Odisha News Live Updates: ପ୍ରବଳ ଖରା ପାଇଁ ରାଜ୍ୟରେ ୩ ଦିନ ବନ୍ଦ ରହିବ ସ୍କୁଲ, ପଢନ୍ତୁ ଆଉ କିଛି ଖବର
Advertisement

Odisha News Live Updates: ପ୍ରବଳ ଖରା ପାଇଁ ରାଜ୍ୟରେ ୩ ଦିନ ବନ୍ଦ ରହିବ ସ୍କୁଲ, ପଢନ୍ତୁ ଆଉ କିଛି ଖବର

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Odisha News Live Updates: ପ୍ରବଳ ଖରା ପାଇଁ ରାଜ୍ୟରେ ୩ ଦିନ ବନ୍ଦ ରହିବ ସ୍କୁଲ, ପଢନ୍ତୁ ଆଉ କିଛି ଖବର
LIVE Blog

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

02 April 2024
23:49 PM

ଅଗ୍ନିକାଣ୍ଡରେ ଛାରଖାର ହୋଇଗଲା ନାଇଟ କ୍ଲବ୍; ୨୯ ମୃତ
ଅଗ୍ନିକାଣ୍ଡରେ ଛାରଖାର ହୋଇ ତୁର୍କୀର ବୃହତ୍ତମ ସହର ଇସ୍ତାନବୁଲ। ଏହି ସହରରେ ଅବସ୍ଥିତ ଏକ ନାଇଟ୍ କ୍ଲବ ଠାରେ ହୋଇଥିବା ଅଗ୍ନିକାଣ୍ଡରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବାର କୁହାଯାଉଛି।ନାଇଟ୍ କ୍ଲବ ଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ଅଧିକାରୀ ୫ ଜଣଙ୍କୁ ଅଟକ ରଖିଛନ୍ତି।

ପଢନ୍ତୁ ପୁରା ଖବର
 

 

23:05 PM

ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଛି ଆଶ୍ୱସ୍ତି। ଆପ୍ ନେତା ସଞ୍ଜୟ ସିଂହଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଜମିନ ମିଳିବାକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଇଡ଼ି ପକ୍ଷରୁ କୁହାଯାଇଛି।

ପଢନ୍ତୁ ପୁରା ଖବର

 

 

 

 

 

22:50 PM

ଟ୍ରାକ୍ଟରରେ ଚାଲାଣ ହେଉଥିଲା ଗଞ୍ଜେଇ, ଜବତ କଲା ପୋଲିସ

ଗଜପତି: ମୋହନା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କମଳାପୁର ନିକଟରୁ  ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମୋହନାରୁ ବ୍ରହ୍ମପୁରର ଏକ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି ।

22:35 PM

Barabanki Road Accident: ବାରବାଙ୍କିରେ ଓଲଟିଲା ସ୍କୁଲ ବସ, ୫ ମୃତ

ଉତ୍ତରପ୍ରଦେଶ ବାରବାଙ୍କିରେ ଏକ ସ୍କୁଲ ବସ ଦୁର୍ଘଟଣା ଘଟିଛି । ଲକ୍ଷ୍ମୌରୁ ପିକନିକ ସାରି ଫେରୁଥିବା ସମୟରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମଧ୍ୟ ପ୍ରାଣ ହରାଇଛନ୍ତି ।

22:25 PM

ଏହି ବିଦେଶୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି କି ଶାହରୁଖ ଖାନଙ୍କ ପୁଅ ?

Bollywood News: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଅନ୍ୟ ଷ୍ଟାର କିଡ୍ସଙ୍କ ପରି  ଆର୍ଯ୍ୟନ୍ ମଧ୍ଯ ହେଡଲାଇନରେ ରହିଥାନ୍ତି । ଆଉ ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫ୍ୟାନ୍ ଫଲୋର୍ସ ମଧ୍ୟ ଅଛନ୍ତି । ଏହାସହିତ, ଏବେ ସେ ପିତା ଶାହାରୁଖ ଖାନ ଏବଂ ଭଉଣୀ ସୁହାନା ଖାନଙ୍କ ସହ ନିଜର ଏକ ବ୍ରାଣ୍ଡକୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ, ଏସବୁ ମଧ୍ୟରେ ସେ ବର୍ତ୍ତମାନ ନିଜ କାର୍ଯ୍ୟ ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନରେ ଅଛନ୍ତି । ବାସ୍ତବରେ, କିଛି ଦିନ ହେବ ଆର୍ଯ୍ୟାନଙ୍କ ଡେଟିଂ ଖବର ବହୁତ ଚର୍ଚ୍ଚାରେ ରହିଛି । ତେବେ ଆସନ୍ତୁ ଜାଣିବା ଆର୍ଯ୍ୟାନ୍ ଖାନ୍ କାହା ସହିତ ଡେଟ୍ କରୁଛନ୍ତି । ଅଧିକ ପଢ଼ନ୍ତୁ...

22:17 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

ପଢନ୍ତୁ ପୁରା ଖବର

 

 

 

 

21:15 PM

AAP ନେତା ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ

ଦିଲ୍ଲୀର ମଦ ସ୍କାମ ମାମଲାର ତଦନ୍ତ ସଂପର୍କରେ ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଇଡି ପକ୍ଷରୁ କୌଣସି ଆପତ୍ତି ନାହିଁ ବୋଲି କୁହାଯାଇଛି ।

20:55 PM

Mangal Gochar: ମୀନ ରାଶିରେ ମଙ୍ଗଳ ଚଳନ, କର୍କଟ ସମେତ ଏହି ରାଶିକୁ ବଡ଼ ଫାଇଦା

Mangal Gochar in Pisces: ଜ୍ୟୋତିଷ ଶାସ୍ତ୍ର ତଥା ଜ୍ୟୋତିର୍ବିଦଙ୍କ ମତ ଅନୁଯାୟୀ, ଏପ୍ରିଲ୍ ୨୩ ରେ ଗ୍ରହମାନଙ୍କର ସେନାପତୀ ମଙ୍ଗଳ ଗ୍ରହ ମୀନ ରାଶିରେ ଚଳନ କରିବେ । ଫଳରେ ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ଅଧିକ ପଢ଼ନ୍ତୁ...

20:20 PM

ପଞ୍ଚଭୂତରେ ଲୀନ ହେଲେ ଭଜନ ଗାୟିକା ଶାନ୍ତିଲତା ବାରିକ

ପୁରୀ: ସ୍ୱର୍ଗଦ୍ୱାରରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକମାନେ ଶାନ୍ତିଲତାଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ । ଶାନ୍ତିଲତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ତଥା ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ପରେ ଶାନ୍ତିଲତାଙ୍କ ବଡ଼ପୁଅ ଅଭିନାଶ ଛୋଟରାୟ ମାଆଙ୍କୁ  ମୁଖାଗ୍ନି ଦେଇଥିଲେ । ଅଧିକ ପଢ଼ନ୍ତୁ...

19:26 PM

ବିଧାନସଭା ପରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା। କିଏ କେଉଁଠୁ ହେଲେ ପ୍ରାର୍ଥୀ?

 

  • ବରଗଡ଼-ସଞ୍ଜୟ ଭୋଇ
  • ସୁନ୍ଦରଗଡ଼ (ଏସଟି)-ଜନାର୍ଦ୍ଦନ ଦେହୁରୀ
  • ବଲାଙ୍ଗୀର-ମନୋଜ ମିଶ୍ର
  • କଳାହାଣ୍ଡି-ଦ୍ରୌପଦୀ ମାଝି
  • ନବରଙ୍ଗପୁର (ଏସଟି)-ଭୂଜବଳ ମାଝୀ
  • କନ୍ଧମାଳ-ଅମୀର ଚାନ୍ଦ ନାୟକ
  • ବ୍ରହ୍ମପୁର-ରଶ୍ମୀ ରଞ୍ଜନ ପଟ୍ଟନାୟକ
  • କୋରାପୁଟ-ସପ୍ତଗିରି ଉଲାକା

 

 

 

 

19:20 PM

loksabha election 2024: ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର, କଂଗ୍ରେସ ଦେଲା ଟିକେଟ୍

loksabha election 2024: ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଆସନ ଗୁଡିକ ମଧ୍ୟରେ ରହିଛି ବଲାଙ୍ଗିର, ନବରଙ୍ଗପୁର, ବରଗଡ, ସୁନ୍ଦରଗଡ, କଳାହାଣ୍ଡି, କୋରାପୁଟ, କନ୍ଧମାଳ ଏବଂ ବ୍ରହ୍ମପୁର । କିନ୍ତୁ ଚର୍ଚ୍ଚାର ବିଷୟ ଏହା ଯେ, ନିକଟରେ ରାଜନୀତିରେ ସାମିଲ ହୋଇଥିବା ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗିରରୁ ପ୍ରାର୍ଥୀ କରିଛି କଂଗ୍ରେସ ।

18:25 PM

ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?

Odisha Politics: ବର୍ତ୍ତମାନ ରାଜ୍ୟରେ ସରଗରମ ହୋଇଛି ନିର୍ବାଚନୀ ଚର୍ଚ୍ଚା । ବିଜେଡିରୁ ୪ଜଣ ସୁପରଷ୍ଟାର ବିଜେପିରେ ମିଶିବା ପରେ ଆଜି ବିଜେପି ପକ୍ଷରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କ କଷିବା ଆରମ୍ଭ କରିଦେଲେଣି । ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦେଖିବାକୁ ମିଳିଛି ଯେ, ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରୁ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି । ଏହି ଖବର ଜଣାପଡିବା ପରେ ରାଜନୀତି ନିଆଁରେ ସତେ ଯେମିତି ଘିଅ ଢାଳିବା ପରି ଅନୁଭବ ହେଉଛି ବୋଲି ଖଟିରେ ଆଲୋଚନା କରାଯାଉଛି । ଅଧିକ ପଢ଼ନ୍ତୁ...

18:02 PM

ପ୍ରାର୍ଥୀ ଘୋଷଣା କରିବାରେ ଆଗୁଆ ବିଜେପି; ପଛରେ ପଡ଼ିଗଲେ ବିଜେଡ଼ି-କଂଗ୍ରେସ
ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) ଉଭୟ ବିଜେପି-କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା। ଯଦିଓ ବିଜେପି ପୂର୍ବରୁ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେଡ଼ି ସର୍ବପ୍ରଥମେ ଉଭୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ୭୨ ବିଧାନସଭା ଏବଂ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ୬ ଲୋକସଭା ଏବଂ ୭୫ ଲୋକସଭା ଆସନ ପାଇଁ ବିଜେଡ଼ି ଦଳୀୟ ପ୍ରାର୍ଥୀ ଘୋଷଣା ହେବା ବାକି ରହିଛି।
ପଢନ୍ତୁ ପୁରା ଖବର 

 

16:59 PM

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା
ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ମଙ୍ଗଳବାର (ଅପ୍ରେଲ ୨) କଂଗ୍ରେସ ପକ୍ଷରୁ କରାଯାଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ଦଳ ୧୪୭ ସିଟ୍ ମଧ୍ୟରୁ ୪୯ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କରାଯାଇଥିବା ୪୯ ଆସନ ମଧ୍ୟରୁ ଦଳ ୨ ଆସନ ବିରୋଧି ଇଣ୍ଡିଆ ମେଣ୍ଟର ସହଯୋଗୀ  ଜେଏମ୍‍ଏମ୍‍-ସିପିଏମ୍‍ ଲାଗି ଛାଡ଼ିଛି। ସେହିପରି ରାଜ୍ୟର ୨୧ ଲୋକସଭା ସିଟ୍ ମଧ୍ୟରୁ କୌଣସି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ। ୨୦୨୪ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ସମ୍ପର୍କରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି।

Also Read: 

16:20 PM

Top 10 News Today:

ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

16:15 PM

ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା

ଭୁବନେଶ୍ୱର: ବିଜେପିର ପ୍ରଥମ ବିଧାନସଭା ପ୍ରାର୍ଥୀ ତାଲିକାରେ ୨୨ ବିଧାୟକଙ୍କ ଭିତରୁ ୧୭ଜଣଙ୍କୁ ପୁଣିଥରେ ଟିକଟ ମିଳିଛି। ଅର୍ଥାତ୍‍ ସେମାନେ ପୁଣିଥରେ ବିଜୟ ଲାଭ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି। ଅନ୍ୟ ପାଞ୍ଚ ଜଣଙ୍କ ଭିତରୁ ୨ ଜଣଙ୍କ ଟିକଟ କଟିଛି। ଜଣେ ହେଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଅନ୍ୟ ଜଣକ ହେଉଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ। ବ୍ରହ୍ମଗିରିରେ ଲଳିତେନ୍ଦୁଙ୍କ ଝିଆରି ତଥା ପୂର୍ବତନ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧରଙ୍କ ଝିଅ ଉପାସନା ମହାପାତ୍ର ଟିକଟ ପାଇଥିବା ବେଳେ ମାଲକାନଗିରିରୁ ନରସିଂହ ମାଡ଼କାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅଧିକ ପଢ଼ନ୍ତୁ...

15:47 PM

କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ?
୪୧.ବିଷମ କଟକ (ଏସଟି)- ନୀଳମାଧବ ହିକକା
୪୨.ରାୟଗଡ଼ା (ଏସଟି)-କାଡ୍ରାକା ଆଲାପାସ୍ୱାମୀ
୪୩.ଲକ୍ଷ୍ମପୁର (ଏସଟି)-ପବିତ୍ର ସାଉଁଟା
୪୪.କୋଟପାଡ଼ (ଏସଟି)-ଅନାମ ଦିଆନ
୪୫.ଜୟପୁର-ତାରା ପ୍ରସାଦ ବାହିନୀପତି
୪୬.କୋରାପୁଟ (ଏସସି)-କୃଷ୍ଣ ଚନ୍ଦ୍ର କୁଳଦୀପ
୪୭.ପଟ୍ଟାଙ୍ଗୀ (ଏସଟି)- ରାମଚନ୍ଦ୍ର କାଡା଼ମ
୪୮.ମାଲକାନଗିରି (ଏସଟି)-ମାଲା ମାଢି
୪୯.ଚିତ୍ରକୋଣ୍ଡା (ଏସଟି)- ମଙ୍ଗୁ ଖିଲ

 

15:35 PM

କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ?
୩୧.ବୌଦ୍ଧ-ନବ କୁମାର ମିଶ୍ର 
୩୨.ଭଞ୍ଜନଗର-ପ୍ରଶାନ୍ତ କୁମାର ବିଷୋୟୀ
୩୩.ପୋଲସରା-ଅଗସ୍ତି ବରଡ଼ା
୩୪.କବିସୂର୍ଯ୍ୟନଗର-ଚିରଞ୍ଜିବ ବିଷୋୟୀ
୩୫.ସୋରଡ଼ା-ହରିକ୍ରୀଷ୍ଣ ରଥ
୩୬.ସାନେଖମୁଣ୍ଡି-ରମେଶ ଚନ୍ଦ୍ର ଜେନା
୩୭.ଚିକିଟି-ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ
୩୮.ମୋହନା (ଏସଟି)-ଦାଶରଥି ଗମାଙ୍ଗୋ
୩୯.ପାରଳାଖେମୁଣ୍ଡି-ବିଜୟ ପଟ୍ଟନାୟକ
୪୦.ଗୁଣପୁର (ଏସଟି)-ସତ୍ୟଜିତ ଗମାଙ୍ଗୋ

 

15:33 PM

କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ? 
୨୧.ଡାବୁଗାଁ (ଏସଟି)-ଡକ୍ଟର ଲିପିକା ମାଝୀ
୨୨.ଲାଞ୍ଜିଗଡ଼ (ଏସଟି)-ବଳଭଦ୍ର ମାଝୀ
୨୩.ଜୁନାଗଡ଼ (ଏସଟି)-ତୁଲେଶ୍ୱର ନାଏକ
୨୪.ଧର୍ମଗଡ଼-ରଶ୍ମିରେଖା ରାଉତ
୨୫.ଭବାନୀପାଟଣା (ଏସସି)- ସାଗର ଚରଣ ଦାସ
୨୬.ନର୍ଲା-ଭକ୍ତ ଚରଣ ଦାସ
୨୭.ବାଲିଗୁଡ଼ା (ଏସଟି)-ସୁରଡ଼ା ପ୍ରଧାନ
୨୮.ଜି.ଉଦୟଗିରି (ଏସଟି)-ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
୨୯.ଫୁଲବାଣୀ-ପ୍ରତିଭା କହଁର
୩୦.କଣ୍ଟମାଳ-ମନୋଜ କୁମାର ଆଚାର୍ଯ୍ୟ

 

15:27 PM

କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ? 
୧୧.ରାଜଗାଙ୍ଗପୁର (ଏସଟି)- ଡକ୍ଟର ସିଏସ ରାଜେନ ଏକ୍କା
୧୨.ବଣାଇ-ସିପିଏମ ପାଇଁ ଆସନ ଛାଡି଼ଛି କଂଗ୍ରେସ
୧୩.ଲୋଇସିଂଘା (ଏସସି)- ଓମ ପ୍ରକାଶ କୁମ୍ଭାର 
୧୪.ପାଟନାଗଡ଼-ଅନିଲ କୁମାର ମେହେର
୧୫.ବଲାଙ୍ଗୀର-ସମରେନ୍ଦ୍ର ମିଶ୍ର
୧୬.କଣ୍ଟାବାଞ୍ଜି-ସନ୍ତୋଷ ସିଂହ ସାଲୁଜା
୧୭.ନୂଆପଡ଼ା-ଶରତ ପଟ୍ଟନାୟକ
୧୮.ଉମରକୋଟ (ଏସଟି)-ସନରାଜ ଗୋଣ୍ଡ
୧୯.ଝରିଗ୍ରାମ (ଏସଟି)-ହାରାବତୀ ଗୋଣ୍ଡ 
୨୦.ନବରଙ୍ଗପୁର (ଏସଟି)-ଦିଲିପ ପାଧାନୀ

 

15:19 PM

କେଉଁ ଆସନରୁ କିଏ ହେଲେ କଂଗ୍ରେସ ପ୍ରାର୍ଥୀ? 

୧. ପଦମପୁର-ଟଙ୍କଧର ସାହୁ
୨.ବିଜେପୁର-କିଶୋର ଦଫାଦାର 
୩.ବରଗଡ଼-ନିପନ କୁମାର ଦାସ
୪.ଭଟଲି-ବ୍ରହ୍ମା ମହାକୁଡ଼
୫.ବ୍ରଜରାଜନଗର-କିଶୋର ପଟେଲ
୬.ତଳସରା(ଏସଟ)-ପ୍ରବୋଧ ତିର୍କି
୭. ସୁନ୍ଦରଗଡଡ-ସୁଧାରାଣୀ ରାଉଡ଼ିଆ
୮.ବିରମିତ୍ରପୁର-ଜେଏମଏମ ପାଇଁ ଆସନ ଛାଡି଼ଛି କଂଗ୍ରେସ
୯.ରଘୁନାଥପାଲ୍ଲୀ-ଗୋପାଳସ ଦାସ
୧୦.ରାଉରକେଲା-ବିରେନ୍ଦ୍ର ନାଥ ପାଠକ 

 

15:17 PM

କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ୫ ଏସ୍‍ପି ଓ ସେଣ୍ଟ୍ରାଲ୍‍ ଆଇଜିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ କାର୍ଯ୍ୟର ସୁପରିଚାଳନା ତଥା ଆଦର୍ଶ ଆଚରଣ ବିଧି ପାଳନ ଲାଗି ଆଜି ଭାରତର ନିର୍ବାଚନ କମିଶନର ୨ ଜିଲ୍ଲାପାଳ ଓ ୬ ବରିଷ୍ଠ ଆଇପିଏସ୍‍ଙ୍କ ତୁରନ୍ତ ବଦଳି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବଙ୍କୁ  ଲେଖିଥିବା ଏକ ପତ୍ରରେ ଦର୍ଶାଯାଇଛି ଯେ, ଏମାନଙ୍କୁ ନିର୍ବାଚନ ହେଉ ନଥିବା କୌଣସି ସ୍ଥାନକୁ ବଦଳି କରାଯାଉ। ଏମାନଙ୍କ ଭିତରେ ରହିଛନ୍ତି କଟକ ଜିଲ୍ଲାପାଳତଥା ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ବିନିତ ଭରଦ୍ୱାଜ ଏବଂ ୨୦୧୫ ଆଇଏଏସ୍‍ ଅଧିକାରୀ ତଥା ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଓ୍ୱାରୀ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଯାଞ୍ଚ କରିବା ପରେ ନିର୍ବାଚନ କମିଶନ ଏହି ଆଦେଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

15:00 PM

ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଏକାଥରକେ ୧୪୭ ବିଧାନସଭା ଆସନରୁ ୪୯ ଜଣ ପ୍ରାର୍ଥୀଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଛି । ଏଆଇସିସି ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି।

13:40 PM

ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ
Odisha News Live Updates:
ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ ପହଞ୍ଚିଛନ୍ତି। ଯଦୁପୁରର ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି। ଗତଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ କେବଳ ତିନୋଟି ୱାର୍ଡରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ୯୨ ପ୍ରତିଶତ ଭୋଟ ମିଳିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ସବୁବେଳେ ବିଜେଡି ସମର୍ଥନରେ ରହିଛି । ତେଣୁ, ଚଳିତ ନିର୍ବାଚନରେ ଶତପ୍ରତିଶତ ଭୋଟ ଦେବୁ ବୋଲି କହିଛନ୍ତି ସମର୍ଥକ। ଏହା ସହ ସେ କରିଥିବା ବିକାଶ ପାଇଁ ଧନ୍ୟବାଦ ଦେଇଛନ୍ତି।

13:20 PM

ବିଜେଡିରେ ମିଶିଲେ ମୋହନା ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ କର୍ମୀ
Odisha News Live Updates:
ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି। ସେମାନେ ବିଜେପି ଓ କଂଗ୍ରେସ ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗ ଦେଇଛନ୍ତି।

12:47 PM

୧୧ଟାରୁ ଅପରାହ୍ଣ ୩ଟା ଯାଏ ବାହାରେ ନ ବୁଲିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ
Odisha News Live Updates:
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ଅଧିକ ତଥ୍ୟ ଦେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରି ଛୁଇଁଥିଲା ତାପମାତ୍ରା ଆହୁରି ଛଅଟି ସହରରେ ପାରଦ ବଢିଛି। ଆଜି ଅନୁମାନ କରାଯାଉଛି, ଦୁଇଦିନ ଏଭଳି ତାପମାତ୍ରା ରହିବ। ପଶ୍ଚିମାଝଡ଼ର ପ୍ରକୋପ ରହିବ। ତେଣୁ ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଉପୁଜିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି। ତେଣୁ ଉଷ୍ମ ରାତି ଚେତାବନୀ ଜାରିହୋଇଛି।

12:30 PM

ବିଧାନସଭା ଆସନ ପାଇଁ ୧୧୨ ପ୍ରାର୍ଥୀ ଘୋଷଣା କଲା ବିଜେପି

 ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଆସନ୍ତୁ ନଜର ପକାଇବା କିଏ କେଉଁ ଆସନରେ ପ୍ରାର୍ଥୀ ହୋଇଛନ୍ତି ନଜର ପକାନ୍ତୁ।

ପଦ୍ମପୁର  : ଗୋବର୍ଦ୍ଧନ ଭୋଇ
ବିଜେପୁର  : ସନତ ଗଡତିଆ
ବରଗଡ : ଅଶ୍ୱିନ କୁମାର ଷଡ଼ଙ୍ଗୀ
ଅତାବିରା : ନିହାର ରଞ୍ଜନ ମହାନନ୍ଦ
ଭଟଲି : ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗର : ସୁରେଶ ପୂଜାରୀ
ଝାରସୁଗୁଡ଼ା : ଟଙ୍କଧର ତ୍ରିପାଠୀ
ତଳସରା :ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼ :କୁସୁମ ଟେଟେ
ବୀରମିତ୍ରପୁର : ଶଙ୍କର ଓରାମ
ରଘୁନାଥପାଲି :ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର :ନରସିଂହପୁର ମିଞ୍ଜ
ବଣାଇ :ସେବତୀ ନାୟକ
କୁଚିଣ୍ଡା :ରବିନାରାୟଣ ନାଏକ
ରେଙ୍ଗାଲି :ନାଉରୀ ନାୟକ
ସମ୍ବଲପୁର :ଜୟନାରାୟଣ ମିଶ୍ର
ରେଢାଖୋଲ :ଦେବନାରାୟଣ ମିଶ୍ର
ଦେଓଗଡ଼ :ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର : ଆଲୋକ କୁମାର ସେଠୀ
କେନ୍ଦୁଝର: ମୋହନ ଚରଣ ମାଝୀ
ଯଶିପୁର :ଗଣେଶ ରାମ ସିଂ ଖୁଣ୍ଟିଆ
ଉଦଳା :ଭାଷ୍କର ମଢେଇ
ବଡ଼ସାହି :ସନାତନ ବିଜୁଳି
ବାରିପଦା :ପ୍ରକାଶ ସୋରେନ
ମୋରଡ଼ା :କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର :ବ୍ରଜ ପ୍ରଧାନ
ବାଲେଶ୍ୱର :ମାନସ କୁମାର ଦତ୍ତ
ରେମୁଣା :ଗୋବିନ୍ଦ ଚନ୍ଦ୍ର ଦାସ
ସୋରୋ :ରାଜେନ୍ଦ୍ର ଦାସ
ସିମୁଳିଆ  :ପଦ୍ମଲୋଚନ ପଣ୍ଡା
ଭଦ୍ରକ :ସିତାଂଶୁ ଶେଖର ମହାପାତ୍ର
ଧାମନଗର :ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି :ମନମୋହନ ସାମଲ
ବିଞ୍ଝାରପୁର :ବବିତା ମଲ୍ଲିକ
ବଡଚଣା :ସ୍ମୃତିରେଖା ପହି
ଯାଜପୁର :ଗୌତମ ରାୟ
କୋରେଇ :ଆକାଶ ଦାସ ନାୟକ
ସୁକିନ୍ଦା :ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ :କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର :ଶତୃଘ୍ନ ଜେନା
ପରଜଙ୍ଗ :ବିଭୁତି ଭୁଷଣ ପ୍ରଧାନ
ପାଳଲହଡ଼ା :ଅଶୋକ ମହାନ୍ତି
ତାଳଚେର :କାଳନ୍ଦୀ ସାମଲ
ଅନୁଗୋଳ :ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା :ଅଗସ୍ତୀ ବେହେରା
ଆଠମଲ୍ଲିକ :ସଞ୍ଜୀବ ସାହୁ
ବୀରମହାରାଜପୁର :ରଘୁନାଥ ଜଗଦଲା
ସୋନପୁର :ପ୍ରମୋଦ ମହାପାତ୍ର
ଲୋଇସିଂହା :ମୁକେଶ ମହାଲିଙ୍ଗ
ପାଟଣାଗଡ଼ :କନକବର୍ଦ୍ଧନ ସିଂହ ଦେଓ
ବଲାଙ୍ଗୀର :ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼ :ନବୀନ ଜୈନ
କଣ୍ଟାବାଞ୍ଝୀ :ଲକ୍ଷ୍ମଣ ବାଗ
ନୂଆପଡ଼ା :ଅଭିନନ୍ଦନ କୁମାର ପଣ୍ଡା
ଖରିଆର :ହିତେଶ ବଗର୍ତ୍ତି
ଉମରକୋଟ :ନିତ୍ୟାନନ୍ଦ ଗୋଣ୍ଡ
ନବରଙ୍ଗପୁର :ଗୌରୀ ଶଙ୍କର ମାଝୀ
ଲାଞ୍ଜିଗଡ଼ :ରମେଶ ଚନ୍ଦ୍ର ମାଝୀ
ଜୁନାଗଡ଼ :ମନୋଜ କୁମାର ମେହେର
ଧର୍ମଗଡ଼ :ସୁଧୀର ପାଟଯୋଶୀ
ଭବାନୀପାଟଣା :ପ୍ରଦୀପ୍ତ କୁମାର ନାଏକ
ନର୍ଲ୍ଲା :ଅନିରୁଦ୍ଧ ପ୍ରଧାନ
ବାଲିଗୁଡ଼ା :କଳ୍ପନା କୁମାର କହଁର
ଜି ଉଦୟଗିରି :ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ :ଉମାଚରଣ ମଲ୍ଲିକ
କଣ୍ଟାମାଳ :କହ୍ନାଇ ଚରଣ ଡାଙ୍ଗା
ବୌଦ୍ଧ :ସରୋଜ ପ୍ରଧାନ
ବଡମ୍ବା :ସମ୍ବିତ ତ୍ରିପାଠୀ
ବାଙ୍କୀ :ତୁଷାରକାନ୍ତ ଚକ୍ରବର୍ତ୍ତି
ଆଠଗଡ଼ :ଅଭୟ କୁମାର ବାରିକ
ଚୌଦ୍ୱାର-କଟକ :ନୟନ କିଶୋର ମହାନ୍ତି
ନିଆଳୀ :ଛବି ମଲ୍ଲିକ
କଟକ ସଦର :ପ୍ରକାଶ ସେଠୀ
ମାହାଙ୍ଗା :ସୁମନ୍ତ କୁମାର ଘଡେଇ
ପାଟକୁରା :ତେଜେଶ୍ୱର ପରିଡ଼ା
ଆଳି :କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା :ଡ. ଦୁର୍ଗାପ୍ରସନ୍ନ ନାୟକ
ପାରାଦୀପ :ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ :ରାଜକିଶୋର ବେହେରା
ନିମାପଡ଼ା :ପ୍ରଭାତୀ ପରିଡ଼ା
ପୁରୀ :ଜୟନ୍ତ ଷଡ଼ଙ୍ଗୀ
ବ୍ରହ୍ମଗିରି :ଉପାସନା ମହାପାତ୍ର
ସତ୍ୟବାଦୀ :ଓମପ୍ରକାଶ ମିଶ୍ର
ପିପିଲି :ଆଶ୍ରିତ ପଟ୍ଟନାୟକ
ଜୟଦେବ :ଅରବିନ୍ଦ ଢାଲି
ଭୁବନେଶ୍ୱର(ମଧ୍ୟ) :ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର (ଉତ୍ତର):ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର :ବାବୁ ସିଂହ
ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା
ଚିଲିକା :ପୃଥ୍ୱରାଜ ହରିଚନ୍ଦନ
ରଣପୁର ତାପସ କୁମାର ମାର୍ଥା
ଖଣ୍ଡପଡ଼ା :ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା :ରାଘବ ମଲ୍ଲିକ
ନୟାଗଡ଼ :ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ଭଞ୍ଜନଗର :ପ୍ରଦ୍ୟମ୍ନ କୁମାର ନାୟକ
ପୋଲସରା :ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର :ପ୍ରତାପ ଚନ୍ଦ୍ର ନାୟକ
ଖଲିକୋଟ :ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର :କୃଷ୍ଣଚନ୍ଦ୍ର ନାୟକ
ଆସ୍କା :ସରୋଜ କୁମାର ପାଢୀ
ସୋରଡା :ନିଳମଣୀ ବିଶୋୟୀ
ହିଞ୍ଜିଳି :ଶିଶିର ମିଶ୍ର
ଗୋପାଳପୁର :ବିଭୁତି ଭୂଷଣ ଜେନା
ବ୍ରହ୍ମପୁର :କେ ଅନୀଲ କୁମାର
ଦିଗପହଣ୍ଡି :ସିଦ୍ଧାନ୍ତ ମହାପାତ୍ର
ଚିକିଟି :ମନୋରଞ୍ଜନ ଦିଆନ ସାମନ୍ତରାୟ
ପାରଳାଖେମୁଣ୍ଡି :କେ ନାରାୟଣ ରାଓ
ଗୁଣୁପୁରୁ :ତ୍ରିନାଥ ଗମାଙ୍ଗ
କୋରାପୁଟ :ରଘୁରାମ ମାଛ
ପଟାଙ୍ଗୀ :ଚୈତନ୍ୟ ହନ୍ତାଳ
ମାଲକାନଗିରି :ନରସିଂହ ମାଡକାମୀ
 
12:06 PM

୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
Odisha News Live Updates:  ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଆସନ୍ତୁ ନଜର ପକାଇବା କିଏ କେଉଁ ଆସନରେ ପ୍ରାର୍ଥୀ ହୋଇଛନ୍ତି ନଜର ପକାନ୍ତୁ।

11:49 AM

ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ଚେତାବନୀ
Odisha News Live Updates:
ଗାଁରେ ଲାଗିଛି ଭୋଟ୍ ବର୍ଜନର ପୋଷ୍ଟର। ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁଲୋକେ। ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ଥିବା ବାଲିଗଣ୍ଡା ଓ କାମରାଖାଳି ଗାଁ ଲୋକେ ଏପରି ନିଷ୍ପତି ନେଇଛନ୍ତି। ଗାଁର ୧୦୦ରୁ ଅଧିକ ଘର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ପାନୀୟ ଜଳ ଓ ବିଜୁଳି ସାତ ସପନ। ବିଦ୍ୟାଳୟ ରହିଛି ହେଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି। ଏନେଇ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ କେହି ଅଧିକାରୀ କିମ୍ବା ରାଜନେତାଙ୍କୁ ଗାଁକୁ ପୂରାଇ ନଦେବାକୁ ନିଷ୍ପତି ନେଇଛନ୍ତି। ଏପରିକି ଗାଁର ମହିଳାମାନେ ମାରଣାସ୍ତ୍ର ଧରି ଜଗି ରହିବେ ବୋଲି ଚେତାବନୀ ଦେଇଛନ୍ତି।

11:33 AM

ମଝି ଚିଲିକାରେ ଫସିଲା ଡଙ୍ଗା 
Odisha News Live Updates:
ମଝି ଚିଲିକାରେ ଫସିଛି ଡଙ୍ଗା। ଫସି ରହିଛନ୍ତି ଯାତ୍ରୀ। ଡଙ୍ଗାରେ ୧୩ଟି ବାଇକ୍ ୨୫ରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି। ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀଙ୍କୁ ନେଇ ଆସୁଥିଲା ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଫଳରେ ଚିଲିକା ମଝିରେ ଫସି ରହିଛି। ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ସ୍ଥାନୀୟ କର୍ତୃପକ୍ଷ। ତେବେ ଚିଲିକାରେ ଡଙ୍ଗା ଫସି ରହିବା ଏକ ସାଧାରଣ ଘଟଣା ହୋଇ ଗଲାଣି। ବାରମ୍ବାର ଏଭଳି ଅଘଟଣ ହେଉଥିବା ଦେଖିବାକୁ ମିଳୁଛି।

 

11:16 AM

‘ପଦ୍ମଶ୍ରୀ’ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ
Odisha News Live Updates: 
‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିସିନ ଓ୍ବାର୍ଡ ୩୫ ନମ୍ବର ଶଯ୍ୟାରେ ତାଙ୍କର ଚିକିତ୍ସା କରାଯାଉଛି। ଉଲ୍ଲେଖ ଥାଉ କି କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ।

11:00 AM

ମୁକୁଳାରେ ବୁଲୁଛନ୍ତି ହତ୍ୟାକାରୀ
Odisha News Live Updates:
ଖୋର୍ଦ୍ଧା ଜେଲ୍‌ରେ ବିଚାରାଧୀନ କଏଦୀଙ୍କର ରାତ୍ରି ଭ୍ରମଣ। ଜେଲ୍‌ର ସବୁ ନିୟମକୁ ଜଳାଞ୍ଜଳି ଦେଇ ଜେଲ୍ କର୍ତୃପକ୍ଷ ହାତ ଗଣତି ପାଞ୍ଚ ଜଣ କଏଦୀଙ୍କୁ ଏ ସୁବିଧାଟି ଯୋଗାଇ ଦେଇଛନ୍ତି। ଯାହାର ପ୍ରମାଣ ‘ସମ୍ବାଦ’ର ହସ୍ତଗତ ହୋଇଛି। ରାତ୍ରିରେ ବିଚାରାଧୀନ କଏଦୀଙ୍କର ଏ ପ୍ରକାର ମୁକୁଳାବସ୍ଥା ଜେଲ୍‌ ନିୟମର କେବଳ ଖୋଲା ଉଲଙ୍ଘନ କରୁନାହିଁ, ବରଂ ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଯେମିତି ଫେରାର୍‌ ହୋଇଗଲେ, ଖୋର୍ଦ୍ଧା ଜେଲ୍‌ରେ ଅନୁରୂପ ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ଜଳଜଳ ଦିଶୁଛି।

10:46 AM

ବିଜେପିରୁ ଅଫର ମିଳିଥିଲା, ହେଲେ ମନା କରିଥିଲି: ଆତିଶୀ
Odisha News Live Updates:
ଆମ ଦଳରେ ଯୋଗ ଦିଅ। ନହେଲେ ଗିରଫ ହେବ। ବିଜେପି ଏଭଳି ଧମକ ଦେଇଥିବା ଦାବି କଲେ ଆପ୍ ନେତ୍ରୀ ଅତିଶି ମାର୍ଲେନା। ଆପର ବଡ଼ ବଡ଼ ନେତା ଗିରଫ ହୋଇ ଜେଲ ଯିବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ହେପାଜତରେ ରହିଛନ୍ତି। ଏହା ମଧ୍ୟରେ ଅତିଶି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିବା ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଥିବା କହିଛନ୍ତି ଅତିଶି। ‌ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।

10:31 AM

କଚ୍ଚାତିବୁ ଦ୍ୱୀପକୁ ନେଇ ଚର୍ଚ୍ଚା ଜୋର
Odisha News Live Updates:
ପୁଣି ଚର୍ଚ୍ଚାରେ ଶ୍ରୀଲଙ୍କର କଚ୍ଚାତିବୁ ଦ୍ବିପ । ଏହି ଦ୍ବିପକୁ ପୁଣି ଫେରାଇ ଆଣିବ କି ଭାରତ? ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ମାମଲାରେ କଂଗ୍ରେସ ଏବଂ ଡିଏମକେ ଉପରେ ଦେଶର ସମ୍ପୂର୍ଣ୍ଣତା କ୍ଷୁର୍ଣ୍ଣ ନେଇ ଆରୋପ ଲଗାଇଛନ୍ତି । କେନ୍ଦ୍ର ସରକାର ଦ୍ବାରା ଏହି ଘଟଣା ଉପରେ ଏତେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ଏବେ ଶ୍ରୀଲଙ୍କାକୁ ଦିଆଯାଇଥିବା କଚ୍ଚାତିବୁ ଦ୍ବୀପକୁ ଭାରତ ଫେରାଇ ଆଣିବ କି ନାହିଁ ପ୍ରଶ୍ନ ଉଠିଛି । ଏ ନେଇ ଶ୍ରୀଲଙ୍କା କହିଛି ଭାରତ ଏ ନେଇ କୌଣସି ବି ସୂଚନା ଦେଇନି ।

10:14 AM

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା: ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ
Odisha News Live Updates:
ଛତିଶଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି। ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲଙ୍କୁ ଟାର୍ଗେଟ କଲେ ସୁରକ୍ଷାକର୍ମୀ। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଞ୍ଚଳରେ ପୁଲୁସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି। 

09:58 AM

BJD ବିଧାୟକଙ୍କ ବିରୋଧରେ ରାଣୀ ମାଆଙ୍କ ଘରେ ମେଳି
Odisha News Live Updates:
ଖଲ୍ଲିକୋଟ ବିଜେଡି ପ୍ରାର୍ଥୀ କିଏ ହେବେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ହେଲେ ବିଜେଡି ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବିରୋଧରେ ଦାନା ବାନ୍ଧିଲାଣି ଅସନ୍ତୋଷ। ତାଙ୍କ ବିରୋଧରେ ରାଣୀ ମାଆଙ୍କ ଆବାସରେ ବସିଥିଲା ମେଳି। ଯାହାର ନେତୃତ୍ୱ ନେଇଥିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ପୁରୁଖା ନେତାମାନେ। ଶହଶହ କର୍ମୀ ଓ ବିଜେଡି କର୍ମକର୍ତ୍ତା ଏକତ୍ର ହୋଇ ସୂର୍ଯ୍ୟମଣୀ ବୈଦ୍ୟଙ୍କ ବିରୋଧରେ ରଣନୀତି ପ୍ରସ୍ତୁତି କରିଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲେ ଜୋରଦାର ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

09:43 AM

ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ସହଯୋଗୀ ବାଲକ୍ରିଷ୍ଣା କୋର୍ଟରେ ହାଜର ହେବେ ଆଜି
Odisha News Live Updates:
ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ଜଡିତ ଆଜି ସୁପ୍ରିମକୋର୍ଟରେ ହାଜର ହେବେ। ଅଦାଲତ ପକ୍ଷରୁ ଦିଆଯାଇଥିବା ନୋଟିସରେ ଉତ୍ତର ଦାଖଲ କରିବାରେ ବିଫଳତା ହେତୁ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ କୋର୍ଟ ପରିସରକୁ ଟାଣି ନେଇଥିଲେ। ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଦ୍ବାରା ଏକ ଖଣ୍ଡପୀଠ ମଧ୍ୟ ରାମଦେବଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

09:30 AM

ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Road Accident: ଅଶୁଭ ମଙ୍ଗଳବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଛାରଖାର୍ ହୋଇଗଲା ସବୁକିଛି । ପଛପଟୁ ଟ୍ରକକୁ ପିଟିଲା ସ୍କର୍ପିଓ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ ସାଇ ମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ମୃତକମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି।

09:13 AM

ସଂକଟରେ ଭିସ୍ତାରା ଏୟାରଲାଇନ୍ସ, ଏକାଧିକ ବିମାନ ବାତିଲ

Odisha News Live Updates: ପାଇଲଟ ସଂକଟ କାରଣରୁ ଭିସ୍ତାରା ଏୟାରଲାଇନ୍ସର ଏକାଧିକ ବିମାନ ଉଡ଼ାଣ ଭରିବାରେ ବିଫଳ ହୋଇଛି। ଫଳରେ ବହୁ ସଂଖ୍ୟାରେ ବିମାନକୁ ବାତିଲ କରିଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ଅଧିକ ବିମାନ ବାତିଲ ହେବାର ସମ୍ଭାବନା ରହିଛି ଏବଂ ଏହି ସଂଖ୍ୟା ୭୦ ପର୍ଯ୍ୟନ୍ତ ହୋଇପାରେ।

08:45 AM

ଚୁଟକୀରେ ପଢି ନିଅନ୍ତି ସକାଳର ୧୦ ବଡ଼ ଖବର...

08:29 AM

କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା

Odisha News Live Updates: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ଗଣେଶ୍ୱର ଆଜି ତାଙ୍କର ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି। 

08:14 AM

ତିହାର ଜେଲ ଗଲେ କେଜ୍ରିୱାଲ
Odisha News Live Updates:
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଶେଷ ହେବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ସୋମବାର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲେ। ଇଡି ଦାବିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ହେପାଜତରେ ଅଧିକ ପଚରାଉଚୁରାର ଆବଶ୍ୟକତା ନାହିଁ। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲର ୫ ନମ୍ବରରେ ରଖାଯିବ।

07:57 AM

ଖରା ପାଇଁ ଆଜିଠୁ ସ୍କୁଲ୍ ଓ ଅଙ୍ଗନବାଡି ସକାଳୁଆ

Odisha News Live Updates: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ତ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରେ ଅଙ୍ଗନବାଡି଼ କେନ୍ଦ୍ରର ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ସକାଳୁଆ ହୋଇଛି ଅଙ୍ଗନବାଡି କେନ୍ଦ୍ର। ସକାଳ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡି଼ ଖୋଲା ରହିବ। ଖରାକୁ ଦୃଷ୍ଟିରେ ରଖି  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ମାର୍ଗ ଦର୍ଶିକା ମଧ୍ୟ ଜାରି କରାଯାଇଛି। ଶୁଦ୍ଧ ପିଇବା ପାଣି, ଓଆରଏସ୍ ମହଜୁଦ୍ ରଖିବା ସହ ଆନୁସଙ୍ଗିକ  ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ପରେ ଏହି ନିସ୍ପତି ନିଆଯାଇଛି।

07:49 AM

ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ହ୍ୱାଟସଆପ
Odisha News Live Updates:
ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ୱାଟସ୍ ଆପ୍ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ୱାଟସ୍ ଆପ୍ ପ୍ରାୟ ୬୭.୭୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ୱାଟସ୍ ଆପରେ ଅଶ୍ଳୀଳ କିମ୍ବା ଉତ୍ତେଜନା ସୃଷ୍ଟି କାରୀ ପ୍ରସଙ୍ଗକୁ ସେୟାର କରିପାରିବୁ ନାହିଁ। ସୂଚନା ଅନୁଯାୟୀ, ହ୍ୱାଟସ୍ ଆପ୍ ସେହି ଆକାଉଣ୍ଟଗୁଡିକୁ ବ୍ୟାନ କରିଛି ଯାହାକି କମ୍ପାନୀର ନୀତି ଏବଂ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥାଏ। ଏଠାରେ କହି ରଖୁ ଯେ କୌଣସି ଉପଭୋକ୍ତା ଅଶ୍ଳୀଳ, ଘୃଣ୍ୟ, ଅବୈଧ, ବଦନାମ, ଧମକ, ଭୟଭୀତ, ହଇରାଣ କିମ୍ବା ହ୍ୱାଟସ୍ ଆପରେ ଥିବା ଉତ୍ତେଜନାମୂଳକ ପ୍ରସଙ୍ଗ ସେୟାର କରିପାରିବେ ନାହିଁ। ସମୟ ସମୟରେ ହ୍ୱାଟସ୍ ଆପ୍ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥାଏ। ପଢନ୍ତୁ ପୂରା ରିପୋର୍ଟ...

07:40 AM

ଆଜିଠୁ ଆହୁରି ବଢିବ ତାତି! ଏହି ସବୁ ସହରକୁ ୟେଲୋ ଆଲର୍ଟ ଜାରି
Odisha News Live Updates:
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସୋମବାର ରାଜ୍ୟର ୨୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀରରେ ପାରଦ ୪୦.୩ ଡିଗ୍ରୀ ରହିଥିବା ବେଳେ ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ମଙ୍ଗଳବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ଦିନ ଓ ରାତି ଉଭୟ ତାପମାତ୍ରା୪୦ ଡିଗ୍ରୀ ରହିବା ସହ ରାତି ଉଷ୍ଣ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

07:37 AM

Odisha News Live Updates: ପଢନ୍ତୁ ଆଜିର ରାଶିଫଳ। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

07:36 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।