Odisha News Live Updates: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
Advertisement

Odisha News Live Updates: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ

Odisha News Live Updates: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

11 January 2024
22:15 PM

ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଟସ ଜିତି ଘରୋଇ ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ଓଭରରେ ୫ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିନେଇଥିଲା। ଜବାବରେ ୧୫ ବଲ ବାକି ଥାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶିବମ ଦୁବେ ଅପରାଜେୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ ଓ ମୁକେଶ କୁମାର ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ। ଅଧିକ ପଢନ୍ତୁ...

21:47 PM

ସିମୁଳିଆ ବିଡ଼ିଓଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକେ
ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡ଼ିଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଆଜି ଅପରାହ୍ଣରେ ଝୁଲନ୍ତା ଅବସ୍ଥାରେ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ବେକରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ...

21:46 PM

ଆତଙ୍କୀ ସଂଗଠନ ସହିତ ସମ୍ପର୍କରେ ରହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ
ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ସଙ୍ଗଠନ ସାମ୍ନାକୁ ଆସିଛି। ବିଷ୍ଣୁ ଗ୍ୟାଙ୍ଗ ବର୍ତ୍ତମାନ ଆତଙ୍କବାଦୀ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ପଥ ଅନୁସରଣ କରିଛନ୍ତି। ଏହି ପରିସ୍ଥିତି ସବୁ କ୍ଷେତ୍ରରେ ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଲରେନ୍ସଙ୍କ ପରି ଦାଉଦ ମଧ୍ୟ ୯୦ ଦଶକରେ ପ୍ରଥମେ ଏକ ଗ୍ୟାଙ୍ଗ ଗଠନ କରିଥିଲେ ଏବଂ ପରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ହୋଇଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଗୁରୁବାର ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ସଂଯୋଗ ସଂପର୍କରେ ୬ଟି ରାଜ୍ୟରେ ୩୨ଟି ସ୍ଥାନରେ ଚଢାଉ କରିଥିଲା। ଅଧିକ ପଢନ୍ତୁ...

21:43 PM

ଭାରତୀୟ ପାସପୋର୍ଟର ଶକ୍ତି ବୃଦ୍ଧି
ଭାରତରେ ପାସପୋର୍ଟର ଶକ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ପ୍ରକାଶିତ ନୂତନ ର଼୍ୟାଙ୍କିଙ୍ଗ ଅନୁଯାୟୀ ଭାରତର ପାସପୋର୍ଟ ବିଶ୍ୱର ୮୦ ତମ ସ୍ଥାନରେ ରହିଛି। କେବଳ ଏତିକି ନୁହେଁ, ଭାରତର ପାସପୋର୍ଟର ଏହା ଶକ୍ତି ପାଇଁ ବର୍ତ୍ତମାନ ଦେଶର ନାଗରିକମାନେ ଭିସା ବିନା ବିଶ୍ୱର ୬୨ଟି ଦେଶକୁ ଯାଇପାରିବେ । ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ପାକିସ୍ତାନର ପାସପୋର୍ଟର ଅବସ୍ଥା ଖରାପ ଓ ଏହା ବିଶ୍ୱରେ ତଳଆଡୁ ଚତୁର୍ଥ ନମ୍ବରରେ ରହିଛି। ଯେଉଁଠାରେ ଭାରତୀୟମାନେ ଭିସା ବିନା ପ୍ରସିଦ୍ଧ ଦେଶକୁ ଯାଇପାରିବେ। ଦୁନିଆର ୬ଟି ଦେଶ ଅଛି ଯାହାର ପାସପୋର୍ଟଧାରୀମାନେ ଭିସା ବିନା ୧୯୪ଟି ଦେଶ ପରିଦର୍ଶନ କରିପାରିବେ। ଅଧିକ ପଢନ୍ତୁ...

19:40 PM

ପ୍ରଭୁ ରାମଙ୍କୁ ମାଂସାହାରୀ କହି ବିବାଦରେ ନୟନତାରା

ସାଉଥ ସିନେମାର ଲେଡି ସୁପରଷ୍ଟାର ନୟନଥାରାଙ୍କ ଫିଲ୍ମ 'ଅନ୍ନପୂର୍ଣ୍ଣି' ବିବାଦ ଘେରରେ ପଶିଛି । ଯାହାକୁ ନେଇ ଅନେକ ଲୋକ ବିରୋଧ କରିବା ପରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । କାରଣ ଏହିଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କୁ ‘ମାଂସ ଭୋଜନକାରୀ’ ବା ମାଂସାହାରୀ ବୋଲି ଦର୍ଶାଯାଇଛି । ସୋସିଆଲ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବିରୋଧରେ ଲୋକମାନେ ଅନେକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ବର୍ତ୍ତମାନ ହିନ୍ଦୁମାନଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ରକୁ OTT ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିବା ଜଣାପଡି଼ଛି। ଏନେଇ ଦକ୍ଷିଣ ଚଳଚ୍ଚିତ୍ରର ବିଶେଷଜ୍ଞ Christopher Kanagaraj ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଅଧିକ ପଢନ୍ତୁ...

19:21 PM

କୁହୁଡି ସମୟରେ ସଡ଼କ ବ୍ୟବହାରକାରୀ ମାନଙ୍କ ପାଇଁ ପରାମର୍ଶ
ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ୱାରା କିଛି ପରାମର୍ଶ ଜାରି କରାଯାଇଅଛି।ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ଅନୁରୋଧ କରିଛି। ଅଧିକ ପଢନ୍ତୁ...

19:20 PM

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆସନ୍ତା କାଲିଠାରୁ ଆରମ୍ଭ ହେବ ଯଜ୍ଞ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆସନ୍ତା କାଲିଠାରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା। ପ୍ରଥମ ଦିନରେ ହେବ ଅଙ୍କୁରାରୋପଣ ଓ ଗଜପତି ମହାରାଜାଙ୍କ ଦ୍ୱାରା ହେବ ବ୍ରାହ୍ମଣ ବରଣ। ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ।ଏଥିପାଇଁ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ କମିଟିର ପୂର୍ବ ନିଷ୍ପତ୍ତି ଉପରେ ମୋହର ଲାଗିଛି।ଆସନ୍ତା କାଲି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତିଙ୍କ ଦ୍ବାରା ବ୍ରାହ୍ମଣ ବରଣ ,ସଂଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ। ଅଧିକ ପଢନ୍ତୁ...

18:53 PM

ଦେଶରେ ଇନ୍ଦୋର ସବୁଠାରୁ ସ୍ୱଚ୍ଛ ସହର

ମିନି ମୁମ୍ବାଇ ନାମରେ ଜଣାଶୁଣା ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋର ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। କ୍ରମାଗତ ସପ୍ତମ ଥର ପାଇଁ ଏହା ଦେଶର ସବୁଠାରୁ ସ୍ୱଚ୍ଛ ସହର ପାଲଟିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେରେ ଇନ୍ଦୋର ଏବଂ ସୁରଟକୁ ମିଳିତ ଭାବେ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ମନୋନୀତ କରାଯାଇଛି। ନାଭି ମୁମ୍ବାଇ ତୃତୀୟ ସ୍ଥାନରେ ଠିଆ ହୋଇଥିଲା। ଗୁରୁବାର ଘୋଷଣା କରାଯାଇଥିବା ସର୍ଭେ ଫଳାଫଳରେ ଏହି ସୂଚନା ଦିଆଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩'ରେ ମହାରାଷ୍ଟ୍ର 'ଉଲ୍ଲେଖନୀୟ ପ୍ରଦର୍ଶନକାରୀ ରାଜ୍ୟ' ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛି, ତା’ପରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ ରହିଛି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଥିଲେ। ଅଧିକ ପଢନ୍ତୁ...

18:51 PM

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ଆଜିଠାରୁ ଆପଗାନିସ୍ତାନ ବିପକ୍ଷ ଟି୨୦ ସିରିଜ। ଆଜି ଏହି ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି।

17:18 PM

ଅପରାଧ ସ୍ୱିକାର କଲେ ସୂଚନା ସେଠ
ବେଙ୍ଗାଲୁରୁର AI କମ୍ପାନୀର CEO ସୂଚନା ସେଠ୍ (Suchana Seth) ନିଜ ଅପରାଧ ସ୍ୱୀକାର କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ହିଁ ନିଜ ୪ ବର୍ଷର ପୁଅ ଚିନ୍ମୟଙ୍କୁ ହତ୍ୟା କରିଛନ୍ତି କାରଣ ତାଙ୍କ ଚେହେରା ସ୍ୱାମୀଙ୍କ ଭଳି ଥିଲା। ସେ ତାଙ୍କ ସ୍ୱାମୀ ଭେଙ୍କଟରମଣଙ୍କୁ (Venkatraman) ଘୃଣା କରନ୍ତି। ତାଙ୍କ ପୁଅକୁ ଦେଖି ତାଙ୍କ ସ୍ୱାମୀଙ୍କ କଥା ମନେ ପଡୁଥିଲା। ତାଙ୍କ ଭାଙ୍ଗିଯାଇଥିବା ସମ୍ପର୍କ ମନେ ପଡିଯାଉଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ ରାଗ ଆସୁଥିଲା। ଅଧିକ ପଢନ୍ତୁ...

17:17 PM

Government Job: ଓଡ଼ିଶାରେ ଶିକ୍ଷକ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ

Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ(SSB) ପକ୍ଷରୁ ଓଡିଶା TGT ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ପ୍ରକ୍ରିୟାରେ TGT-Arts, TGT-PCM, TGT-CBZ, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଓ PET ଶିକ୍ଷକ ପଦବୀ ପୂରଣ ହେବା ନେଇ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ssbodisha.ac.in ସାଇଟରେ ଆବେଦନ କରିପାରିବେ।ଏହି ନିଯୁକ୍ତି ପ୍ରକ୍ରିୟାରେ ୨ହଜାରରୁ ଅଧିକ ପଦବୀ ପୂରଣ ହେବ।ଯେଉଁମାନେ ଏହାର ଅଫିସିଆଲ୍ ନୋଟିଫିକେସନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Odisha TGT Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ। ଅଧିକ ପଢନ୍ତୁ...

17:06 PM

ପ୍ରଭୁ ରାମଙ୍କୁ ମାଂସାହାରୀ କହି ବିବାଦରେ ନୟନତାରା
ନିକଟରେ ଶିବସେନାର ପୂର୍ବତନ ନେତା ରମେଶ ସୋଲାନକି ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ସେ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଯେ 'ମୁଁ ହିନ୍ଦୁ ଏବଂ ହିନ୍ଦୁ ବିରୋଧୀ ନେଟଫ୍ଲିକ୍ସ ବିରୋଧରେ ଅଭିଯୋଗ ଆଣିଛି। ଏହା ସହିତ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରଭୁ ରାମଙ୍କୁ ଅପମାନିତ କରିଛନ୍ତି। ଅଧିକ ପଢନ୍ତୁ...

16:22 PM

ଭୟଙ୍କର କାର ଦୁର୍ଘଟଣାର ଶିକାର ହେଲେ ମେହବୁବା ମୁଫତି

ମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭୟଙ୍କର କାର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ପରେ ଆସିଥିବା କାରର ଚିତ୍ରରୁ ଅନୁମାନ କରାଯାଇପାରେ ଏହି ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ। ମେହବୁବା ମୁଫତି ଯାତ୍ରା କରୁଥିବା କଳା ସ୍କର୍ପିଓର ଡ୍ରାଇଭର ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

16:12 PM

ସ୍ୱାଭିମାନୀ ଅଞ୍ଚଳ ଆକାଶରେ ଉଡ଼ିଲା ବିମାନ
ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂରଣ ହେଲା ଆଦିବାସୀଙ୍କ ଦିର୍ଘ ଦିନର ସ୍ବପ୍ନ। ମାଲକାନଗିରି ଆକାଶରେ ଉଡ଼ିଲା ବିମାନ। କାରଣ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ '୫-ଟି' ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି। ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ନିର୍ମାଣ ହୋଇଛି। ଆଉ ଏହି ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ବହନ କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ...

16:12 PM

ଅଯୋଧ୍ୟା ଆସିବ ୧୦୦ ଚାଟାର୍ଡ ଫ୍ଲାଇଟ
Ayodhya Ram Mandir: ତ୍ରି-ସାପ୍ତାହିକ ବିମାନ ଉଡ଼ାଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋର୍ଡିଂ ପାସ୍ ମିଳିଥିଲା। କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି ଯେ ଡିସେମ୍ବର ୩୦ ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ବିମାନବନ୍ଦର ଏବଂ ରେଳଷ୍ଟେସନର ଉଦଘାଟନ କରିଥିଲେ। ଅଧିକ ପଢନ୍ତୁ...

16:05 PM

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର

Earthquake In Delhi NCR: ଦିଲ୍ଲୀ-ଏନସିଆର ସହିତ ଜମ୍ମୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା, ଯାହାପରେ ଲୋକମାନେ ନିଜ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ଥିଲା, ଯେଉଁଠାରେ ଏହାର ତୀବ୍ରତା ୬.୨ ବୋଲି ଆକଳନ କରାଯାଇଛି। ଅଧିକ ପଢନ୍ତୁ...

15:48 PM

ଚୁଟକିରେ ପଢିନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର। ଅଧିକ ପଢନ୍ତୁ...

14:56 PM

Parliament News: ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେସନ

Parliament Session: ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର କାମଚଳା ବଜେଟ। ଏହି ବଜେଟ ଅଧିବେଶନ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର।

14:55 PM

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି । ଅଧିକ ପଢନ୍ତୁ...

14:01 PM

Bird Counting: କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ୨୧ଟି ସ୍ଥାନରେରେ ପକ୍ଷୀ ଗଣନା l ୨୧ ଟି ଟିମ ରେ ୬୦ ଜଣ ପକ୍ଷୀ ଗଣନାକାରୀ ସାମିଲ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଫୋରେଷ୍ଟ ଡିଭିଜନ ର ଏସିଏଫ ଜିତେନ୍ଦ୍ର କୁମାର ବେହେରା । କେନ୍ଦୁଝର ପକ୍ଷୀ ଗଣନା ହେଉଥିବା ବିଭିନ୍ନ ସ୍ଥାନ ଗୁଡିକ ମଧ୍ୟରେ ନାଳପଙ୍ଗା ଡ୍ୟାମ, ବଡ଼ଶାସନ ପୋଖରୀ,ଟିକରପଡା ଡ୍ୟାମ, ଚାନ୍ଦିନୀ ପୋଖରୀ, ସାପୁଆ ଡ୍ୟାମ,କୋଡ଼ିପସା ଡ୍ୟାମ, କାନଝାରି ଡ୍ୟାମ, ଜଗଦଳା ଡ୍ୟାମ, ଧୋଳିଆ ବେଡା ଡ୍ୟାମ, ମାନପୁର ଡ୍ୟାମ, କାଳୀମାଟି ଡ୍ୟାମ, କାଣ୍ଡସର ଡ୍ୟାମ, ବଡ଼ଘାଗରା ଜଳଭଣ୍ଡାର, ଖଝୁରିଆ ଡ୍ୟାମ, ଧଣ୍ଡାଧାର ଡ୍ୟାମ, ଖୁଣ୍ଟାପଡା ଡ୍ୟାମ, କାକୁଡ଼ିଆ ଡ୍ୟାମ, ସଲେଇକେନା ଡ୍ୟାମ, ସାଲିମି ଡ୍ୟାମ, ଖିରେଇଟାଙ୍ଗିରି ବଡବନ୍ଧ ଆଦି ସ୍ଥାନରେ ପକ୍ଷୀ ଗଣନା ହେଉଥିବା ବେଳେ ଗଣନା ସରିବା ପରେ ସବିଶେଷ ତଥ୍ୟ ଦିଆଯିବା ନେଇ ସୂଚନା ଦେଇଛନ୍ତି ଏସିଏଫଓ । 

 

13:51 PM

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି । ଅଧିକ ପଢନ୍ତୁ

13:27 PM

ହସ୍ପିଟାଲରେ ପତ୍ନୀ ଓ ପିଲାଙ୍କୁ ଛାଡି ଫେରାର ବାପା: ମେଡିକାଲ ବେଡରେ ନବଜାତ ଶିଶୁକୁ ଧରି ସ୍ୱାମୀକୁ ଅପେକ୍ଷା କରିଛି ସ୍ତ୍ରୀ କିନ୍ତୁ ସ୍ୱାମୀ ୧୦ଦିନ ହେବ ଗାଏବ । ଫୋନ କରିବାରୁ ସ୍ୱାମୀ କହୁଛି ମୁଁ ଆଉ ଏକ ବିବାହ କରିସାରିଛି । ଯାଜପୁର ବିଂଝାରପୁର ଅନ୍ତର୍ଗତ ମଧୁସୁଦନପୁର ଅଞ୍ଚଳରେ ଏପରି ଏକ ଅଭିଯୋଗ ଆସିଛି । ପାରିବାରିକ କଳହରୁ ଏପରି ହୋଇଥିବା ଜଣାପଡିଛି

13:18 PM

Dr Vivek Murthy: WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ । ମୂଳ ଭାରତୀୟ ସର୍ଜନ ଜେନେରାଲ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେରିକାର ସଂସଦ ସିନେଟରେ ଏନେଇ ପ୍ରସ୍ତାବ ଦେଇଛନ୍ତି ବାଇଡେନ୍‌ । ଦ୍ବିତୀୟ ଥର ପାଇଁ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦିଆଯାଇଛି । ଡକ୍ଟର ମୂର୍ତ୍ତିଙ୍କୁ WHO ବୋର୍ଡରେ ସାମିଲ କରିବା ପ୍ରସ୍ତାବ ୨୦୨୨ରୁ ହିଁ ପେଣ୍ଡିଙ୍ଗ ରହିଛି । ୨୦୨୧ରେ ୨୧ ତମ ସର୍ଜନ ଜେନେରାଲ ଭାବେ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁକୁ ମଞ୍ଜୁରୀ ମିଳିଥିଲା । ଡକ୍ଟର ମୂର୍ତ୍ତି ହେଉଛନ୍ତି ଆମେରିକାରେ ଭାରତୀୟ ମୂଳ ଭାବେ ପ୍ରଥମ ସର୍ଜନ ଜେନେରାଲ ।

13:04 PM

Ayodhya Hotels Room Rent: ଅଯୋଧ୍ୟାରେ ରାମ ମନ୍ଦିର ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀରେ ହେବାକୁ ଯାଉଛି । ଆଉ ଏହି ଉତ୍ସବକୁ ଦେଖିବାକୁ ସାରା ଭାରତ ଚାତକ ପରି ଚାହିଁ ରହିଛି। ଏଥିପାଇଁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିବାକୁ ସେଠାରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଭିଡ଼ ଦିନକ ଦିନ ବଢିବାରେ ଲାଗିଛି। ଯେଉଁ କାରଣରୁ ରାମ ଭକ୍ତଙ୍କ ପାଇଁ ସେଠାରେ ହୋଟେଲ ରୁମ ବୁକ୍ କରିବାର ବ୍ୟବସ୍ଥା ବି ରହିଛି । ହେଲେ ସେଠାରେ ଥିବା ହୋଟେଲ ରୁମର ଭଡ଼ା ଆକାଶଛୁଆଁ  ହେବାରେ ଲାଗିଛି। ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ୨ ସପ୍ତାହ ପୂର୍ବରୁ ପାଖାପାଖି ୮୦ ପ୍ରତିଶତ ହୋଟେଲ ରୁମ୍ ବୁକ୍ ସରିଲାଣି। ଅଧିକ ପଢନ୍ତୁ...

12:53 PM

Sambalpur Politics: ଭଡାଟିଆ ବା ବାହାରିଆ ନେତାଙ୍କୁ ଆଣି ସମ୍ବଲପୁର ନିର୍ବାଚନ ମଣ୍ଡଳୀ ରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛି ବିଜେପି ବୋଲି ଅଭିଯୋଗ କଲେ ସମ୍ବଲପୁର ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ଦୀର୍ଘ ପାଞ୍ଚ ବର୍ଷ ହେଲା ନାଁ ସାଂସଦ ନାଁ ବିଧାୟକ ସମ୍ବଲପୁର ରେ ଦେଖା ଦେଇଛନ୍ତି । ସେଥିପାଇଁ ସବୁଆଡେ ଲୋକେ ତାଙ୍କୁ ବିରୋଧ କରୁଛନ୍ତି । ସେଥିପାଇଁ ସେମାନେ ଅନ୍ୟ ଲୋକଙ୍କୁ ସମ୍ବଲପୁର ରେ ପ୍ରୋଜେକ୍ଟ କରୁଛନ୍ତି ବୋଲି ତେରେଚ୍ଛା ବାଣ ମାରିଛନ୍ତି ରୋହିତ । ବାରମ୍ବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମ୍ବଲପୁର ଗସ୍ତ କୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନ ର ଉତ୍ତର ରଖି ଏଭଳି ଉତ୍ତର ରଖିଛନ୍ତି ରୋହିତ।

12:42 PM

CCTV cameras in Pakistan border: ପଞ୍ଜାବ ପୋଲିସ ଭାରତ-ପାକିସ୍ଥାନ ସୀମାରେ ଥିବା ବିଭିନ୍ନ ଅଞ୍ଚଳର ୫୮୪ଟି ଯାଗାରେ ଫେସ୍ ଡିଟେକସନ ସଫ୍ଟୱେୟାର ଏବଂ ଅଟୋମେଟିକ୍ ନମ୍ବର ପ୍ଲେଟ୍ ସ୍ୱୀକୃତି (ANPR)କ୍ୟାମେରା ସହିତ ୨ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ଯାଉଛି । ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ଯାଞ୍ଚ କରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସୀମାନ୍ତରେ ଯାନ ବାହାନ ଚଳାଚଳ ଉପରେ ନଜର ରଖିବା ପାଇଁ ଏକ ଉଚ୍ଚକୋଟିର ପ୍ରକଳ୍ପ ଅଧୀନରେ ଓପନ ଟେଣ୍ଡର ମାଧ୍ୟମରେ ସିସିଟିଭି କ୍ୟାମେରା କ୍ରୟ କରାଯାଉଛି। ଅଧିକ ପଢନ୍ତୁ

 

12:36 PM

Bharat Jodo Nyay Yatra: ରାହୁଲଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ର ଲୋଗୋ ଉନ୍ମୋଚିତ ।  ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ ।  ଭୁବନେଶ୍ୱରରେ ଲୋଗୋ ଉନ୍ମୋଚନ ବେଳେ ଶରତ ରାଉତଙ୍କ ସୂଚନା । ଯାତ୍ରାବେଳେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ। ରାଜ୍ୟର ୪ ଟି ଜିଲ୍ଲା ଦେଇ ଯାତ୍ର କରିବ  ଭାରତ ଯୋଡୋ ନ୍ୟାୟ ଯାତ୍ରା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା ଦେଇ ଏହି  ଭାରତ ଯୋଡୋ ନ୍ୟାୟ ଯାତ୍ରା  ଯିବ। 

12:30 PM

Interim Budget 2024: ଜାନୁଆରୀ ୩୧ ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୧ ରେ କାମ ଚଳା ବଜେଟ ଆଗତ ହେବ । କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

12:25 PM

Manipur Violence: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁର ବିଷ୍ଣୁପୁର ଜିଲ୍ଲାରେ କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ୪ ଜଣ ବ୍ୟକ୍ତି ଫସଲ ଅମଳ କରିବାକୁ ଯାଇଥିବାବେଳେ ୬ ରାଉଣ୍ଡ ଗୁଳିମାଡ ହୋଇଛି। ଏଥିରେ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି।

12:16 PM

Konark Sun Temple Workers Strike: ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ ମାନେ ଧାରଣା ଦେଇଛନ୍ତି। ଗୁରୁବାର କାମ ବନ୍ଦ କରି ସୂର୍ଯ୍ୟମନ୍ଦିର ଆଗ ବାଖ୍ୟାନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଏସଆଇଏସ ସିକ୍ୟୁରିଟି ସଂସ୍ଥାର ୧୦୫ କର୍ମଚାରୀ। ସଂସ୍ଥା ପ୍ରଥମେ କର୍ମଚାରୀଙ୍କୁ ୧୭ହଜାର ଟଙ୍କା ଦେଉଥିଲା। ହେଲେ କିଛି ଦିନ ପରେ ୧୨ ହଜାର ଟଙ୍କା କର୍ମଚାରୀଙ୍କୁ ଦିଆଯାଇଥିଲା। ବର୍ତମାନ ମାସକୁ ୬ହଜାର ଟଙ୍କା ଦେବାରୁ ୧୦୫ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

12:09 PM

Leopard Skin Seized: ଚାଲାଣବେଳେ କଲରାପତରିଆ ବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳରେ ଚାଲାଣ ହେବାର ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଟିମ୍ ଚଢାଉ କରିଥିଲା । ତୁଷୁରା ଥାନା କୋଟଗାଁରେ ଚଢାଉ କରି ଗାଁର ମୁକେଶ ମନହିରାଙ୍କୁ ଗିରଫ କରି ପଚରା ଉଚରା ପରେ ବାଘ ଛାଲ ଚାଲାଣ ନେଇ ସୂଚନା ମିଳିଥିଲା । ଯାହାକୁ ଆଧାର କରି କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ଏକ ପାଳଗଦା ଭିତରୁ ଚିତା ବାଘ ଛାଲ ପାଇଥିଲେ ବନ କର୍ମଚାରୀ । 

12:00 PM

Train Delay: ଉତ୍ତର ଭାରତରେ ଲାଗିରହିଛି ଘନ କୁହୁଡ଼ି ସାଙ୍ଗକୁ ପ୍ରବଳ ଥଣ୍ଡା । ଏହିକାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠୁଥିବା ବେଳେ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ଟ୍ରେନର ଗତିପଥରେ ବିଳମ୍ବ ଦେଖାଦେଇଛି। କାରଣ ଘନ କୁହୁଡି କାରଣରୁ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ସୂଚନାନୁସାରେ, ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୨ ଘଣ୍ଟା ୪୫ ମିନିଟ୍ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି। ସେହିପରି ଆଜମେର କତରା ପୂଜା ଏକ୍ସପ୍ରେସ ପାଖାପାଖି ୬ ଘଣ୍ଟା ଧରି ବିଳମ୍ବ ରେ ଚାଲୁଥିବା ସୂଚନା ରହିଛି। ସେହିପରି ଆଜି ସକାଳ ସୁଦ୍ଧା ରାଜଧାନୀ ରେ ପାଖାପାଖି ୨୦ ଟ୍ରେନ ବିଳମ୍ବରେ ପହଞ୍ଚିଛି ଯାହା ୮ ତାରିଖ ସନ୍ଧ୍ୟାରୁ ଯାତ୍ରା ଆରମ୍ଭ କରିଥିଲା। 

11:56 AM

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି।ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ଅଧିକ ପଢନ୍ତୁ

11:55 AM

ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ। ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ।  ଅଧିକ ପଢନ୍ତୁ...

11:49 AM

ଭୁବନେଶ୍ୱରରେ ଅବତରଣ କରିପାରିଲେନି ୨ ବିମାନ: ଘନ କୁହୁଡ଼ି ଯୋଗୁ ଭୁବେନଶ୍ୱରକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ନିରଦ୍ଧାରିତ ଦୁଇ ବିମାନ ଅବତରଣ ନକରିପାରି ଅନ୍ୟ ବିମାନବନ୍ଦରକୁ ଚାଲିଯାଇଥିବା ସୂଚନା ମିଳିଛି। ଏଥିରେ ଏକ ଆନ୍ତର୍ଜାତିକ ବିମାନ ରହିଛି।  ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ବିମାନ ଭିତରୁ ଭୋଟିଏ ସିଙ୍ଗାପୁରରୁ ଭୁବନେଶ୍ୱର ଆସୁଥିଲା ଏବଂ ଅନ୍ୟଟି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରିଥିଲା। 

11:25 AM

ନିଜ ଝିଅ ସହ ୧୬ ମହଲାରୁ ଡେଇଁଲେ ମହିଳା: ଗ୍ରେଟର ନୋଏଡାରେ ଜଣେ ମହିଳା ନିଜର ୬ ମାସ ଶିଶୁ କନ୍ୟାକୁ ଧରି ୧୬ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ଆସିଛି । ମହିଳାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲକୁ ନେଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ନାମ ସାରିକା ଏବଂ ବୟସ ୩୩ ବଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

11:05 AM

ଅଯୋଧ୍ୟା ରାମ ମନ୍ଦିରକୁ ଯିବ ଓଡ଼ିଶା ଧନୁ ତୀର: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଚଳଚଞ୍ଚଳ ହୋଇଥିବା ସମୟରେ ଓଡ଼ିଶାର ସଂଗ୍ରାହକ ସୁଦର୍ଶନ ସାହୁ ଏକ ଧନୁ ତୀର ଅର୍ପଣ କରିବେ । ଧନୁଟିର ଲମ୍ୱ ୨ ଫୁଟ ହୋଇଥିବା ସମୟରେ ଚଉଡା ଦେଢ ଫୁଟ । ପିତ୍ତଳରେ ତିଆରି ଧନୁ ତୀରର ଓଜନ ୨କେଜି ହେବ ବୋଲି ଅନୁମାନ କରାଯାଉଛି ।

10:48 AM

ବୁର୍ଲା ହସ୍‍ପିଟାଲରେ ଚିକିତ୍ସିତ ହୋଉଥିବା ଶିଶୁ କନ୍ୟା ବିଜୟିନୀକୁ ଆଜି ହସ୍‍ପିଟାଲ୍‍ରୁ ବାହାର କରାଯିବ।  ଡିସେମ୍ବର ୧୨ ତାରିଖରେ ବୋରଓ୍ୱେଲ୍‍ରୁ ଉଦ୍ଧାର କରାଯିବା ପରେ ତାଙ୍କୁ ଏଠାରେ ଚିକିତ୍ସା ପ୍ରଦାନ କରାଯାଉଥିଲା। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସ୍ଥାନୀୟ ଶିଶୁ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା

10:43 AM

ଦୁଷ୍କର୍ମ ଅଭିଯୋଗରେ ଗିରଫ ନେପାଳର ‘ବୁଦ୍ଧ ବୟ’: ଆଧ୍ୟାତ୍ମିକ ନେତା ରାମ ବାହାଦୁର ବୋମଜନଙ୍କୁ ଗିରଫ କରିଛି ପୋଲିସ୍‌। କିଛି ଲୋକ ବାହାଦୁରଙ୍କୁ ବୁଦ୍ଧଙ୍କ ଅବତାର ମାନୁଥିବା ସମୟରେ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ତାଙ୍କୁ ଗିରଫ କରିବା ପରେ ଏହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଯେ, ଜଣେ ଅନୁଗାମୀଙ୍କୁ ସେ ଆଶ୍ରମରୁ କୁଆଡେ ଗାଏବ କରିନେଇଛନ୍ତି । ଗିରଫ ସମୟରେ ତାଙ୍କ ଆଶ୍ରମରୁ କିଛି ମୁଦ୍ରା ଜବତ କରାଯାଇଛି 

 

10:20 AM

ପରୀକ୍ଷାରେ ଖରାପ ହେବାରୁ IIT ଛାତ୍ରଙ୍କ ଆତ୍ମହତ୍ୟା : ଆଇଆଇଟି କାନପୁରର ଏମଟେକ୍‌ ଛାତ୍ର ବିକାଶ କୁମାର ମୀନା ଆତ୍ମହତ୍ୟା କରିଛନ୍ତି । ପରୀକ୍ଷାରେ ଖରାପ ହେବା କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ୩୧ ବର୍ଷୀୟ ବିକାଶଙ୍କ ଘର ମେରଠ ଅଞ୍ଚଳରେ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।

09:59 AM

Managing Committee Meeting: ଆଜି ପୂର୍ବାହ୍ନ ୧୧ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ବସିବ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ l ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟର ଅଗ୍ରଗତି ଓ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ଏଥିରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହି ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ ବିଶାଲ ସିଂ, ଛତିଶା ନିଯୋଗ ମହାନାୟକ ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗଦେବେ l

09:54 AM

Ind vs Afg: ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ସିରିଜ ହୋଇଥିବାରୁ ଟି୍ମ ଇଣ୍ତିଆ ପାଇଁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ତେବେ ଏହି ସିରିଜ ପାଇଁ ଆହତ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି । ଏହି ମ୍ୟାଚ୍ ମୋହାଲି କ୍ରିକେଟ୍ ଗ୍ରାଣ୍ତରେ ଖେଳାଯିବ । ଅଧିକ ପଢ଼ନ୍ତୁ...

09:47 AM

ଏଟିଏମ୍‍ ଲୁଟ୍‍: ବାଲେଶ୍ୱର ଜିଲ୍ଲା ସୋର ମଙ୍ଗଳପୁରରେ ଏଟିଏମ୍‍ ଲୁଟ୍‍ ହୋଇଛି। ଗ୍ୟାସ କଟକ ସହାୟତାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ମେସିନ୍‍ କାଟି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୋର ପୁଲିସ ଏହାର ତଦନ୍ତ କରୁଛି।

09:32 AM

ସମିତି ସଭ୍ୟଙ୍କୁ ଗୁଳି: ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଗରେଇଝୁଳି ଗାଁରେ ଭୋଜିଭାତକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ନରେନ୍ଦ୍ର ସ୍ୱାଇଁ। ସେ ଏବଂ ତାଙ୍କର ଅନ୍ୟତମ ସହଯୋଗୀ ଆହତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲସରା ପୁଲିସ ଘଟଣାର ତଦନ୍ତ କରୁଛି।

08:55 AM

ଅଯୋଧ୍ୟା ଯିବେ ଲାଲକୃଷ୍ଣ ଆଡଭାନୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ

Lal krishna advani: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ମହାନ ଉତ୍ସବରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ କେବଳ ଶାସକ ଦଳ ନେତା ମନ୍ତ୍ରୀର ନୁହେଁ ବରଂ ସମସ୍ତ ବର୍ଗର ବ୍ୟକ୍ତି, ସିନେ କଳାକାର, ବ୍ୟବସାୟୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି । ଏହି ମହାନ ଉତ୍ସବରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଯୋଗ ଦେବେ ।

ବୁଧବାର ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇ ନିମନ୍ତ୍ରଣ ଦେଇଛନ୍ତି ।

08:01 AM

Weather Update: ଓଡ଼ିଶାରେ ଶୀତର ପ୍ରକୋପ କମ୍ ହୋଇଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଅଧିକ ପଢ଼ନ୍ତୁ...

07:47 AM

Top 10 News Headlines: ରାଜ୍ୟ ତଥା ଦେଶ ବିଦେଶରେ ଘଟିଥିବା ୧୦ଟି ପ୍ରମୁଖ ଖବର ପଢନ୍ତୁ ସଂକ୍ଷପରେ... ଏଠାରେ କ୍ଲିକ୍ କରନ୍ତୁ

07:07 AM

Lingaraj Temple: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିର (Lingaraj Temple) ପାଇଁ ଆସିଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । ଏ ନିୟମକୁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନୁମତି ମିଳିଛି । ଅଧିକ ପଢ଼ନ୍ତୁ...

07:04 AM

Ollywood News: ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ କଟକ ସହରସ୍ଥିତ ନିଶାମଣି କନଭେନଶନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅବସରରେ ଓଡ଼ିଆ ସିନେମା ଦୁନିଆର ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁନା ତ୍ରିପାଠୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଅଭିନେତା ଆକାଶ ଦାସନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

07:00 AM

Horoscope Today 11 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ... ଅଧିକ ପଢ଼ନ୍ତୁ...