Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...
Advertisement

Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

 

Odisha Daily News Live: ପଢ଼ନ୍ତୁ ଆଜିର ତାଜା ଖବର କେବଳ ଗୋଟିଏ କ୍ଲିକରେ...
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

 

14 January 2024
21:53 PM

ଲଦାଖ ସୀମାରେ ପରିସ୍ଥିତି ସ୍ବଭାବିକ ନାହିଁ, କାଶ୍ମୀରରେ ପାକ୍ ଆତଙ୍କୀ ଷଡ଼ଯନ୍ତ୍ର : ସାମରିକ କମାଣ୍ଡର 

ଶ୍ରୀନଗର; ପ୍ରକୃତ ନିୟନ୍ତ୍ରଣ କ୍ଷେତ୍ର (ଏଲଏଏସି) ନିକଟରେ ପରିସ୍ଥିତି ସ୍ଵାଭାବିକ ନାହିଁ। ରବିବାର ଜଣେ ବରିଷ୍ଠ ସେନାଧ୍ୟକ୍ଷ କହିଛନ୍ତି, ଉତ୍ତର ସୀମାରେ ସ୍ଥିତି ସ୍ଥିର କିନ୍ତୁ ସ୍ୱାଭାବିକ ନୁହେଁ । ଲଦାଖ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ (LAC) ପ୍ରସଙ୍ଗରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

21:23 PM

ବନ ବିଭାଗକୁ ବଡ଼ ସଫଳତା, ବଜ୍ରକାପ୍ତା ଚାଲାଣ ସମୟରେ ଧରାପଡିଲେ ୩ ବ୍ୟକ୍ତି: 

ନବରଙ୍ଗପୁର: ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବା ସମୟରେ ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଅଧିକ ପଢ଼ନ୍ତୁ...

20:17 PM

Railway Minister Ashwini Vaishnaw: ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ
ଏହି ଷ୍ଟେସନର ଲୋକାର୍ପଣ ସହ ପୂରଣ ହୋଇଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳବାସୀଙ୍କ ସ୍ବପ୍ନ। ଏହି ଅବସରରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅଧିକ ପଢ଼ନ୍ତୁ...

20:11 PM

Govt Holiday Odisha: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ...

19:58 PM

୬ ୱିକେଟରେ ଜିତିଲା ଭାରତ
ଯଶସ୍ୱି ଜୟସ୍ୱାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ସହଜରେ ବିଜୟ ହାସଲ କରିନେଇଛି ଭାରତ। ଆଜି ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଖେଳାଯାଇଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଭାରତ। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦ ୱିକେଟ ହରାଇ ୧୭୨ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ମାତ୍ର ୧୫.୪ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଅଧିକ ପଢନ୍ତୁ...

19:35 PM

Bargarh dhanu yatra 2024: ରାତି ପାହିଲେ ବରଗଡ଼ ଧନୁଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଚଳିତ ବର୍ଷକୁ ମିଶାଇ ପ୍ରସିଦ୍ଧ ଧନୁଯାତ୍ରାକୁ ୭୬ ବର୍ଷରେ ପଦାର୍ପଣ କରୁଥିବାରୁ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ଏହି ଧନୁଯାତ୍ରା ୧୫ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ବରଗଡ ହାଟପଦାରେ କଂସ ମହାରାଜଙ୍କ ପାଇଁ ଏକ ବିଶାଳ ରାଜଦରବାର ତିଆରି କରାଯାଇଛି । ଯାହାର ଉଚ୍ଚତା ୯୫ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୪୫ ଫୁଟ ରହିଛି । ଅଧିକ ପଢ଼ନ୍ତୁ...

19:03 PM

ଶିବସେନାରେ ଯୋଗଦେଲେ ମିଲିନ୍ଦ
ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଦେଇଥିବା ଭେଟେରାନ ନେତା ମିଲିନ୍ଦ ଦେଓରା ଶେଷରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶ୍ରୀ ଦେଓରା ଶିବସେନାରେ ଯୋଗ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା ଆଜି ସକାଳେ କଂଗ୍ରେସର ହାତ ଛାଡ଼ିଥିଲେ। ମିଲିନ୍ଦ ଦେଓରାଙ୍କ ପିତା ମୁର୍ଲି ଦେଓରା କଂଗ୍ରେସର ଜଣେ ବଡ ନେତା ଥିଲେ। ଅଧିକ ପଢନ୍ତୁ...

18:35 PM

ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ
ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଘରୋଇ ଭାରତ। ତେବେ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ। ଏହି ମ୍ୟାଚ ପାଇଁ ଦୁଇଟି ପରିବର୍ତ୍ତନ କରାଯାଇଛି। ଅଧିକ ପଢନ୍ତୁ...

18:28 PM

ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ: ଯାଜପୁରରୋଡ ଲକ୍ଷ୍ମୀନଗର ଅନ୍ତର୍ଗତ ରାଧାନଗର ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ବାଡିରୁ ଏକ ଅଜଣା ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଗୋଟିଏ କୁକୁର ଶିଶୁଟିର କଟା ମୁଣ୍ଡକୁ ଝୁଣି ଝୁଣି ଖାଉଥିବା ସମୟରେ ଲୋକମାନେ ଦେଖିନେଇଥିଲେ । ଫଳରେ କୁକୁରଟି କଟାମୁଣ୍ଡଟିକୁ ପାଟିରେ କାମୁଡି ଦୌଡି ପଳାଇଥିଲା । ଅଧିକ ପଢ଼ନ୍ତୁ...

18:18 PM

IND vs AFG 2nd T20

ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ସିରିଜ ଖେଳାଯାଉଛି। ଏଥିରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। 

17:50 PM

Ayodhya Ram Mandir: ଚଳିତ ମାସ ତଥା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ନେଇ ଦେଶ ଏବଂ ବିଦେଶରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନିକଟରେ ଆମେରିକାରେ ଏକ ମ୍ୟୁଜିକାଲ୍ ଶୋ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ସ୍ଳୋଗାନ ଦିଆଯାଇଥିଲା । ଅଧିକ ପଢ଼ନ୍ତୁ...

16:52 PM

ମାଳଦ୍ୱୀପ ଛାଡ଼ିବେ ଭାରତୀୟ ସେନା
ଚୀନରୁ ଗସ୍ତରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆକ୍ରାମକ ରୂପ ସାମ୍ନାକୁ ଆସିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୧୫ ପୂର୍ବରୁ ଦେଶ ଛାଡ଼ିବାକୁ ଭାରତୀୟ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ତେବେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟ ଏହି ସୂଚନା ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ...

16:00 PM

Afternoon bulletin Top 10 News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

15:58 PM

ଦିଲ୍ଲୀରେ ସୀମା ଲଂଘୁଛି ପ୍ରଦୂଷଣ, ଲାଗୁ ହେଲା ଗ୍ରାପ-୩
ପ୍ରଦୂଷଣର ମାତ୍ରା ଦିଲ୍ଲୀ-ଏନସିଆରରେ ଜାରି ରହିଛି। ଦିନକୁ ଦିନ ସ୍ଥିତି ସଂଗୀନ ହେବାରେ ଲାଗିଛି। ପ୍ରଦୂଷଣର ମାତ୍ରା AQI 400 ଅତିକ୍ରମ କରିଛି। ପୂରା ଦିଲ୍ଲୀ ଆକାଶରେ କେବଳ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। କେବଳ ଏତିକି ନୁହେଁ ଦିଲ୍ଲୀ ଓ ଦିଲ୍ଲୀ ଏନସିଆର ଆକାଶରେ ବିଶାକ୍ତ ବାୟୁ ମଣ୍ଡଳରେ ଭର୍ତ୍ତି ହୋଇ ସାରିଛି। ଏଭଳି ସ୍ତରରେ ଦିଲ୍ଲୀବାସୀ ଏକାଧିକ ରୋଗର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

15:55 PM

ଭାରତର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ଏହି ଦୁର୍ଦ୍ଦାନ୍ତ ଖେଳାଳି
ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ସିରିଜ ଉପରେ କବଜା କରିବା ଲକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ। ତେବେ ଏଥିପାଇଁ ଚୂଡା଼ନ୍ତ ଏକାଦଶରେ କିଛି ଟା ପରିବର୍ତ୍ତନ କରିପାରେ। ଦ୍ୱିତୀୟ ଟ୨୦ ମ୍ୟାଚରେ ଟିମକୁ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିପାରନ୍ତି। ପୂର୍ବ ମ୍ୟାଚ ପୂର୍ବରୁ ସେ ଜୋରଦାର ଅଭ୍ୟାସ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ ବିରାଟ ଯଦି ଆଜିର ମ୍ୟାଚ ଖେଳନ୍ତି ତେବେ ୪୨୯ ଦିନ ପରେ ଟି୨୦ରେ ବିରାଟ ଓ ରୋହିତଙ୍କ ପାର୍ଟନରସିପ ଦେଖିବାକୁ ପାଇବେ। ଅଧିକ ପଢନ୍ତୁ...

15:18 PM

UP School Closed: ଦେଶର ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ରାଜସ୍ଥାନ, ଡେରାଡୁନରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି । ବିଶେଷକରି ଉତ୍ତରପ୍ରଦେଶରେ ଶୀତ ସହିତ ଘନ କୁହୁଡି ପରିସ୍ଥିତିକୁ ଆହୁରୀ ସାଂଘାତିକ କରିଦେଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରବଳ ଥଣ୍ଡା କାରଣରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ୟୁପିର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅଧିକ ପଢନ୍ତୁ...

14:05 PM

Interim Budget: ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ୧୭ତମ ଲୋକସଭାର ୧୫ତମ ଅଧିବେଶନ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅଧିବେଶନରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍‍। ତିନିମାସର ଖର୍ଚ୍ଚଦାବି ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପାଇଁ ବଜେଟ୍‍ ଉପସ୍ଥାପନ ହେବ।  ଯଦିଓ ବିଶେଷ କିଛି ଯୋଜନା ଘୋଷଣା ହେବାର  ସମ୍ଭାବନା ନଥାଏ କିନ୍ତୁ ରାଜନୀତିକ ଦୃଷଷ୍ଟିରୁ ବି ଏହି ବଜେଟ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଅଧିବେଶନରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିବ। 

13:38 PM

Makar Buda: ରାତି ପାହିଲେ ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅଧିନ ଅଟ୍ରିର ବାବା ହଟକେଶ୍ୱରଙ୍କ ପ୍ରସିଦ୍ଧ ମକର ମେଳା ଓ ମହୋତ୍ସବ । ପ୍ରଭୁ ହଟକେଶ୍ୱର ପ୍ରସିଦ୍ଧ ଠାକୁର ହୋଇଥିବା ବେଳେ ବିଶ୍ୱାସ ରହିଛି ଅପୁତ୍ରିକ ନାରୀମାନେ ଏଠାରେ ସଂକ୍ରାନ୍ତି ରାତିରୁ ମାନସିକ କରି ବୁଡ଼ ପକାଇ ଗୁଆ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ । ଆଉ ସେହି ବିଶ୍ଵାସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅପୁତ୍ରିକ ନାରୀମାନେ ଆସି ବୁଡ଼ ପକାଇ ମାନସିକ କରିଥାନ୍ତି ।

13:20 PM

Crime News: ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁରେ ଥିବା ଜଣେ ବ୍ୟକ୍ତିଙ୍କର ଘର ପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର ହୋଇଛି। କଟା ମୁଣ୍ଡଟି ୪-୫ ବର୍ଷର ଶିଶୁର ମୁଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଶନିବାର କଟାମୁଣ୍ଡଟିକୁ ଧରି କୁକୁର ବୁଲୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶିଶୁଟିର ପରିଚୟ ମିଳିନି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

12:42 PM

VK Pandian At Srimandira:  ସକାଳୁ ସକାଳୁ ପୁରୀ ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଂଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସ୍ଥଳରେ ପହଂଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦ୍ଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଫାଇଭ୍-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପାଣ୍ଡିଆନଙ୍କ ପରିକ୍ରମା ସ୍ଥଳକୁ ଯାଇଥିଲେ । 

12:11 PM

Nabanka Besha: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନବାଙ୍କ ବେଢା ସହ ନବାଙ୍କ ବେଶ । ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ନବାଙ୍କ ସହ ମହାପ୍ରଭୁଙ୍କ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ମଧ୍ୟ ସମ୍ପନ୍ନ କରାଯିବ । ଏହି ଅବସରରେ ତୁଳସୀ ଓ ଫୁଲ ଅଳଙ୍କାରରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ବିମଣ୍ଡିତ କରାଯିବ । ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷକ, କୁଣ୍ଡଳ ଡଡଗୀ ଇତ୍ୟାଦି ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ ।

11:58 AM

Baripada News: ଟାୟାର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହତୁ ହୋଇ ଜଳିଗଲା ଦୋକାନ । ଆଖି ଆଗରେ ଜଳିଗଲା ଦୋକାନରେ ଥିବା ଜିନିଷ । ବାରିପଦା ମଧୁବନ ଗ୍ୟାରେଜ ଛକରେ ଥିବା ଦୁଇଟି ରିସଲ ଟାୟାରେ ଦୋକାନରେ ନିଆଁ ଲାଗିଯାଇଛି । ଲକ୍ଷାଧିକ ଟଙ୍କାର ପୁରୁଣା ଟାୟାର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 

11:42 AM

Odisha Weather: ପୁଣି ଶୀତ କରୁଛି କଲବଲ । ରାତିରେ ଖସୁଛି ପାରଦ । ଜାଡର ମାଡ଼ରେ ଅସହ୍ୟ ହେଉଛି ଜନ ଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । 

11:26 AM

Milind Deora: ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦ ମଧ୍ୟ ଛାଡିଛନ୍ତି। ସେ ଆଜି ଏକନାଥ ସିନ୍ଦେଙ୍କ ଦଳ ଶିବସେନାରେ ଯୋଗଦେବେ। ପୂର୍ବରୁ କଳ୍ପନାଜଳ୍ପନା ଥିଲା ଯେ ମିଲିନ୍ଦ କଂଗ୍ରେସ ଛାଡି ଏକନାଥଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇପାରନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ସେ ଏପରି କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ସୋସିଆଲ ମିଡିଆ X ରେ ମିଲିନ୍ଦ ଦେଓରା କହିଛନ୍ତି ଯେ 'ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ଏହା ସହ ସେ ଲେଖିଛନ୍ତି ଯେ, 'ଦଳ ସହିତ ମୋର ପରିବାରର ୫୫ ବର୍ଷ ପୁରୁଣା ସମ୍ପର୍କ ସମାପ୍ତ ହୋଇଛି। ସମସ୍ତ ନେତା, ସହକର୍ମୀ ଏବଂ କର୍ମୀ ମୋତେ ବର୍ଷ ବର୍ଷ ଧରି ନିରନ୍ତର ସମର୍ଥନ କରିଥିବାରୁ ମୁଁ କୃତଜ୍ଞ'। 

11:11 AM

Paradeep News: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

11:01 AM

Chennai News: ଜଣେ କିନ୍ନରଙ୍କୁ ଟାର୍ଗେଟ କରି ଟ୍ରୋଲ କରୁଥିବା ୟୁଟ୍ୟୁବର ଏବଂ ସୋସିଆଲ ମିଡିଆ ଲେଖକଙ୍କୁ ପ୍ରଥମ ଥର ପାଇଁ ମିଳିଛି ଏକ ବଡ଼ ଅଦାଲତୀ ଝଟକା। ମାଡ୍ରାସ ହାଇକୋର୍ଟ ଜଣେ ୟୁଟ୍ୟୁବର ଜୋ ମାଇକେଲ୍ ପ୍ରବୀଣଙ୍କୁ ଜଣେ କିନ୍ନର ସେଲିବ୍ରିଟି ତଥା ଏଆଇଏଡିଏମ୍‌କେ ମୁଖପାତ୍ର ଅପ୍‌ସରା ରେଡ୍ଡୀଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

10:38 AM

Odisha Politics: ନିଜ ପାଇଁ ନିର୍ବାଚନ ମଣ୍ଡଳୀ ଖୋଜୁଥିବା ଦୁଇ ନେତାଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି  ପଡ଼ୁଛି ଉଠୁଛି। ଜଣେ ହେଲେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ ମୁକୁ ଭାଇ ଏବଂ ଅନ୍ୟ ଜଣକ ହେଉଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇ। ସବୁଠାରୁ ବଡ଼ କଥା ହେଲା ଏ ଦୁଇ ନେତାଙ୍କ ଭିତରୁ କାହାର ବି ସମ୍ବଲପୁର ସହ ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ଏଣୁ ପ୍ରଶ୍ନ ଉଠୁଛି ‘କଟକିଆ’ କହି ନାକ ଟେକୁଥିବା ସମ୍ବଲପୁରିଆଙ୍କ ଲାଗି ପଶ୍ଚିମାଞ୍ଚଳ ବାହାର ନେତାଙ୍କୁ  ବାଛିବାର  ବିକଳ୍ପ ଦେବାଲାଗି ଦୁଇ ପ୍ରମୁଖ ଦଳ ସାହସ କରିବେ କରିବେ ତ? ଭୋଟର ପ୍ରାର୍ଥୀ, ପ୍ରସଙ୍ଗ ଭୁଲି ପାର୍ଟି ଓ ଚିହ୍ନରେ ସୀମିତ ରହିବେ ତ? ଏ ଦୁଇ ପ୍ରଶ୍ନର ଉତ୍ତର ଯଦିଓ ସ୍ପଷ୍ଟ ହୋଇନି ଅର୍ଥାତ୍‍ ଦୁଇ ଦଳ ପକ୍ଷରୁ ଯଦିଓ ପ୍ରାର୍ଥୀର ଘୋଷଣା କରାଯାଇ ନାହିଁ କିନ୍ତୁ ଉଭୟଙ୍କ ସମର୍ଥକ ସୋସିଆଲ ମିଡିଆଠୁ ଆରମ୍ଭ କରି ମୁଖ୍ୟସ୍ରୋତ ଗଣମାଧ୍ୟମରେ ଖୋରିକି ପ୍ରସଙ୍ଗକୁ ଅଧିକ ଚର୍ଚ୍ଚା କରାଉଛି।

10:26 AM

Operation Sarvashakti: ସୀମାପାର ଆତଙ୍କବାଦକୁ ଧ୍ୱଂସ କରିବା ତଥା ସୀମାପାରରୁ ଆସୁଥିବା ଆତଙ୍କୀଙ୍କୁ ସମୂଳେ ନଷ୍ଟ କରିବା ଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ଅପରେସନ୍‍ ସର୍ବଶକ୍ତି ଆରମ୍ଭ କରାଯାଇଛି।  ବିଶେଷକରି ଜମ୍ମୁ କଶ୍ମୀରର ରଜୌରି ଓ ପୁଞ୍ଚରେ ବିଭିନ୍ନ ସମୟରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଏହି ଅପରେସନ୍‍ ର ଲକ୍ଷ୍ୟ ରହିଛି । 

 

10:17 AM

USA to consider India demand: ଭାରତ ସରକାରଙ୍କ ପକ୍ଷରୁ ଆମେରିକାରେ ରହୁଥିବା ନାଗରିକଙ୍କ ସାମାଜିକ ସୁରକ୍ଷା ବୃଦ୍ଧି ଏବଂ ବ୍ୟବସାୟୀ ମାନଙ୍କ ଲାଗି ସହଜ ଭିସା ଉପଲବ୍ଧ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ବିଚାର କରୁଥିବା ଜଣାଇଛି। ଏହି ପ୍ରସ୍ତାବ ସ୍ୱୀକାର ହେଲେ ନୂଆ ଇ-୧, ଇ-୨ ଭିସା ବିକଳ୍ପ ଭାରତୀୟ ବ୍ୟବସାୟୀଙ୍କ ଲାଗି ଉନ୍ମୁକ୍ତ ହେବ। ଏହାସହ ଭାରତ ଆମେରିକାରେ ‘ଟ୍ରିଟି କଣ୍ଟ୍ରି ଷ୍ଟାଟସ’ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି। ଏ ବିଷୟରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି। 

 

10:02 AM

Delhi Weather Update: ପ୍ରବଳ ଥଣ୍ଡା ଓ କୁହୁଡି କାରଣରୁ କଲବଲ ହେଉଛି ପୂରା ଉତ୍ତର ଭାରତ । ଯାହାଫଳରେ ଉତ୍ତର ଭାରତ ରାଜ୍ୟରେ ଲୋକଙ୍କ ସମସ୍ୟା ବଢିଯାଇଛି। ୧୨ ଜାନୁଆରୀରେ ନୂଆଦିଲ୍ଲୀରେ ସବୁଠାରୁ ଅଧିକ ଶୀତ ଲହରୀ ଅନୁଭୂତ ହୋଇଥିଲା। ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଭାରତର ରାଜ୍ୟଗୁଡିକ ଆସନ୍ତା ଦୁଇ ଦିନ ଧରି କୋଲ୍ଡ ୱେଭରୁ ଆରାମ ପାଇବେ ନାହିଁ। କାଲୁଆ ପବନକୁ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ। ଏଥି ସହିତ ଆସନ୍ତା ତିନି ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତ ରାଜ୍ୟରେ ପ୍ରବଳ ଥଣ୍ଡା ଏବଂ ଶୀତଲହରୀର ସଙ୍ଗୀନ ଅବସ୍ଥା ଦେଖିବାକୁ ମିଳିବ। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ଉତ୍ତର ଭାରତ ରାଜ୍ୟରେ ଘନ କୁହୁଡ଼ି ର ବହଳ ଆସ୍ତରଣ ବି ଦେଖାଯିବ।

09:48 AM

Adivasi Mela to Begin from 26th: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜାନୁୟାରୀ ୨୬ ତଥା ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ରାଜ୍ୟସ୍ତରୀୟ ଉତ୍ସବରେ ଆଦିବାସୀଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି ସାଙ୍ଗକୁ ସରକାର ସେମାନଙ୍କ ବିକାଶ ଲାଗି ନେଇଥିବା ପଦକ୍ଷେପ ପ୍ରଦର୍ଶନ କରାଯିବ। ଏହା ସହ ଆଦିବାସୀ ସଂସ୍କୃତି, ନାଚ ଗୀତରେ ସାରା ପରିବେଶ ଝୁମି ଉଠିବ। ଭୁବନେଶ୍ୱରର ଆଦିବାସୀ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ। ଫେବୃୟାରୀ ୫ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳା ଅପରାହ୍ଣ ୨ଟାରୁ ରାତି ୧୦ଟା ଯାଏ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। 

 

09:32 AM

Arapana Rath: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଅଙ୍କୁରପୂଜନ। ଆଉ ଏଥିପାଇଁ ସାରା ରାଜ୍ୟରେ ବୁଲୁଛି ଶ୍ରୀଜଗନ୍ନାଥ ଅର୍ପଣ ରଥ। ଏହା ସହ ଗାଁ ଗାଁ ବୁଲି ଚାଉଳ ଗୁଆ ସଂଗ୍ରହ କରୁଛି ଅର୍ପଣ ରଥ । ହେଲେ ଏହାକୁ ନେଇ ଦେଖାଦେଲାଣି ବିବାଦ। ଅନେକ ସ୍ଥାନରେ ଏହି ଅର୍ପଣ ରଥ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। କିଛି ସ୍ଥାନରେ ଗାଡିକୁ ଅଟକାଯାଇଛି। ଅଭିଯୋଗ ଯେ, ପୋଷ୍ଟରରେ ରାଜନେତାଙ୍କ ଫଟୋ କାହିଁକି ଲାଗିଛି। ଯାହା ଫଳରେ ଏହା ଆଧ୍ୟାତ୍ମିକ ନୁହେଁ ରାଜନୈତିକ ପ୍ରୋପାଗେଣ୍ଡା ବୋଲି ଅଭିଯୋଗ ହୋଇଛି। ସେପଟେ ଏହି ପ୍ରସଙ୍ଗରେ ଅର୍ପଣ ରଥକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜୋରଦାର ଟାର୍ଗେଟ କରିଛନ୍ତି । ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । 

09:14 AM

Rain Predicted in North Odisha: ୧୭ ତାରିଖରୁ ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଶୀତ ଲହଡ଼ି ପ୍ରବାହିତ ହେଉଥିବାବେଳେ ଉତ୍ତର ଓଡ଼ିଶାରେ ବର୍ଷା ହେଲେ ଏହି ଅଞ୍ଚଳ ସମେତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। 

 

08:56 AM

Kharge To Head INDIA: ସାଧାରଣ ନିର୍ତବାଚନ ପରିପ୍ରେକ୍ଷୀରେ ଗଢ଼ା ହୋଇଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ର ମୁଖ୍ୟ ଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚୟନ କରାଯାଇଛି। ଆଭାସୀ ମାଧ୍ୟମରେ ହୋଇଥିବା ମେଣ୍ଟ ବୈଠକରେବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ମେଣ୍ଟର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ହେଲେ ଶ୍ରୀ କୁମାର ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ମତରେ କଂଗ୍ରେସ ନେତା ଏହି ପଦବୀକୁ ଗ୍ରହଣ କରିବା ଆବଶ୍ୟକ। 

 

08:18 AM

Zero Degree in Similipal: ଶିମିଳିପାଳ ଜାତୀୟ ଉଦ୍ୟାନରେ ତାପମାତ୍ର ଶୂନ୍ କୁ ଖସିଛି। କିଛି ସ୍ଥାନରେ ପତଳା ବରଫ ଆସ୍ତରଣ ଦେଖିବାକୁ ମିଳୁଛି। ଏହା ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି। ଜଙ୍ଗଲ ଭିତରେ ତାପମାତ୍ରା ଖସିବାରୁ ବିଭିନ୍ନ ସ୍ଥାନରେ ରହୁଥିବା ବନବାସୀଙ୍କ ଲାଗି ସମସ୍ୟା ବଢ଼ିଛି। 

 

08:07 AM

Makar and Tusu Festival: ଆଜିଠାରୁ ମକର ପର୍ବ ଆରମ୍ଭ ହୋଇଛି। ସମୁଦାୟ ମୟୁରଭଞ୍ଜ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମକର ମେଳା ଅନୁଷ୍ଠିତ ହେଉଛି। ଆସନ୍ତା କାଲି ମକରପର୍ବ ଥିବାରୁ ଆଜି ବାଉଣ୍ଡି ଅନୁଷ୍ଠିତ ହେବ। ଏହିଦିନ ଜଳାଶୟ କଡ଼ରେ ଶ୍ରଦ୍ଧାଳୁ ଅସ୍ଥାୟୀ ଗୃହ କରି ରହିଥାଆନ୍ତି। ଆସନ୍ତା କାଲି ପାହାନ୍ତାରେ ମକର ବୁଡ଼ ଅନୁଷ୍ଠିତ ହେବ। ବର୍ଷଯାକର ପାପ କ୍ଷୟ କରି ନୂଆ ସମ୍ପର୍କ ଆରମ୍ଭର ଏହା ଏକ ମହାନ ପର୍ବ ଭାବେ ପରିଚିତ। 

07:53 AM

Son Killed Mother: ମଦ୍ୟପ ପୁଅର ଉନ୍ମତ କାଣ୍ଡ । ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଘୋଷର ଗାଁରେ । ଭତ୍ତା ଟଙ୍କା ନଦେବାରୁ ମାଆକୁ ହତ୍ୟା କରି କୁଅରେ ପୋତି ଦେଲା ନୃଶଂସ ପୁଅ । ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତକ ହେଉଛନ୍ତି ଘୋଷର ଗାଁର ମୁଗମାଳ ସାହିର ୭୦ ବର୍ଷିୟ ବୃଦ୍ଧା ପଙ୍କଜିନୀ ପ୍ରଧାନ ।

 

07:39 AM

Jharkhand CM Hemant Soren: ଅର୍ଥ ହେରଫେର ମାମଲାରେ ଇଡି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଏକ ଚିଠି ପଠାଇ ହାଜର ହେବାକୁ ଏକ ନୂଆ ଡେଡଲାଇନ୍ ଦେଇଛି। ତେବେ ସମନ ସତ୍ତ୍ୱେ ସେ କାହିଁକି ହାଜର ହେଉନାହାଁନ୍ତି ବୋଲି ଇଡି ପ୍ରଶ୍ନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଜାନୁଆରୀ ୧୬ରୁ ୨୦ ତାରିଖ ଯାଏଁ କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ଖାସ୍ କଥା ହେଉଛି ହେମନ୍ତଙ୍କୁ  ଅଷ୍ଟମ ଥର ପାଇଁ ଇଡି ସମନ କରିଛି। ଏହାପୂର୍ବରୁ ହେମନ୍ତ ସୋରେନ ସପ୍ତମ ଥର ପାଇଁ ଇଡି ଦ୍ୱାରା ଡକାଯାଇଥିବା ସତ୍ତ୍ୱେ ହାଜର ହୋଇନଥିଲେ।

07:31 AM

Bhitarkanika Open From Today: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ଗଣନା ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ ଭିତରକନିକା । ଗତ ୪ ରୁ ୧୩ ପର୍ଯ୍ୟନ୍ତ ବନ୍ଦ ଥିଲା ଭିତରକନିକା। ସେପଟେ ଗତକାଲି ଭିତରକନିକାରେ କୁମ୍ଭୀର ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟାରେ  ବୃଦ୍ଧି ଘଟିଛି । ଚଳିତ ବର୍ଷ ୧୮୧୧ ଟି କୁମ୍ଭୀର ଚିହ୍ନଟ ହୋଇଛନ୍ତି । ଗତବର୍ଷ ୧୭୯୩ ଟି କୁମ୍ଭୀର ଚିହ୍ନଟ କରାଯାଇଥିଲା। ଗତବର୍ଷ ତୂଳନାରେ ୧୮ ଟି କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇଥିଲେ ରାଜନଗର ବନଖଣ୍ଡ ଅଧିକାରୀ।

07:22 AM

Satkoshiya Sanctuary: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ପକ୍ଷୀ ଓ କୁମ୍ଭୀର ଗଣନା ତାଲିକା ପ୍ରକାଶ ପାଇଛି। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା‌ ବଢ଼ିଥିବା‌ ଜଣାପଡ଼ିଛି। ଅନ୍ୟପଟେ ପକ୍ଷୀ ସଂଖ୍ୟା କମିଥିବା ବେଳେ ନୂତନ ପ୍ରଜାତି ପକ୍ଷୀ ସାତକୋଶିଆ ଆସି ନଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ସମେତ ଅନ୍ୟ ଜଳାଶୟଗୁଡ଼ିକରେ ଗତ ୧୦ ତାରିଖରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଥିଲା। ଜାନୁଆରି ୬ରୁ ୮ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଓ ୧୦ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

07:08 AM

Attack On 3 Saints: ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତରପ୍ରଦେଶର ୩ ଜଣ ସାଧୁଙ୍କୁ ଗୁରୁବାର ଉଲଗ୍ନ କରି ଆକ୍ରମଣ କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ସାଧୁମାନେ ଅପହରଣକାରୀ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ମାମଲାର ଅଭିଯୁକ୍ତଙ୍କୁ ପୁରୁଲିଆ ଜିଲ୍ଲାର ଏକ ଅଦାଲତରେ ହାଜର କରାଯିବ।

06:56 AM

Srimandira Parikrama Prakalpa: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ଆଉ ଦୁଇ ଦିନ ବାକି ରହିଛି । ତେବେ ଆଜି ଅଙ୍କୁର ପୂଜନ କରାଯିବ । ସେଥିଯୋଗୁଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଲୋକାର୍ପଣ ଉତ୍ସବ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସୁରକ୍ଷା ଓ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଗତକାଲିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୧୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଏହା ପୂର୍ବରୁ ପୁରୀରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

06:45 AM

Bharat Jodo Nyay Yatra: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନାୟ ଯାତ୍ରା' ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ପାଇଁ ପ୍ରସ୍ତୁତି ଇମ୍ଫାଲରେ ଶେଷ ହୋଇଛି । ଏହି ଯାତ୍ରା ଥୋବାଲ ଜିଲ୍ଲାର ଖାଙ୍ଗଜୋମରୁ ଆରମ୍ଭ ହେବ । ୬୬ଦିନ ଧରି ଚାଲିବାକୁ ଥିବା ଏହି ଭାରତ ଯୋଡୋ ନାୟ ଯାତ୍ରା ଦେଶର ୧୫ ଟି ରାଜ୍ୟ ଦେଇ ଗତି କରିବ । ଏହି ଯାତ୍ରା ପାଦରେ ଏବଂ ବସ୍ ଦ୍ୱାରା କରାଯିବ। ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଅଟକି ରହି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ। 

06:43 AM

Horoscope Today 14th January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୪ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...ଅଧିକ ପଢନ୍ତୁ...