Odisha Daily News Live: ଏଣିକି ମାନମାନି କରିପାରିବେ ନାହିଁ କୋଚିଂ ସେଣ୍ଟର; କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି
Advertisement

Odisha Daily News Live: ଏଣିକି ମାନମାନି କରିପାରିବେ ନାହିଁ କୋଚିଂ ସେଣ୍ଟର; କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

ସାଙ୍କେତିକ ଫଟୋ
LIVE Blog

Odisha News Live Updates: ଯାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଭାତରୀୟ ରେଳବାଇରେ ଯୋଡ଼ି ହେବାକୁ ଯାଉଛି ୬୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍। ଏକ ରିପୋର୍ଟ ଅନୁସାରେ ଏହା ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଯୋଡ଼ି ହେବା ନେଇ ଜଣା ପଡ଼ିଛି। ଏନେଇ ୩୫ଟି ନୂଆ ରୁଟ୍ ରେଳ ବିଭାଗ ଚୟନ କରିଥିବା ଜଣାପଡ଼ିଛି।

 

18 January 2024
23:17 PM

Govt of India Guidelines for Private Coaching Centre: ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବେସରକାରୀ କୋଚିଂ ପ୍ରତିଷ୍ଠାନ ସମ୍ପର୍କର କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁ କୋଚିଂ ପ୍ରତିଷ୍ଠାନ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଛନ୍ତି ବର୍ତ୍ତମାନ ସେମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବାକୁ ହେବ। "କୋଚିଂ ସେଣ୍ଟର ପଞ୍ଜୀକରଣ ଏବଂ ନିୟାମକ ୨୦୨୪" ଅଧିନରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। 
ପଢନ୍ତୁ ପୁରା ଖବର

 

22:07 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   
ପଢନ୍ତୁ ପୁରା ଖବର

22:05 PM

Ayodhya Ram Mandir Inauguration: ଶ୍ରୀରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରତିଷ୍ଠା ପାଇଁ ପାଞ୍ଚଶହ ବର୍ଷର ଅପେକ୍ଷା ଗୁରୁବାର ଦିନ ଶେଷ ହୋଇଥିଲା, ଯେତେବେଳେ  ନୂତନ ମନ୍ଦିରର ଗର୍ଭଗୃହର କୁର୍ମ ଶୀଳା ଉପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପିତ ହୋଇଥିଲେ। ଶ୍ୟାମ ଶିଳାରେ ନିର୍ମିତ ରାମଲାଲାଙ୍କ ପ୍ରତିମାକୁ ଗର୍ଭଗୃହର ଥିବା ପଥର ଉପରେ ରଖାଯାଇଛି। ପଢ଼ନ୍ତୁ ପୂରା ଖବର...

21:23 PM

 

22 January 2024 Holiday in Odisha: ଆସନ୍ତା ୨୨ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର କରିଛନ୍ତି ଏକ ବଡ଼ ଘୋଷଣା। ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏହି ଛୁଟି ସମ୍ପର୍କରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।  
ପଢନ୍ତୁ ପୁରା ଖବର

20:56 PM

 

Why Vivek Ramaswamy withdraws himself from Presidential Race: ଚଳିତ ବର୍ଷ ନଭେମ୍ବର ୫ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଯୁକ୍ତରାଷ୍ଟ୍ର ଆମେରିକାର ୬୦ ତମ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପଦ ପାଇଁ ହେଉଥିବା ଦୌଡ଼ରେ ସାମିଲ ହୋଇଥିବା ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ କରି ସାରିଛନ୍ତି ଏକ ବଡ଼ ଘୋଷଣା। ରାଷ୍ଟ୍ରପତି ପଦ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ଏବଂ ପୂର୍ବତନ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ନିର୍ବାଟନରେ ସମର୍ଥନ କରିବାକୁ ସେ ଘୋଷଣା କରିଛନ୍ତି। 
ପଢନ୍ତୁ ପୁରା ଖବର

20:49 PM

Odisha declares half-day holiday on Jan 22th Jan: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏହାକୁ ନେଇ ରାଜ୍ୟ ସରାକାର ଏକ ନୋଟିଫିକେସନ୍ ଜାରି କରିଛନ୍ତି।

 

20:09 PM

Helicopter Service for Ayodhya Darshan: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକ ଅଯୋଧ୍ୟା ଠାରେ ପହଞ୍ଚୁଛନ୍ତି। ଏବେ ଭଗବାନ ରାମଙ୍କ ଭକ୍ତଙ୍କ ପାଇଁ ଆସିଛି ଅନ୍ୟ ଏକ ଖୁସି ଖବର। ଏଣିକି ରାମ ଭକ୍ତ ଦର୍ଶନ ପାଇଁ ବସ୍ ଏବଂ ଟ୍ରେନ୍ ବ୍ୟତୀତ ହେଲିକ୍ୟାପ୍ଟର ଯୋଗେ ମଧ୍ୟ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିପାଇବେ। ଖୁବ ଶୀଘ୍ର ଅଯୋଧ୍ୟା ଲାଗି ହେଲିକ୍ୟାପ୍ଟର ସେବା ଆରମ୍ଭ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର।
ପଢନ୍ତୁ ପୁରା ଖବର

19:39 PM

Gujarat Boat Capsized: ଗୁଜୁରାଟର ଭଦୋଦରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହର୍ଣ୍ଣି ହ୍ରଦରେରେ ଏକ ଡଙ୍ଗା ଓଲଟି ପଡିଛି। ଏଥିରେ ୨୩ ଜଣ ଛାତ୍ରଛାତ୍ରୀ ଓ ଚାରିଜଣ ଶିକ୍ଷକ ଥିଲେ। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ଛାତ୍ରଛାତ୍ରୀ ଭଦୋଦରାସ୍ଥିତ ଏକ ବିଦ୍ୟାଳୟର ଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଖବର ଅନୁଯାୟୀ ଗୁରୁତର ଆହତ ନଅରୁ ଦଶ ଜଣ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଢ଼ନ୍ତୁ ପୂରା ଖବର...

19:15 PM

Indian Navy Save Marshall Islands Ship: ଏମଭି ଜେନକୋ ପିକାର୍ଡି ନାମକ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ବିଶାଖାପଟ୍ଟନମ୍। ଏହି ବ୍ୟବସାୟିକ ଜାହାଜରେ ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିଲା। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଆଇଏନଏସ ବିଶାଖାପଟ୍ଟନମ୍ ଏକ ଜରୁରୀକାଳୀନ ଫୋନ କଲ୍ ପାଇଥିଲା। ଯେଉଁଥିରେ ସାହାଯ୍ୟ କରିବା ପାଇଁ ଏକ ଅନୁରୋଧ କରାଯାଇଥିଲା। ମାର୍ଶଲ ଦ୍ୱୀପପୁଞ୍ଜ ପତାକା ରହିଥିବା ଏମଭି ଜେନକୋ ପିକାର୍ଡି ନାମକ ବ୍ୟବସାୟିକ ଜାହାଜ ଆଡେନ୍ ଉପସାଗରରେ ଯାତ୍ରା କରୁଥିଲା। ଆଡେନ ଉପସଗାରରେ ଯାତ୍ରା କରିବା ସମୟରେ ଏମଭି ଜେନକୋ ପିକାର୍ଡି ଉପରେ ହୋଇଥିଲା ଡ୍ରୋନ୍ ଆକ୍ରମଣ। ହେଲେ ଜାହାଜ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ କାହା ପକ୍ଷରୁ କରାଯାଇଥିଲା ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ହେଲେ ବିଗତ କିଛି ଦିନ ହେବ ୟମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀ ଲାଲ ସାଗର ଏବଂ ଆଡେନ ଉପସାଗର ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଛନ୍ତି।
ପଢନ୍ତୁ ପୁରା ଖବର

18:30 PM

Sonu Sood Deepfake Video Viral: ବଲିଉଡ ଅଭିନେତା ସୋନୁ ସୁଦ କୌଣସି ନା କୌଣସି କାରଣରୁ ହେଡଲାଇନରେ ରହିଥାନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ସୋନୁ ସୁଦ ମଧ୍ୟ ଏକ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି, ଯାହା ଅନେକ ଦିନ ଧରି ଟ୍ରେଣ୍ଡ କରୁଛି। ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ କ୍ୟାଟ୍ରିନା କୈଫଙ୍କ ପରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ଡିପ୍ ଫେକ୍ ଭିଡିଓ ସହ ଜଡିତ ଥିଲା। ପଢ଼ନ୍ତୁ ପୂରା ଖବର...

18:11 PM

 

Fire Breaks Out in Train in UP: ସଦ୍ୟ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ଯାଇ କୃଷକ ସଂଘର ନେତା ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ଅନ୍ୟ ଯାତ୍ରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଭଳି କାମ କରିଥିଲେ। ଏହି କାରଣରୁ କାନପୁର ଦେହାତ ଠାର ସଙ୍ଗମ ଏକ୍ସପ୍ରେସ ମଧ୍ୟରୁ ଧୂଆଁ ବାହାରିବାର ଖବର ମିଳିବା ମାତ୍ରେ କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନ ଠାରେ ଆତଙ୍କ ଖେଳିଯାଇଥିଲା। ହେଲେ କୌଣସି ଅଘଟଣ ଘଟି ନଥିବାରୁ ରେଳବାଇ ଅଧିକାରୀ ତଥା କର୍ମଚାରୀ ଆଶ୍ୱସ୍ତ ହୋଇଥିଲେ। 
ପଢନ୍ତୁ ପୁରା ଖବର

16:56 PM

IMD Forecast on Cold Wave: ଦେଶର ଅଧାରୁ ଅଧିକ ଭାଗରେ ଏବେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ଥଣ୍ଡା ବଢିବା ସହ କୁହୁଡ଼ି ଜାରି ରହିଛି। ଗୁରୁବାର ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ଶୀତ ଲହରୀରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ କୁହୁଡ଼ି ହେବ। ଜାନୁଆରୀ ୧୮ ତାରିଖରେ ବିହାର ଝାଡ଼ଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୮ ଏବଂ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଛି। ଆସନ୍ତା ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ସହ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ସର୍ବାଧିକ ତାପମାତ୍ରା ୨୦-୨୨ ଏବଂ ସର୍ବନିମ୍ନ ତାପମାତ୍ରା ୫-୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। କୁହୁଡ଼ି କାରଣରୁ ଗୁରୁବାର ମଧ୍ୟ ଟ୍ରାଫିକ ସେବା ପ୍ରଭାବିତ ହୋଇଛି। 
ପଢନ୍ତୁ ପୁରା ଖବର

15:54 PM

Ramlala Pran Pratishtha Holiday: ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦୀ ସରକାର ଗୁରୁବାର ଦିନ (୧୮ ଜାନୁଆରୀ) ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଘୋଷଣା କରିଛନ୍ତି ଯେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିିନ ୨୨ ଜାନୁୟାରୀରେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ । ପଢ଼ନ୍ତୁ ପୂରା ଖବର...

15:53 PM

Jammu and kashmir: ଜମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟ ନୋଶେରାର ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ସୌନିକ ସହିଦ ହୋଇଛନ୍ତି। ପ୍ରାରମ୍ଭିକ ଖବର ଅନୁଯାୟୀ ଏହି ବିସ୍ଫୋରଣରେ ଅତି କମରେ ଆଉ ଦୁଇଜଣ ସୌନିକ ଆହତ ହୋଇଥିଲେ। ଆହତ ସୈନିକମାନଙ୍କୁ ହସ୍ପିଟାଲକୁ ନିଆଯାଇଛି। ପଢ଼ନ୍ତୁ ପୂରା ଖବର...

13:30 PM

Vande Bharat Express: ବଢ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକପ୍ରିୟତା

ଯାତ୍ରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଭାତରୀୟ ରେଳବାଇରେ ଯୋଡ଼ି ହେବାକୁ ଯାଉଛି ୬୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍। ଏକ ରିପୋର୍ଟ ଅନୁସାରେ ଏହା ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଯୋଡ଼ି ହେବା ନେଇ ଜଣା ପଡ଼ିଛି। ଏନେଇ ୩୫ଟି ନୂଆ ରୁଟ୍ ରେଳ ବିଭାଗ ଚୟନ କରିଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ...

13:02 PM

ତୃତୀୟ ଦିନରେ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଆଜି ଅପରାହ୍ଣରେ ସିଂହାସନରେ ବିରାଜିବେ ଶ୍ରୀରାମଲାଲା

Ayodhya Ram Mandir: ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ଦିବସର ଆଜି ତୃତୀୟ ଦିନ। ଅପରାହ୍ଣ ପ୍ରାୟ ୧ଟା ବେଳେ ଶ୍ରୀରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିପାଇଁ ଶ୍ରୀ ରାମଲାଲାଙ୍କ ପ୍ରତିମୂର୍ତ୍ତିକୂ ଗତ ରାତିରେ ମନ୍ଦିର ପ୍ରବେଶ କରାଯାଇଛି। ଅଧିକ ପଢ଼ନ୍ତୁ...

12:22 PM

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର
କାନାଡ଼ା ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ଛାତ୍ରଙ୍କ ପାଇଁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି। କାରଣ ଏହି ବିବାଦ ମଧ୍ୟରେ ବୃହତ ସଂଖ୍ୟାରେ ଭାରତୀୟ ଛାତ୍ର ଛାଡ଼ୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି। ପଢନ୍ତୁ ପୂରା ରିପୋର୍ଟ...

12:12 PM

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର
କାନାଡ଼ା ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ଛାତ୍ରଙ୍କ ପାଇଁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି। କାରଣ ଏହି ବିବାଦ ମଧ୍ୟରେ ବୃହତ ସଂଖ୍ୟାରେ ଭାରତୀୟ ଛାତ୍ର ଛାଡ଼ୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସେତିକି ନୁହେଁ, କାନାଡ଼ା ଯିବାକୁ ଭାରତୀୟ ଛାତ୍ରମାନେ ଶିକ୍ଷା ଭିତ୍ତିକ ଭିସା ଆବେଦନର ସଂଖ୍ୟା ପ୍ରାୟ ୮୬ ପ୍ରତିଶତ ହ୍ରାସ ଘଟିଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

11:30 AM

Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ବଢ଼ିଲା...

ଜାନୁଆରୀ ୧୮ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

11:26 AM

ଗୁଗଲର ନୂଆ ସର୍ଚ୍ଚ ଟୁଲ୍‍ ‘ସର୍କଲ’

ସର୍କଲ୍ ଟୁ ସର୍ଚ୍ଚ, ଆପଣ ଯେଉଁଠି ଅଛନ୍ତି ସେଠାରେ ଥାଇ ଅଧିକ ତଥ୍ୟ ପ୍ରାପ୍ତ କରିବା ପାଇଁ ଗୁଗୁଲର ନୂଆ ଫିଚର୍ ... ଅଧିକ ପଢ଼ନ୍ତୁ...

10:32 AM

Highcourt on Kolkata Police: କୋଲକାତା ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ, କହିଲେ ତଦନ୍ତରେ ରହିବ ସିବିଆଇର ହସ୍ତକ୍ଷେପ

କୋର୍ଟଙ୍କ ନିର୍ଦ୍ଦେଶ ବିନା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ମନିଟରିଂ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ରହିବ। ଯଦି ଏହି ସ୍ୱତନ୍ତ୍ର ଦଳ ଚାହାଁନ୍ତି, ତେବେ ଏହା ରାଜ୍ୟ କିମ୍ବା କେନ୍ଦ୍ରୀୟ ପୋଲିସର ସାହାଯ୍ୟ ନେଇପାରେ। ଅଧିକ ପଢ଼ନ୍ତୁ...

10:28 AM

ଲାଲୁ ଯାଦବଙ୍କୁ ବଡ଼ ଝଟକା, ସୀତାମାଢିରେ ବ୍ଲକ ମୁଖ୍ୟଙ୍କ ଗାଦି ହରାଇଲେ ଆରଜେଡି ନେତା

ସୀତାମାରି: ଆରଜେଡି: ବିହାରର ସୀତାମାଢି ଜିଲ୍ଲାରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି । ଅଧିକ ପଢ଼ନ୍ତୁ...

10:19 AM

ନିଦ ହଜାଇଲା ଦନ୍ତା ହାତୀ, ଟ୍ରାଙ୍କୁଲାଇଜ କରିବାରେ ବିଫଳ ବନବିଭାଗ

ବାରିପଦା: ସହର ଭିତରକୁ ପସିଆସି ଲୋକଙ୍କ ନିଦ ହଜାଇଛି ଦନ୍ତାହାତୀ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲିବା ସହ ବନ ବିଭାଗ ଟିମକୁ ନାକେଦମ କରିବାରେ ଲାଗିଛି । ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଏଯାଏଁ ତାହା ସମ୍ଭବ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । ଅଧିକ ପଢ଼ନ୍ତୁ...

09:31 AM

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର
କାନାଡ଼ା ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ଛାତ୍ରଙ୍କ ପାଇଁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି। କାରଣ ଏହି ବିବାଦ ମଧ୍ୟରେ ବୃହତ ସଂଖ୍ୟାରେ ଭାରତୀୟ ଛାତ୍ର ଛାଡ଼ୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସେତିକି ନୁହେଁ, କାନାଡ଼ା ଯିବାକୁ ଭାରତୀୟ ଛାତ୍ରମାନେ ଶିକ୍ଷା ଭିତ୍ତିକ ଭିସା ଆବେଦନର ସଂଖ୍ୟା ପ୍ରାୟ ୮୬ ପ୍ରତିଶତ ହ୍ରାସ ଘଟିଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

09:23 AM

ମାତୃଭାଷାରେ ବି ପଢ଼ିପାରୁ ନାହାନ୍ତି ୨୫ ପ୍ରତିଶତ କିଶୋର
ଦେଶରେ ଶିକ୍ଷା ବ୍ୟବସ୍ଥା ଯେ ଦିନକୁ ଦିନ ଦୟନୀୟ ହୋଇ ଚାଲିଛି ତାହାକୁ ସ୍ପଷ୍ଟ କରିଛି ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ( ASER) ୨୦୨୩। ବୁଧବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ୧୪ରୁ ୧୮ ବର୍ଷ ବୟସର ୪୩ ପ୍ରତିଶତ କିଶୋର ଇଂରାଜୀରେ ଗୋଟିଏ ବାକ୍ୟ ପଢ଼ିବାକୁ ବି ଅସମର୍ଥ। ପଢନ୍ତୁ ପୂରା ରିପୋର୍ଟ...

09:18 AM

ଜଗା ଦୁଆରେ ପ୍ରାଣ ଗଲା ଛାଡି, ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ସମୟରେ ହଠାତ୍ ସିଂହଦ୍ୱାର ନିକଟରେ ଅସୁସ୍ଥ ହେବା ସହ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଢନ୍ତୁ ପୂରା ରିପୋର୍ଟ...

09:17 AM

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର। ପଢିନିଅନ୍ତୁ ପୂରା ରିପୋର୍ଟ...

09:16 AM

OASସ୍ତରରେ ଅଦଳବଦଳ, ୪ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି
ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭଦ୍ରକ, ନୟାଗଡ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବରେ ବରିଷ୍ଠ ଓଏଏସ ଅଫିସର ସୂର୍ଯ୍ୟନାରାୟଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟନାରାୟଣ ସୁବର୍ଣ୍ଣପୁରରେ ଅତିରିକ୍ତ ଜିଲ୍ଲାପାଳ ଥିଲେ। ପଢନ୍ତୁ ପୂରା ରିପୋର୍ଟ...

09:15 AM

ଆଜିଠୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ
ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ। ପରବର୍ତ୍ତି ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ସେବା ଆରମ୍ଭ ହେବା ପରେ ପୁରୀ ସହିତ ୩୦ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ। ପଢିନିଅନ୍ତୁ ପୂରା ରିପୋର୍ଟ...

09:13 AM

ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ
ଜଗନ୍ନାଥ ପରିକ୍ରମା ଅବସରରେ ଦୀପାଞ୍ଜଳୀ ମ୍ୟୁଜିକରେ ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ଆଉ ଏକ  ସୁନ୍ଦର ଭଜନ "ମୋ ନିଃଶ୍ବାସଟା ଚାଲେ ଏଠି ତୋ ଇସାରାରେ " ଏହି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ସେବାୟତ ଟୁଟୁ ନନା, ପ୍ରଯୋଜକ ପ୍ରଣୟ ଜେଠି, ବୁଲନ୍ ଭାଇ, ଗୀତଟିର ପ୍ରଯୋଜକ ରୋଟାରୀୟାନ୍ ଡକ୍ଟର ପ୍ରସନ୍ନ ଚଉଧୁରୀ, ନିର୍ଦ୍ଦେଶକ ବାବୁ ବାବୁ ସମେତ ଗୀତ ଟିର ଅଭିନୟ କରିଥିବା ଦିବ୍ୟ , ଦୀପାଞ୍ଜଳୀ, ଅକ୍ଷୀ ମାଉସୀ, ସୋନାଲି, ଓମ୍ , ଜୟ ଓ ସିକନ୍ ପ୍ରମୁଖ ଉପସ୍ଥିତ ଥିଲେ। ପଢିନିଅନ୍ତୁ ପୂରା ରିପୋର୍ଟ...

09:12 AM

ବିଛଣାରେ ବସି ଖାଦ୍ୟ ଖାଉଛନ୍ତି କି
ଘରର ଶୟନ କକ୍ଷକୁ ଜ୍ୟୋତିଷ ଭାଷାରେ ଶୋୟା ଭାବ କୁହାଯାଏ। ଆମେ ବିଛଣାରେ ଶୋଇଥାଉ। ଜୀବନରେ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ରାତିରେ ଶୋଇବା ପୂର୍ବରୁ ଶଯ୍ୟାକୁ ଭଲ ଭାବରେ ସଫା କରାଯିବା ଉଚିତ । ପଢିନିଅନ୍ତୁ ପୂରା ରିପୋର୍ଟ...

09:11 AM

ଦେଖି ନିଅନ୍ତୁ ମହାପ୍ରଭୁଙ୍କ ମଙ୍ଗଳାଆଳତୀ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 06.00 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଭିଡ଼ିଓ...

09:10 AM

ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ..
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ପଢିନିଅନ୍ତୁ ଆଜିର ରାଶିଫଳ...

09:09 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।