜ ସୁପର ବାଇକ କାୱାସାକିରେ ଯାଉଥିବା ସମୟରେ ଆଉ ଏକ ବାଇକ ସହ ତାଙ୍କର ମୁହାଁମୁହଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରବିନ୍ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟପଟେ ବାଇକଟିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ରବିନ ମିଞ୍ଜ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତାଙ୍କୁ ଡାକ୍ତରୀ ଦଳର ନିରୀକ୍ଷଣରେ ରଖାଯାଇଛି ।

 

09:30 AM

Bhojpuri Singer Pawan Singh: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପଶ୍ଚିମବଂଗର ଆସନସୋଲ ଆସନରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ପୱନ ଆଜି ଆସନସୋଲରୁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି। ଫଳରେ ଏହି ଆସନକୁ ନେଇ ବିଜେପିର ଅଡ଼ୁଆ ବଢ଼ିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉଦ୍ଦେଶ୍ୟରେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ କେତେକ କାରଣରୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ। ପୱନଙ୍କ ଏଭଳି ଆଭିମୁଖ୍ୟ ପଛରେ ଟିଏମ୍‌ସିର ଚାପ ରହିଥିବା କେତେକ ମହଲ ଦାବି କରୁଛନ୍ତି।

09:12 AM

Kalpana Soren: ଗତ ମାସେ ଦୁଇ ମାସ ମଧ୍ୟରେ ଝାଡଖଣ୍ଡ ରାଜ୍ୟରେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି।। ଝାଡଖଣ୍ଡର ପୂର୍ବତନ ସିଏମ ବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡିଛି। ସେ ଜେଲ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଚମ୍ପାଇ ସୋରେନ ତାଙ୍କ ସ୍ଥାନରେ ସିଏମ ହୋଇଥିଲେ। ବର୍ତ୍ତମାନ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ରାଜନୀତିରେ ପ୍ରବେଶ କରିବେ। ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ମୂଳ ଦିବସ ଏବଂ ଏହି ଅବସରରେ ସେ ଗିରିଡିହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ଘୋଷଣା କରିବାକୁ ଯାଉଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

09:01 AM

Pakistan Disaster: ପାକିସ୍ତାନରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷାଯୋଗୁଁ ଅଚାନକ ଆସିଥିବା ବନ୍ୟାରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବାସଗୃହ ଭାସିଯାଇଛି। ବର୍ଷା ବିତ୍ପାତ ଯୋଗୁଁ ୫୦ରୁ ଅଧିକ ନିଖୋଜ ଅଛନ୍ତି। ଆଫଗାନିସ୍ତାନ ସୀମାର ଖାଇବର ପଖତୁନଖ୍ବାରେ ସର୍ବାଧିକ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ୩୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୮୪ ହଜାର ଲୋକ ବାସହରା ହୋଇଛନ୍ତି। ଦକ୍ଷିଣ ସିନ୍ଧ, ବେଲୁଚିସ୍ତାନ, ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ଆଦି ଅଞ୍ଚଳରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରିବେଶ ପରିବର୍ତନ ଜନିତ ଦୁର୍ଦ୍ଦଶା ଓ ସହାୟତା ପାଇଁ ମିଳିତ ଜାତିସଂଘକୁ ଅନୁରୋଧ କରାଯାଇଛି। 

08:38 AM

Prime Minister Campaign: ନିର୍ବାଚନ ଯେତେ ପାଖେଇ ଆସୁଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଉପରେ ସେତେ ଜୋର ଦେଉଛନ୍ତି । ଏହି କ୍ରମରେ ଆଗାମୀ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି । ଏହି କ୍ରମରେ ମାର୍ଚ୍ଚ ୪ ରୁ ୬ ତାରିଖ ମଧ୍ୟରେ ୫ଟି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ୫ ରାଜ୍ୟ ମଧ୍ୟରେ ରହିଛି ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ ମୋଦି। ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ୧୯ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବେ ।

08:25 AM

Memu Train:  ପୂରଣ ହେବ ଦୀର୍ଘ ଦିନର ଆଶା । ଘଟିବ ବହୁ ପ୍ରତୀକ୍ଷାର ଅନ୍ତ । ଜିଲ୍ଲା ଦେଇ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ଫଳରେ ଉପକୃତ ହେବେ ଯାତ୍ରୀଠାରୁ ବ୍ୟବସାୟୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ହରିଦାସପୁର ଓ କେନ୍ଦୁଝର ମଧ୍ୟରେ ଗଡ଼ିବ ମେମୁ ଟ୍ରେନ୍ । ସୂଚନା ଅନୁଯାୟୀ, ଚଳିତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ତିଖୋଲ କାର୍ଯ୍ୟକ୍ରମରେ ମେମୁ ଟ୍ରେନର ଉଦ୍ଦଘାଟନ କରିବେ ବୋଲି ଖୋର୍ଦ୍ଧା ରେଳବାଇ ଉପଖଣ୍ତ ରେଳବାଇ ମ୍ୟାନେଜର  ଏଚ. ଏସ୍. ବାଜୱା ସୂଚନା ଦେଇଛନ୍ତି । ଏନେଇ ଏକ ଟିମ୍ ସହ  ବାଜୱା ରେଳପଥର ନିରାପତ୍ତା ଯାଞ୍ଚ କରିଛନ୍ତି ।ଏନେଇ ସେ କହିଛନ୍ତି, ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ପାରାଦୀପ ହରିଦାସପୁର ରେଳପଥରେ ମେମୁ ଟ୍ରେନ୍ କୁ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ଆଇନଗତ ଭାବେ ରେଳବାଇ କମିଶନଙ୍କ ଅନୁମତି ଜରୁରୀ । 

07:57 AM

Today Weather Update:  ତାତିରେ ଫୁଟୁଛି ସାରା ଓଡ଼ିଶା । ୮ ଦିନ ପରେ ପୁଣି ଉପରମୁହାଁ ହୋଇଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି । ସେପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିଛି । ସୂଚନା ଅନୁଯାୟୀ, ସୋମବାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ସେହପରି ୮ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ସାମାନ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

07:47 AM

Raju Das And Telkoi MLA Premananda Will Join BJP Today: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ସେହିପରି ଯେତେ ଜଲଦି ନିର୍ବାଚନ ଆସୁଛି ଠିକ ସେମିତି ଦଳବଦଳ ପ୍ରକ୍ରିୟା ବି ଜାରି ରହିଛି। ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସମ୍ପାଦକଙ୍କୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ ନାୟକ । ହେଲେ କେହି ତାଙ୍କ ସହ ଆଲୋଚନା ନକରିବାରୁ ବିଧାନସଭା ବଜେଟ ଅଧିବେଶନ ସମୟରେ ଦେଇଥିଲେ ଇସ୍ତଫା ।

07:42 AM

Prime Minister Chandikhol Visit: ରାତି ପାହିଲେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଆସନ୍ତାକାଲି ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ ମୋଦି । ଭୁବନେଶ୍ୱର ଏୟାରପୋର୍ଟରୁ ଚଣ୍ଡିଖୋଲ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ପୂରା ଅଞ୍ଚଳକୁ ବ୍ଲାକ୍ କାଟାଗୋରୀ ଜୋନରେ ରଖାଯିବ । ଓଡ଼ିଶାରେ ପହଞ୍ଚି ସୁରକ୍ଷାର ଯାଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସପିଜି । ୫ ତାରିଖ ଅର୍ଥାତ୍ ଆସନ୍ତା କାଲି ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

07:34 AM

Mo Bus Accident: ରାଜଧାନୀରେ ପୁଣିଥରେ ମୋ ବସ ଦୁର୍ଘଟଣା ଗ୍ରସ୍ତ । ରାସ୍ତା ଉପରେ ପଛପଟୁ ଅଟୋକୁ ଧକ୍କା ଦେଲା ମୋ ବସ୍ । ଯାହା ଫଳରେ ଅଟୋଟି ତିନି ଗଡ଼ା ଦେଇ ଓଲଟିପଡିଥିଲା। ତେବେ ସେହି ଅଟୋରେ ଥିବା ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଲିଙ୍ଗରାଜ ଥାନା ଗ୍ୟାରେଜ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ତୁରନ୍ତ ପାଖ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ପରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ବେଳେ ରାସ୍ତା ଉପରେ ଓହ୍ଲାଇ ଦେବେନି ବୋଲି ଦାବି କରି ଉତ୍ତେଜନା କରିଥିଲେ ସ୍ଥାନୀୟ ଲୋକ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

07:24 AM

Bangladeshi Entered Srimandira: ଶ୍ରୀମନ୍ଦିରର ସମସ୍ତ ପ୍ରକାର ସୁରକ୍ଷା ବଳୟ ଭେଦ କରି ୬ ଜଣ ବାଂଲାଦେଶୀ ଆଜି ସିଂହଦ୍ବାର ଦେଇ ଗର୍ଭଗୃହରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ପଲିଥିନ୍‌ରେ ମହାପ୍ରସାଦ ମଧ୍ୟ କିଣିଛନ୍ତି।
ସେବାୟତମାନଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତିନି ଜଣ ମୁସ୍‌ଲିମ୍‌ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରୁଥିଲେ। ସେମାନଙ୍କ ବେଶଭୁଷା ଦେଖି ସନ୍ଦେହ ହେବାରୁ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା କରିବାରେ ସେମାନେ ବାଂଲାଦେଶରୁ ଆସି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ମାନିଥିଲେ। ତାଙ୍କ ସହ ଆସିଥିବା ଅନ୍ୟ ୫ ଜଣ ମୁସ୍‌ଲିମ୍‌ ଓ ଜଣେ ହିନ୍ଦୁ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ଦେଇଥିଲେ। 

07:12 AM

Kendrapara: ପୂରଣ ହେବ ଦୀର୍ଘ ଦିନର ଆଶା । ଘଟିବ ବହୁ ପ୍ରତୀକ୍ଷାର ଅନ୍ତ । ଜିଲ୍ଲା ଦେଇ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ଫଳରେ ଉପକୃତ ହେବେ ଯାତ୍ରୀଠାରୁ ବ୍ୟବସାୟୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ହରିଦାସପୁର ଓ କେନ୍ଦୁଝର ମଧ୍ୟରେ ଗଡ଼ିବ ମେମୁ ଟ୍ରେନ୍ । ସୂଚନା ଅନୁଯାୟୀ, ଚଳିତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ତିଖୋଲ କାର୍ଯ୍ୟକ୍ରମରେ ମେମୁ ଟ୍ରେନର ଉଦ୍ଦଘାଟନ କରିବେ ବୋଲି ଖୋର୍ଦ୍ଧା ରେଳବାଇ ଉପଖଣ୍ତ ରେଳବାଇ ମ୍ୟାନେଜର  ଏଚ. ଏସ୍. ବାଜୱା ସୂଚନା ଦେଇଛନ୍ତି । ଏନେଇ ଏକ ଟିମ୍ ସହ  ବାଜୱା ରେଳପଥର ନିରାପତ୍ତା ଯାଞ୍ଚ କରିଛନ୍ତି ।ଏନେଇ ସେ କହିଛନ୍ତି, ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ପାରାଦୀପ ହରିଦାସପୁର ରେଳପଥରେ ମେମୁ ଟ୍ରେନ୍ କୁ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

07:04 AM

Weather Update: ତାତିରେ ଫୁଟୁଛି ସାରା ଓଡ଼ିଶା । ୮ ଦିନ ପରେ ପୁଣି ଉପରମୁହାଁ ହୋଇଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି । ସେପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିଛି । ସୂଚନା ଅନୁଯାୟୀ, ସୋମବାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

06:57 AM

Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ସପ୍ତାହର ପ୍ରଥମ ଦିନ, ଜାଣନ୍ତୁ ଆଜିର ରାଶିଫଳ...ଦେଖନ୍ତୁ ଫଟୋ ଗ୍ୟାଲେରୀ

01:00 AM

ଜିତିଲେ ବୈଭବ, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଟଙ୍କା?

Indian Idol 14 Winner: ଘରୋଇ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ଟିଭି ଶୋ' ' ଇଣ୍ତିଆନ୍ ଆଇଡଲ-୧୪'ର (Indian Idol 14) ବିଜେତା ଘୋଷଣ ହୋଇଛି। ଗତକାଲି(ରବିବାର) ଏହି ଶୋର ଗ୍ରାଣ୍ତ ଫିନାଲେ ଥିଲା।  ଏଥିରେ କାନପୁରର ବୌଭବ ଗୁପ୍ତା ବିଜେତା ( Indian Idol 14 Finale Winner Vaibhav Gupta) ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। ବିଜୟର ମୁକୁଟ ପିନ୍ଧିଥିବା ବୈଭବଙ୍କୁ ' ଇଣ୍ତିଆନ୍ ଆଇଡଲ' ତରଫରୁ ଏକ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବା ସହ ୨୫ ଲକ୍ଷ ଟଙ୍କାର ଏକ ଚେକ୍ , 'ହଟ୍ ଆଣ୍ତ ଟେକି ବ୍ରିଜା'  (Hot and techy Brezza )କାର୍ ପୁରସ୍କାର ସୂରୁପ ପ୍ରଦାନ କରାଯାଇଛି।