Odisha News: ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍
Advertisement
Article Detail0/zeeodisha/odisha2130322

Odisha News: ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

Odisha News: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ। ପୋଲିସ ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସିନ୍ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି । 

Odisha News: ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

Odisha News: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ।  ପୋଲିସ ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସିନ୍ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଚେନ୍ନାଇ ରେ ରହୁଥିବା ବେଳେ ସେଠାରୁ ସେ ବାଇକରେ ଆସି ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ପୁନର୍ବାର ବାଇକ ନେଇ ଚେନାଇ ଚାଲିଯାଇଥିଲା । ଜମିବାଡ଼ି ବିବାଦକୁ ନେଇ ସେ ଏଭଳି କାଣ୍ଡ ଘଟାଇ ଥିବାର ପୋଲିସ ଆଗରେ ପ୍ରକାଶ କରିଛି ଅଭିଯୁକ୍ତ।

ସୂଚନା ଅନୁସାରେ, ଗତ ୧୯ ତାରିଖ ରାତିରେ ବିକ୍ରମ ଓଗରପୁର ଗାଁର ମାନିଆ ବିଶ୍ୱାଳଙ୍କ ଘରେ ପଶି ମାନିଆ ଏବଂ ତାଙ୍କ ପୁଅ ରାକେଶ ଓ ବୋହୁ ସୁଭଦ୍ରାଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳରେ ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଓ ବୋହୁ ଗୁରୁତର ହୋଇ ଏବେବି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ୍ ଏହି ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପହଂଚିଥିଲା। କିନ୍ତୁ ଅଭିଯୁକ୍ତ ହତ୍ୟାକାଣ୍ତ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିନ୍ତୁ ପୋଲିସ୍ ଏହି ଘଟଣାର ଛାନଭିନ୍ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି। ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛି।  ଗତ ଫେବୃଆରୀ ୧୯ତାରିଖ ରାତିରେ ବାଲିକୁଦା ଥାନା ଓଗରପୁରରେ ଘଟିଥିବା ଏହି ହତ୍ୟାକାଣ୍ଡ ବର୍ତ୍ତମାନ ସ୍ଥାନୀୟ ଅଂଚଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।