: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡ
Trending Photos
Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।
Vastu Tips for Car Parking: ଏହି ସ୍ଥାନରେ କରନ୍ତୁ କାର୍ ପାର୍କିଂ, ଟଳିଯିବ ଦୁର୍ଘଟଣା !
Vastu Tips for Car Parking: ହିନ୍ଦୁ ଧର୍ମରେ ବାସ୍ତୁକୁ ନେଇ ଅନେକ ପ୍ରକାରର ବିଶ୍ୱାସ ରହିଛି । ଘରୋଇ ଜିନିଷକୁ ସଠିକ୍ ଦିଗରେ ନ ରଖିବା କାରଣରୁ ଜଣେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ଆସିଥାଏ ବୋଲି ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ରରେ କାର୍ ପାର୍କିଂର ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ବିଶ୍ୱାସ କରାଯାଏ ଯେ, ଏହି ନିୟମ ମାନିବା ଦ୍ୱାରା ଦୁର୍ଘଟଣାରୁ ରକ୍ଷା ମିଳିଥାଏ । ଆହୁରି ବାସ୍ତୁ ନିୟମ ମାନିବା ଦ୍ୱାରା ଅନେକ ସଫଳତା ମିଳିଥାଏ । ଅଧିକ ପଢ଼ନ୍ତୁ...
ଆଗାମୀ ଦୁଇ ଦିନ ମଧ୍ୟରେ (୧ ରୁ ୨ ଏପ୍ରିଲ) ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ରେ ୨ ରୁ ୪° ସେଲସିୟସ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ୨ ରୁ ୪ ତାରିଖ ଯାଏଁ ରାଜ୍ୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ଥିତି ତଥା କିଛି ଜିଲ୍ଲାରେ ଉଷ୍ଣ ରାତି ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ରାସ୍ତାରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର, ଡ୍ରାଇଭର ଗୁରୁତର
ଗଞ୍ଜାମ: ଗ୍ୟାସ ଟ୍ୟାଙ୍କର ଓଲଟି ପଡିବାରୁ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଖଲ୍ଲିକୋଟ ଥାନା ବଡ଼ଘାଟି ହରିଡ଼ା ମୂଳ ନିକଟରେ ଏପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ମନୋଜ କୁମାର ଯାଦବ ନାମକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢ଼ନ୍ତୁ...
BJPରେ ମିଶିଲେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ
ଭୁବନେଶ୍ୱର: ଗତକାଲି (୩୦ ମାର୍ଚ୍ଚ)ରେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆକାଶଙ୍କ ସମେତ ତାଙ୍କର ଅନେକ ସମର୍ଥକ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବରୁ ବିଜେପିରେ ମିଶି ସାରିଥିବା ଦୁଇ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅରିନ୍ଦମ ରୟ ଉପସ୍ଥିତ ରହି ଆକାଶଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଅଧିକ ପଢ଼ନ୍ତୁ...
Crime News: ରାଜଧାନୀରେ ନିଶା ଦେଇ ଲୁଟୁଥିଲେ ୨ ଲୁଟେରା, ଗିରଫ କଲା ପୋଲିସ
Crime News: ରାଜଧାନୀ ଭୁବନେଶ୍ୱରରୁ ୨ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଲୁଟେରା ବୁଦ୍ଧିରାମ ସ୍ୱାଇଁ ଏବଂ ଗୁଡୁ ନାୟକ ଏକ ଅଟୋ ବ୍ୟବହାର କରି ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦେବା ଆଳରେ ଅଟୋରେ ବସାଉଥିଲେ । ପରେ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଯାତ୍ରୀଙ୍କୁ ଅଫର କରୁଥିଲେ । ଯାତ୍ରୀ ନିଶାରେ ସଂଜ୍ଞା ହରାଇ ପଡିବା ପରେ ତାଙ୍କଠାରୁ ଟଙ୍କା ସମେତ ସମସ୍ତ ଜିନିଷ ଲୁଟି ନେଉଥିଲେ । ଅଧିକ ପଢ଼ନ୍ତୁ...
Crime News: ବ୍ୟାକିଂ ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
Crime News: ଏକ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମ ବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ୍ । ଯେଉଁଥିରେ ଜାଲିଆତି ମାଧ୍ୟମରେ ଜମା ହୋଇଥିବା ୧ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। 2021-22 ଆର୍ଥିକ ବର୍ଷରେ ଆଇସିଆଇସିଆଇ ବ୍ୟାଙ୍କ, ଢେଙ୍କାନାଳ ଶାଖାରୁ ୧.୦୪ କୋଟି ହେରେଫେରେ ହୋଇଥିବା ଅଭିଯୋଗ ହୋଇଥିଲା । ଆଇସିଆଇସିଆଇ ବ୍ୟାଙ୍କ ଆର୍ଥିକ ଅପରାଧ ନିରାକରଣ ଟିମ୍ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କ ଢେଙ୍କାନାଳ ଶାଖାର ଅନେକ ଗ୍ରାହକ ସେମାନଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ଅନଧିକୃତ କାରବାରକୁ ନେଇ ଚିନ୍ତାରେ ଅଛନ୍ତି । ଏଭଳି ଅଭିଯୋଗ ଉପରେ ବ୍ୟାଙ୍କ ଏକ ଆଭ୍ୟନ୍ତରୀଣ ତଦନ୍ତ କରିଥିଲା ଏବଂ ପରେ ଜାଣିବାକୁ ପାଇଥିଲା ଯେ, ସ୍ଥିର ଜମା ବିରୋଧରେ ଅନଧିକୃତ ଓଭରଡ୍ରାଫ୍ଟ ଆକାରରେ ଏହି ଜାଲିଆତି କାରବାର କରାଯାଇଛି। ଆଇ-ମୋବାଇଲ୍ ଆପ୍ଲିକେସନ୍, ମ୍ୟୁଚୁଆଲ୍ ଫଣ୍ଡରେ ନକଲି ବିନିଯୋଗ, ଏଫଡି ପ୍ରି-କ୍ଲୋଜର ଏବଂ ଆଇସିଆଇସିଆଇ ପ୍ରଡେନସିଆଲ୍ ପଲିସି ସହିତ ପ୍ରିମିୟମ୍ ରାଶିର ଅପବ୍ୟବହାର ମାଧ୍ୟମରେ ଏହିପରି ଓଭର ଡ୍ରାଫ୍ଟଗୁଡିକ ଉପଲବ୍ଧ ହୋଇଥିଲା । ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ସ୍ୱାଗତିକା ସ୍ୱାଇଁ ନିୟମ ଏବଂ ପଦ୍ଧତିକୁ ଉଲ୍ଲଂଘନ କରି ବ୍ୟକ୍ତିଗତ ଲାଭ ପାଇଁ ବିବାଦୀୟ କାରବାର କରିଥିଲେ। ଅଧିକ ପଢ଼ନ୍ତୁ...
Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଆତଙ୍କ ମଚାଇଲେ ଲାଲ୍ ବାହିନୀ । ଛତିଶଗଡ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନାଠୁ ଅଳ୍ପ ଦୂରରେ ୪ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ । ଉକ୍ତ ଟ୍ରକରେ ଲୁହା ପଥର ରହିଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଆମଦେଇ ଲୁହା ପଥର ଖଣିକୁ ନକ୍ସଲ ବିରୋଧ କରୁଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତନାଘନା ଚଳାଇଛି ।
Odisha Politics: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟରେ ବିଜେପିକୁ ପ୍ରାର୍ଥୀ ମିଳୁନି ବୋଲି ସେ କଟାକ୍ଷ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବିଜେପି କହୁଥିଲା ୧୪୭ ବିଧାନସଭା ଆସନରେ ଲଢିବ କିନ୍ତୁ ଏଯାଏଁ ୪୭ ପ୍ରାର୍ଥୀଙ୍କ ନାମ ବିଜେପିକୁ ମିଳୁନି । ସେଥିପାଇଁ ବିଧାୟକ ପ୍ରାର୍ଥୀ ନାମ ଘୋଷଣା ହୋଇପାରୁନି । ଅପରାଧ ରେକର୍ଡ ଥିବା ଏବଂ ଜନ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଭାବୁଛି ।
ବିଜେଡିକୁ ଫେରିଲେ ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀ
ପୂର୍ବତନ କୁଚିଣ୍ଡା ବିଧାୟକ ବୃନ୍ଦାବନ ମାଝୀଙ୍କ ଘର ବାହୁଡା଼ ହୋଇଛି । ଆଜି ସେ ବିଜେଡିକୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଅଧିକ ପଢ଼ନ୍ତୁ...
Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ
Lord Jagannath Puri: ଆସନ୍ତାକାଲି ଅର୍ଥାତ (୨୦୨୪ ଏପ୍ରିଲ ୧ ତାରିଖ) ସୋମବାର ଦିନ ପବିତ୍ର ଚୈତ୍ର କୃଷ୍ଣ ସପ୍ତମୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ସମୟରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ...
RTI Report: ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି । ୧୯୭୪ ମସିହାରେ କଂଗ୍ରେସର ଇନ୍ଦିରା ଗାନ୍ଧି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିବା ଅଭିଯୋଗ ଆସିଛି । କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ଲେଖିଛନ୍ତି ମୋଦି । RTI ତଥ୍ୟରୁ ମିଳିଥିବା ସୂଚନା ପରେ ମୋଦି କଂଗ୍ରେସକୁ ଏଭଳି ଢଙ୍ଗରେ ସିଧା ନିଶାନା କରିଛନ୍ତି । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୪ ମସିହାରେ ଭାରତର କଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲେ ବୋଲି RTI ତଥ୍ୟରେ ସୂଚନା ମିଳିଛି ।
Sukanta Nayak Joins BJD: ଗତକାଲି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୁକାନ୍ତ ୨୦୧୯ରେ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ ସେହିଦଳରୁ ଟିକେଟ ପାଇ ପୁନର୍ବାର ନିର୍ବାଚିତ ହୋଇଥିଲେ। ଏଥର ନୀଳଗିରି ଆସନରୁ ତାଙ୍କର ପ୍ରାର୍ଥିତ୍ବ ନେଇ କୌଣସି ଦ୍ବନ୍ଦ୍ବ ବି ନଥିଲା। ତେବେ, କିଛିଦିନ ଧରି ସେ ବିଜେପି ପରିତ୍ୟାଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
Delhi Ramleela Maidan: ଦିଲ୍ଲୀ ରାମଲିଲା ମୈଦାନରେ ଆୟୋଜିତ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ବିଶାଳ ରାଲିରେ ଆଜି ଦେଖିବାକୁ ମିଳିବ ମହିଳାଙ୍କ ଦମ୍ । କଂଗ୍ରେସ କହିଛି ଏହି ରାଲି କୌଣସି ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ନୁହେଁ ବରଂ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆୟୋଜିତ ହୋଇଛି । ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ଯୋଗ ଦେବେ । ଏମାନଙ୍କ ବ୍ୟତୀତ ରାଲିର ମୁଖ୍ୟ ପୁରୋଧା ସାଜିବେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ଆପ୍ ନେତା ସଞ୍ଜୟ ସିଂଙ୍କ ପତ୍ନୀ ଅନୀତା ସିଂ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ।
Chiranjib Biswal: ବହୁ ତର୍କବିତର୍କ ଓ କଳ୍ପନାଜଳ୍ପନା ପରେ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଗତକାଲି କଂଗ୍ରେସରୁ ଇସ୍ତଫା ଦେବା ପରେ ଜୋର ଧରିଥିଲା ଏହି ଆଶଙ୍କା । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଏବେ ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡିର ଶୀର୍ଷ ନେତୃତ୍ୱ ।
Indian Alliance: ଇଣ୍ଡିଆ ଆଲାଇନ୍ସର ନେତାମାନେ ରବିବାର ୩୧ ମାର୍ଚ୍ଚରେ ଦିଲ୍ଲୀର ଐତିହାସିକ ରାମଲୀଳ ମଇଦାନରେ ‘ଲୋକତନ୍ତ୍ର ବଞ୍ଚାଅ’ ରାଲି କରୁଛନ୍ତି। ଏନେଇ ରାମଲୀଳା ମଇଦାନରେ ଇଣ୍ଡିଆ ଆଲାଇନ୍ସର ବରିଷ୍ଠ ନେତାଙ୍କ ଏକ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଛି। ମଇଦାନ ଚାରିପାଖରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏହି ରାଲି ମାଧ୍ୟମରେ ଦେଶରେ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି।
Weather Update: ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଗୂର୍ଣ୍ଣିବଳୟ ଓ କାଳବୈଶାଖୀ । ଓଡ଼ିଶା ଉପରେ ଏହାର ପ୍ରଭାବ । ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଦେଖା ଦେଇଛି । ଯାହାଦ୍ବାରା ତାତିରେ ସାମାନ୍ୟ ବ୍ରାକ ଲାଗିଛି ।ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ସକାଳୁ ସକାଳୁ ପାଗ ମେଘୁଆ ରହିଛି । ଏହାସହ ଥଣ୍ଡ ପବନ ବହୁଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳିଛି ।
Flight Service: ଯାତ୍ରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ଝାରସୁଗୁଡ଼ାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ସାଇସ୍ ଜେଟ୍ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ବୋଲି ସୂଚନା ମିଳିଛି। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ଆଜିଠାରୁ (ମାର୍ଚ୍ଚ ୩୧)ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରାଯାଇଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଅନେକ ସମସ୍ୟାର ସମ୍ମ୍ୁଖିନ ହେବେ ବୋଲି ଜଣାପଡିଛି। ପଢନ୍ତୁ ପୂରା ଖବର...
Syria Blast: ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା ଦେଇଛନ୍ତି। ମାନବ ଅଧିକାର ପାଇଁ ସିରିଆର ଅବଜରଭେଟୋରୀ କହିଛି ଯେ ଆଲେପ୍ପୋ ପ୍ରଦେଶର ଆଜାଜର ଏକ ଜନଗହଳିପୂର୍ଣ୍ଣ ବଜାରର କେନ୍ଦ୍ର ସ୍ଥଳରେ ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
IPL Match Today: ଆଜି ଗୁଜୁରାଟ ଏବଂ ହାଇଦ୍ରାବାଦ ଓ ଦିଲ୍ଲୀ ସହ ଚେନ୍ନାଇ ର ହେବ ଟକ୍କର । ଆଇପିଏଲର ଗତକାଲିର ମ୍ୟାଚ ରେ ପଞ୍ଜାବ କୁ ୨୧ ରନରେ ପରାସ୍ତ କଲା ଲକ୍ଷ୍ନୌ । ୨୦୦ ରନର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ସମସ୍ତ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା। ଫଳରେ ଲକ୍ଷ୍ନୌ ଏହି ମ୍ୟାଚକୁ ୨୧ ରନରେ ଜିତିନେଇଥିଲା। ପଞ୍ଜାବ ପକ୍ଷରୁ ଶିଖର ଧୱନ ୭୦ ରନ୍ କରିଥିବା ବେଳେ ବାରିଷ୍ଟୋ ୪୨ ରନ୍ କରିଥିଲେ।
Shocking News: ପଞ୍ଜାବର ପଟିଆଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘରେ ଚାଲିଥିବା ବାର୍ଥ ଡେ ସେଲିବ୍ରେସନ ସୁଖ ଶେଷରେ ଶୋକରେ ପରିଣତ ହୋଇଛି। ଘଟଣାଟି ବହୁତ ହୃଦୟ ବିଦାରକ। ଯେତେବେଳେ ଜନ୍ମଦିନ ପାଳନ କରୁଥିବା ନାବାଳିକା ଜଣକ ନିଜ ବାର୍ଥ ଡେ କେକ୍ ଖାଇଥିଲା ସେତେବେଳେ ଘରର ଲୋକ ଓ ସେ ବହୁତ ଖୁସି ଥିଲେ ଏହି ଖୁସି କିଛି ସମୟ ପାଇଁ ଥିଲା। କାରଣ କେକ୍ ଖାଇବା ପରେ ୧୦ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ସୂଚନା ପାଇବା ପରେ ପୋଲିସ ନିଜ ତଦନ୍ତ ରେ ଲାଗିପଡ଼ିଛି।
Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି। ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି। ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ୍କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ଇଲୋକ୍ଟ୍ରୋନିକ୍ସ ପ୍ରମାଣ ନାହିଁ। କିନ୍ତୁ ତାଙ୍କର ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
Modi Rally At Uttarpradesh: ଆଜି ଉତ୍ତର ପ୍ରଦେଶ ମିରଟରେ ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥରେ ଉତ୍ତର ପ୍ରଦେଶରେ ବିଜେପି କ୍ଲିନ ସୁଇପ୍ କରିବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି । ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରାମାୟଣ ଟିଭି ସିରିୟଲର ଶ୍ରୀରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେପଟେ ଉତ୍ତର ପ୍ରଦେଶ ରେ ନିର୍ବାଚନୀ ପ୍ରସ୍ତୁତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ବୈଜୟନ୍ତ ପଣ୍ଡା । ଲକ୍ଷ୍ନୌ ସ୍ଥିତ ହୋଇଥିବା ଏହି ବୈଠକରେ ଉପସ୍ଥିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
Maharally In Delhi Ramleela Maidan: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ମହାରାଲି କରିବ ଇଣ୍ଡିଆ ମେଣ୍ଟ । ଆଜି ରାଜଧାନୀ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ ହେବ । ଏନେଇ ଗତ (ଶୁକ୍ରବାର) ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ।
Lalkrishna Advani: ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆଜି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ ।
Ratha Yatra 2024: ଆସନ୍ତା ଜୁଲାଇ ୦୭ ତାରିଖ ରବିବାରରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ଆଜିର ଏହି ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।
Tech layoffs March 2024: ନୂତନ ଆର୍ଥିକ ବର୍ଷରେ ଚାକିରିରେ ସଙ୍କଟ ଦେଖାଦେଇଛି । ଟେକ୍ ଇଣ୍ଡଷ୍ଟ୍ରିରେ ଛଟେଇର ଲହରୀ ଦେଖାଦେଇଛି। ମାର୍ଚ୍ଚ ୨୦୨୪ରେ, ଆପଲ୍, ଡେଲ୍, ଆଇବିଏମ୍ ଏବଂ ଅନ୍ୟାନ୍ୟ କମ୍ପାନୀ ଅନେକ ଲୋକଙ୍କୁ ଚାକିରିରୁ ଛଟେଇ କରିଛନ୍ତି। ଆଇଟି କ୍ଷେତ୍ରର ପ୍ରମୁଖ ପ୍ଲେୟର ମାନେ ସେମାନଙ୍କର ଚାକିରି ହରାଉଛନ୍ତି। ଏଠାରେ ଶ୍ରେଷ୍ଠ ଆଇଟି ବା ବୈଷୟିକ କମ୍ପାନୀ ଅଛି ଯାହାକି ଏହି ମାସରେ ଗୁରୁତ୍ୱପୂର୍ଣ୍ଣ ଚାକିରି କାଟ୍ କରିଥିଲା । ଏହି କମ୍ପାନୀ ମଧ୍ୟରୁ ୫ଟି କମ୍ପାନୀ ଶୀର୍ଷରେ ରହିଛି। ସ୍ୱିଡେଶ ଟେଲିକମ ର ଦିଗଜ ଏରିକ୍ସନ ନିଜର ୧୨୦୦ କର୍ମଚାରୀଙ୍କ ଛଟେଇ କରିଛି।
Top 10 News Headlines: ସକାଳର 10ଟି ବଡ଼ ଖବର...ଦେଖନ୍ତୁ ପୂରା ଖବର...
Summer Holiday 2024: ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର। ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ନୂଆ ଏକାଡେମିକ୍ କ୍ୟାଲେଣ୍ତର ୨୦୨୪-୨୫ ପ୍ରକାଶ ପାଇଛି। ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ସ୍କୁଲ୍ ପାଇଁ ଏହି କ୍ୟାଲେଣ୍ତର ଜାରି କରାଯାଇଛି। କ୍ୟାଲେଣ୍ତର ଅନୁସାରେ, ୨୦୨୪-୨୫ ଶିକ୍ଷା ବର୍ଷରେ ପିଲାମାନେ ମୋଟ୍ ୨୩୧ ଦିନ ପାଠ ପଢିବେ। ଏପ୍ରିଲ୍ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ପ୍ରବେଶ ଉତ୍ସବ କରାଯିବ। ଗ୍ରୀଷ୍ମ କାଳିନ ଛୁଟି ମେ ୬ ରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ହେବ।
Petrol Diesel Price Today: ମାର୍ଚ୍ଚ ୩୧ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ହ୍ରାସ ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ପଢନ୍ତୁ ପୂରା ଖବର...
Morning Classes in schools: ଏପ୍ରିଲ୍ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷାବର୍ଷ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହେବ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ସ୍କୁଲ୍ଗୁଡ଼ିକୁ ଏଥିଲାଗି ପ୍ରସ୍ତୁତ କରିବାକୁ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ କେବଳ ପ୍ରଥମରୁ ୯ମ ଶ୍ରଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନ ସହ ତାହାକୁ ପ୍ରଦାନ କରିବାକୁ ଶ୍ରୀ ସାହା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ଜଣାଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
Akash Das Nayak: ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଗତକାଲି ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଥିଲେ ଯେ,ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଛନ୍ତି । ତେବେ ଆଜି ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ସିନେଷ୍ଟାର ଅରିନ୍ଦମ ଓ ସିଦ୍ଧାନ୍ତ ବିଜେପିର ହାତ ଧରିସାରିଛନ୍ତି।
Odisha BJP Loksabha Candidate List: ଓଡ଼ିଶା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଅବଶିଷ୍ଟ ୩ ଲୋକସଭା ଆସନ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ପ୍ରାର୍ଥୀ କରିଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ଓ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତିନି ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଛି । ୨୦୧୯ରେ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଏଥର ଦଳ ବିଜେଡିରୁ ଯାଇଥିବା ଭର୍ତ୍ତୃହରିଙ୍କୁ ଟିକେଟ ଦେଇଛି । ସେହିପରି କନ୍ଧମାଳରୁ ମହାମେଘବାହନ ଐରଖାରବେଳ ସ୍ବାଇଁଙ୍କ ବଦଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁରରେ ଅମିୟ ମଲ୍ଲିକଙ୍କ ବଦଳରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜେପି ଟିକେଟ ଦେଇଛି । ପୂର୍ବରୁ ବିଜେପି ୧୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।
Odisha Weather Update Today: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ଦିନ ମାଲକାନଗିରିର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ବୌଦ୍ଧ, ଟିଟିଲାଗଡ଼,ବଲାଙ୍ଗୀର ଓ ନୟାଗଡ଼ରେ ୪୦ ଡିଗ୍ରୀ ଟପିଛି ତାପମାତ୍ରା। ଦିନ ୧୧ଟାରୁ ପ୍ରଚଣ୍ତ ତାତି ଓ ଭୀଷଣ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗକୁ ତାତି ଆହୁରି ସାଂଘାତିକ ହେବ। ୩ରୁ ୪ ଦିନରେ ତାତି ୪୩ ଡିଗ୍ରୀ ଛୁଇଁବ। ଆକାଶରୁ ନିଆଁ ବର୍ଷିବ। ଉପକୂଳଠୁ ପଶ୍ଟିମ ଓଡି଼ଶା ଓ ଆଭ୍ୟାନ୍ତରିଣ ଓଡି଼ଶା ଜଳିବ। ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା କହୁଛି, ଏପ୍ରିଲ୍ ୨ ତାରିଖରେ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ। ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।
Today Horoscope: ଆଜି ଏହି ସବୁ ରାଶି ପାଇଁ ବଢିପାରେ ଅଡୁଆ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର? ଦେଖନ୍ତୁ ଫଟୋ ଗ୍ୟାଲେରୀ...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
By clicking “Accept All Cookies”, you agree to the storing of cookies on your device and the processing of information obtained via those cookies (including about your preferences, device and online activity) by us and our commercial partners to enhance site navigation, personalise ads, analyze site usage, and assist in our marketing efforts. More information can be found in our Cookies and Privacy Policy. You can amend your cookie settings to reject non-essential cookies by clicking Cookie Settings below.
Manage Consent Preferences
These cookies are necessary for the website to function and cannot be switched off in our systems. They are usually only set in response to actions made by you which amount to a request for services, such as setting your privacy preferences, logging in or filling in forms. You can set your browser to block or alert you about these cookies, but some parts of the site will not then work or you may not be able to login.
These cookies enable the website to provide enhanced functionality and personalisation. They may be set by us or by third party providers whose services we have added to our pages. If you do not allow these cookies then some or all of these services may not function properly.
These cookies may be set through our site by our advertising partners. They may be used by those companies to build a profile of your interests and show you relevant adverts on other sites. They are also used to limit the number of times you see an advert as well as help measure the effectiveness of an advertising campaign. They do not store directly personal information, but are based on uniquely identifying your browser and internet device. If you do not allow these cookies, you will experience less targeted advertising.
These cookies allow us to count visits and traffic sources so we can measure and improve the performance of our site. They help us to know which pages are the most and least popular and see how visitors move around the site. All information these cookies collect is aggregated and therefore anonymous. If you do not allow these cookies we may not know when you have visited our site, and may not be able to monitor its performance.