ଡମଡମଣି ଡ୍ୟାମରେ ଅଘଟଣ, ୨ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2351555

ଡମଡମଣି ଡ୍ୟାମରେ ଅଘଟଣ, ୨ ମୃତଦେହ ଉଦ୍ଧାର

୫ ସାଙ୍ଗ ମିଳିମିଶି ଆଜି ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ତନ୍ମଧ୍ୟରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧେଇବା ପାଇଁ ଇଚ୍ଛା କରି ପାଣିରେ ପସିଥିଲେ । କିନ୍ତୁ ଅସାବଧାନତା କାରଣରୁ ଗଭୀର ଜଳରେ ସେମାନଙ୍କର ପାଦ ଖସି ଯାଇଥିଲା । 

ଡମଡମଣି ଡ୍ୟାମରେ ଅଘଟଣ, ୨ ମୃତଦେହ ଉଦ୍ଧାର

କଟକ: ଚୌଦ୍ୱାର ଥାନା ନିକଟ ଡମଡମଣି ଡ୍ୟାମରେ ଆଜି ଅପରାହ୍ମରେ ଏକ ବଡ଼ ଅଘଟଣ ଘଟିଛି । ପାଣିରେ ଭାସିଯାଇ ୨ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ୨ ଛାତ୍ର କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢୁଥିଲେ ।

ସୂଚନା ମୁତାବକ, ୫ ସାଙ୍ଗ ମିଳିମିଶି ଆଜି ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ତନ୍ମଧ୍ୟରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧେଇବା ପାଇଁ ଇଚ୍ଛା କରି ପାଣିରେ ପସିଥିଲେ । କିନ୍ତୁ ଅସାବଧାନତା କାରଣରୁ ଗଭୀର ଜଳରେ ସେମାନଙ୍କର ପାଦ ଖସି ଯାଇଥିଲା । ଫଳରେ ଭାସିଯାଇଥିଲେ ୩ ସାଙ୍ଗ । ସ୍ଥାନୀୟ ଲୋକଙ୍କ ନଜରେ ଘଟଣା ପଡିବା ପରେ ଜଣଙ୍କୁ ଉଦ୍ଧାର କରିବାରେ ସେମାନେ ସକ୍ଷମ ହୋଇଥିଲେ । ହେଲେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା । ଟାଙ୍ଗୀ-ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଗଭୀର ପାଣିରୁ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତ ଛାତ୍ରଙ୍କ ନାମ ଶୃତିକ ଶତପଥୀ ଓ ସ୍ୱୟମ୍‌ ସଂକେତ ଦାଶ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇଥିବା ସୂଚନା ମିଳିଛି । ମୃତ ଛାତ୍ରଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Also Read- Lucky Zodiac Sign: ୨୫ ଜୁଲାଇରେ ଗୁରୁ ମଙ୍ଗଲ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା, ୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ