Odisha News: ଲଜ୍ ରୁ ମିଳିଲା ପ୍ରେମିକାର ମୃତଦେହ, ଘଟଣାସ୍ଥଳରୁ ପ୍ରେମିକ ଫେରାର !
Advertisement
Article Detail0/zeeodisha/odisha1979551

Odisha News: ଲଜ୍ ରୁ ମିଳିଲା ପ୍ରେମିକାର ମୃତଦେହ, ଘଟଣାସ୍ଥଳରୁ ପ୍ରେମିକ ଫେରାର !

Crime News: ଧୋକା ଦେଲା ପ୍ରେମିକ (Boyfriend)! ପ୍ରେମ କରି ଠକି ଦେଲା, ଆଉ ପ୍ରତାରଣା ସୂରୁପ ନେଇଗଲା ଜୀବନ।  ଲଜରୁ ମିଳିଛି ମୃତଦେହ। ଘଟଣାସ୍ଥଳରୁ ପ୍ରେମିକ ଫେରାର୍ ହୋଇଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାର ମୃତଦେହ ଉଦ୍ଧାର କରିଛି । କିଭଳି ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । 

Odisha News: ଲଜ୍ ରୁ ମିଳିଲା ପ୍ରେମିକାର ମୃତଦେହ, ଘଟଣାସ୍ଥଳରୁ ପ୍ରେମିକ ଫେରାର !

Crime News: ଧୋକା ଦେଲା ପ୍ରେମିକ (Boyfriend)! ପ୍ରେମ କରି ଠକି ଦେଲା, ଆଉ ପ୍ରତାରଣା ସୂରୁପ ନେଇଗଲା ଜୀବନ। କହିଥିଲା ସାତ ଜନମର ସାଥୀ ହୋଇ ରହିବା । ଆଉ ମଥାରେ ସିନ୍ଦୁର ଦେଇ ନିଜ ଘରକୁ ବୋହୂ କରି କନିଆ ବେଶରେ ନେବ । ପ୍ରେମିକର(Boyfriend)ଏଇ କେଇପଦ କଥାରେ ଭାସି ଯାଇଥିଲେ ପ୍ରେମିକା । ଆଉ ପ୍ରେମିକ ଉପରେ ଭରସା କରି ସର୍ବସ୍ବ ଦେଇଥିଲେ। ଏପରିକି ଲଜ୍ କୁ ମଧ୍ୟ ଆସିଥିଲେ। ଆଉ ଆଜି ଲଜରୁ ମିଳିଛି ମୃତଦେହ। ଘଟଣାସ୍ଥଳରୁ ପ୍ରେମିକ ଫେରାର୍ ହୋଇଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାର ମୃତଦେହ ଉଦ୍ଧାର କରିଛି । କିଭଳି ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା । ଏହାର କାରଣ ଖୋଜୁଛି ପୋଲିସ୍। ଏଭଳି ଅଭାବନୀୟ ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା(ganjam) ବୈଦ୍ୟନାଥପୁର ଥାନା ଅଞ୍ଚଳରେ (Woman deadbody found in Hotel Room at Ganjam)। ମୃତ୍ୟୁ ବରଣ କରିଥିବା ଯୁବତୀ ଜଣକ କେରଳର ହୋଇଥିବା ଜଣାପଡିଛି।

Also Read: Bada Osa 2023: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ

ସୂଚନା ଅନୁସାରେ,  ୧୯ ତାରିଖରେ ଯୁବତୀ ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁରକୁ ଆସି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଲଜ୍ ରେ ରହୁଥିଲେ। କିନ୍ତୁ, ହଠାତ୍ ଗତକାଲି ସକାଳେ ଲଜ କର୍ମଚାରୀ ସଫେଇ ପାଇଁ ଯେତେବେଳେ କବାଟ ବାଡେଇବାରୁ କେହି ଶୁଣିନଥିଲେ। ଏନେଇ  ଲଜ୍ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ବଢିଥିଲା । ଆଉ ପରେ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା । ସେହି ରୁମ୍ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା । ଦୁଇ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଘଟଣାସ୍ଥଳରୁ ଯୁବତୀଙ୍କ ପୁରୁଷ ବନ୍ଧୁ ଜଣକ ଫେରାର ହୋଇ ଯାଇଛନ୍ତି। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଏବଂ ପୁରୁଷ ବନ୍ଧୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।