Odisha Daily News Live: କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ; ଭାରତରେ ଭବିଷ୍ୟତ ବହୁତ ଖରାପ
Advertisement

Odisha Daily News Live: କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ; ଭାରତରେ ଭବିଷ୍ୟତ ବହୁତ ଖରାପ

Congress Election Manifesto 2024: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲଖ କରିଛନ୍ତି। 

Odisha Daily News Live: କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ; ଭାରତରେ ଭବିଷ୍ୟତ ବହୁତ ଖରାପ
LIVE Blog

Congress Election Manifesto 2024: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲଖ କରିଛନ୍ତି। 

18 January 2024
00:36 AM

Srimandir Parikrama Project Inaugurated Today: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ। ଜାନୁଆରୀ ୧୭ ତାରିଖ ବୁଧବାର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇ ଉଠିଥିଲେ। ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। 
ପଢନ୍ତୁ ପୁରା ଖବର

23:49 PM

RBI Governor Shaktikanta Das: ବିଗତ କିଛିଦିନ ହେଲା କ୍ରିପ୍ଟୋ ନିବେଶକଙ୍କୁ ମିଳୁଥିବା ଅହେତୁକ ଫାଇଦା କୌଣସି ନୂଆ ସମ୍ଭାବନା ନୁହେଁ। ହେଲେ ଏହାର ଭବିଷ୍ୟତ ବହୁତ ଖରାପ ବୋଲି ସତର୍କବାଣୀ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହା ଆଗକୁ ଆର୍ଥିକ ଅସ୍ଥିରତା ସୃଷ୍ଟି କରିବା ସାଙ୍ଗକୁ ବେଆଇନ ଅର୍ଥ କାରବାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସହାୟକ ହେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର। ସ୍ୱୀଜରଲ୍ୟାଣ୍ଡ ଡାଭୋସ୍‍ ସହରରେ ଆୟୋଜିତ ବିଶ୍ୱ ଅର୍ଥନୀତି ସମ୍ମିଳନୀରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭର୍ଣ୍ଣର। 
ପଢନ୍ତୁ ପୁରା ଖବର

 

22:59 PM

Distinguished Railway Service Award 2023: ଜାନୁଆରୀ ୧୭ ତାରିଖ ବୁଧବାର ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଳବାଇ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ତଥା କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପଢନ୍ତୁ ପୁରା ଖବର

22:08 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
ପଢନ୍ତୁ ପୁରା ଖବର

21:11 PM

Congress Election Manifesto 2024: ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ ପୁରା କଭର

20:46 PM

Odisha Congress In-Charge Ajoy Kumar: ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତା ତଥା କର୍ମୀଙ୍କୁ ଉତ୍ସାହିତ କରିବା ତଥା ଦଳୀୟ ସମସ୍ୟାକୁ ସମାଧାନ କରିବା ଲାଗି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓଡ଼ିଶା ଆସୁଛନ୍ତି। ସେ ଜାନୁୟାରୀ ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ। ପ୍ରଦେଶ କଂଗ୍ରେସର ବିଭିନ୍ନ ନେତାଙ୍କୁ ଭେଟିବା ସହ କାର୍ଯ୍ୟକ୍ରମରେ ଯୋଗ ଦେବେ। 
ପଢନ୍ତୁ ପୁରା ଖବର

19:34 PM

Pakistan broke Diplomatic Relations with Iran: ଭୁବେନଶ୍ୱର: ବେଲେୁଚିସ୍ତାନ ଠାରେ ସୁନି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ ପରେ ଇରାନ୍‍ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ସହ ଇରାନ୍‍ରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରି ଆସିବାକୁ କହିଛି ପାକିସ୍ତାନ। ଇରାନର ଆକ୍ରମଣକୁ ନିନ୍ଦା କରିବା ସହ ଏହା ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ-ଇରାନ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ଉଚ୍ଚସ୍ତରୀୟ ବୈଠକକୁ ମଧ୍ୟ ବାତିଲ କରାଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି।
ପଢନ୍ତୁ ପୁରା ଖବର

19:03 PM

Odia Youth Dead Body Return to Home: ବେଙ୍ଗାଲୁରୁ ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟି ଫେରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପୁସଙ୍ଗିଆ ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବକ ସନ୍ତୋଷ କୁମାର ପାତ୍ର ବିଗତ ୩ ବର୍ଷ ଧରି ବେଙ୍ଗାଲୁରୁ ଠାରେ ରହି କାମ କରୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଗତ ୧୪ତାରିଖରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର କହିଲେ ତାଙ୍କର ବାପା, ମାଆ ଏବଂ ସାନ ଭାଇ ଅଛନ୍ତି। ସେମାନେ ମୂଲ ଲାଗି ନିଜ ଘର ଚଳାନ୍ତି। 
ପଢନ୍ତୁ ପୁରା ଖବର

18:35 PM

4 leaders along with Gamang Family returned to Congress: ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୯ ଥର ସାଂସଦ ଥିବା  ଆଦିବାସୀ ନେତା ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା ହୋଇଛି। ଦିଲ୍ଲୀ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ବୈଠକରେ ସେ ତାଙ୍କ ପରିବାର ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ କୋଷାଧ୍ୟକ୍ଷ ତଥା ବରିଷ୍ଠ ନେତା ଅଜୟ ମାକେନ ଏହି ଚାରି ନେତାଙ୍କୁ କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି।

ପଢନ୍ତୁ ପୁରା ଖବର

17:49 PM

108 Feet Long Incense Stick Reach at Ayodhya: ଆସନ୍ତା ୨୨ ତାରିଖରେ ଅଯୋଧ୍ୟ ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ଗୁଜରାଟ ଭଦୋଦରା ଠାରେ ପ୍ରସ୍ତୁତ ହେଉଛି ୧୦୮ ଫୁଟ ଲମ୍ବର ଏକ ଅଗରବତୀ। ଯାହା ପ୍ରାଣ ପ୍ରତିଷ୍ଠା ସମୟରେ ଜଳାଯିବ। ବର୍ତ୍ତମାନ ଏହି ଅଗରବତୀ ଅଯୋଧ୍ୟାରେ ପହିଞ୍ଚ ସାରିଛି।  ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ମନ୍ଦିରକୁ ଏକ ଈଶ୍ୱରୀୟ ସୁଗନ୍ଧରେ ଭରିବା ପାଇଁ ଗୁଜୁରାଟ ଭଦୋଦରା ଠାରେ ପ୍ରସ୍ତୁତ ହୋଇଥିଲା ଏପରି ଏକ ବିଶାଳକାୟ ଅଗରବତୀ। ଗତ ସୋମବାର ଦିନ ଆଗ୍ରାସ୍ଥିତ ଫତେହପୁର ସିକ୍ରି ଏବଂ କିରାବାଲି ଠାରେ ପହଞ୍ଚିଥିଲା। ଯେଉଁ ରାସ୍ତା ଦେଇ ଏହି ଧୂପକାଠି ନିଆଯାଉଥିଲା ସେଠାରେ ଶହ ଶହ ଲୋକ ପହଞ୍ଚିଥିଲେ। ସେମାନେ ଏହାକୁ ଦେଖିବା ପରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ। ଭଦୋଦରା ଠାରୁ ଅଯୋଧ୍ୟା ଠାରେ ଶେଷ ହୋଇଥିବା ଯାତ୍ରା ଏକ ଶୋଭାଯାତ୍ରାରେ ପରିଣତ ହୋଇଥିଲା।
ପଢନ୍ତୁ ପୁରା ଖବର

17:01 PM

Flight Services Disrupted due to Fog in Delhi: ବିଗତ କିଛି ଦିନ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୁହୁଡ଼ି କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଥିବାର ଖବର ଆସୁଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କ'ଣ କେବଳ କୁହୁଡ଼ି କାରଣରୁ ବିମାନ ସେବା ବାଧାପ୍ରାପ୍ତ ହେଉଛି କି ସେ ନେଇ ପ୍ରଶ୍ନ ଉଠୁଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ଜଣାଶୁଣା।  ହେଲେ ଶୀତ ଦିନେ ଯେତେବେଳେ ଘନ କୁହୁଡ଼ି ହୁଏ, ସେତେବେଳେ ଦିଲ୍ଲୀ ସମେତ ଅନ୍ୟାନ୍ୟ ବିମାନବନ୍ଦରରେ ବିମାନ ସେବାରେ ବାଧା ଉପୁଜିଥାଏ। ବର୍ତ୍ତମାନ ଅନେକ ସହରରେ ବିମାନ ସେବା ସମୟରେ ବିଳମ୍ବ, ଦିଗ ପରିବର୍ତ୍ତନ ଏବଂ କମ୍ ଦୃଶ୍ୟମାନତା କାରଣରୁ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଶୀତ ତୁରେ ବିମାନ ସେବାରେ ଅସୁବିଧା କେବଳ ପାଗ କାରଣରୁ ହୋଇନାହିଁ।
ପଢନ୍ତୁ ପୁରା ଖବର

14:52 PM

୨୭ରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ
ଆସନ୍ତା ୨୭ ତାରିଖ ରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ | ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଚଳ ଚଞ୍ଚଳ ହୋଇଛି ଜିଲ୍ଲା ପ୍ରଶାସନ। ଅତିଥି ଙ୍କର ସମାଗମ ହେଉଥିବା କାରଣରୁ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଦେଖନ୍ତୁ ଭିଡ଼ିଓ...

14:51 PM

ଓଡ଼ିଶାରେ ସରକାରୀ ଚାକିରି
ଓଡ଼ିଶାରେ ଚାକିରି କରିବାକୁ ଚାହୁଁଥିବା ଯୁବପୀଢ଼ିଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ ତରଫରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଛି। ଜୁନିଅର ଏନଫୋର୍ସମେଣ୍ଟ ଅଫିସର ଏବଂ ଜୁନିଅର ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ OSSC ତରଫରୁ ଏକ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ। ପଢନ୍ତୁ ପୂରା ରିପୋର୍ଟ...

14:50 PM

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଖୁସିର ଲୁହ
ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ। ବହୁ ପ୍ରତୀକ୍ଷିତ  ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

14:49 PM

ଆଜି ତୃତୀୟ ଟି୨୦
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଶେଷ ମୁକାବିଲା ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ। ଏହି ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ତେବେ ଆଜି ଭ୍ରମଣକାରୀ ଆଫଗାନିସ୍ତାନ ଦଳ ସମ୍ମାନ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇବ। ସେପଟେ ଘରୋଇ ଦଳ କ୍ଲିନ ସ୍ୱିପ ଲକ୍ଷ୍ୟରେ ରହିଛି। ପଢନ୍ତୁ ପୂରା ରିପୋର୍ଟ...

14:46 PM

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ
ବାଦ ବିବାଦ ପରେ ଲୋକାର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଢନ୍ତୁ ପୂରା ରିପୋର୍ଟ...

11:51 AM
11:40 AM

ବିଳାସପୁରରେ ମର୍ମନ୍ତୁଦ ରେଳ ଦୁର୍ଘଟଣା
ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି ମୃତାହତ ହୋଇନଥିବା ସୂଚନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

11:26 AM

ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ବହୂ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ
ଆଉ କିଛି ଘଣ୍ଟାର ଅପେକ୍ଷା। ବହୁ ପ୍ରତୀକ୍ଷିତ  ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ,ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନିଦିନ ଧରି ଚାଲୁଥିବା ଯଜ୍ଞରେ  ଜଜମାନ ଭାବେ ପୂର୍ଣ୍ନାହୂତି ଦେବେ ଗଜପତି ମହାରାଜ ଦିବ୍ଯସିଂହ ଦେବ।  ତେବେ ପୂର୍ଣ୍ଣାହୁତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପ୍ରକଳ୍ପର ହେବ ଲୋକାର୍ପଣ। ସେପଟେ ଲୋକାର୍ପଣ ଉତ୍ସବ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଖେଳି ଯାଇଛି ଭକ୍ତିମୟ ପରିବେଶ। ପଢନ୍ତୁ ପୂରା ରିପୋର୍ଟ...

11:19 AM

ଆଜିଠୁ ରାଜ୍ୟରେ ବର୍ଷା
ଆଜିଠୁ ୨ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଥିବା ନେଇ ସୂଚନା ଆଞ୍ଚଳିକ ଦେଲା ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ପଢନ୍ତୁ ଅଧିକ...

09:33 AM

ଗୋଟି ଗୋଟି କରି ୧୨ଟି ପାରାଙ୍କୁ ନିର୍ମମ ଭାବେ ହତ୍ୟା କଲେ ପଡ଼ୋଶୀ!
ଚିକେନ୍ ଭୋଜି ନଦେବରୁ ପାରା ଗୁଡିକୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଆଦର୍ଶ ଥାନା ଅଧିନ ବିଜୟଚନ୍ଦ୍ର ପୁର ସ୍ଥିତ ତାରିଣୀ ଗଡା ଠାରେ। ଯାହାକୁ ନେଇ ପାରାଦୀପ ରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ପାରାଦୀପ ତାରିଣୀଗଡା ରେ ଥିବା ଏକ ସେଲୁନ୍ ର ମାଲିକ ଅମର ବାରିକ୍ ସେ ପଶୁପକ୍ଷୀ ପାଳିବାର ତାଙ୍କର ଏକ ସଉକ। ସେ ଦୀର୍ଘଦିନ ହେବ ତାରିଣୀଗଡା ର ଏକ ଭଡାଘରେ ରହିବା ସହିତ ୧୨ଟି ଲୋଟଣୀ ପାରା ପାଳିଥିଲେ। ପଢନ୍ତୁ ପୂରା ରିପୋର୍ଟ...

09:31 AM

ଉତ୍ତର ଭାରତରେ ଶୀତ ଲହରୀ ଜାରି
କାଶ୍ମୀରର ଅଧିକାଂଶ ଜିଲ୍ଲାରେ ପାରଦ ଶୂନ ଡିଗ୍ରୀ ତଳେ ରହିଛି। ଲଦାଖ ଓ ଉତ୍ତରାଖଣ୍ଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଉଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପଢନ୍ତୁ ପୂରା ଖବର...

09:28 AM

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର
ଗୋଟିଏ କ୍ଲିକରେ ପଢିନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର। ପଢନ୍ତୁ ପୂରା ରିପୋର୍ଟ...

09:26 AM

ଧରା ପଡ଼ିଲା ୯ ଜଣିଆ ଲୁଟେରା ଗ୍ୟାଙ୍ଗ
ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା। ଦୀର୍ଘ ଦିନରୁ ବିଭିନ୍ନ ଗ୍ୟାସ କମ୍ପାନୀମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟ କରି ନେଇଯାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବରଗଡ଼ ପୋଲିସ।ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀ ଇଣ୍ଡିଆନ୍ , ଏଚପି , ଭାରତ ଆଦି ବ୍ରାଣ୍ଡ ର ସମୁଦାୟ ୫୦୦ ଗୋଟି ସିଲିଣ୍ଡର ଜବତ କରିଛି ପୋଲିସ। ପଢନ୍ତୁ ପୂରା ରିପୋର୍ଟ...

09:25 AM

ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ଲିଟର ପିଛା...
ଜାନୁଆରୀ ୧୭ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ପଢନ୍ତୁ ପୂରା ରିପୋର୍ଟ...

09:23 AM

୨୭ ତାରିଖରେ ଲୋକାର୍ପଣ ହେବ ମାଆ ସମଲେଇ ପ୍ରକଳ୍ପ
ଆସନ୍ତା ୨୭ ତାରିଖରେ ଲୋକାର୍ପଣ ହେବ ପଶ୍ଚିମ ଓଡ଼ିଶାର ଇଷ୍ଟ ଦେବୀ ମାଆ ସମଲେଇ ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ପଢନ୍ତୁ ପୂରା ରିପୋର୍ଟ...

09:22 AM

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ
ବୈଦିକ ଜ୍ୟୋତିଷ ଅନୁଯାୟୀ, ଜାନୁୟାରୀ ୧୬ ତାରିଖ, ରାତି ୧୧.୭ ରେ ଗ୍ରହମାନଙ୍କର ସେନାଧ୍ୟକ୍ଷ ମଙ୍ଗଳ ଗ୍ରହରେ ପ୍ରବେଶ କରିଛନ୍ତି। ଏହାର ପ୍ରଭାବ ହେତୁ ମେଷ, କର୍କଟ, ସିଂହ ଏବଂ ମକର ରାଶିର ଚିହ୍ନରେ ଲୋକଙ୍କ କ୍ୟାରିଅରରେ ସକରାତ୍ମକ ପ୍ରଭାବ ଦେଖାବାକୁ ମିଳିବ। ପଢନ୍ତୁ ପୂରା ରିପୋର୍ଟ...

08:19 AM

ଓଡ଼ିଶାର ଏହି ସ୍ଥାନରେ ମିଳିବନି ମଦ
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଛି ମଦ ବିକ୍ରି। କେବଳ ଆଜି ନୁହେଁ ଆସନ୍ତା ୨୨ ତାରିଖରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

08:18 AM

ବେଲୁଚିସ୍ତାନ ଉପରେ ଇରାନର ମିଶାଇଲ ମାଡ଼
ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ ଏହାର ଭୟଙ୍କର ପରିମାଣ ଇରାନକୁ ଭୋଗିବାକୁ ହେବ ବୋଲି ପାକିସ୍ତାନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି। ପଢନ୍ତୁ ପୂରା ରିପୋର୍ଟ...

08:16 AM

ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୂଙ୍କ ଦ୍ୱାର ଫିଟା ଦର୍ଶନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା ଭୋର ସାଢେ ଦୁଇଟାରେ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଭିଡ଼ିଓ...

08:08 AM

ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ପୁରୀରେ ଭକ୍ତଙ୍କ ଭିଡ଼
ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ କିମ୍ବା ଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପ ଆଜି ଲୋକାର୍ପିତ ହେବ। ଲୋକାର୍ପିତ ହେବାର ଗୋଟିଏ ଦିନ ପୂର୍ବରୁ ଭକ୍ତମାନେ ପୁରୀରେ ଆସି ପହଞ୍ଚିଛନ୍ତି। ପ୍ରକଳ୍ପ ଉଦଘାଟନ ଉଦ୍ଦେଶ୍ୟରେ ତୀର୍ଥସ୍ଥାନକୁ ଫୁଲ, ରଙ୍ଗବେରଙ୍ଗ ଆଲୋକ ଏବଂ କାନ୍ଥରେ ବିଭିନ୍ନ କଳା ଦ୍ୱାରା ସଜାଯାଇଛି। ଏଠାରେ କହି ରଖୁ କି ମଙ୍ଗଳବାର ଦିନ ମଧ୍ୟ ଜାରି ରହିଥିବା ମକର ସଂକ୍ରାନ୍ତି ଦିନଠାରୁ ଯଜ୍ଞର ଆରମ୍ଭ କରାଯାଇଥିଲା। ତେବେ ଏହି ଯଜ୍ଞ ଆଜି ଅର୍ଥାତ ଜାନୁଆରୀ ୧୭ ତାରିଖ ବୁଧବାର ଦିନ ପ୍ରାୟ ୧.୨୦ ରୁ ସାଢେ ଦୁଇଟା ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁର୍ଣ୍ଣାହୁତି ଦେବେ। ପଢନ୍ତୁ ପୂରା ଖବର...

08:06 AM

ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ
ଆଉ କେଇ ମୁହୁର୍ତ୍ତ ପରେ ପୁରୀ ଲେଖିବ ଇତିହାସ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିନ ପ୍ରାୟ ସାଢେ ଗୋଟାଏ ବେଳକୁ ଗଜପତି ମହାରାଜ ଯଜ୍ଞ ପୂର୍ଣ୍ଣାହୂତି ଦେବା ସହିତ ମୁଖ୍ୟମନ୍ତ୍ରୀ ପୁରୀ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା ଏହି ପରିକ୍ରମା ପ୍ରକଳ୍ପର ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା କାର୍ଯ୍ୟ ଶେଷ ହୋଇଛି। ଏହି ଲୋକାର୍ପଣ ସମାରୋହରେ ଦେଶର ପ୍ରସିଦ୍ଧ ୯୦ଟି ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

23:26 PM

Security Arrangements for Pran Pratishtha Ceremony Ayodhya: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ପୂର୍ବରୁ ସମଗ୍ର ଅଯୋଧ୍ୟା ସହରକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ଅଯୋଧ୍ୟା ନଗରୀର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟା ନଗରୀରେ ଭଗବାନ ଶ୍ରୀରାମଙ୍କ ସୁରକ୍ଷା ପାଇଁ ସୈନିକଙ୍କୁ ନିୟୋଜିତ କରାଯାଇଛି। ଯେଉଁ ସୈନିକଙ୍କୁ ଶ୍ରୀରାମଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ସେମାନେ ନାଁ ଉତ୍ତର ପ୍ରଦେଶ ପୋଲିସ୍ କିମ୍ବା ସାମରିକ ବାହିନୀ ସହ ଜଡ଼ିତ ଅଛନ୍ତି। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ପୋଲିସ ବାହିନୀର ସ୍ୱତନ୍ତ୍ର ସୁରକ୍ଷା ବଳର ସୈନିକ। ୟୁପିଏସଏସଏଫ ନାମରେ ପରିଚିତ ସୈନିକଙ୍କୁ ରାମ ମନ୍ଦିର ସୁରକ୍ଷା ପାଇଁ ନିୟୋଜିତ କରାଯିବ। ୟୁପିଏସଏସଏଫ ସୈନିକ ରାମ ମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ। ୟୁପିଏସଏସଏଫ ସୈନିକଙ୍କ ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ରାମ ମନ୍ଦିରକୁ ଯାଉଥିବା ରାସ୍ତାରେ  ୟୁପିଏସଏସଏଫ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ୟୁପିଏସଏସଏଫ ହେଉଛି ଉତ୍ତର ପ୍ରଦେଶ ପୋଲିସ ବାହିନୀର ଏକ ସ୍ୱତନ୍ତ୍ର ଶାଖା ଯାହା ଗତ ୨୦୨୦ ବର୍ଷରେ ଗଠିତ ହୋଇଥିଲା।
ପଢନ୍ତୁ ପୁରା ଖବର

21:58 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   
ପଢନ୍ତୁ ପୁରା ଖବର

20:59 PM

BSKY Naveen Card Last Date to Apply: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ହୋଇଛି ଦ୍ରୁତ ଅଗ୍ରଗତି। ଗ୍ରାମ ତଥା ପଞ୍ଚାୟତ ସ୍ତରରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇପାରିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୬ ହଜାର ୨୯୪ ପରିବାରଙ୍କ ଦରଖାସ୍ତ ଅନଲାଇନ୍ ପଞ୍ଜୀକୃତ ହୋଇଛି। ଏହି ପଞ୍ଜୀକୃତ ଦରଖାସ୍ତରେ ୯ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ନାଁ ରହିଛି।   
ପଢନ୍ତୁ ପୁରା ଖବର

 

20:26 PM

Korean Airlines Flight Collided with Cathay Pacific Airways Flight: ଦୁର୍ଘଟଣା ପାଇଁ ପୁନର୍ବାର ଚର୍ଚ୍ଚାକୁ ଆସିଛି ଆଉ ଏକ ଜାପାନ ବିମାନ ବନ୍ଦର। ବିଗତ ୧୫ ଦିନ ମଧ୍ୟରେ ଦେଶର ଦୁଇଟି ବିମାନ ବନ୍ଦରରେ ଦୁଇଟି ବିମାନ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏନେଇ ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଦେଶର ଉତ୍ତର ହକ୍କାଇଡୋ ଦ୍ୱୀପରେ ଅବସ୍ଥିତ ରହିଥିବା ନ୍ୟୁ ଚିଟୋଜ ବିମାନବନ୍ଦରରେ ଏକ କୋରିଆନ୍ ଏୟାରଲାଇନ୍ସର ବିମାନ, କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପଟେ ନ୍ୟୁ ଚିଟୋଜ ବିମାନବନ୍ଦର ପକ୍ଷରୁ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ପଢନ୍ତୁ ପୁରା ଖବର

 

18:58 PM

Operation Prosperity Guardian Against Houthi Rebels: ବିଗତ କିଛି ଦିନ ଧରି ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ସାରିଛନ୍ତି  ଆମେରିକା-ବ୍ରିଟେନ। ଏନେଇ କାର୍ଯ୍ୟକାରୀ କରାଯାଉଥିବା ନୌସେନା ଅଭିଯାନର ନାଁ ହେଉଛି "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"। ଏହି ଅଭିଯାନ ଅଧିନରେ ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଆକ୍ରମଣ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ଆରମ୍ଭ କରି ଦେଇଛନ୍ତି। ୟେମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଜବରଦସ୍ତ ବିମାନ ଆକ୍ରମଣ। 
ପଢନ୍ତୁ ପୁରା ଖବର

18:57 PM

Ayodhya Ram Mandir Pran Pratishtha Ceremony: ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଯାହାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ରାମ ଭକ୍ତ ଉତ୍ସାହିତ ହୋଇଉଠିଛନ୍ତି। ଆଉ ମାତ୍ର ସପ୍ତାହେ ପରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଏହି ସମୟରେ ଆଫ୍ରିକୀୟ ଦେଶ ମରିସସ ଠାରୁ ଆସିଛି ଏକ ବଡ଼ ଖବର। ଆସନ୍ତା ୨୨ ତାରିଖରେ ଆୟୋଜିତ ହେଉଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ଦେବାକୁ ଘୋଷଣା କରିଛନ୍ତି ମରିସସ ସରରର। 
ପଢନ୍ତୁ ପୁରା ଖବର

16:14 PM

DGCA Air Traffic Report December 2023: ଗତ ଡିସେମ୍ବର ମାସରେ ଘରୋଇ ବିମାନ କମ୍ପାନୀ ମୋଟ ୭୧୨ ଯାତ୍ରୀ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରିଛନ୍ତି। ଯାହା ମଧ୍ୟରୁ ଅଧିକାଂଶ ବିମାନ ସମସ୍ୟା ଏବଂ ଫେରସ୍ତ ସମସ୍ୟା ସହ ଜଡ଼ିତ ରହିଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଜାନୁଆରୀ ୧୫ ତାରିଖ ସୋମବାର ଡିଜିସିଏ ପକ୍ଷରୁ ୨୦୨୩ ଡିସେମ୍ବର ପାଇଁ ଏୟାର ଟ୍ରାଫିକ୍ ରିପୋର୍ଟ ପ୍ରକାଶ କରାଯାଇଛି। 

ପଢନ୍ତୁ ପୁରା ଖବର 

15:22 PM

Ram Mandir Pran Pratishtha: ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମ ମଧ୍ୟ ସେହି ତାଲିକାରେ ଯୋଡି ହୋଇଛି, ଯେଉଁମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଉଭୟଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଏହି ଷ୍ଟାର ଦମ୍ପତି ନିମନ୍ତ୍ରଣ କାର୍ଡ ସହିତ ପୋଜ୍ ଦେଉଥିବା ନଜର ଆସିଛନ୍ତି। ପଢ଼ନ୍ତୁ ପୂରା ଖବର...

15:21 PM

Supream Court On Gyanvapi Case: ଜ୍ଞାନବାପି ମାମଲାରେ ହିନ୍ଦୁ ଦଳ ସୁପ୍ରିମକୋର୍ଟଙ୍କଠାରୁ ଆରାମ ପାଇଛନ୍ତି। ହିନ୍ଦୁ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନକୁ କୋର୍ଟ ଗ୍ରହଣ କରି ନେଇଛନ୍ତି। ମସଜିଦର ୱାଜୁଖାନାର ସମଗ୍ର ଅଞ୍ଚଳକୁ ସଫା କରିବା ଏବଂ ପରିମଳ ପରିସ୍ଥିତି ବଜାୟ ରଖିବା ପାଇଁ ଆବେଦନ କରାଯାଇଥିଲା। ୱାଜୁଖାନା ସଫା କରିବା ପାଇଁ ହିନ୍ଦୁ ପକ୍ଷକୁ କୋର୍ଟ ଅନୁମତି ଦେଇଛନ୍ତି। ପଢ଼ନ୍ତୁ ପୂରା ଖବର...

14:21 PM

Jagannath Express bus:୧୮ରୁ ଜଗନ୍ନାଥ ଏକ୍ସପ୍ରେସ, ୧୫ ଜିଲ୍ଲାରୁ ସିଧା ପୁରୀ ସଂଯୋଗ

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ସ୍ୱତନ୍ତ୍ର ସରକାରୀ ବସ୍‍ ଚଳାଇବା ପାଇଁ ସରକାରଙ୍କ ଯୋଜନା ୧୮ ତାରିଖରୁ ଆରମ୍ଭ ହେବ।  ଏହି ଯୋଜନାକୁ ‘ଜଗନ୍ନାଥ ଏକ୍ସପ୍ରେସ୍‍ ’ଭାବେ ନାମିତ କରାଯାଇଛି।  ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ପରେ ୧୮ ତାରିଖରୁ ପୁରୀକୁ(Puri) ଭକ୍ତଙ୍କୁ ପହ୍ଞ୍ଚାଇବା ଲାଗି ଏହି ଯୋଜନା ବିଶେଷ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି। ଅଧିକ ପଢ଼ନ୍ତୁ...

14:14 PM

BSKY Smart Card: ଜାନୁୟାରୀ ୨୬ ଯାଏ ବଢ଼ିଲା BSKY-NABIN ସ୍ୱାସ୍ଥ୍ୟ କାର୍ଡ ଆବେଦନ ତାରିଖ

ଗ୍ରାମାଞ୍ଚଳର ସମସ୍ତ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା BSKY-NABIN ସ୍ୱାସ୍ଥ୍ୟ କାର୍ଡର ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ଏହି ଆବେଦନର ଶେଷ ତାରିଖ ଥିଲା। ଏହାକୁ ଜାନୁୟାରୀ ୨୬ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଧିକ ପଢ଼ନ୍ତୁ...

14:08 PM

ଦିନକରେ ସ୍ଥାପନ ହେଲା ପୁଲିସ ଥାନା, ୧୫୦୦ ପୁଲିସବଳଙ୍କୁ ନେଲେ ୬୦୦ କମାଣ୍ଡୋ

ମହାରାଷ୍ଟ୍ରର ଲାଲ୍‍ଗଡ଼ ଭାବେ ପରିଚିତ ଗର୍ଡ଼େଓ୍ୱାଡ଼ା। ସ୍ୱାଧୀନତା ପ୍ରାପ୍ତିର ୭୭ ବର୍ଷ ପରେ ବି ଏଠାର ଲୋକେ ପୁଲିସ କ’ଣ ଜାଣି ନଥିଲେ।, ଥାନା ଦେଖି ନଥିଲେ। ଦେଖିଥିଲେ ତ ବାମପନ୍ଥୀ ଆତଙ୍କବାଦ ଓ ଲାଲ୍‍ ସଲାମ। ଆଜି କିନ୍ତୁ ଏଠାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିନା କୌଣସି ସୂଚନାରେ ଆଜି ଗୋଟିଦିନ ଭିତରେ ସେଠାରେ ଏକ ନୂଆ ଥାନା ଖୋଲିଛି। ଅଧିକ ପଢ଼ନ୍ତୁ...

14:03 PM

Odisha Crime: ଫୋନରେ କଥା ହେବାକୁ ବାରଣ କରିବା ହେଲା କାଳ, ଜନ୍ମକଲା ଝିଅର ଆକ୍ରମଣରେ ଗୁରୁତର ବାପା ମାଆ

ଜନ୍ମକଲା ଝିଅ ଭୁଲିଗଲା ରକ୍ତର ସମ୍ପର୍କ। ରାଗ ଭାଙ୍ଗିଲା ସମସ୍ତ ବନ୍ଧବାଡ଼। ରାଗରେ ଉତକ୍ଷିପ୍ତ ହୋଇ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି ନିଜ ଜନ୍ମକଲା ଝିଅ। ଏଭଳି ଛାତି ଥରା ଘଟଣା ଘଟିଛି ସୋର(Sora) ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମରେ। ଅଧିକ ପଢ଼ନ୍ତୁ...

13:53 PM

Ram Mandira: ରାମଗିରିରେ ପ୍ରତିଷ୍ଠା ହେବ ରାମ ମନ୍ଦିର, ଚାଲିଛି ଜୋରଦାର ପ୍ରସ୍ତୁତି

ରାମଗିରିରେ ପ୍ରତିଷ୍ଠା ହେବ ରାମ ମନ୍ଦିର।‌ ନିର୍ମାଣ ଚାଲିଛି ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ନବ ନିର୍ମିତ ମନ୍ଦିର , ନିର୍ମାଣାଧିନ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଯୁଗଳ ମୁର୍ତ୍ତି କୁ ନିର୍ମାଣ ଲାଗିପଡିଛନ୍ତି ରାମଗିରି ଅଞ୍ଚଳର ମୁର୍ତ୍ତି କାରିଗର ବିନାୟକ , ଆଗାମୀ ଜାନୁଆରୀ ୨୨ ତାରିଖରେ ପବିତ୍ର ଶ୍ରୀରାମଙ୍କ ଜନ୍ମଭୁମି ଅଯୋଧ୍ୟା ଠାରେ ପ୍ରଭୁ ଭବ୍ୟ ନୁତନ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଠିକ ସେହି ଦିନ ସମାନ ତିଥି ଲଗ୍ନ ରେ ରାମଗିରି ରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ନବ ବିଗ୍ରହ ର ପ୍ରାଣ ପ୍ରତିଷ୍ଠା ବୌଦିକ ରିତିନିତିରେ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ...

13:19 PM

Baragarh Dhanuyatra 2024: ବରଗଡ଼ରେ କଂସ ରାଜୁତି, ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ବରଗଡ଼ ପାଲଟିଗଲା ମଥୁରା ନଗରୀ ଓ ଅମ୍ବାପାଲି ହେଲା ଗୋପପୁର। ଉଦଘାଟନ ହେଲା ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସ ଙ୍କ ରାଜୁତି। ଧନୁଯାତ୍ରାର ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବରରେ ଦେବକୀ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ରାଜ ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ । ଅଧିକ ପଢ଼ନ୍ତୁ...

12:28 PM

Parikrama Prakalpa: ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର, ଦେଖିଲେ ଲାଖିଯିବ ଆଖି
ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଦିନ ସମଗ୍ର ରାଜ୍ୟ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ। ଏହି ଭବ୍ଯ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢ଼ନ୍ତୁ....

12:19 PM

Earthquake News: ଶୀତ ସହିତ ଭୂକମ୍ପରେ ଥରିଲା କଶ୍ମୀର, ଜାଣନ୍ତୁ କେତେ ଥିଲା ତୀବ୍ରତା?

ଆଜି ସକାଳୁ ଜମୁକାଶ୍ମୀରରେ ଭୂକମ୍ପ ଅନୁଭୁତ ହୋଇଛି । ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩.୬ ରହିଥିଲା । ଅଧିକ ପଢ଼ନ୍ତୁ...

11:51 AM

Gold Rate Today: ଖସିଲା ସୁନା ଦର, କିଣିବାକୁ ଯୋଜନା ଥିଲେ ଚେକ୍ କରନ୍ତୁ ରେଟ୍
ଦେଶରେ ଏବେ ବିବାହ ଋତୁ ଚାଲିଛି।ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଅଧିକ ପଢ଼ନ୍ତୁ...

11:25 AM

ଆଜିଠାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଅଯୋଧ୍ୟାରେ କ’ଣ ରହିବ ରୀତିନୀତି, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା 

ଶ୍ରୀ ରାମଙ୍କ ସହର ଅଯୋଧ୍ୟା କନ୍ୟା ପରି ଏବେ ସଜେଇ ହୋଇଛି । ଆଜିଠାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆନୁଷ୍ଠାନିକ ପୂଜା ଆରମ୍ଭ ହେଉଛି। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମାରୋହ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ଅର୍ଥାତ୍ ମଙ୍ଗଳବାର ଠାରୁ ଅଯୋଧ୍ୟାରେ ରାମନାମ ଧ୍ଵନିରେ ଗୁଞ୍ଜରିତ ହେବ।  ବୈଦିକ ମନ୍ତ୍ର ଜପ ଆରମ୍ଭ ହେବ, କାରଣ ରାମ ମନ୍ଦିର ସମାରୋହ ପ୍ରାୟଶ୍ଚିତ ପୂଜା ସହିତ ଆରମ୍ଭ ହେବ। ତେବେ ଆସନ୍ତୁ ଜାଣିବା ୧୬ ଜାନୁୟାରୀରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ରାମ ମନ୍ଦିରରେ କ’ଣ ସବୁ ନୀତି ସ୍ଥିର ହୋଇଛି । ଅଧିକ ପଢ଼ନ୍ତୁ...

10:43 AM

ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ଫସି ରହିଥିବା ଲୋକଙ୍କୁ ସିଡ଼ିରେ କରାଗଲା ଉଦ୍ଧାର

ବିଳମ୍ବିତ ରାତିରେ କାନପୁରର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅଗ୍ନିଶମ ବାହିନୀ ଦଳ ସିଡ଼ି ସାହାଯ୍ୟରେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ଆରମ୍ଭ କରି ଦେଇଛନ୍ତି। ଅଧିକ ପଢ଼ନ୍ତୁ...

10:22 AM

ଧାନମଣ୍ଡି ଅବ୍ୟବସ୍ଥା ନେଇ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ: ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେବଗଡ ବନ୍ଦ ପାଳନ ହେଉଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଥିବାରୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ଏବଂ ମୁଖ୍ୟ ରାସ୍ତାରେ ବନ୍ଦ ପାଳନକୁ ସହଯୋଗ କରୁଛନ୍ତି । ଅଧିକ ପଢ଼ନ୍ତୁ...

10:09 AM

Weather Report: ରାଜ୍ୟରେ ବଦଳିବ ପାଣିପାଗ, କାଲିଠୁ ବର୍ଷା ସମ୍ଭାବନା!

Weather Report: ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଣିପାଗ। ଶୀତ ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ ଏବେ ବର୍ଷା କରିପାରେ ହଇରାଣ। ଆସନ୍ତା ୧୭ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ କିଛି ସ୍ଥାନରେ ବର୍ଷା(Rain) ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢ଼ନ୍ତୁ...

09:37 AM
09:37 AM

Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି

Atomic Battery: ଏକ ଚାଇନିଜ୍ କମ୍ପାନୀ ଆଟମିକ୍ ବ୍ୟାଟେରୀ ପ୍ରସ୍ତୁତ କରିଛି । ଏହି ବ୍ୟାଟେରୀଟି ୫୦ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ ଶକ୍ତି ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ...

09:14 AM

Putrada Ekadashi 2024

ପୁତ୍ରଦା ଏକାଦଶୀରେ ଘଟିବ ୫ ଦୁର୍ଲଭ ସଂଯୋଗ, ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ସହ ସୁଖ ସମୃଦ୍ଧିରେ ଭରିଯିବ ଘର... ଅଧିକ ପଢ଼ନ୍ତୁ

08:54 AM

Petrol Diesel Price: ବଢ଼ିଲା ପେଟ୍ରୋଲ,ଡିଜେଲ ଦର ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଲିଟର ପିଛା ଦର

ଜାନୁଆରୀ ୧୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଇଛି। ଅଧିକ ପଢ଼ନ୍ତୁ...

08:38 AM

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଖବର ... ଏଠାରେ କ୍ଲିକ କରନ୍ତୁ

08:09 AM

ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ଚଳଚଞ୍ଚଳ ବଲାଙ୍ଗୀର

Odisha Festival: ଆଜି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଦେଓଗାଁର ଖଇରଗୁଡା ଅଞ୍ଚଳ । ଶୁଳିଆ ଯାତ୍ରା ପାଇଁ ଗତକାଲିଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମୟରେ ଏହି ଉତ୍ସବ ଆଜି ଅର୍ଥାତ ୧୬ ଜାନୁଆରୀରୁ ୩ ଦିନ ଧରି ଚାଲିବ । ପୂର୍ବରୁ ରହିଆସିଥିବା ପ୍ରଥା ଅନୁଯାୟୀ ଏଥର ମଧ୍ୟ ଆଦିବାସୀମାନେ ପାରମ୍ପାରିକ ପର୍ବ ପାଳନ କରିବେ । ଅଧିକ ପଢ଼ନ୍ତୁ...

08:08 AM

Srimandir: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 06.00 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଦେଖନ୍ତୁ ଭିଡିଓ...

07:53 AM

Parikrama Prakalpa: ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଉତ୍ସବ ମୁଖର ବଡ଼ଦାଣ୍ଡ..
ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ।ପୌଷମାସ ଶୁକ୍ଳପକ୍ଷ ପଞ୍ଚମୀରେ ଆରମ୍ଭ ହୋଇଥିବା ଯଜ୍ଞ ପୌଷମାସ ଶୁକ୍ଳପକ୍ଷ ସପ୍ତମୀରେ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ କରାଯିବ। ଗତ କାଲି ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରର ଐଶାନ୍ୟ କୋଣର ଯଜ୍ଞ ବେଦୀରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଯଜ୍ଞ ହୋଇଛି। ଅଧିକ ପଢନ୍ତୁ...

07:28 AM

Shukra Gochar 2024: ଧନୁ ରାଶିରେ ଶୁକ୍ରଙ୍କ ଚଳନ, ଫିଟିବ ଏହି ୩ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ବସ୍ତୁବାଦୀ ଏବଂ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କୃପା ବର୍ଷା କରୁଥିବା ଗ୍ରହ ଭାବରେ ବିବେଚନା କରାଯାଇଛି। ଶୁକ୍ର ଗୋଟିଏ ରାଶିରେ ପ୍ରାୟ ୩୦ ରୁ ୩୬ ଦିନ ପର୍ଯ୍ୟନ୍ତ ଚଳନ କରିଥାନ୍ତି। ଏହା ପରେ ସେ ଅନ୍ୟ ଏକ ରାଶିରେ ପ୍ରବେଶ କରନ୍ତି। ଅଧିକ ପଢ଼ନ୍ତୁ...

07:02 AM

Flight Cancel: ଘନ କୁହୁଡ଼ି ଯୋଗୁ Cancel ହେଲା ୮୪ରୁ ଅଧିକ ଫ୍ଲାଇଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..
Flight Cancel: ହନ୍ତସନ୍ତ କରୁଛି ଘନ କୁହୁଡ଼ି। ଶୀତଠୁ ଅଧିକା ଏବେ କୁହୁଡ଼ି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଘନକୁହୁଡ଼ି ପାଇଁ ରବିବାର ୬ଶହ ବିମାନର ଯାତ୍ରା ସମୟ ବିଳମ୍ବ ହୋଇଥିବା ବେଳେ ୭୬ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ଅଧିକ ପଢ଼ନ୍ତୁ...

06:59 AM

ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ପୁରୀ: ଜାନୁଆରୀ ୧୭ ତାରିଖ ତଥା ବୁଧବାର ଦିନ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉର୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହିତ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଅନେକ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ସାଧୁସନ୍ଥମାନେ ମଧ୍ୟ ଉପସ୍ଥିତ ରହିବେ । ୧୫ ଜାନୁଆରୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଅଧିକ ପଢ଼ନ୍ତୁ...