Advertisement

Odisha Crime News

alt
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ଗଇଠିପୁର ନଦୀପଠା ରେ ମହିଳା ଙ୍କ ତଣ୍ଟି କାଟିଲେ ଦୁର୍ବୁତ୍ତ | ମହିଳା ଜଣଙ୍କ ହେଲେ ବିନତା ସେଠୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ଛି । ସ୍ଥାନୀୟ ଅଞ୍ଚଳରେ ବିଲେଇଶୁଣି ମକର ନାଚ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି। ବିନତା ନିଜ ତିନି ବର୍ଷ ର ଝିଅ ସହ ଗତକାଲି ମକରମେଳା ଦେଖିବାକୁ ଯାଇଥିବା ବେଳେ ଝିଅକୁ ଅନ୍ୟଜଣକୁ ଦେଇ ନଦୀ ପଠା କୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି | ତେବେ ସେ ରାତିରେ ଏକୁଟିଆ ନଦୀ ପଠା କୁ କଣ ପାଇଁ ଗଲେ, ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ଯରେ ନଦୀ ପଠା ରେ ତଣ୍ଟି କାଟିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କ
Jan 23,2024, 13:39 PM IST
alt
ପଟାଙ୍ଗି ଥାନା କୁନ୍ଦୁଲି ହାଟ ପଦା ନିକଟରେ ଘଟି ଯାଇଛି ଦୁଇ ଦୁଇ ଟି ହତ୍ୟା କାଣ୍ଡ। ଗତକାଲି କୁନ୍ଦୁଲି ରେ ଦଶହରା ପୂଜା ଅବସରରେ ପ୍ରବଳ ଗହଳି ଲାଗି ରହିଥିଲା। ଇତି ମଧ୍ୟରେ ଠେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା ନାମକ ଜଣେ ଯୁବକ କୁ କୁନ୍ଦୁଲି ର ରାଜକୁମାର ରୂଢି ସମେତ ତାଙ୍କ ପରିବାର ସଦସ୍ୟ ଅଚାନକ ଗୋବର୍ଦ୍ଧନ ଉପରେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳ ରେ ଗୋବର୍ଦ୍ଧନ ଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ଗୋବର୍ଦ୍ଧନ ଙ୍କ ପରିବାର ଘଟଣାରେ ପ୍ରତିକ୍ରିୟା ଶିଲ ହୋଇ ରାଜକୁମାର ଙ୍କୁ ଖୋଜି ଖୋଜି ଆକ୍ରମଣ କରିଥିଲେ। ଏହି ସମୟରେ ସାଥିରେ ରାଜକୁମାରଙ୍କ ପରିବାର ସଦସ୍ୟ ବି ଥିଲେ। ତେବେ ଠେମା ଗ୍ରାମର ଲୋକଙ୍କ ଆକ୍ରମଣ ରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ରେ ତାଙ୍କରି ଘରର ଦୁଇ
Oct 25,2023, 13:02 PM IST
alt
ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତାଙ୍କର କାରନାମାକୁ ନେଇ ସବୁଠି ଚର୍ଚ୍ଚା। ଡାକ୍ତର ପାଣିଗ୍ରାହୀଙ୍କର ଏକାନ୍ତ ସହଯୋଗୀ କୁହାଯାଉଥିବା ସନ୍ତୋଷ ସାହୁ ଏହି କାରବାରରେ କାର୍ପଟଦାର ସାଜିଥିବା ବେଳେ ସେ ବି ଏଥିରେ ଫସିବାକୁ ନେଇ ଚିନ୍ତାରେ ପଡିଛନ୍ତି। ସିବିଆଇ ଚଢ଼ଉ ଦିନ ସେ ପୁରୀ ଯାଇଥିବାରୁ ବର୍ତି ଯାଇଥିବା କୁହାଯାଉଛି। ତାଙ୍କ ବିରୋଧରେ ଖୋଲାଖୋଲି ଭାବେ କିଛି ସିପିଂ କମ୍ପାନି ର ଏଜେଣ୍ଟ ଓ ପୂର୍ବତନ କର୍ମଚାରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କେଉଁ ସିପିଂ କମ୍ପାନି କେତେ ଟଙ୍କା ଦେବ ଓ କେଉଁ ଜାହାଜର କ୍ୟାପଟେନ୍ ବିଦେଶୀ ସାମଗ୍ରୀ ଦେବ, ଉକ୍ତ ଯୁବକ ହିଁ ସବୁ ଡିଲ୍ କରନ୍ତି। ବର୍ତ୍ତମାନ ଏହି ଯୁବକଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବ କି ନାହିଁ
Oct 15,2023, 19:52 PM IST
alt
ଅନ୍ଧବିଶ୍ବାସ ର ବଶବର୍ତ୍ତୀ ହୋଇ ମୃତ ପିଲା କୁ ଜୀବତ କରିବା ପାଇଁ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ , ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ,ସୂଚନା ଅନୁଯାୟୀ ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟ ଙ୍କ ପୁଅ 14 ବର୍ଷ ର ନାବାଳକ ପୂତ୍ର ଜୀବନ ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ମାତ୍ର ଗୋଧୋଇବା ପରେ ସେ ଘରକୁ ଫେରି ନଥିଲେ, ତାଙ୍କ ଭାଇ ଖୋଜାଖୋଜି କରିବା ପରେ ଜୀବନ ସଜ୍ଞାହୀନ ଅବସ୍ଥାରେ ପୋଖରୀ ରେ ଭାସୁଥିବା ର ଦେଖି ପାଟି କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କୁ ନେଇଥିଲେ, ମାତ
Sep 4,2023, 14:58 PM IST
Read More

Trending news