Odisha news live Updates: କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ପଢନ୍ତୁ ଆଜିର ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement

Odisha news live Updates: କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ପଢନ୍ତୁ ଆଜିର ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେ

Odisha news live Updates:  କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ପଢନ୍ତୁ ଆଜିର ଆଉ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
LIVE Blog

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

04 April 2024
22:10 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର 
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

ପଢନ୍ତୁ ପୁରା ଖବର

 

19:19 PM

ରାଜ୍ୟରେ ୪୨ ଡିଗ୍ରୀ ଅତିକ୍ରମ କରିଗଲା ପାରଦ
ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୋଳ, ଝାରସୁଗୁଡ଼ା, ବଲାଙ୍ଗୀର ଠାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ପାରଦ ୪୧ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼, ତାଳଚେର, ନୂଆପଡ଼ା, ରାଉରକେଲା ଠାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି ।

19:07 PM

ନିର୍ବାଚନ ବେଳେ ରାଲି ଗାଏବ ହୋଇଗଲା କଂଗ୍ରେସ ପତାକା; ପ୍ରଶ୍ନ ଉଠାଇଲେ କେରଳ ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳ ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୁଧବାର ରାହୁଲ ଗାନ୍ଧୀ ତାଙ୍କର ନାମାଙ୍କନ ଦାଖଲ କରିବା ସହ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାରକୁ ତାଙ୍କୁ ଟାର୍ଗେଟ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ୱାୟାନାଡ ଠାରେ ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ’ କାର୍ଯ୍ୟକ୍ରମ ତାଙ୍କ ଦଳ କଂଗ୍ରେସ ସହ ଏବଂ ମେଣ୍ଟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ପତାକା ଗାଏବ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଏପରି ସ୍ତରକୁ ଆସିଯାଇଛି ଯେପରି ସାମ୍ପ୍ରଦାୟିକ ଶକ୍ତିକୁ ଭୟ କରୁଛି। କେବଳ ସେତିକି ନୁହେଁ କେରଳ ମୁଖ୍ୟମନ୍ତ୍ରୀ ଅନ୍ୟ ଅନେକ କେତେକ ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ଏଥର ନିଜର ପତାକା ବ୍ୟବହାର ନକରି କେଉଁ ଶିକ୍ଷା ଲାଭ କରିଛି ତାହା ମଧ୍ୟ ଜାଣିରଖନ୍ତୁ।

ପଢନ୍ତୁ ପୁରା ଖବର

 

18:51 PM

Sonali Sahu Joins Congress: ବିଜେପିରୁ ଇସ୍ତଫା ଦେବା ପରେ ସୁନାଲି ସାହୁ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, AICC  ଓଡ଼ିଶା ମିଡ଼ିଆ ପ୍ରଭାରୀ ବୋବିତା ଶର୍ମା ଏବଂ AICC ସାମାଜିକ ଗଣ ମାଧ୍ୟମ ଓଡିଶା ପ୍ରଭାରୀ ସୁମିତ ଦୁବେଙ୍କ ଉପସ୍ଥିତିରେ ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପଢ଼ନ୍ତୁ ପୂରା ଖବର...

18:03 PM

ସେହି ୬ ଆସନ ଯେଉଁଠି ଚାଲିଥିଲା ଜବରଦସ୍ତ ମୋଦି ଲହର
୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଜୋରଦାର ହେବାରେ ଲାଗିଛି। ଏଥର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ୪୦୦ ସିଟ୍ ଦଖଲ କରିବାର ସ୍ଲୋଗାନ ଦେଇଛି। ୨୦୨୪ ନିର୍ବାଚନ ପାଇଁ ବିଜେପି ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇଛନ୍ତି। ସେହିପରି କିଛି ନିର୍ବାଚନ ରଣନୀତିଜ୍ଞ ବିଶ୍ୱାସ କରୁଛନ୍ତି ଯେ ଯଦି ଦକ୍ଷିଣ ରାଜ୍ୟରେ ବିଜେପି ପ୍ରଦର୍ଶନ କରିପାରିଲେ ଯାଇ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଉତ୍ତର ଭାରତରେ ହାଥିବା ଆସନ ଜିତିବା ସହିତ ବିଜେପି ମଧ୍ୟ ଦଳୀୟ ଭୋଟ୍ ସେୟାର ବଢାଇବାକୁ ଚେଷ୍ଟା କରୁଛି। 

ପଢନ୍ତୁ ପୁରା ଖବର

 

16:38 PM

କେତେ ଜଣ ପ୍ରାର୍ଥୀଙ୍କ ନାମ ଇଭିଏମ୍ ମଧ୍ୟରେ ହୋଇପାରିବ ପଞ୍ଜୀକୃତ? ଜାଣନ୍ତୁ 
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ମତଦାନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (​​ଇଭିଏମ) ମାଧ୍ୟମରେ ହେବ। ବିଭିନ୍ନ ନିର୍ବାଚନରେ ​​ଇଭିଏମ ବ୍ୟବହାର କରିବାକୁ ନେଇ ଅନେକ କଂଗ୍ରେସ ନେତା ପ୍ରଶ୍ନ ଉଟାଇଛନ୍ତି। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ରାଜାଙ୍କ ଆତ୍ମା ​​ଇଭିଏମ ମଧ୍ୟରେ ରହିଛି। ସେହିପରି ଛତିଶଗଡ଼ ରାଜନନ୍ଦନଗାଓଁ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଦେ ଆଗେଇ କହିଥିଲେ ଯେ ଗୋଟିଏ ଆସନରେ ୩୭୫ ଜଣରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ତାହେଲେ ମତଦାନ ଇଭିଏମ୍ ନୁହେଁ ବରଂ ବାଲାଟ ପେପର ମାଧ୍ୟମରେ ହେବ। ଏବେ ପ୍ରଶ୍ନ ଉଠୁଛି କେତେ ଜଣ ପ୍ରାର୍ଥୀଙ୍କ ନାମ ଇଭିଏମ୍ ମଧ୍ୟରେ ପଞ୍ଜୀକୃତ ହୋଇପାରିବ?

ପଢନ୍ତୁ ପୁରା ଖବର

 

15:46 PM

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପରମ୍ପରାଗତ ‘ସାଇଯାତ’ 
ଆସନ୍ତା ୧୭ ତାରିଖରୁ ପୁରୀ ପ୍ରସିଦ୍ଧ ପରମ୍ପରାଗତ ‘ସାଇଯାତ’ ଆରମ୍ଭ ହେବ। ରାମ ନବମୀଠାରୁ ଆରମ୍ଭ ହୋଇ ଏହା ରାମ ଅଭିଶେକ ଯାଏ ତଥା ମେ’ ପହିଲା ଯାଏ ଚାଲିବ। ଅର୍ଥାତ୍‍ ୧୬ ଦିନ ଧରି ଚାଲିବାକୁ ଥିବା ଏହି ସାଇଯାତ ପରମ୍ପରାରେ ବିଭିନ୍ନ ସାଇରୁ ଭିନ୍ନ ଭିନ୍ନ ମେଢ଼ ବାହାରିବା ପରମ୍ପରା ରହିଛି। କାଳିକା ଦେବୀ ସାହିରେ ରାମଜନ୍ମନୀତି ପାଳନ ହେବ। ହରଚଣ୍ଡୀ ସାହିରେ ଯଜ୍ଞରକ୍ଷା ନୀତି, ପର୍ଶୁରାମ କଳା ହରଣ ନୀତି, ମାର୍କଣ୍ଡେଶ୍ୱା ସାହିରେ ବନବାସ ନୀତି, କୁଣ୍ଢଇବେଣ୍ଟ ସାହିରେ ସୀତା ହରଣ ସହ ମାୟା ରାବଣ ବାହାରିବା ନୀତି, ଦୋଳ ମଣ୍ଡପ ସାହିରେ ଲଙ୍କା ପୋଡ଼ି, ବାଲିସାହିରେ ସେତୁ ବନ୍ଧ ସ୍ଥାପନ, ଗୌଡ଼ବାଡ଼ ସାହିରେ ରାମ ଅଭିଶେକ ନୀତି ଅନୁଷ୍ଠିତ ହେବ।

 

15:44 PM

ଦଳ ଛାଡ଼ିଲେ ବିଜେଡି ନେତା ରାମଚନ୍ଦ୍ର ପଣ୍ଡା 

ବ୍ରହ୍ମପୁରର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି  ରାମଚନ୍ଦ୍ର ପଣ୍ଡା ବିଜେଡି ଛଡ଼ିଛନ୍ତି। ସେ ୧୫ ଦିନ ହେଲା ଦଳୀୟ ସଭାପତିଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଉ ନଥିବାରୁ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଅଣଦେଖା କାରଣୁ ଏହା ପୂର୍ବରୁ ଅନେକ ନେତା ଅନ୍ୟ ଦଳକୁ ଡେଇଁଥିବା ନଜୀର ରହିଛି। ତାଙ୍କ ସ୍ୱାଭିମାନକୁ ଆଘାତ ଲାଗିଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା।

13:51 PM

ବିଜେଡି ଛାଡିଲେ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ

Odisha Election 2024: ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ସୁପ୍ରିମୋ ପୁନର୍ବାର ପ୍ରାର୍ଥୀ ଘୋଷଣା କରିବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଜୋର ଧରିଛି । ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଆଶାୟୀ ଥିବା ବେଳେ ଗତକାଲି ତାଙ୍କୁ ଟିକେଟ ନମିଳିବାରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଅମରେନ୍ଦ୍ରଙ୍କୁ ଟିକେଟ ଦେବା ପ୍ରତିଶ୍ରୁତି ନେଇ ଦଳ ପ୍ରତାରଣା କରିଥିବାରୁ ଦଳୀୟ କର୍ମୀ ମାନେ ଏହାକୁ ନିନ୍ଦା କରିବା ସହିତ ସମୂହ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।ଏହା ସହିତ ବିଜେଡି କର୍ମୀମାନେ ବିଜେଡ଼ି ପତାକା ଓ ବ୍ୟାନର ପୋଡିଥିଲେ । ଆସନ୍ତାକାଲି ଅମରେନ୍ଦ୍ର ଦାସ ବିଜେପିରେ ଯୋଗ ଦେବା ଆନୁଷ୍ଠାନିକ ଭାବରେ ଘୋଷଣା କରିବା ସହିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଦଳୀୟ ଟିକେଟ ନମିଳିବାରୁ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା ଅମରେନ୍ଦ୍ର ।

13:50 PM

୧୯୭ କେଜି ଗଞ୍ଜେଇ ଜବତ, ଶଳା ଭିଣୋଇ ଗିରଫ
Odisha News: ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ସଫଳତା।  କମଳାପୁର ଛକରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରାକ୍ଟରରୁ ଏକ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଚାଲାଣରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ମୋହନାର ରାମକୃଷ୍ଣ ସାହୁ, ସୁଶାନ୍ତ ସାହୁ ଦୁହେଁ ସମ୍ପର୍କରେ ଜ୍ବାଇଁ ଶଳା ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ହେଲେ ଅଡବା ଥାନା ବମପଦା ଗାଁର ସନ୍ତୋଷ ଜାନୀ । ଚାଲାଣରେ ସାହଯୋଗ ହୋଇଥିବା ଗୋଟିଏ କାର ଓ ଟ୍ରାକ୍ଟରକୁ ଜବତ କରିଛି । ଅଭିଯୁକ୍ତମାନେ ମୋହନା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ପୋଲିସ୍ ଖବର ପାଇ କମଳାପୁର ଛକ ନିକଟରେ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।

13:45 PM

Odisha News Live Updates: ଆଜି ରଘୁ-ଦିବାକରଙ୍କ ଶ୍ରାଦ୍ଧ ଦିବସ
ରାଜ୍ୟର ଦୁଇ ସଂଗ୍ରାମୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କର ବା ରଘୁ-ଦିବାକର ଆଜି ହେଉଛି ଶ୍ରାଦ୍ଧ ଦିବସ। ଦୁଇଜଣ ବିପ୍ଳବୀ ରଘୁ ଓ ଦିବାକର ଏକ ସମୟରେ ଫାଶୀବରଣ କରିବା ମଧ୍ୟ ଥିଲା ଅନ୍ୟ ଏକ ଅସାଧାରଣ ଘଟଣା। ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଫାଶୀବରଣ କରିବାରେ ରଘୁ-ଦିବାକର ପ୍ରଥମ ଓଡ଼ିଆ। ବ୍ରିଟିଶ ସେନାଧ୍ୟକ୍ଷ ବେଜେଲଗେଟଙ୍କ ହତ୍ୟା ମାମଲାରେ ତାଙ୍କୁ ବ୍ରିଟିଶମାନେ ହତ୍ୟା କରିଥିଲେ। 

12:49 PM

Odisha News Live Updates: ବୋରୱେଲ ଟ୍ରାଜେଡି: ୨୦ଫୁଟ ଗଭୀର ଗର୍ତ୍ତରେ ପଡ଼ିଲା ଦେଢ ବର୍ଷର ଶିଶୁ

ପୁଣି ବୋରୱେଲ ଅଘଟଣ। ୨୦ ଫୁଟ ବୋରୱେଲରେ ପଡ଼ିଲା ଦେଢ ବର୍ଷର ଶିଶୁ। କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଘଟିଛି ଏହି ଅଘଟଣ। ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିସାରିଛି। ଉଦ୍ଧାର ପରେ ଶିଶୁର ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ପ୍ରସ୍ତୁତ ରହିଛନ୍ତି ମେଡିକାଲ ଟିମ୍। ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। ପୋଲିସର ସୂଚନାନୁସାରେ, ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା। ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

 

12:39 PM

Odisha News Live Updates: ବିଦ୍ରୋହୀଙ୍କୁ ମ୍ୟାନେଜ୍ କରି ନିର୍ବାଚନ ଲଢ଼ିବା ଦଳ ଜାଣିଛି: ବିଜେଡ଼ି ନେତା ପଦ୍ମନାଭ
ନିର୍ବାଚନ ପୂର୍ବରୁ ବିଜେଡିରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବା ନେଇ ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା ବଡ଼ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଟିକେଟ ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ପାଲଟି ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଏଭଳି ହେବା ସାଧାରଣ କଥା। ତେବେ ଚଳିତ ଥର ବିଦ୍ରୋହୀଙ୍କ ସଂଖ୍ୟା ଅଧିକ ରହିଛି। ବ‌ିଦ୍ରୋହୀଙ୍କୁ ମ୍ୟାନେଜ୍ କରି କିଭଳି ନିର୍ବାଚନ ବୈତରଣୀ ପାର୍ କରାଯିବ ତାହା ଦଳକୁ ଜଣାଅଛି। ବିଦ୍ରୋହ ହେବା କିଛି ନୂଆ ଘଟଣା ନୁହେଁ। ସେମାନେ ପୁଣି ଦଳକୁ ଫେରିବେ।

12:30 PM

ରାଉରକେଲା ରାଜନୀତି: ପୁଣି ଦିଲ୍ଲୀପ-ଶାରଦା ଲଢେଇ ଚର୍ଚ୍ଚା

Rourkela Politics: ରାଉରକେଲା (ସୁଶାନ୍ତ କୁମାର ଦାଶ): ଦିନକୁ ଦିନ ରୋଚକ ହେବାରେ ଲାଗିଛି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ରାଜ୍ୟ ରାଜନୀତି। ଦୀର୍ଘ ଦିନ ଧରି ବିଜେଡ଼ି-ବିଜେପି ମେଣ୍ଟ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ, ବର୍ତ୍ତମାନ ଦଳ ଡ଼ିଆଁ ଏବଂ ପ୍ରାର୍ଥୀ ଘୋଷଣା ନେଇ ଗଳି କନ୍ଦିରେ ଚାଲିଛି ଆଲୋଚନା। ଅନେକ ବିଜେଡ଼ି ନେତା ବିଜେପି ରେ ସାମିଲ୍ ହୋଇ ଟିକେଟ ହାତେଇବାରେ ସମର୍ଥ ହୋଇଥିବା ବେଳେ, କିଛି କଂଗ୍ରେସ ନେତା ବିଜେଡ଼ି ରେ ସାମିଲ୍ ହୋଇ ଟିକେଟ ପାଇଛନ୍ତି। ତେବେ ଇତି ମଧ୍ୟରେ ବିଜେପି ରାଜ୍ୟର ସମସ୍ତ ୨୧ ଟି ଲୋକସଭା ସମେତ ମୋଟ୍ ୧୪୭ରୁ, ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଅନୁରୂପ ଭାବରେ ବିଜେଡ଼ି ୧୪ ଲୋକସଭା ଏବଂ ୯୯ ବିଧାନସଭା ପାଇଁ ଓ କଂଗ୍ରେସ ୮ ଲୋକସଭା ସମେତ ୪୭ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Rourkela Politics: ରାଉରକେଲା ରାଜନୀତି: ପୁଣି ଦିଲ୍ଲୀପ-ଶାରଦା ଲଢେଇ ଚର୍ଚ୍ଚା

12:15 PM

ଅଟୋକୁ ପିଟିଲା ଡମ୍ପର୍, ଘଟଣାସ୍ଥଳରେ ୫ ମୃତ, ୩ ଆହତ

Road Accident: ଏମିତିବି ଆସେ ମୃତ୍ୟୁ ।  କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଟୋକୁ ପିଟିଲା ଡମ୍ପର୍। ଉତ୍ତର ପ୍ରଦେଶର ଝାନସୀ-ମୀରଜପୁର ଜାତୀୟ ରାଜପଥ ନିକଟ(Jhansi-Mirzapur National Highway in Amanfur) କୋଟଓ୍ବାଲି ଅଞ୍ଚଳରେ ଘଟିଛି  ଏହି ଭୟଙ୍କର ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 

12:00 PM

ବଦଳିବ ପାଗର ମିଜାଜ୍! କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମାଲକାନଗିରି ୪୧.୬, ଟିଟିଲାଗଡ ଓ ବଲାଙ୍ଗୀର ୪୧.୫,  ଅନୁଗୁଳୁ ୪୧.୩,  ଭବାନୀପାଟଣା  ୪୧, ଝାରସୁଗୁଡା ୪୦.୮, ନୟାଗଡ଼୪୦.୬, ସମ୍ବଲପୁର  ତାଳଚେରର ଦିନ ତାପମାତ୍ରା ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ୪ ଦିନ ଏବେ ଆଭ୍ୟନ୍ତରୀଣ ଓଡି଼ଶାର ପାରଦ ୩୯ରୁ ୪୧ ଡିଗ୍ରୀ  ଓ ଉପକୂଳ ଓଡି଼ଶାରେ  ଦିନ ତାପମାତ୍ରା ୩୭.୩୯ ଡିଗ୍ରୀ ମଧ୍ୟରେ ରହିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ସେହିପରି ଆଜି ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ନୟାଗଡ଼, ବୌଦ୍ଧ, କନ୍ଧମାଳ,କଟକ, ଯାଜପୁର ଓ  ଭଦ୍ରକ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ବଲାଙ୍ଗୀର, କଳାହାଣ୍ତି, ବୌଦ୍ଧ, ମାଲକାନଗିରି ,କେନ୍ଦୁଝର,କନ୍ଧମାଳ ଓ ନୟାଗଡ ଆଦି ୬ ଜିଲ୍ଲାରେ ଉଷ୍ଣ ତାତି ଅନୁଭୂତ  ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୟେଲୋ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲା ଗୁଡି଼କ ମଧ୍ୟରେ ସାଧାରଣତଃ ଦିନ ଓ ରାତିର ପାରଦ ୩୯ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବା ନେଇ  ଆଂଚଳିକ ପାଣିପାଗ ମଧ୍ୟରୁ ସୂଚନା ମିଳିଛି। ଗ୍ରାମାଂଚଳରେ ବିଶେଷ କରି ଚାଷୀଙ୍କୁ କ୍ଷେତକୁ ଖରାରେ ନଯିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ରାଜ୍ୟରେ ପୁଣି ଥରେ କାଳ ବୈଶାଖି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। 

11:50 AM

 ଦର୍ଶକଙ୍କ ମନ କିଣୁଛି ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ, ସିରିଏଲରେ ଏବେ...

Entertainment News: (ଭୁବନେଶ୍ୱର) :  ଓଡିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ଓ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତା''ର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ''ସନ୍ଧ୍ୟା ରାଗିଣୀ''  ସଫଳତାର ସହ ଓଡିଆ ଦର୍ଶକଙ୍କ ମନ କିଣିପାରିଛି। କାହାଣୀରେ ସବୁବେଳେ ନୂଆ ନୂଆ ପରିବର୍ତ୍ତନ ଆସିଥାଏ । ଯେମିତି ଏବେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ ।ଏଥର ହୋଲି ପରେ କାହାଣୀରେ ଘଟିଛି ଏକ ଅପ୍ରତ୍ୟାଶିତ ଘଟଣା । ହୋଲି ଦିନ ସଙ୍ଗୀତ୍ ଭାଙ୍ଗ ନିଶାରେ ଚାରୁକୁ ରାଗିଣୀ ଭାବି ନିଜ ମନ କଥା ଖୋଲିକି କହି ଦେଇଛି ଯେ କିପରି ସେ ତାକୁ ଭଲ ପାଏ । ତେବେ ସଙ୍ଗୀତ୍ ଓ ରାଗିଣୀର ଭଲ ପାଇବା କ''ଣ ସମସ୍ତ ଜାଣିଦେବେ ? ସେପଟେ ସନ୍ଧ୍ୟା ମଧ୍ୟ ମନେ ମନେ ପ୍ରତ୍ୟୁଷକୁ ଭଲପାଇବାରେ ଲାଗିଛି । ଦୁଇ ଭଉଣୀ ସନ୍ଧ୍ୟା ଓ ରାଗିଣୀଙ୍କ ଜୀବନରେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ ।  ତେବେ ଆଗକୁ କ'ଣ ହେବ ଜାଣିବା ପାଇଁ ଦେଖନ୍ତୁ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’। ସୋମବାରରୁ ଶନିବାର ସଂନ୍ଧ୍ୟା ୬:୩୦ରେ କେବଳ ଜୀ- ସାର୍ଥକର ଚ୍ୟାନେଲରେ । ‘ସନ୍ଧ୍ୟା ରାଗିଣୀ’ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ଋଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ । ଜୀ-ସାର୍ଥକ ର ସବୁ ମେଗା ଧାରାବାହିକ ପରି ''ସନ୍ଧ୍ୟା ରାଗିଣୀ''କୁ ମିଳିଥିବା ଭଲପାଇବା ପାଇଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ସହିତ ହୋଲି ପରେ କାହାଣୀରେ ନୂଆ ମୋଡ଼ ଆସିଛି । ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଏକ ନୂଆ ଉପଲବ୍ଧି ପାଇବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

11:39 AM

ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। କ୍ୟାନସରରେ ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା।  ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତା ବିଶେଶ୍ବର ରାଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଶେଶ୍ବର ଫିଲ୍ମ ବ୍ୟତିତ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ବିୟୋଗରେ ତାମିଲ୍ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଦିର୍ଘ ବର୍ଷ ଧରି ବିଶେଶ୍ବର ରାଓ କ୍ୟାନସର ରୋଗରେ ପୀଡିତ ଥିଲେ। କିନ୍ତୁ ମଙ୍ଗଳବାର ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି଼ ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଅନ୍ତିମ ଦର୍ଶନ ପାଇଁ ତାମିଲନାଡୁ ସ୍ଥିତ ସିରୁସେରି ( Sirusheri ) ବାସଭବନକୁ ନିଆଯାଇଥିଲା। ଏବଂ ଗତକାଲି ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି। 

10:37 AM

Odisha News Live Update: ହିଟ୍ ଓ୍ବେଭ୍ ପାଇଁ ଏହି ଜିଲ୍ଲାରେ ବଦଳିଲା ସ୍କୁଲ୍ ସମୟ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆଉ  ଟାଣ ଖରା ଯୋଗୁଁ ଦିନ ୧୨ ପରେ ରାସ୍ତା ଘାଟ ବି ଶୂନଶାନ୍ ହୋଇପଡୁଛି। ଟାଣ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ତଳେ ଅଙ୍ଗନବାଡି ଓ ସ୍କୁଲ୍ ଗୁଡିକ ସକାଳୁଆ କରିବା ପାଇଁ ଘୋଷଣା କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ୍ ୨ ତାରିଖ ଠାରୁ ରାଜ୍ୟରେ ସକାଳୁଆ ପାଠ ପଢା ସ୍କୁଲ୍ ଗୁଡିକରେ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଗ୍ରୀଷ୍ମ ପ୍ରବାହ ସମ୍ବଲପୁର ଜିଲ୍ଲାରେ ଅଧିକ ଅନୁଭୂତ ହେବାରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡିକ ସକାଳ ୬ରୁ  ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଶ୍ରମିକ ମାନେ ମଧ୍ୟ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ କାମ କରିପାରିବେ ନାହିଁ ବୋଲି କଟକଣା ଲଗାଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।