Odisha News Live: ନୟାଗଡ଼ MVIକୁ ଗିରଫ କଲା ଓଡି଼ଶା ଭିଜିଲାନ୍ସ,ପଢ଼ନ୍ତୁ ଆଜିର ତାଜା ଖବର
Advertisement

Odisha News Live: ନୟାଗଡ଼ MVIକୁ ଗିରଫ କଲା ଓଡି଼ଶା ଭିଜିଲାନ୍ସ,ପଢ଼ନ୍ତୁ ଆଜିର ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ। 

Odisha News Live: ନୟାଗଡ଼ MVIକୁ ଗିରଫ କଲା ଓଡି଼ଶା ଭିଜିଲାନ୍ସ,ପଢ଼ନ୍ତୁ ଆଜିର ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ। 

10 January 2024
19:36 PM

Sushree Devi passed away: ଆଳିର ପୂର୍ବତନ ବିଧାୟକ ତଥା ରାଣୀ ସୁଶ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଦୁଇଥର ଆଳିରୁ ବିଧାୟକ ରହିବା ସହ ଥରେ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପଢ଼ନ୍ତୁ ପୂରା ଖବର...

16:52 PM

Odisha Vigilance Arrests Nayagarh MVI: ଓଡି଼ଶା ଭିଜିଲାନ୍ସ ନୟାଗଡ଼ ମୋଟର ଯାନ ଇନ୍ସପେକ୍ଟର ପଞ୍ଚାନନ ବେହେରାଙ୍କୁ ଆୟ ଅପେକ୍ଷା ୨୯୩% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ଏହା ସମେତ ଭିଜିଲାନ୍ସ ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ୍ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ୍ ବି ଅଛି। ପଢ଼ନ୍ତୁ ପୂରା ଖବର...

16:24 PM

Ram Mandir Inauguration: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ଦଳର ନେତାଙ୍କ ଅଂଶଗ୍ରହଣକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଓ ଉତ୍ତେଜନା ଶେଷ ହୋଇଛି। କଂଗ୍ରେସ ଦଳ ଏହାକୁ ଆରଏସଏସ ଓ ବିଜେପିର ଏକ ଇଭେଣ୍ଟ ବୋଲି କହି ଏହି କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ସ୍ଥିର କରିଛି। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଯୋଗଦେବେ ନାହିଁ ବୋଲି କଂଗ୍ରେସ ଦଳ ସ୍ପଷ୍ଟ କରିଛି। ଏହା ସହିତ ଲୋକସଭାରେ ବିରୋଧୀଦଳର ନେତା ଅଧିର ରଂଜନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଏହି ନେତାମାନେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଢ଼ନ୍ତୁ ପୂରା ଖବର...

14:55 PM

Suchna Seth Child Murder Case Update: ନିଜ ୪ ବର୍ଷର ପୁଅକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ମାଆ ସୂଚନା ସେଠଙ୍କ ମାମଲା ବର୍ତ୍ତମାନ ଖବରର ହେଡଲାଇନରେ ରହିଛି। ଜଣେ ମା' କିପରି ନିଜର ନିରୀହ ପିଲାକୁ ହତ୍ୟା କରିପାରେ? ଲୋକମାନେ ସୋସିଆଲ ମିଡିଆରେ ଏହି ପ୍ରଶ୍ନ ପଚାରୁଛନ୍ତି। ଅନ୍ୟପଟେ ପୋଲିସ ଏହି ମାମଲାରେ ନୂଆ ଖୁଲାସା କରିଛି। ତଦନ୍ତକାରୀ ଅଧିକାରୀମାନେ ଦାବି କରିଛନ୍ତି ଯେ ସୂଚନା ନିଜ ବିଚ୍ଛିନ୍ନ ହୋଇଥିବା ସ୍ୱାମୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଗୁଜୁରାଣ ପାଇଁ ଟଙ୍କା ଚାହୁଁଥିଲେ। କୁହାଯାଉଛି ଯେ ତାଙ୍କ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ନ ଦେବା ପାଇଁ ସେ କ୍ରୋଧରେ ନିଜର ନିରୀହ ପୁଅକୁ ହତ୍ୟା କରିଛନ୍ତି। ପଢ଼ନ୍ତୁ ପୂରା ଖବର...

14:53 PM

Mahua Moitra case: ସଂସଦରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଅଭିଯୁକ୍ତ  ହୋଇ ବିତାଡ଼ିତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୈତ୍ରଙ୍କ  ମାମଲାରେ ଲୋକସଭାକୁ ରିପୋର୍ଟ ମାଗିଛି ସିବିଆଇ। ମିଳିଥିବା ଖବର ଅନୁସାରେ ଲୋକସଭା ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ କରୁଛି। ଏଥିନେଇ ଲୋକସଭା ମହାସଚିବଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଚିଠିର ଉତ୍ତର ଆସି ନଥିବା ସୂଚନା ମିଳିଛି। ପଢ଼ନ୍ତୁ ପୂରା ଖବର...

12:35 PM

Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ

Puri News: ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଆଖି ସାମ୍ନାକୁ ଆସିଯାଏ ଶ୍ରୀମନ୍ଦିର ନୀଳଚକ୍ର । ଭକ୍ତମାନେ ଦୂରରୁ ନୀଳଚକ୍ର ଦର୍ଶନ କରି ଦୁଇହାତକୁ ଉପରକୁ ଟେକି ଭକ୍ତିରେ ନିଜକୁ ସମର୍ପି ଦେଇଥାନ୍ତି । କଥାରେ ରହିଛି ନୀଳଚକ୍ର ଦର୍ଶନ କଲେ ମନ ପବିତ୍ର ହେବା ସହ ପୂଣ୍ୟ ଅର୍ଜନ ହୋଇଥାଏ । କିନ୍ତୁ ଆଜି ନୀଳଚକ୍ର ସମେତ ପତିତପାବନ ବାନା ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅନେକ ଭକ୍ତ । ଘନ କୁହୁଡି ଆଜି ଭକ୍ତଙ୍କୁ ପତିତପାବନ ବାନା ସହ ନୀଳ ଚକ୍ର ଦର୍ଶନରୁ ବଞ୍ଚିତ କରିଛି । ଅଧିକ ପଢନ୍ତୁ...

11:36 AM

Angul News: ଅନୁଗୋଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର

Angul News: ଓଡ଼ିଶାରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଅନୁଗୋଳ ସ୍ଥିତି ସାଂଘାତିକ ବର୍ଗରେ ରହିଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବାୟୁମଣ୍ଡଳରେ ଘୂରି ବୁଲୁଥିବା ପ୍ରତିଟି ଧୂଳିକଣା ଏବେ ଲୋକଙ୍କ ଜୀବନ ନେବାକୁ ଲାଗିଛି। ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହିତ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଛି। ଅଧିକ ପଢନ୍ତୁ...

11:35 AM

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପୂର୍ବରୁ କାହାରି ଆଖିରେ ନିଦ ନାହିଁ। ଚାଲିଛି ସମୀକ୍ଷା ପରେ ସମୀକ୍ଷା। ଲୋକାର୍ପଣ ଉତ୍ସବକୁ ଆଉ ମାତ୍ର ଛଅଦିନ ଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ୫ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଘନଘନ ଗସ୍ତ କରୁଛନ୍ତି । ଏହା ସହ କାର୍ଯ୍ଯର ଟିକନିକ୍ ଅନୁଧ୍ୟାନ କରୁଛନ୍ତି। ସେପଟେ ଗତକାଲି ରାତିରେ ବି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି। ଅଧିକ ପଢନ୍ତୁ...

11:33 AM

Entertainement News: ଜଲଓ୍ବା ଦେଖାଇବେ ଏହି ସବୁ ଷ୍ଟାର କିଡ୍ସ
Entertainement News: ଏବର୍ଷ ବଡ ପରଦାରେ ଜଲଓ୍ବା ଦେଖାଇବେ ବଲିଉଡର କିଛି ନାମିଦାମୀ ଷ୍ଟାର-କିଡ୍। ବଲିଉଡରେ ପ୍ରଥମ ସୁଯୋଗ ହାସଲ କରିବା ଷ୍ଟାର କିଡ୍ ଙ୍କ ପାଇଁ  ସହଜ ହୋଇଥାଏ। ସେହି କ୍ରମରେ ଚଳିତ ବର୍ଷ  ଅନେକ ଷ୍ଟାର କିଡ୍ ବଲିଉଡ ସିନେମାରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ରେଡ୍ଡି ହୋଇଗଲେଣୀ। ଏଭଳି କେତେକ ପ୍ରମୁଖ ନବାଗତ ଅଭିନେତା ଓ ଅଭିନେତ୍ରୀମାନଙ୍କ ସମ୍ପର୍କରେ। ଅଧିକ ପଢନ୍ତୁ...

11:17 AM

Political News: କଟକରୁ ଲଢ଼ିବେ ଅଶ୍ୱିନୀ !

Politica News: ଭାରତୀୟ ରାଜନୀତିରେ ଓଡ଼ିଶା ପାଇଁ କାମ କରୁଛନ୍ତି  ବୋଲି ନିଜର ପରିଚୟ ସୃଷ୍ଟି କରିଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ବିଜେପି ପାଇଁ ପରୋକ୍ଷରେ ବୋଝ ପାଲଟିବାକୁ ଯାଉଛନ୍ତି। ଗତ କିଛିଦିନ ହେଲା ସେ ଯେମିତି କଟକ ଲୋକସଭା ମଣ୍ଡଳୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ପେଣ୍ଠ ଗୁଡ଼ିକୁ ଗସ୍ତ କରୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ ସେ ଆସନ୍ତା ନିର୍ବାଚନ ଲାଗି କଟକ ନିର୍ବାଚନ ମଣ୍ଡଳୀ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହା ହେଲେ ରାଜ୍ୟ ବିଜେପି, ଶାସକ ଦଳ ବିଜେଡି ବିରୁଦ୍ଧରେ ଯେଉଁ ‘ଅଣ ଓଡ଼ିଆ’ ଅସ୍ତ୍ରଟି ପ୍ରୟୋଗ କରିବାକୁ ସ୍ଥିର କରିଛି ତାହା ୟୁ ଟର୍ନ ନେବା ଆଶଙ୍କା ବୃଦ୍ଧି ପାଇଛି। କାରଣ ଯେଉଁ ପାଣ୍ଡିଆନଙ୍କୁ ‘ଅଣ ଓଡ଼ିଆ’ କହି ବିଜେପି ଆକ୍ରମଣ କରୁଛି ଅଶ୍ୱିନୀ ତାହାର ଶିକାର ହୋଇପାରନ୍ତି। 

11:16 AM

Bhubaneswar News: ଓଡ଼ିଆ ନେତାଙ୍କ ଅପରାଧିକ ମାମଲାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Bhubaneswar News: ନିର୍ବାଚନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା ଏବେ ବିଚାରାଧୀନ ଅଛି। ୩୦ଟି ଜିଲ୍ଲାର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲା ସମ୍ପର୍କରେ ସୂଚନା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ହାଇକୋର୍ଟ ୱେବସାଇଟରେ ପ୍ରକାଶ ପାଇଛି। ସାଂସଦ / ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮୬ ମାମଲା ରହିଛି। ଏହି ଅଞ୍ଚଳରେ ଦ୍ୱିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୩ଟି ମାମଲା ରହିଛି। ତୃତୀୟ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାରେ ସାଂସଦ / ବିଧାୟକଙ୍କ ବିରୋଧରେ ୫୧ଟି ମାମଲା ରହିଛି। ଅଧିକ ପଢନ୍ତୁ...

09:40 AM

National News: ପର୍ଯ୍ୟଟକ ପଠାଇବା ପାଇଁ ଚୀନକୁ ନେହୁରା ହେଲେ ମାଳଦ୍ୱୀପ ରାଷ୍ଟ୍ରପତି

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି। ହୋଟେଲ ମଧ୍ୟ କ୍ୟାନସଲ ହେଉଛି। ଏଭଳି ସ୍ଥଳେ ନିଜ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅପିଲ କରିଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଅଧିକ ପଢନ୍ତୁ...

09:37 AM

Bhubaneswar News: ସ୍କୁଲ ସମୟରୁ କ୍ୟାରିୟର କାଉନସେଲିଂ

Bhubaneswar News: ଦଶମ ପରେ କ୍ୟାରିୟର ଚୟନର ବାଟ ଦେଖାଇବେ ଶିକ୍ଷକ। ପିଲାର ସାମର୍ଥ୍ୟ, ଦୁର୍ବଳତାକୁ ନେଇ ଟିପ୍ସ ଦେବେ ଶିକ୍ଷକ -ଶିକ୍ଷୟତ୍ରୀ। ହାଇସ୍କୁଲ୍ ପିଲାଙ୍କ କ୍ୟାରିୟର  କାଉନସେଲିଂ କରାଯିବ। ଶିକ୍ଷକ ବତାଇବେ କ୍ୟାରିୟରର ଚୟନ ପଥ। ଦଶମ ପରେ କଣ କରିବେ ପରାମର୍ଶ ଦେବେ।  ଏଥିପାଇଁ ପ୍ରତ୍ୟକ ସ୍କୁଲରେ ଆରମ୍ଭ ହେବ'ମୋ ବୃତ୍ତ ମୋ ପରିଚୟ' (ବିଭାଗ ଓ କ୍ୟାରିୟର ପଥ) କାର୍ଯ୍ୟକ୍ରମ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ଏକ ସୂଚୀ ପ୍ରସ୍ତୁତ କରାଯାଇଛି। ଅଧିକ ପଢନ୍ତୁ...

09:01 AM

ଆଜି ୫୧୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ରାଜ୍ୟ ସରକାର

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ସ୍କୁଲ ଓ କଲେଜରେ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଦିଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ଏହି କ୍ରମରେ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୧୫୮ ଜଣ ସରକାରୀ ମହା ବିଦ୍ୟାଳୟର ଆସିଷ୍ଟାଣ୍ତ ପ୍ରଫେସରଙ୍କୁ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଅଧିକ ପଢନ୍ତୁ...

08:33 AM

ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ବର୍ତ୍ତମାନର ରାଜ୍ୟ ତଥା ଦେଶର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବରକୁ ସ୍ୱଳ୍ପରେ ପଢି ନିଅନ୍ତୁ। ଅଧିକ ପଢନ୍ତୁ

08:04 AM

ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା ତାରିଖ

ମେଡିକାଲ୍ ପାଠ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ନିଟ୍ ପିଜି ୨୦୨୪ ପରୀକ୍ଷା ଏବେ ଚଳିତ ବର୍ଷ ଜୁଲାଇକୁ ଘୁଞ୍ଚି ଯାଇଛି।  ପୂର୍ବରୁ ଏହା ମାର୍ଚ୍ଚ ୩ରେ ହେବା ନେଇ ଧାର୍ଯ୍ୟ ହୋଇଥିଲା। (National Board of Examinations in Medical Sciences(NBEMS)ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ ମେଡିକାଲ୍ ସାଇନ୍ସ  ମଙ୍ଗଳବାର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି।  ଏହା ଅନୁସାରେ,  ନିଟ୍ ପିଜି ୨୦୨୪ ପରୀକ୍ଷାକୁ ୩ ମାସ ଘୁଞ୍ଚାଇ ଦିଆଯାଇଛି। ଅଧିକ ପଢନ୍ତୁ...

07:41 AM

ରାଜ୍ୟରେ ବଢିବ ଶୀତ!

ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏବେ ଶୀତ କମିଥିଲେ ମଧ୍ୟ ଘନ କୁହୁଡିର(fog) ପ୍ରଭାବ ବେଶ୍ ଅଧିକ ରହିଛି। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିବ। ଫଳରେ ଶୀତ ବଢିବ। ସେହିପରି କୁହୁଡି ମଧ୍ୟ ରାଜ୍ୟରେ ଅଧିକ ରହିବ।  ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ଆଭ୍ୟନ୍ତରୀଣ ଓଡି଼ଶା  ଓ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦେଖାଯିବ। ଅଧିକ ପଢନ୍ତୁ...

 

06:35 AM

ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ହାଇକୋର୍ଟରେ ମାମଲା

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ବିରୋଧ କରି ମଙ୍ଗଳବାର  ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାର ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ବିଭିନ୍ନ ସ୍ଥାନରୁ ଯାତ୍ରୀଙ୍କୁ ଆଣି ପୁରୀରେ ଏକତ୍ରିତ କରିବାକୁ ଯୋଜନା କରୁଛନ୍ତି।  ଏନେଇ କୋରୋନା ବ୍ୟାପିବା ନେଇ ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...

06:27 AM

Budh Gochar 2024: ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ

ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଜାନୁଆରୀ ୨୦ ଦିନ ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ନକ୍ଷତ୍ର ପରିବର୍ତ୍ତନ କରି ପୂର୍ବଶ୍ରଦ୍ଧା ନକ୍ଷତ୍ରରେ ପ୍ରବେଶ କରିବେ। ବୁଧଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ଅଧିକ ପଢନ୍ତୁ...

06:25 AM

Today Horoscope: ସାବଧାନ୍ ରୁହନ୍ତୁ ଏହି ସବୁ ରାଶି !

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୦ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ଅଧିକ ପଢନ୍ତୁ...