Odisha Daily News Live: ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର କେବଳ ଗୋଟିଏ କ୍ଲିକରେ...
Advertisement

Odisha Daily News Live: ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର କେବଳ ଗୋଟିଏ କ୍ଲିକରେ...

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏହା ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ପଢ଼ନ୍ତୁ ଆଜିର ସମସ୍ତ ତାଜା ଖବର କେବଳ ଗୋଟିଏ କ୍ଲିକରେ...
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏହା ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।

12 January 2024
22:57 PM

Alia bhatt:  ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ଝିଅ ରାହା କପୁରର ଯତ୍ନ ନେବା ଓ ଆଗାମୀ ଚଳଚ୍ଚିତ୍ର ଜିଗରାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀ ଏକ ଅଜ୍ଞାତ ସ୍ଥାନକୁ ଫ୍ଲାଇଟରେ ଯାଉଥିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ​​। ତେବେ ସମସ୍ତେ ତାଙ୍କ ଷ୍ଟାଇଲକୁ ବହୁତ ପସନ୍ଦ କରିଥିଲେ। ଅଧିକ ପଢନ୍ତୁ...

22:20 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

ପଢ଼ନ୍ତୁ ପୂରା ଖବର... 

 

21:45 PM

OSSTET Admit Card 2024 Download: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି ୨୦୨୪ ବର୍ଷର ଆଡମିଟ୍ କାର୍ଡ। ଓଏସଏସଟିଇଟି ଆଡମିଟ୍ କାର୍ଡ ବିଏସଇ ଅଫସିଆଲ ୱେବସାଇଟ bseodisha.ac.in ଠାରେ ଉପଲବ୍ଧ ରହିଛି। ଓଏସଏସଟିଇଟି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀ ବିଏସଇ ଅଫସିଆଲ ୱେବସାଇଟ ଠାରୁ ଓଏସଏସଟିଇଟି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। 

ପଢ଼ନ୍ତୁ ପୂରା ଖବର... 

21:44 PM

Bollywood News: ଗୟାରେ ପିଣ୍ଡଦାନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ସଞ୍ଜୟ ଦତ୍ତ (sanjay dutt) । ତାଙ୍କ ଅଭିନୟ ପାଇଁ ସମଗ୍ର ଦେଶରେ ଲୋକଙ୍କ ହୃଦୟରେ ସେ ରହିଛନ୍ତି । ତେବେ ବର୍ତ୍ତମାନ ସଞ୍ଜୟଙ୍କର ଏକ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି । ପଢ଼ନ୍ତୁ ପୂରା ଖବର...

21:20 PM

Vande Bharat Express Food: ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରାଯାଇ ଯାହା ବର୍ତ୍ତମାନ ଭାଇରାଲ ହେଉଛି, ଆକାଶ କେଶରୀ ନାମକ ଜଣେ ବ୍ୟକ୍ତି ବନ୍ଦେ ଭାରତ ଟ୍ରେନରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିବା ପରେ ଭାରତୀୟ ରେଳବାଇର ପ୍ରତିକ୍ରିୟା ଆସିଛି। ଅଧିକ ପଢ଼ନ୍ତୁ...

20:59 PM

Railway Minister New Year Gift for Odisha: ନବ ବର୍ଷ ଅବସରରେ ରାଜ୍ୟକୁ ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆସନ୍ତା ଜାନୁଆରୀ ୧୩ ତାରିଖରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରିବେ ଶୁଭାରମ୍ଭ। ପଢ଼ନ୍ତୁ ପୂରା ଖବର...

20:38 PM

Crime News: ଅପରାହ୍ଣ ସମୟରେ ଏକ ଆପାଚେ ବାଇକରେ ୩ଜଣ ଦୁର୍ବୁତ୍ତ ଜଣେ ମହିଳାଙ୍କଠାରୁ ସୁନାଗହଣା ଲୁଟ୍ କରିଛନ୍ତି । ଲୁଟୁ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଅଧିକ ପଢ଼ନ୍ତୁ...

20:22 PM

Cricketer Amir Hussain: ଏମିତି ଜଣେ ହାତ ନଥିବା କ୍ରିକେଟରଙ୍କ ବିଷୟରେ ଜାଣିବା ଯିଏ କାନ୍ଧରେ ବ୍ୟାଟ୍ ଚାପି କରୁଛନ୍ତି ବ୍ୟାଟିଂ, ଆଉ ପାଦରେ ବୋଲିଂ... ଅଧିକ ପଢ଼ନ୍ତୁ...

19:49 PM

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି: ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀଯୁକ୍ତ ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ...

19:47 PM

ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସଭ୍ୟତା ଯାତ୍ରା କଳାତ୍ମକ ଅଭିବ୍ୟକ୍ତିର ସୂତ୍ରରେ ବୁଣା ହୋଇଛି। ଆମର ପ୍ରତିଭାବାନ କାରିଗରମାନଙ୍କ କୌଶଳ ଏବଂ କାରିଗରୀ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଯାହା ଆମ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଦୃଶ୍ୟମାନ ହେଉଛି । ପଢ଼ନ୍ତୁ ପୂରା ଖବର...

17:47 PM

Shankaracharya on Ram Mandir Pran Pratishtha: ଉତ୍ତରପ୍ରଦେଶର ଅଯୋଧ୍ୟାରେ ୨୨ ଜାନୁଆରୀକୁ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା, ଯେଉଁଥିପାଇଁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପ୍ରଣତି ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଖବର ଆସିବାକୁ ଲାଗିଥିଲା ଯେ ଚାରିଜଣ ଶଙ୍କରାଚାର୍ଯ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି। ଏହା ପରେ ଦେଶରେ ରାମ ମନ୍ଦିର ପ୍ରସଙ୍ଗ ପୁଣିଥରେ ସରଗରମ ହୋଇଗଲା। ବର୍ତ୍ତମାନ ଏହି ଖବରକୁ ନେଇ ଦେଶର ଚାରି ଜଣ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପଢ଼ନ୍ତୁ ପୂରା ଖବର...

 

17:00 PM

Atal Setu Inauguration: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଟଳ ସେତୁକୁ ଉଦଘାଟନ କରିଛନ୍ତି। ଡିସେମ୍ବର ୨୦୧୬ ରେ ପିଏମ ମୋଦୀ ଏହି ସେତୁର ମୂଳଦୁଆ ପକାଇଥିଲେ। ଏହା ମଧ୍ୟ ଭାରତର ସବୁଠାରୁ ଲମ୍ବା ସେତୁ ଓ ଭାରତର ସବୁଠାରୁ ଲମ୍ବା ସମୁଦ୍ର ସେତୁ। ଏହି ସେତୁଟି ପ୍ରାୟ ୨୧.୮ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ସେତୁ, ଯାହାର ଲମ୍ବ ସମୁଦ୍ରରେ ପ୍ରାୟ ୧୬.୫ କିଲୋମିଟର ଓ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ବ୍ୟାପିଛି। ପଢ଼ନ୍ତୁ ପୂରା ଖବର...

14:59 PM

Flipkart Amazon Paytm Google Layoffs: ନୂଆ ବର୍ଷରେ ମଧ୍ୟ ବଡ଼ ବଡ଼ ବୌଷୟିକ କମ୍ପାନୀଗୁଡିକରେ କର୍ମଚାରୀଙ୍କ ଛଟେଇ ବନ୍ଦ ହେଉନାହିଁ। ଗୁଗୁଲ୍, ପେଟିଏମ୍, ଆମାଜନ ଓ ଫ୍ଲିପକାର୍ଟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିସାରିଛି। ଗୁଗୁଲ ଶହ ଶହ କର୍ମଚାରୀଙ୍କୁ ବାହାର କରିଛି। ଖବର ଅନୁଯାୟୀ, ଗୁଗୁଲର ଭଏସ୍ ଆଧାରିତ ଗୁଗୁଲ୍ ଆସିଷ୍ଟାଣ୍ଟ ଏବଂ ଅଗମେଣ୍ଟେଡ୍ ରିଅଲିଟି ହାର୍ଡୱେୟାରର ଅନେକ କର୍ମଚାରୀ ଚାକିରି ହରାଇଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା AI ସେମାନଙ୍କ ସ୍ଥାନରେ ବ୍ୟବହୃତ ହେବ। ପଢ଼ନ୍ତୁ ପୂରା ଖବର...

14:04 PM

Ram Mandir Prana Pratishtha: ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବିରୋଧୀ ଦଳ ଦେଉଥିବା ବୟାନ ଉପରେ ଟାର୍ଗେଟ୍ କରିଛନ୍ତି। ବିରୋଧୀ ଇର୍ଷା କରୁଥିବା ସେ କହିଛନ୍ତି। ସେ କେବେ ଭାବି ନଥିଲେ ଯେ ରାମ ମନ୍ଦିର ନିର୍ମାଣ ହେବ। ସ୍ୱାମୀ କହିଛନ୍ତି ଯେ କେବଳ ସେହି ଲୋକମାନେ ଏହାକୁ ବିରୋଧ କରୁଛନ୍ତି, ଯେଉଁମାନେ ବାହାରୁ ଅର୍ଥ ପାଉଛନ୍ତି। ଏମିତିକି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ରାମ ମନ୍ଦିରକୁ ନେଇ ଖୁସି ଅଛନ୍ତି। ପଢ଼ନ୍ତୁ ପୂରା ଖବର...

13:07 PM

Weather Update: ସାରା ଦେଶରେ ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଆସନ୍ତା ସପ୍ତାହରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ଜାରି କରିବ। ଆଇଏମଡି ମୁଖ୍ୟ ମୃତୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ମହାପାତ୍ର କହିଛନ୍ତି ଯେ ଭାରତର ବୌଷୟିକ ବିକାଶ ବିଭାଗ ଏହାର ପୂର୍ବାନୁମାନ କ୍ଷମତାକୁ ବ୍ଲକରୁ ପଞ୍ଚାୟତ ସ୍ତରକୁ ବୃଦ୍ଧି କରିବା ସମ୍ଭବ କରିଛି। ପଞ୍ଚାୟତ ପାଣିପାଗ ସେବା ମାଧ୍ୟମରେ ଦେଶର ପ୍ରତ୍ୟେକ ଗାଁରେ ଅତି କମରେ ୫ ଜଣ ଚାଷୀଙ୍କୁ ଖରାପ ପାଗ ସହ ଜଡିତ ଚେତାବନୀ ପ୍ରଦାନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ, ଯେଉଁଥିରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ବେଗ ଭଳି ସୂଚନା ଅନ୍ତର୍ଭୁକ୍ତ। ପଢ଼ନ୍ତୁ ପୂରା ଖବର...

12:51 PM

Odisha Politics: କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭିତରେ ଚାଲିଥିବା ତୁତୁ-ମେମେ ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ଏହି ବ୍ଲକର ୨୨ରୁ ୧୯ ଜଣ ସରପଞ୍ଚ ସାମୁହିକ ଇସ୍ତଫା ଦେବା ପାଇଁ ପ୍ରଥମେ ବ୍ଲକ, ପରେ ଜିଲ୍ଲାପାଳ ଅଫିସ ଘୂରିବୁଲିଥିଲେ ବି ଏଥିରେ ସଫଳ ହୋଇପାରି ନାହାନ୍ତି। ପ୍ରଶାସନ ଏହି ନିର୍ବାଚିତ ଜନପ୍ରତିନିଧିଙ୍କୁ ନପଚାରି ସବୁ କାର୍ଯ୍ୟ କରୁଥିବାରୁ ଲୋକମାନଙ୍କ ପାଖରେ ସେମାନେ ନିନ୍ଦିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ସରପଞ୍ଚ  ଗୋଷ୍ଠୀ।  ସରପଞ୍ଚଙ୍କ  ଏହି ସାମୂହିକ ନିଷ୍ପତ୍ତି ଏବେ ଜିଲ୍ଲା ବିଜେଡି ପାଇଁ ମୁଣ୍ଡବିନ୍ଧାରର କାରଣ ହୋଇଛି। ପଢ଼ନ୍ତୁ ପୂରା ଖବର...

12:35 PM

Supreme Court News: ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ମୁଖ୍ୟ ନିର୍ବାଚନ କମିଶନର (CEC) ଏବଂ ନିର୍ବାଚନ କମିଶନର (EC) ନିଯୁକ୍ତି ପାଇଁ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଭାରତର ପ୍ରଧାନ ବିଚାରପତି ଏହି କମିଟିରେ ଅନ୍ତର୍ଭୁକ୍ତ ନୁହଁନ୍ତି। ତେବେ ଆଇନ ଉପରେ ରୋକ ଲଗାଇବାକୁ କୋର୍ଟ ମନା କରି ଦେଇଛନ୍ତି। ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ପଢ଼ନ୍ତୁ ପୂରା ଖବର...

12:12 PM

Auto rikshaw Accident, 6 injured in Balasore: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନୂଆ କୋର୍ଟ ସାମ୍ନାରେ ଏଖ ଅଟୋ ରିକ୍ସାକୁ ଟ୍ରକ ଧକ୍କା ଦେଇଛି। ଏହାଦ୍ୱାରା ୬ ଜଣ ଯାତ୍ରୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏହି ସମସ୍ତ ଯାତ୍ରୀ ଭୋଗରାଇ ବ୍ଲକ ମନ୍ଦାର ସାହି ପାଟଣା ବୋଲି ଜଣାପଡ଼ିଛି। ଅଟୋ ଟି ରାଜପଥରୁ କୋର୍ଟକୁ ପଶିବା ସମୟରେ ୧୨ ଚକିଆ ଟ୍ରକ ଧକ୍କା ଦେଇଥିଲା।

11:02 AM

Mamata writes letter to PM Modi: ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ପଠାଇଛନ୍ତି। ମମତା ବାନାର୍ଜୀ ଏକ ନୂତନ ନାମ ପରାମର୍ଶ ଦେଇଛନ୍ତି ଏବଂ ପଶ୍ଚିମବଙ୍ଗକୁ 'ବେଙ୍ଗଲ' ରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ବମ୍ବେରୁ ମୁମ୍ବାଇ ଏବଂ ଓରିସାର ନାମ ଓଡ଼ିଶା ହୋଇପାରିବ, ତେବେ ଆମର ଭୁଲ କ’ଣ? କୋଲକାତାରେ ମମତା କହିଛନ୍ତି, 'ଆମେ ରାଜ୍ୟସଭାରେ ଏ ବାବଦରେ ଏକ ସଂକଳ୍ପ ପାରିତ କରିଛୁ। ଆମେ ମଧ୍ୟ ସମଗ୍ର ବିଷୟ ସେମାନଙ୍କ ଆଗରେ ରଖିଛୁ। କିନ୍ତୁ ଦୀର୍ଘ ସମୟ ଦାବି କରିବା ପରେ ମଧ୍ୟ ସେମାନେ ଆମ ରାଜ୍ୟ 'ବେଙ୍ଗଲ' ନାମକରଣ କରିନାହାଁନ୍ତି। ପଢ଼ନ୍ତୁ ପୂରା ଖବର...

11:01 AM

PM Modi Special Message: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ବ୍ରତ ରଖିବେ। ସେ ରାମ ମନ୍ଦିର ଅଯୋଧ୍ୟାରେ ରାମଲାଲାଙ୍କୁ ଉତ୍ସର୍ଗ କରିବା ପାଇଁ ଏକ ବିଶେଷ ବ୍ରତ ଆରମ୍ଭ କରିଛନ୍ତି, ଯାହା ଅଧୀନରେ ସେ ୧୧ ଦିନ ଉପବାସ ରଖିବେ। ଅନ୍ୟପକ୍ଷରେ, ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ବାର୍ତ୍ତା ଦେବେକୁ ଯାଇ ଭାବପ୍ରବଣ ହୋଇଥିଲେ। ପଢ଼ନ୍ତୁ ପୂରା ଖବର...

10:47 AM

Student Death: ବିଦ୍ୟାଳୟ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ପରିସରରେ । ମୃତକ ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ରାଇହରି (ହିଜିଳି) ଗ୍ରାମର ତରଣି ସେନ ନନ୍ଦଙ୍କ ପୁଅ ବିଶ୍ୱଭୂଷଣ ନନ୍ଦ। ସେ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ। 

10:41 AM

Mancheswar ASI: ମଞ୍ଚେଶ୍ୱର ଥାନା ASIଙ୍କୁ ଆଜି ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ୨ ଜଣ କର୍ପୋରେଟର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ କର୍ପୋରେଟରଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୨୯ ନମ୍ବର ୱାର୍ଡ଼ର କର୍ପୋରେଟର ଜୀବନ ରାଉତଙ୍କୁ ଏହି ଅଭିଯୋଗରେ ଅଟକ ରଖାଯାଇଛି । ତେବେ ଭୁବନେଶ୍ୱରରେ ମଞ୍ଚେଶ୍ୱର ଅଞ୍ଚଳରେ ରାସ୍ତାମକାମକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

10:30 AM

Sura Rout Ray: ମନ୍ମଥଙ୍କୁ ଦାୟିତ୍ୱ ଦେଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନିଜ ଉତ୍ତରାଧିକାରୀ ଘୋଷଣା ସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ଭାବେ ମନ୍ମଥ ରାଉତ ରାୟଙ୍କ ନାଁ ଘୋଷଣା କରିଛନ୍ତି ସୁର ରାଉତରାୟ । ଭୁବନେଶ୍ୱର ବିମାନ ବନ୍ଦରରେ ମନ୍ମଥଙ୍କୁ ସ୍ୱାଗତ କରିବା ସମୟରେ ଏହି ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । 

 

10:15 AM

Papua New Guinea: ପପୁଆ ନ୍ୟୁ ଗିନିରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଠାରେ ଦଙ୍ଗା ଯୋଗୁଁ ୧୬ ଜଣ ଲୋକ ପ୍ରାଣ ହରାଇବାରୁ ଅନେକ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପୁଲିସ୍ ଓ ସାଧାରଣ ଲୋକେ ଗତକାଲି ସକାଳୁ ଧର୍ମଘଟ ଆରମ୍ଭ କରିଛନ୍ତି। ସେମାନଙ୍କର ବେତନରେ ହ୍ରାସ ଘଟିବା ପରେ ସେମାନେ ଏଭଳି ଧର୍ମଘଟ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି।

10:05 AM

Farooq Abdullah: ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ମାମଲାରେ ଆକ୍ସନ ମୋଡରେ ଇଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାର ଚାର୍ଜସିଟରେ ଫାରୁକଙ୍କ ନାମ ରହିଥିଲା । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

09:55 AM

Delhi Weather: ଦେଶର ଉତ୍ତର ପ୍ରାନ୍ତରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି। ଯାହାଫଳରେ ରାଜଧାନୀରେ ଜିରୋ ଭିଜିବିଲିଟି ପରିସ୍ଥିତି ଉପୁଜିଛି। ଘନ କୁହୁଡି କାରଣରୁ ଆଜି ଦିଲ୍ଲୀରେ ପରିସ୍ଥିତି ସଙ୍ଗୀନ ରହିଛି। ଜିରୋ ଭିଜିବିଲିଟିରେ ସାମିଲ ହୋଇଥିବା ରାଜଧାନୀରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସକାଳ ୪.୩୦ ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜିରୋ ମିଟରରେ ଦୃଶ୍ୟମାନତା ବା ଜିରୋ ଭିଜିବିଲିଟି ରେକର୍ଡ କରିଛି।  ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ବହୁ ଗୁଣ କମ୍ । ସେହିପରି ସର୍ବାଧିକ ତାପମାତ୍ରା ୧୮.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସକାଳେ ଘନ କୁହୁଡ଼ିର ସମ୍ଭାବନା ଦେଖିବାକୁ ମିଳୁଛି। IMD ଅନୁଯାୟୀ ପଞ୍ଜାବର କିଛି ଅଞ୍ଚଳରେ ଏବଂ ହରିୟାଣା ଏବଂ ଚଣ୍ଡିଗଡ଼ର କିଛି କିଛି ସ୍ଥାନରେ ଜାନୁଆରୀ ୧୨ ଅର୍ଥାତ୍ ଆଜିଠାରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଏମିତି ଘନ କୁହୁଡି ପରିସ୍ଥିତି ଦେଖାଦେବ। 

09:47 AM

Air Show: ନୀଳ ଆକାଶରେ ଜଲୱା ଦେଖାଇବ ଭାରତୀୟ ବାୟୁ ସେନା । ଏସୟୁ ୩୦ ଏମକେଆଇ, ସି-୧୩୦ ଏୟାରକ୍ରାଫ୍ଟ ଦେଖାଇବେ ବୀରତ୍ୱ । ମୁମ୍ବାଇରେ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ଭାରତୀୟ ବାୟୁ ସେନାର ପାଓ୍ୱାର ଶୋ’ । ଆସନ୍ତା ୧୪ ତାରିଖ ଯାଏଁ ହେବ ଏହି ଏୟାର ଶୋ’ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏହି ଶୋ’ ଉଦ୍ଦିଷ୍ଟ । ବାୟୁସେନାର ଦକ୍ଷତା, ସାମର୍ଥ୍ୟ ଓ ବୃତ୍ତିଗତ ପାରଦର୍ଶିତା ପ୍ରଦର୍ଶନ କରିବା ଲାଗି ଏହି ଏୟାର ଶୋ‘ କରାଯାଉଛି । ମହାରାଷ୍ଟ୍ର ସରକାରଙ୍କ ସହଭାଗିତାରେ ମୁମ୍ବାଇ ମେରିନ ଡ୍ରାଇଭରେ ଏୟାର ଶୋ’ ଆୟୋଜିତ ହେବ । 

09:36 AM

Odisha Weather Update: ରାଜ୍ୟରେ ଏବେ ଶୀତର ବିଶେଷ ପ୍ରଭାବ ନାହିଁ। ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସେହିପରି ୧୭ ତାରିଖରୁ ୧୮ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼କର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଘନକୁହୁଡ଼ି ଯୋଗୁଁ ଗମନାଗମନ ପ୍ରଭାବିତ ହେଉଛି। 

09:22 AM

Dharmendra Pradhan: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । କଟକ କଲେଜ ଛକ ମଙ୍ଗଳା ମନ୍ଦିର ଓ୍ବାର୍ଡ ନଂ ୩୯ ରେ ଅଯୋଧ୍ୟା ଅକ୍ଷତ କଳସ ଯାତ୍ରା କାର୍ଯ୍ୟକ୍ରମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ମହାଙ୍ଗାରେ ଯୁବା ସଂକଳ୍ପ ସମାବେଶ ଓ ଜାତୀୟ ଯୁବ ଦିବସ ଉତ୍ସବରେ ସାମିଲ ହେବେ ଓ ପରେ ଅନୁଗୁଳ ଜିନ୍ଦଲନଗରରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

09:11 AM

ED Raid: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନଗର ନିଗମ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଆଜି ସକାଳୁ ମମତା ସରକାରଙ୍କ ୨ ମନ୍ତ୍ରୀଙ୍କ ଘରେ ଇଡ଼ି ପକ୍ଷରୁ ରେଡ୍ କରାଯାଇଛି । ଇଡ଼ିର ଗୋଟିଏ ଦଳ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋସଙ୍କ ୨ଟି ଠିକଣାରେ ପହଂଚିଥିବା ବେଳେ ଦ୍ୱିତୀୟ ଦଳ ମନ୍ତ୍ରୀ ତାପସ ରାୟଙ୍କ ଠିକଣାରେ ରେଡ୍ ଜାରି ରଖିଛନ୍ତି । ଏହା ସହ ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।

09:02 AM

CEO Suchana Seth: ଗୋଆ ହତ୍ୟାକାଣ୍ଡରେ ପ୍ରତିଦିନ ନୂଆ ଖୁଲାସା ସାମ୍ନାକୁ ଆସୁଛି । ଗୁରୁବାର ଦିନ ଗୋଆରେ ଅଭିଯୁକ୍ତ ସୂଚନା ସେଠ ରହୁଥିବା ସେବା ଆପାର୍ଟମେଣ୍ଟରୁ ଏକ ଚିଠି ପୋଲିସକୁ ମିଳିଛି ​​ଯେଉଁଠାରେ ସେ ତାଙ୍କର ଚାରି ବର୍ଷର ପୁଅକୁ ହତ୍ୟା କରିଥିଲେ। ସୂଚନା ନିଜେ ଏହି ଚିଠି ଲେଖିଛନ୍ତି। ଅଭିଯୁକ୍ତ ଚିଠିରେ ଲେଖିଛନ୍ତି, ଯେ 'ମୋ ସ୍ୱାମୀ ମୋ ପୁଅକୁ ଭେଟିବା ପାଇଁ କୋର୍ଟଙ୍କ ଆଦେଶକୁ ମୁଁ ସହ୍ୟ କରିପାରିବି ନାହିଁ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ଏହି ଚିଠିକୁ ସିଲ୍ କରି ଫୋରେନସିକ୍ ସାଇନ୍ସ ଲାବ୍ରୋଟାରୀ (FSL) କୁ ଯାଞ୍ଚ ପାଇଁ ପଠାଇଛି। FSL ଦଳ ଏହାକୁ ସୂଚନା ସେଠଙ୍କ ନିଜ ଲେଖା ବୋଲି ବିଶେଷଜ୍ଞ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସୂଚନା ସେଠ୍ ତାଙ୍କ ପୂର୍ବତନ ସ୍ୱାମୀ ତାଙ୍କ ପୁଅକୁ ଭେଟିବାକୁ ନେଇ ସେ ଚାହୁଁନଥିଲେ ସେଥିପାଇଁ ସେ ନିଜେ ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।

08:49 AM

Road Accident: ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର୍,  ଜଣେ ମୃତ,  ଜଣେ ଆହତ । ମୃତକ ଘଟଗାଁ  ଅଞ୍ଚଳର ଅଜୟ ସାହୁ ଓ ଆାହତ ଘଷିପୁରା ଥାନା କଇନିପୁରା ଗାଁ ର କୁଳମଣି ସାହୁ । ଉଭୟ ଟ୍ରକ୍  ମାଲିକ ହୋଇଥିବାରୁ ନିଜ କାର ଯୋଗେ ଗତକାଲି ପାରାଦ୍ଵୀପ ପୋର୍ଟ ଯାଇଥିଲେ । ଫେରିବା ସମୟରେ ଆଜି ଭୋର୍ ସମୟରେ  ଆଖି ଲାଗିଯିବାରୁ ହସନପୁର ଟୋଲ ଗେଟ ପୂର୍ବରୁ କିଛିଦୂରରେ କାରଟି ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଥିଲା । କାର ଚଳାଉଥିବା ଅଜୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି ।

08:41 AM

Odisha Crime News: ବାବା ବେଶରେ ଯୌନ ରାକ୍ଷସ । ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତିର ଆଶା ଦେଖାଇ ମହିଳାଙ୍କୁ କରୁଥିଲା ଯୌନ ଶୋଷଣ । ଅଭିଯୋଗ ପରେ ଭଦ୍ରକରୁ ଉଠାଇ ଆଣିଲା କମିଶନରେଟ୍ ପୋଲିସ । ଅଭିଯୋଗ ଅନୁଯାୟୀ, ଠକ ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଇଥିଲା । ନିସନ୍ତାନ ସନ୍ତାନ ପ୍ରାପ୍ତି, ଗରିବ ଧନୀ ହେବା ପରି ପ୍ରଲୋଭନ ଦେଖାଇ ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା । ବିଶେଷ କରି ସାଂସାରିକ ଜଞ୍ଜାଳରେ ଥିବା ମହିଳାମାନେ ଠକ ଜାଲରେ ଫସି ଯାଇଥିଲେ । ଆଉ ଏହାର ସୁଯୋଗ ନେଇ ଠକ ଜଣଙ୍କ ମହିଳାଙ୍କ ସହ ଯୌନ ନିର୍ଯାତନା ଦେଉଥିଲେ । ଏପରି ଏକ ଅଭିଯୋଗ କମିଶନରେଟରେ ପୋଲିସ ପାଖରେ ହୋଇଥିଲା । 

08:27 AM

Deogarh Band: ୧୬ ତାରିଖ ରେ ଦେବଗଡ଼ ବନ୍ଦ ଡାକରା ଦେଲା ଦେବଗଡ଼ ଜିଲ୍ଲା କଂଗ୍ରେସ| ଦେବଗଡ଼ ଜିଲ୍ଲାରେ ମଣ୍ଡିର ଘୋର ଅବ୍ୟବସ୍ଥା ଓ ଚଷୀଙ୍କ ଧାନର କଟନୀ ଛଟନୀ , ବସ୍ତା ସ୍କାମ ଓ ମଣ୍ଡିରୁ ଧାନ ଉଠାଇବା ବେଳେ ମିଲରଙ୍କ ଦ୍ୱାରା ଟ୍ରାନ୍ସପୋର୍ଟିଂ ରେ କୋଟିକୋଟି ଟଙ୍କାର ସ୍କାମ ଅଭିଯୋଗ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ଦେବଗଡ଼ ବନ୍ଦ ଘୋଷଣା କରିଛି ଜିଲ୍ଲା କଂଗ୍ରେସ । 

08:13 AM

One Nation One Election: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ'କୁ ନେଇ ଆପତ୍ତି ଜଣାଇଛନ୍ତି। ୱାନ ନେସନ ୱାନ ଇଲେକ୍ସନ  ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟିକୁ ସେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ'କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଲେଖିଛନ୍ତି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଆୟୋଜନ କରିବା ଭାରତର ସାମ୍ବିଧାନିକ ବ୍ୟବସ୍ଥା ବିରୁଦ୍ଧ ଅଟେ।

 

08:05 AM

Pankaj Tripathi: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗଙ୍କ ନ୍ୟାସନାଲ ଆଇକନ୍ ପଦର ଇସ୍ତଫା ଦେଇଛନ୍ତି । ନିଜ ଫିଲ୍ମ 'ମେଁ ଅଟଲ ହୁଁ'ପାଇଁ ସେ ଏହି ପଦରୁ ଓହରିଛନ୍ତି । ଉଲ୍ଲେଖଯୋଗ୍ୟ, ଯେ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି କାରଣରୁ ପଙ୍କଜ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ଫିଲ୍ମର ଖୁବ ଜୋରସୋରରେ ପ୍ରମୋସନ କରାଯାଉଛି। 

 

07:58 AM

Minister Tukuni Sahu: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିରରୁ ଫେରିଲାବେଳେ ବଡ଼ମାଳ ଫସ୍ପି ଛକରେ ମନ୍ତ୍ରୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଏକ ମାଲବାହି ଭ୍ୟାନ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ମନ୍ତ୍ରୀଙ୍କ କାରର ଗୋଟିଏ ଡୋର ଖୋଲିନଥିଲା। ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁଲିସ ଉଦ୍ଧାର କରିଥିଲେ। ଏଥିରେ ମନ୍ତ୍ରୀଙ୍କ କାର ଡ୍ରାଇଭର ଆହତ ହୋଇଥିଲେ। ତାଙ୍କୁ ବଲାଙ୍ଗିର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

07:50 AM

Vaccine Drive For Cervical Cancer: ଜରାୟୁ କର୍କଟ ବିରୋଧରେ ଲଢ଼ିବାକୁ ଆସିଲା ଅମୋଘ ଅସ୍ତ୍ର । ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ସ୍ୱଦେଶୀ ଭ୍ୟାକସିନ୍ । ଦୂର ହେଇଯିବ ଦୁରାରୋଗ୍ୟ ଜରାୟୁ କର୍କଟ । ଏଥିପାଇଁ ବାହାରିଲା ସଂଜୀବନୀ । ସେରମ୍ ଇନଷ୍ଟିଚ୍ୟୁଟ୍ ବାହାର କରିଛି ସ୍ୱଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଡୋଜ୍ ଭାରତ ସରକାରଙ୍କୁ ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବାବେଳେ ଏହାର ବଜାର ଦର ୨ଶହରୁ ୪ ଶହ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସେରମ୍ ସିଇଓ ଅଦର ପୁନାଓ୍ୱାଲା । ତିନି ବର୍ଷ ମଧ୍ୟରେ ତିନaଟି ପର୍ଯ୍ୟାୟରେ ଯୋଜନା କରାଯାଇଥିବା ଟୀକାକରଣ ଡ୍ରାଇଭ୍ ଚଳିତ ବର୍ଷ ଦ୍ୱିତୀୟ ତ୍ରୟୋମାସିକରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ଟୀକାକରଣର ସରକାର ୬.୫-,୭ କୋଟି ଡୋଜର ଷ୍ଟକ୍ ପାଇବା ପରେ ଏହି ଅଭିଯାନ ଆରମ୍ଭ ହେବ।

07:42 AM

National Youth day: ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତେବେ ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ । ଏହାସହ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ସାରା ଭାରତ ବର୍ଷ National Youth Day ଭାବେ ପାଳନ କରିଥାଏ। 

 

07:28 AM

Longest Sea Atal Setu: ଅଟଳ ସେତୁ ନାମ ଅନୁସାରେ ଲୋକପ୍ରିୟ MTHL ଅର୍ଥାତ୍ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇ ରହିଛି। ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ଭାରତର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ ୨୧.୮ କିଲୋମିଟର ଲମ୍ବା MTHL ୧୭ ହଜାର ୮୪୩ କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏହାର ୧୬.୫୦ କିମି ସମୁଦ୍ର ଭାଗରେ ଓ ୫.୫୦ କିମି ସ୍ଥଳ ଭାଗରେ ରହିଛି। ତେବେ ଏହି ସେତୁ ନିର୍ମାଣ ନେଇ ୧୯୬୨ ମସିହାରେ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା।  ତେବେ ଆଜି ଏହାର ଉଦଘାଟନ କରାଯିବ।ଏହି ୬ ଲେନ୍  ବିଶିଷ୍ଟ ଏହି ସେତୁ ସେବରୀ ରୁ ନ୍ୟୋହା ପର୍ଯ୍ୟନ୍ତ ଯାଇଛି। ଏହାଦ୍ୱାରା ମୁମ୍ବାଇ, ନଭି ମୁମ୍ବାଇ, ରାୟଗଢ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଓ ମୁମ୍ବାଇ-ଗୋଆ ହାଇୱେ ପଥକୁ ସହଜ କରିବା ସହ ଦୂରତା କମିବା ନେଇ ଆଶା କରାଯାଉଛି। 

 

07:15 AM

Puri Parikrama Project: ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ।

 

07:05 AM

Krushi Odisha: ଆଜିଠୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ପାଳନ ହେବାକୁ ଯାଉଛି । ଏଥିରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସାଧାରଣ ନିର୍ବାଚନୀ ବର୍ଷରେ ଗାଁ ଗହଳିରୁ ଚାଷୀ ଓ ମହିଳା ଏସଏଚଜିଙ୍କୁ ଭୁବନେଶ୍ୱର ଆଣି ନିଜର ପ୍ରଚାର ପ୍ରସାର ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଇନଷ୍ଟିଚ୍ୟୁଟ୍‌, ସିଜିଆଇଏଆର ଇନଷ୍ଟିଚ୍ୟୁଟ, ବେସରକାରୀ ସଂଗଠନ ସହଯୋଗରେ ୧୭ଟି ଟେକନିକାଲ ଅଧିବେଶନ, କୃଷି ବୈଜ୍ଞାନିକ ଆଲୋଚନା ଓ ସେମିନାର ଆଦି ହେବ । 

06:57 AM

Odisha Politics: ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାଁରେ ୪୨୩ ଫୌଜଦାରୀ ମାମଲା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ ମାମଲା ବିଚାରାଧୀନ ଥିବା ସୂଚନା। ସୁନ୍ଦରଗଡ଼ରେ ୫୩, ଗଞ୍ଜାମରେ ୫୧, କୋରାପୁଟରେ ୪୮ ମାମଲା। ୧୭ ଜିଲ୍ଲାରେ ସାଂସଦ, ବିଧାୟକଙ୍କ ନାଁରେ ମାମଲା ବିଚାରାଧୀନ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ନିଆଯାଇଛି ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି । ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ କୋର୍ଟ । 

 

06:55 AM

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....ଅଧିକ ପଢନ୍ତୁ...