Odisha Daily News Live:ଫେବୃଆରୀ ୮ ତାରିଖରେ ହେବ ମତଦାନ; କାମଚଳା ସରକାର ନେଲେ ବଡ଼ ନିଷ୍ପତ୍ତି
Advertisement

Odisha Daily News Live:ଫେବୃଆରୀ ୮ ତାରିଖରେ ହେବ ମତଦାନ; କାମଚଳା ସରକାର ନେଲେ ବଡ଼ ନିଷ୍ପତ୍ତି

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

ସାଂକେତିକ ଫଟୋ
LIVE Blog

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

19 January 2024
23:48 PM

 

Pakistan Parliamentary Election 2024: ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବ ସଂସଦୀୟ ନିର୍ବାଚନ। ଏହି ନିର୍ବାଚନରେ ​​ନିରପେକ୍ଷ ମତଦାନକୁ ସୁନିଶ୍ଚିତ କରିବା ପାଇଁ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱରଉଲ୍ ହକ୍ କାକର ଏକ ୭ ଜଣିଆ ସମିତି ଗଠନ କରିଛନ୍ତି। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଯୋଗାଯୋଗ, ରେଳବାଇ ଏବଂ ସାମୁଦ୍ରିକ ବ୍ୟାପାର ବିଭାଗର ଆନ୍ତରୀଣ ମନ୍ତ୍ରୀ ଶାହିଦ ଅଶରଫ ତରାରଙ୍କୁ ସମିତି ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।
ପଢନ୍ତୁ ପୁରା ଖବର

21:31 PM

SP RLD Alliance in 2024 Election: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ଶାସକ-ବିରୋଧି ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିରୋଧି ଇଣ୍ଡି ମେଣ୍ଟରେ ଆସନ ବାଣ୍ଟିବା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡାନ୍ତ ହୋଇ ପାରିନାହିଁ। ଏହି କ୍ରମରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଉତ୍ତର ପ୍ରଦେଶରେ ଆସନ ବୁଝାମଣା ଏକ ପ୍ରକାର ହୋଇସାରିଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆସନ ବୁଝାମଣା ହୋଇଥିବା ନେଇ ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଯାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏନେଇ କୁହାଯାଉଛି ଯେ ଗତ ୨୦୧୯ ଲୋକସଭା ନିର୍ବାଚନରେ ଜାଟଲ୍ୟାଣ୍ଡ ଠାରେ କରିଥିବା ଭୁଲ ଦୋହରାଉଛି କି ସମାଜବାଦୀ ପାର୍ଟି। କାରଣ ଗତ ଥର ଲୋକସଭା ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ ୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ କୌଣସି ସିଟ୍ ଜାତି ପାରିନଥିଲା।
ପଢନ୍ତୁ ପୁରା ଖବର

20:29 PM

fire caught in plane during take off in usa: ଉଡ଼ାଣ ଭରିବା ସମୟରେ ବିମାନରେ ଲାଗିଯାଇଛି ନିଆଁ। ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନରେ ନିଆଁ ଲାଗିଯିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ଆମେରିକାର ମିଆମି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଆଟଲାସ୍ ଏୟାର ବୋଇଙ୍ଗ ୭୪୭-୮ କାର୍ଗୋ ବିମାନ। ଉଡ଼ାଣ ବେଳେ ଏହି ବିମାନର ଏକ ଇଞ୍ଜିନ୍ ରେ ଲାଗିଯାଇଥିଲା ନିଆଁ। ବିମାନର ବାମ ପାର୍ଶ୍ୱରେ ରହିଥିବା ଡେଣାରେ ନିଆଁ ଲାଗିଥିବାର ଜଣାପଡ଼ିଥିଲା। ହେଲେ ପାଇଲଟ ଦକ୍ଷତାର ସହ ବିମାନକୁ ନିୟନ୍ତ୍ରଣ କରିଥିଲେ। ସେ ନିରାପଦରେ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରିଥିଲେ। ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ଆସିନାହିଁ।

ପଢନ୍ତୁ ଖବର

19:13 PM

Ghost City in World: ବର୍ତ୍ତମାନର ଏକ ବିଂଶ ଶତାବ୍ଦୀରେ ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ମାନବ ଜନବସତିକୁ ନେଇ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଉଛି ଯେ ପ୍ରାୟ ୭୫ ବର୍ଷ ପରେ  ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ଦେଶର ହଜାର ହଜାର ସହର ପରିତ୍ୟକ୍ତ ହେବାକୁ ଯାଉଛି। ଯାହା ଭବିଷ୍ୟତରେ ଏକ ଭୂତ ସହର ଭଳି ଦୃଶ୍ୟମାନ ହେବ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ଅନୁଯାୟୀ କ୍ରମାଗତ ଭାବରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟା ହ୍ରାସ ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହେବ। ଆଗାମୀ ଶତାବ୍ଦୀରେ ଯେଉଁ ସହର ଭୂତ ପାଲଟିବ ସେଠାରେ କୌଣସି ମାନବ ଜନବସତି ଦୃଶ୍ୟମାନ ହେବ ନାହିଁ। ସେଠାରେ କେବଳ ରାସ୍ତା ଘାଟ ସହ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା କୋଠା ଘର ଦୃଶ୍ୟମାନ ହେବ।
ପଢନ୍ତୁ ପୁରା ଖବର

18:06 PM

why fog put brake on train in winter: ଶୀତ ଋତୁରେ କୁହୁଡ଼ି ହେବା କାରଣରୁ ଅନେକ ସମୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ସ୍ଥିତି ଏପରି ହୋଇଥାଏ ଯେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଥାଏ। ପ୍ରତିବର୍ଷ ଭାରତୀୟ ରେଳବାଇ ଏଭଳି ପରିସ୍ଥିତର ସାମ୍ନା କରିଥାଏ। ବିଶେଷ କରି ଶୀତ ଋତୁରେ ଉତ୍ତର ଭାରତରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଶୀତ ଦିନେ ଟ୍ରେନ ବାଧାପ୍ରାପ୍ତ ହେବା ପଛରେ କୁହୁଡ଼ି ଏକ ମୁଖ୍ୟ କାରଣ ବୋଲି କୁହାଯାଏ। କେବଳ କୁହୁଡ଼ି କାରଣରୁ ଶୀତ ଋତୁରେ ଟ୍ରେନ ଚଳାଚଳ ଉପରେ ସାମୟିକ ଭାବରେ ବ୍ରେକ ଲାଗିଯାଇଥାଏ। ଏପରିକି କିଛି ଟ୍ରେନ ଏହାର ଧାର୍ଯ୍ୟ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବା ବଦଳରେ କିଛି ନିର୍ଦ୍ଧିଷ୍ଟ ଦୂରତା ପର୍ଯ୍ୟନ୍ତ ଯାତ୍ରା କରିଥାଏ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଶୀତ ଦିନେ କୁହୁଡ଼ି ସମସ୍ୟାର ମୁକାବିଲା କରିବା ପାଇଁ ରେଳବାଇ ଦ୍ୱାରା କରାଯାଉଥିବା ପ୍ରୟାସ କାହିଁକି ବିଫଳ ହୋଇଥାଏ? 
ପଢନ୍ତୁ ପୁରା ଖବର

18:06 PM

why fog put brake on train in winter: ଶୀତ ଋତୁରେ କୁହୁଡ଼ି ହେବା କାରଣରୁ ଅନେକ ସମୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ସ୍ଥିତି ଏପରି ହୋଇଥାଏ ଯେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଥାଏ। ପ୍ରତିବର୍ଷ ଭାରତୀୟ ରେଳବାଇ ଏଭଳି ପରିସ୍ଥିତର ସାମ୍ନା କରିଥାଏ। ବିଶେଷ କରି ଶୀତ ଋତୁରେ ଉତ୍ତର ଭାରତରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଶୀତ ଦିନେ ଟ୍ରେନ ବାଧାପ୍ରାପ୍ତ ହେବା ପଛରେ କୁହୁଡ଼ି ଏକ ମୁଖ୍ୟ କାରଣ ବୋଲି କୁହାଯାଏ। କେବଳ କୁହୁଡ଼ି କାରଣରୁ ଶୀତ ଋତୁରେ ଟ୍ରେନ ଚଳାଚଳ ଉପରେ ସାମୟିକ ଭାବରେ ବ୍ରେକ ଲାଗିଯାଇଥାଏ। ଏପରିକି କିଛି ଟ୍ରେନ ଏହାର ଧାର୍ଯ୍ୟ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବା ବଦଳରେ କିଛି ନିର୍ଦ୍ଧିଷ୍ଟ ଦୂରତା ପର୍ଯ୍ୟନ୍ତ ଯାତ୍ରା କରିଥାଏ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଶୀତ ଦିନେ କୁହୁଡ଼ି ସମସ୍ୟାର ମୁକାବିଲା କରିବା ପାଇଁ ରେଳବାଇ ଦ୍ୱାରା କରାଯାଉଥିବା ପ୍ରୟାସ କାହିଁକି ବିଫଳ ହୋଇଥାଏ? 
ପଢନ୍ତୁ ପୁରା ଖବର

17:02 PM

ED issues fresh summons to Lalu Prasad: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ପହଞ୍ଚିଥିଲେ। କୁହାଯାଉଛି ଯେ ତାଙ୍କ ହାତରେ କିଛି ଦଲିଲ ଥିଲା ଯାହା ଲାଲୁଙ୍କ ବାସଭବନ ଭିତରକୁ ନିଆଯାଇଥିଲା। ପଢ଼ନ୍ତୁ ପୂରା ଖବର...

17:01 PM

Sri Lanka Cricket Team Coach: ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପୂର୍ବତନ ଭାରତୀୟ କ୍ରିକେଟ୍ ଟିମ୍ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ (Bharat Arun) ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଭେଟେରାନ୍ କ୍ରିକେଟର ଜଣ୍ଟି ରୋଡସ୍ଙ୍କୁ  (Jonty Rhodes) ନିଜ କୋଚିଂ ଷ୍ଟାଫ୍ ସହିତ ଯୋଡିଛି। ପଢ଼ନ୍ତୁ ପୂରା ଖବର...

17:00 PM

Delhi Airport News: ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ୧୯ ଜାନୁଆରୀରୁ ୨୬ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀର ଏୟାରସ୍ପେସରେ କିଛି ଘଣ୍ଟା ପାଇଁ ପ୍ରତିବନ୍ଧକ ରହିବ। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ କହିଛି ଯେ ଜାନୁୟାରୀ ୧୯ ରୁ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସକାଳ ୧୦:୨୦ ରୁ ୧୨:୪୫ ମଧ୍ୟରେ ବିମାନ ଉପରେ ପ୍ରତିବନ୍ଧକ ରହିବ। ପଢ଼ନ୍ତୁ ପୂରା ଖବର...

16:50 PM

Lord Ram Idol Specifications: ଆସନ୍ତା ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ଶ୍ରୀରାମଙ୍କ ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା। ଏହା ପୂର୍ବରୁ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରଥମ ଫଟୋ ପ୍ରକାଶିତ ହୋଇସାରିଛି। ରାମ ମନ୍ଦିର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ପ୍ରତିମା ସ୍ଥାପନ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ସେହି ସମାନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ କରାଯିବ। ଗତକାଲି ଏହି ପ୍ରତିମା ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବା ପରେ ଏହାକୁ ପ୍ରଥମ ଥର ପାଇଁ ଦର୍ଶନ କରିଥିଲେ ରାମ ଭକ୍ତ। ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପିତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ସେହି ପ୍ରତିମାର ବିଶେଷତ୍ୱ ସମ୍ପର୍କରେ ଜାଣନ୍ତୁ।  
ପଢନ୍ତୁ ପୁରା ଖବର

13:47 PM

ରାଜଧାନୀରେ ଉପଦ୍ରବ ମଚାଇଲା ଦନ୍ତାହାତୀ

ଭୁବନେଶ୍ୱର: ଗତ ରାତିରେ ଭୁବନେଶ୍ୱର ପଥରଗାଡିଆ ନିକଟରେ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି । ପଥରଗାଡିଆ ଗାଁରେ ହାତୀଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ଆସିଛି । ଏଥିସହିତ ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ...

13:21 PM

Mohua Moitra: ମହୁଆଙ୍କ ସରକାରୀ ଘର ଖାଲି କରିବାକୁ ଟିମର ଚଢାଉ, ତିନି ଦିନ ପୂର୍ବରୁ ହୋଇଥିଲା ନୋଟିସ

ତୃଣମୂଳ କଂଗ୍ରେସର ନେତା ମହୁଆ ମୋଇତ୍ରଙ୍କୁ ଜବରଦସ୍ତି ଘର ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ ତାଙ୍କ ସରକାରୀ ବଙ୍ଗଳା ଗସ୍ତ କରିଛି। ଏଠାରେ କହି ରଖୁ ଗତମାସରେ ଲୋକସଭାର ସଦସ୍ୟା ହରାଇବା ପରେ ମୋଇତ୍ରଙ୍କୁ ଦୁଇଥର ଲୋକସଭାର ସଦସ୍ୟତା ହରାଇବା ପରେ ମୋଇତ୍ରଙ୍କୁ ଦୁଇଥର ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଛି। ଅଧିକ ପଢ଼ନ୍ତୁ...

13:17 PM

Jagannath Express: ସମ୍ବଲପୁରରୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ, ଜିଲ୍ଲାବାସୀଙ୍କ ମନରେ ଉତ୍କଣ୍ଠା

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ । ଆଭାସୀ ମାଧ୍ୟମ ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ସଦର ମହକୁମା ରୁ ମଧ୍ୟ ଏହାକୁ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଶୁଭାରମ୍ଭ କରାଯାଇଛି । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ୩୦ ଟି ଜିଲ୍ଲାରୁ ୮୦ ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ର ଶୁଭାରମ୍ଭ କରାଯାଇଛି । ଏବେ ପ୍ରଥମ ପର୍ଯ୍ୟାୟରେ ୧୨ ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଇଛି । ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌| ଅଧିକ ପଢ଼ନ୍ତୁ...

12:25 PM

‘One nation, One election’  ମତଦାନ ପୂର୍ବରୁ ହୋଇପାରେ ରିପୋର୍ଟ ଦାଖଲ

‘One nation, One election’  ଦେଶରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚ ସ୍ତରୀୟ ପ୍ୟାନେଲ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବାକୁ ଯୋଜନା କରୁଛି। ଫେବୃଆରୀ କିମ୍ବା ମାର୍ଚ୍ଚରେ ଯେକୌଣସି ସମୟରେ ଏହି ରିପୋର୍ଟ ଦାଖଲ ହେବାର ସମ୍ଭାବନା ରହିଛି ବୋଲି ପ୍ୟାନେଲର ଜଣେ ସଦସ୍ୟ ନାମ ଗୋପନ ରଖିବା ସହ ଗଣମାଧ୍ୟମକୁ କହିଛନ୍ତି। ଅଧିକ ପଢ଼ନ୍ତୁ...

12:18 PM

IT Raid: କୋଇଲା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ: ବଡ଼ଧରଣର ଦୁର୍ନୀତି ହୋଇପାରେ ଉନ୍ମୋଚନ
ପୁଣିଥରେ ଆୟ୍ରକ ବିଭାଗର ଏହି ଚଢ଼ଉ ବଡ଼ ଧରଣର ବ୍ୟବସାୟ-ରାଜନୀତିକ ସମ୍ପର୍କକୁ ଖୋଲିବା ସମ୍ଭାବନା ସୃଷ୍ଟି କରିଛି। ଅଧିକ ପଢ଼ନ୍ତୁ...

11:26 AM

ଗୁଆ-ଚାଉଳରେ ୟୁ-ଟର୍ଣ୍ଣ, ବିରୋଧିଙ୍କ ପାଟି ଚୁପ୍‍ କଲେ ସରକାର, ଶ୍ରୀମନ୍ଦିର ପ୍ରଶାସନ ନିରବ

ଭୁବନେଶ୍ୱର: ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଗୁଆ ଚାଉଳ ଶ୍ରୀମନ୍ଦିର ଯିବ। ଖାଲି ସେତିକି ନୁହେଁ, ଏହା ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଲାଗିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ।  ଏହାକୁ ସରକାରଙ୍କଠାରୁ ନିଯୋଗ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି। ଅଧିକ ପଢ଼ନ୍ତୁ...

11:04 AM

ହାଜର ହେଉ ନାହାନ୍ତି କେଜରିୱାଲ, ପଞ୍ଚମ ଥର ସମନ ଜାରି କରିପାରେ ED
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସମେତ ୩୧ ଜଣ ବ୍ୟକ୍ତି ଏବଂ ଅନୁଷ୍ଠାନ ବିରୋଧରେ ଦିଲ୍ଲୀ ଲିକର୍ ପଲିସି ଯାଞ୍ଚରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏପର୍ଯ୍ୟନ୍ତ ୬ଟି ଚାର୍ଜସିଟ୍ ଦାଖଲ କରିଛନ୍ତି। ଉଭୟ ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

11:02 AM

Antibiotics: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା !
ଏଣିକି ଆଣ୍ଟିବାୟୋଟିକ୍‍ ପରାମର୍ଶ ଦେବା ପୂର୍ବରୁ କାହିଁକି ତାହା ଲେଖିଛନ୍ତି ତାହାର କାରଣ ଦର୍ଶାଇବେ। ଲୋକଙ୍କ ଶରୀରରେ ଔଷଧ ପ୍ରତିରୋଧ ଶକ୍ତି ବଢ଼ିବାରୁ ସରକାର ଡାକ୍ତରମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମେଡିସିନ ବିକ୍ରେତାଙ୍କୁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟି ବାୟୋଟିକ୍‍ ନ ବିକ୍ରି କରିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

09:21 AM

Manipur violence: ମଣିପୁର ହିଂସାକାଣ୍ଡରେ ୫ ମୃତ, ୪ ବିଏସଏଫ ଯବାନ ଆହତ, ପଠାଯିବ ୩ଟି କମାଣ୍ଡୋ ୟୁନିଟ

ବୁଧବାର ରାତି ଏବଂ ଗୁରୁବାର ସକାଳେ ଘଟିଥିବା ମଣିପୁରର ହିଂସାକାଣ୍ଡରେ ପାଞ୍ଚ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏଥିସହ ୪ଜଣ ବିଏସଏଫ ଯବାନ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

08:33 AM

Lord Shri Ram: ଗର୍ଭଗୃହରେ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଚିତ୍ର

ଅଭୟାରଣ୍ୟରେ ହନୁମାନଙ୍କ ଦୁଇଟି ମୂର୍ତ୍ତି ମଧ୍ୟ ଅଛି, ସେଥିମଧ୍ୟରୁ ପାଞ୍ଚ ଇଞ୍ଚ ଉଚ୍ଚତା। ଏକ ବଡ଼ ମୂର୍ତ୍ତି ପ୍ରାୟ ତିନି ଫୁଟ ଉଚ୍ଚ ଅଟେ। ଅଧିକ ପଢ଼ନ୍ତୁ...

08:30 AM

ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୂଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

ଦେଖନ୍ତୁ ଏହି ସୁନ୍ଦର ଭିଡିଓ 

08:28 AM

ବାୟୁସେନା ହତ୍ୟାକାରୀଙ୍କୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ
୧୯୯୦ ମସିହାରେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଗୁରୁବାର ଦିନ ଜମ୍ମୁ କାଶ୍ମୀରରେ ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟରେ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ଶ୍ରୀନଗରରେ ଭାରତୀୟ ବାୟୁସେନାର କର୍ମଚାରୀଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ୟାସିନ ମଲ୍ଲିକଙ୍କୁ ଚିହ୍ନଟ କରିଛନ୍ତି ଉକ୍ତ ପ୍ରତ୍ୟେକ୍ଷଦର୍ଶୀ। ୟାସିନ ମଲ୍ଲିକ ହେଉଛି ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ମୁଖ୍ୟ। ପଢନ୍ତୁ ପୂରା ରିପୋର୍ଟ...

08:28 AM

Top 10 News Headlines:

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

08:27 AM

ଦୁଃଖଦ ଖବର: ଯୁବ ସାମ୍ୱାଦିକ ଗଜମୋହନ ଗରଡିଆଙ୍କ ପରଲୋକ

ରାୟଗଡା: ଓଡ଼ିଆ ଗଣମାଧ୍ୟମରେ ଅତି ପରିଚିତ ଚେହେରା ତଥା ଯୁବ ସାମ୍ୱାଦିକ ଗଜମୋହନ ଗରଡିଆ ଆଉ ନାହାନ୍ତି । ଗୁରବାର ସନ୍ଧ୍ୟା ସମୟରେ ହୃଦଘାତରେ ଗଜମୋହନଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...

08:24 AM

ଦିଲ୍ଲୀରେ ଘନକୁହୁଡ଼ି, ଶୀତ ପାଇଁ ଜାରି ହେଲା ସତର୍କ ସୂଚନା
ହରିୟାଣା, ପଞ୍ଜାବ, ପଶ୍ଚିମ ରାଜସ୍ଥାନ ଏବଂ ବିହାରର କେତେକ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥି ସହିତ ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ଝାଡଖଣ୍ଡ, ଓଡିଶା ଏବଂ ଆସାମର କେତେକ ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ପଢନ୍ତୁ ପୂରା ରିପୋର୍ଟ

08:22 AM

ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ
ସଭାରେ ଦୁଇଟି ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ ଓ ଟିମ୍ ର କଳାକାରଙ୍କୁ ଏବଂ "ଆକାଶବାଣୀ" ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କ୍ୟାମେରାମ୍ୟାନ ବୁବୁଙ୍କୁ ସମ୍ମାନିତ କରାଯାଇଥିଲା। ପଢନ୍ତୁ ପୂରା ରିପୋର୍ଟ...

08:21 AM

ଖାଉଛନ୍ତି କି ବାସୀ ରୁଟି? ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୀତକାରକ ନା ହାନୀକାରକ
ସକାଳର ଏକ ହେଲ୍ଦି ଓ ପେଟ ପୁରିଲା ଭଳି ଜଳଖିଆ ଏକ ଭଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ। ଅନେକ ଲୋକ ରାତିରେ ବଳକା ରହି ଯାଉଥିବା ରୁଟି ବା ବାସୀ ରୁଟିକୁ ସକାଳର ଜଳିଖିଆ ଭାବରେ ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆମର ସ୍ୱାସ୍ଥ୍ୟ ହୀତକାରକ ନା ହାନୀକାରକ। ପଢନ୍ତୁ ପୂରା ରିପୋର୍ଟ...

08:20 AM

ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ। ପଢିନିଅନ୍ତୁ ଆଜିର ରାଶିଫଳ...

 

08:19 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।