Odisha News Live Updates: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement

Odisha News Live Updates: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

 

Odisha News Live Updates: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ପଢନ୍ତୁ ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

 

26 January 2024
22:31 PM

Golden Tiger Spotted in Assam: ରାମାୟଣରେ ଆପଣ କସ୍ତୁରୀ ମୃଗ କାହାଣୀ ବିଷୟରେ ଶୁଣିବାକୁ ପାଇଥିବେ। ହେଲେ ଏବେ ଦେଶରେ ଦେଖିବାକୁ ମିଳିଛି ସୁବର୍ଣ୍ଣ ବାଘ। ଆଉ ଏହି ବାଘକୁ ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଯାହାର ଫଟୋ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କରିଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟ୍ ରେ ସେହି ସୁବର୍ଣ୍ଣ ବାଘର ଫଟୋ ସେୟାର କରିଥିଲେ। ଯାହାକୁ ରାଜ୍ୟର ଗୋଲାଘାଟ ଏବଂ ନାଗାଓଁ ଜିଲ୍ଲାରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିଲା। ଏହି ବିରଳ ବାଘର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହାକୁ ମହାନ୍ ସୌନ୍ଦର୍ଯ୍ୟ କୁହାଯାଏ। ନିକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ବିରଳ ସୁବର୍ଣ୍ଣ ବାଘ ଠାବ ହୋଇଥିଲା।
ପଢନ୍ତୁ ପୁରା ଖବର

22:29 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

ପଢନ୍ତୁ ପୁରା ଖବର

22:24 PM

National Flag of India: ଚଳିତ ବର୍ଷ ଦେଶରେ ଧୂମଧାମର ସହ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ୧୯୫୦ ମସିହା ଆଜିର ଦିନରେ ବିଶ୍ୱର ସର୍ବବୃହତ୍ତ ଲିଖିତ ସମ୍ବିଧାନ କୁହାଯାଉଥିବା ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଭାରତ ବର୍ଷରେ ସାଧାରଣତନ୍ତ୍ର ଦିବସ ଏକ ଜାତୀୟ ପର୍ବ ଭାବେ ଜଣାଶୁଶା। ଯାହାକୁ ସମସ୍ତ ଭାରତବାସୀ ଏକତ୍ରୀତ ହୋଇ ପାଳନ କରିଥାନ୍ତି। ଏହି ଅବସରରେ ଦେଶରେ ସର୍ବତ୍ର ଗର୍ବର ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥାଏ। ଦେଶର ଜାତୀୟ ପତାକାରେ ୩ ରଙ୍ଗ ରହିଛି। ତାହା ହେଉଛି ନାରଙ୍ଗୀ, ଧଳା ଏବଂ ସବୁଜ। ଏହା ସହିତ ମଝିରେ ନୀଳ ରଙ୍ଗର ଏକ ଅଶୋକ ଚକ୍ର ମଧ୍ୟ ରହିଛି।

ପଢନ୍ତୁ ପୁରା ଖବର

 

 

19:51 PM

Nitrogen Gas Execution US: ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବହାର କରାଯାଇଛି ନାଇଟ୍ରୋଜେନ୍ ଗ୍ୟାସ୍। ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯାଇଛି। ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି କୌଣସି ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ହେଉଛି ପ୍ରଥମ ଘଟଣା। ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କେନେଥ ୟୁଜିନ ସ୍ମିଥ (୫୮) ସୁପ୍ରିମକୋର୍ଟ ଏବଂ ସଂଘୀୟ ଅଦାଲତରେ ଏକ ଆବେଦନ କରିଥିଲେ। ଦୋଷୀ ସ୍ମିଥ୍ ଯୁକ୍ତି କରିଛନ୍ତି ଯେ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁ ଦଣ୍ଡ ଦେବାର ପଦ୍ଧତି ହେଉଛି ବର୍ବର ଏବଂ ଅଦ୍ଭୂତ। ଗତ ୨୦୨୨ ବର୍ଷରେ ତାଙ୍କୁ ପ୍ରାଣଘାତକ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲେ।  ୧୯୮୯ ମସିହାରେ କେନେଥ ୟୁଜିନ ସ୍ମିଥ ସୁପାରୀ ନେଇ ଏଲିଜାବେଥ୍ ସେନେଟଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ  କରାଯାଥିଲା।

ପଢନ୍ତୁ ପୁରା ଖବର

18:31 PM

Gallantry Awards-Service Medals Announced Odisha: ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଟ ସେବା ଲାଗି ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା ବାହିନୀ, ଓଡ଼ିଶା କାରାଗାର ସଂସ୍ଥା ଏବଂ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ତଥା କର୍ମଚାରୀଙ୍କୁ ରାଜ୍ୟପାଳ ରଘୁବର ଦାସ ୨୦୨୩ ସ୍ଵାଧୀନତା ଦିବସ ପାଇଁ ରାଷ୍ଟ୍ରପତି ତଥା ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି। ଜାନୁଆରୀ ୨୬ ତାରିଖ ଶୁକ୍ରବାର ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥ ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧ୍ ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଏବଂ ମାନପତ୍ର ପ୍ରଦାନ କରିଥିଲେ।

ପଢନ୍ତୁ ପୁରା ଖବର

18:29 PM

Bargarh Dhanu Yatra 2024 Ended: କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ତଥା ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଏବଂ ଧର୍ମରେ ଜୟ ହୋଇଛି। ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ। ଗତ ବର୍ଷ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି। 

ପଡନ୍ତୁ ପୁରା ଖବର

 

17:35 PM

Padma Awards 2024: ଗଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଥମ ଥର ପାଇଁ ଚଳିତ ବର୍ଷ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଫ୍ରାନ୍ସ ନାଗରିକମାନଙ୍କୁ ଚୟନ କରିଛି। ଗଣତନ୍ତ୍ର ଦିବସ ଅବସରରେ ୪ ଫ୍ରାନ୍ସ ନାଗରିକଙ୍କୁ ପଦ୍ମ ପୁରସ୍କାର ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫ୍ରାନ୍ସ ନାଗରିକଙ୍କୁ ଭାରତ ଏହି ପୁରସ୍କାର ପ୍ରଦାନ କରିଛି, ଯେଉଁ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପଢ଼ନ୍ତୁ ପୂରା ଖବର..

16:24 PM

India vs England Highlights 1st Test Day 2: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି। ଏହା ସହ ଭାରତ ୧୭୫ ରନର ଅଗ୍ରଣୀ ହାସଲ ରହିଛି। ପଢ଼ନ୍ତୁ ପୂରା ଖବର...

 

12:14 PM

୭୫ତମ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ମୁଖର ରାଜ୍ୟ
ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଫିସର, ୩୦୦ କନେଷ୍ଟବଳ, ୯୦ସେକ୍ସନ ଫୋର୍ସ ଏବଂ ୧୫୦ ହୋମ ଗାର୍ଡ ଅଛନ୍ତି । ସେହିଭଳି QRT, ATS , ବମ୍ ଡିସ୍ପୋଜାଲ ସହ କାନାଇନ ସ୍କ୍ବାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ସେହିଭଳି ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଢନ୍ତୁ ପୂରା ରିପୋର୍ଟ...

12:13 PM

ଅଲଗା ହେବେ କି ଅଭିଷେକ ଏବଂ ଐଶ୍ୱର୍ଯ୍ୟା
ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ମତଭେଦ ହେତୁ ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଘର ଛାଡି ମା’ଙ୍କ ଘରେ ରହୁଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

 

10:12 AM

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ
ଶୁଭଶ୍ରୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜୟ ହିନ୍ଦ୍" ର ଫାଷ୍ଟ ଲୁକ୍ ଉନ୍ମୋଚନ ହୋଇଯାଇଛି। ଏହି ଫାଷ୍ଟ ଲୁକ୍ ଉତ୍ସବରେ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇଥିଲେ। ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ସହ ପ୍ରଯୋଜକ ଦେବୀ ପ୍ରସାଦ ମଙ୍ଗରାଜ ଓ ମିନାକ୍ଷୀ ମିଶ୍ର ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପୃଥ୍ଵୀରାଜ ପଟ୍ଟନାୟକ। ପଢନ୍ତୁ ପୂରା ରିପୋର୍ଟ...

10:11 AM

ସାଧାରଣତନ୍ତ୍ର ଦିବସ ଅବସରରେ ତେଲ ଦରରେ ସାମାନ୍ୟ ହ୍ରାସ
ଜାନୁଆରୀ ୨୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

09:22 AM

ନିଜ ଘର ଦାନ କରିଦେଲେ ଡାକ୍ତର ନାରାୟଣୀ ପଣ୍ଡା
ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା। ନିଜ ସମ୍ବଲପୁରସ୍ଥିତ ଭୁତାପଡାଠାରେ ରହିଥିବା ତାଙ୍କର ବହୁମୂଲ୍ୟ ଦୁଇ ମହଲା କୋଠାକୁ ସେ ମହିଳା ମହାବିଦ୍ୟାଳୟ ନାଁ ରେ ଉଇଲ କରି ଦାନ କରିଦେଇଛନ୍ତି। ଏବେ ସେଠାରେ ଛାତ୍ରୀମାନେ ମାଗଣାରେ ରହୁଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

09:21 AM

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର। ପଢନ୍ତୁ ପୂରା ରିପୋର୍ଟ...

09:20 AM

ଖସିଲା ଭରି ପିଛା ସୁନା ଦର
ଦେଶରେ ଏବେ ବିବାହ ଋତୁ ଚାଲିଛି।ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ପଢନ୍ତୁ ପୂରା ରିପୋର୍ଟ...

09:14 AM

ଘନ କୁହୁଡ଼ିରେ ଆଚ୍ଛାଦିତ ଉତ୍ତର ଭାରତ
ଆଜି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ସମଗ୍ର ଦେଶ ହାଡଭଙ୍ଗା ଜାଡ଼ର ଶିକାର ହୋଇଛି। ଆଜି ଦିଲ୍ଲୀରେ କର୍ତ୍ତବ୍ୟପଥରେ ବିଶ୍ୱ ଭାରତର ଶକ୍ତି ଦେଖିବାକୁ ପାଇବ। ସେପଟେ କିନ୍ତୁ ଦିଲ୍ଲୀ ପାଣିପାଗ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ରଖିଛି। ଯଦିଓ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେ ଦିଲ୍ଲୀ-ଏନସିଆରରେ ବର୍ଷା ହେବାର ସତର୍କତା ନାହିଁ, କିନ୍ତୁ ଘନ କୁହୁଡ଼ି ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ରଖିଛି। ଆଜିଠାରୁ ସାରା ଦେଶରେ ପାଗ ପରିବର୍ତ୍ତନ ହେବ। ଆସନ୍ତା ୩ ଦିନ ପାଇଁ ପାହାଡିଆ ଅଞ୍ଚଳରେ ତୁଷାରପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ହେବାର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପଢନ୍ତୁ ପୂରା ରିପୋର୍ଟ...

08:09 AM

ବଞ୍ଚିଥାଉ ଥାଉ ମହିଳାଙ୍କୁ ମୃତ ଘୋଷଣା କରି ତାଲିକାରୁ ନାଁ କାଟି ଦେଲେ ସରକାରୀ ବାବୁ
ମୃତ ବ୍ୟକ୍ତିଙ୍କ ନାମରେ ବଞ୍ଚିଥିବା ଦର୍ଶାଇ ଭତ୍ତା ଟଙ୍କା ମାସ ମାସ ଧରି ଉଠାଯାଉଥିବା ଘଟଣା ପୁର୍ବରୁ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କରି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉନଥିବା ଅଭିଯୋଗ ଆସିଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ନିତି ଯୋଗୁଁ ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ସଭ୍ୟ ସମାଜରେ ପୁଣି ଘଟିଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

08:08 AM

ଆଜି ଠାରୁ ବଦଳିବ ରାଜ୍ୟର ପାଣିପାଗ
ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଲାଗି ରହିଥିବା ବର୍ଷା ଓ କୋହଲା ପାଗରୁ ନିସ୍ତାର ପାଇବେ ରାଜ୍ୟବାସୀ। ପଢନ୍ତୁ ପୂରା ରିପୋର୍ଟ...

08:07 AM

ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା ସକାଳ ୫:୨୪ ମିନିଟରେ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି। ଦେଖନ୍ତୁ ଭିଡ଼ିଓ...

08:01 AM

ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ
ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ସମୟରେ ଇଣ୍ଡିଆ ଗେଟର କର୍ତ୍ତବ୍ୟ ପଥରେ ପରେଡରେ ଆୟୋଜନ କରାଯାଇଛି। ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବାର ସୂଚନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:58 AM

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ବାହାରିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଭଲ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।ଯାହା ବି ହୋଇଛି ଭାବି ବିଚାରି ନିଶ୍ଚୟ ହୋଇଥିବ ।ତୀର୍ଥରାଜ ମହୋଦଧୀଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ଅଷ୍ଟାଦଶତମ ୧୮ବର୍ଷ ପୂର୍ତ୍ତି ଉତ୍ସବରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

07:56 AM

୪୭ ବର୍ଷ ବୟସରେ ପ୍ରାଣ ହାରିଲେ ଏହି ପ୍ରସିଦ୍ଧ ଗାୟିକା
ଜଣାଶୁଣା ତାମିଲ ଗାୟିକ ଭବତାରିଣୀ ୪୭ ବର୍ଷ ବୟସରେ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଯାହାକି ତାମିଲ ସିନେ ଜଗତରେ ଏକ ଶୋକର ଛାୟା ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଅନେକ ଦିନ ଦେବ ସେ କର୍କଟ ରୋଗରେ ପୀଡ଼ିତ ହୋଇ ଶ୍ରୀଲଙ୍କାରେ ଚିକିତ୍ସିତ ହେଉଥିଲେ। ପଢନ୍ତୁ ପୂରା ରିପୋର୍ଟ...

 

07:54 AM

ଆସନ୍ତା ମାସରେ ସ୍ୱତନ୍ତ୍ର ଲକ୍ଷ୍ମୀ ନାରାୟଣ ଯୋଗ
ରାଶିରେ ଥିବା ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ।  ଜାନୁଆରୀ ମାସ ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ମାସ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ମାସରେ ଶୁକ୍ର ଏବଂ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

07:48 AM

ଏହି ରାଶିର ଲୋକଙ୍କୁ ମିଳିବ ଶୁଭଫଳ ,ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:47 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।