Odisha News: ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
Advertisement
Article Detail0/zeeodisha/odisha2296809

Odisha News: ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Odisha News: କାଜୁ ତୋଟାରେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କଲା ପୋଲିସ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । 

Odisha News: ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Odisha News: କାଜୁ ତୋଟାରେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କଲା ପୋଲିସ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ କୁ ଓଜନ କରିବାରେ ୩ କୁଇଣ୍ଟାଲ ୪୮ କିଲୋ ଥିବା ପୋଲିସ ପକ୍ଷରୁ ଜଣାପଡିଛି । ଚଢ଼ାଉ ବେଳେ ଚୋରା ଚାଲାଣରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଯାହା ଫଳରେ କୈାଣସି ବ୍ୟକ୍ତି ଗିରଫ ହୋଇନଥିବା ଜଣାପଡିଛି । 

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଏସପି ସ୍ବାତି ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଦାୟିତ୍ଵ ଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଅଡବା ଥାନା ଷ୍ଟାପ ମିଳିତ ଭାବେ ରବିବାର ଅପରାହ୍ନ ସମୟରେ ବାଛିପଙ୍କା ଗ୍ରାମ ନିକଟରେ ଥ‌ିବା କାଜୁ ଜଙ୍ଗଲ ରେ ଚଡାଉ କରିଥିଲେ । ଚଢ଼ଉ ବେଳେ କାଜୁ ଜଙ୍ଗଳର ଗୋଟିଏ ସ୍ଥାନରେ ୩ କୁଇଣ୍ଟାଲ ୪୮ କିଲୋ ୯ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୁଲ୍ୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ହେବ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ । ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ । ଉକ୍ତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିଲା ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।