Odisha Crime News: ଗେଣ୍ତୁ ଚାରା ଚୋରି କଲା ବୋଲି ନାବାଳିକାକୁ...
Advertisement
Article Detail0/zeeodisha/odisha1911886

Odisha Crime News: ଗେଣ୍ତୁ ଚାରା ଚୋରି କଲା ବୋଲି ନାବାଳିକାକୁ...

Odisha Crime News: ଗେଣ୍ତୁ ଚାରା (Flower Plant) ବା ଗଛ ପାଇଁ ଗଲା ନାବାଳିକାର ହତ୍ୟା। ଗେଣ୍ଡୁ ଚାରା ପାଇଁ ନାବାଳିକାକୁ ପିଟିପିଟି ମାରିଦେଲେ ଏଭଳି ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ (Minor Girl Killed In Udala) । ଘରୁ ମିଳିଛି ନାବାଳିକାର ଝୁଲନ୍ତା ମୃତଦେହ । ମୃତକ ହେଲେ ସରସ୍ବତୀ ହାଁସଦା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

 Odisha Crime News: ଗେଣ୍ତୁ ଚାରା ଚୋରି କଲା ବୋଲି ନାବାଳିକାକୁ...

(ମୟୂରଭଞ୍ଜ, ଅଭୟ ମହାନ୍ତି) Odisha Crime News: ଗେଣ୍ତୁ ଚାରା (Flower Plant) ବା ଗଛ ପାଇଁ ଗଲା ନାବାଳିକାର ହତ୍ୟା। ଗେଣ୍ଡୁ ଚାରା ପାଇଁ ନାବାଳିକାକୁ ପିଟିପିଟି ମାରିଦେଲେ ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ (Minor Girl Killed In Udala) । ଘରୁ ମିଳିଛି ନାବାଳିକାର ଝୁଲନ୍ତା ମୃତଦେହ । ମୃତକ ହେଲେ ସରସ୍ବତୀ ହାଁସଦା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ନାବାଳିକାଙ୍କୁ ହତ୍ୟା କରାଗଲେ ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। 

Also Read: Laxmi Bus: ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କଲେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

ସୂଚନା ଅନୁସାରେ, ସରସ୍ବତୀଙ୍କ ମା ଗତକାଲି ଝିଅ କୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ। କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦୁଆର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହି ପରିକି ବିଭିନ୍ନ ସମୟରେ ପୋଡଶୀଙ୍କ ଘରୁ ଗେଣ୍ତୁ ଚାରା ଚୋରି କରୁଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି।  ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ତାଙ୍କ ଝିଅକୁ ପଡୋଶୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସରସ୍ବତୀଙ୍କ ମାଆ । ଏନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଡଶୀଙ୍କ କହିବା ଅନୁଯାୟୀ ଉକ୍ତ ନାବାଳିକାକୁ ସେହି ଗ୍ରାମର ଲକ୍ଷ୍ମୀ ସୋରେନ ମାଡ଼ ମାରିଥିବା ଦେଖିଛନ୍ତି।