Nabarangpur News: ଜହ୍ଲାଦ ପ୍ରେମିକ , ବାସ୍ ପ୍ରେମିକାର ଗୋଟିଏ ଭୁଲ ପାଇଁ ...
Advertisement
Article Detail0/zeeodisha/odisha1863920

Nabarangpur News: ଜହ୍ଲାଦ ପ୍ରେମିକ , ବାସ୍ ପ୍ରେମିକାର ଗୋଟିଏ ଭୁଲ ପାଇଁ ...

Nabarangpur News: ପ୍ରେମିକ (Boyfriend )ସାଜିଲା ସଇତାନ୍ । ଯେଉଁ ପ୍ରେମିକାଟି (girl friend) ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ମରିବ କେହି କେବେ କଳନା ହିଁ କରିନଥିବେ ।  ହଁ ଆଜ୍ଞା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Nabarangpur News: ପ୍ରେମିକ (Boyfriend )ସାଜିଲା ସଇତାନ୍ । ଯେଉଁ ପ୍ରେମିକାଟି (girl friend) ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ମରିବ କେହି କେବେ କଳନା ହିଁ କରିନଥିବେ ।  ହଁ ଆଜ୍ଞା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ନାବାଳିକା ପ୍ରେମିକାକୁ ହତ୍ୟା କରି କୁଅରେ ଫିଙ୍ଗିଦେଲା ପ୍ରେମିକ (Boyfriend killed his girl friend )। ଏ-ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ରାଇଘରପୁର ଅଞ୍ଚଳରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, ମୃତ ନାବାଳିକ ଜଣକ ହେଉଛନ୍ତି  ଝରଣା ଗଣ୍ଡ । ସେପଟେ, ହତ୍ୟାକାଣ୍ତ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଜହ୍ଲାଦ ପ୍ରେମିକ ମହେଶ ମାଳୀ । 

Also Read: Weather Update: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି!

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଝରଣା ଗଣ୍ଡ । ସ୍ଥାନୀୟ ଅଞ୍ଚଳର ଯୁବକ ମହେଶ ମାଳୀଙ୍କୁ ଭଲ ପାଇ ବସିଥିଲେ। ଉଭୟଙ୍କ ପ୍ରେମର ଗାଡି଼ ବି ଆଗକୁ ମାଡି଼ ଚାଲୁଥିଲେ। କିନ୍ତୁ ନାବାଳିକା ପ୍ରେମିକା ଜଣକ ଗତ କିଛି ଦିନ ହେବ ପ୍ରେମିକଙ୍କୁ ବିବାହ ପାଇଁ ଜିଦ୍ କରିଥିଲେ । ଆଉ ଏଥିରେ ରାଜି ହୋଇ ନଥିଲେ ପ୍ରେମିକ । କିନ୍ତୁ ଗତ ୩୧ ଅଗଷ୍ଟ ଦିନ ବିଳମ୍ବିତ ରାତିରୁ ଘରୁ ବାହାରି ଆସିଥିଲେ ନାବାଳିକା । ପରେ କିନ୍ତୁ ଆଉ ଘରକୁ ଫେରି ନଥିଲେ। କିନ୍ତୁ ପରଦିନ ସକାଳ ଘର ନିକଟ ଏକ ଜମିରେ ଥିବା କୂଅରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । 

ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ରାଇଘର ଥାନାରେ ଏତଲା ଦେଇଥିଲେ ନାବାଳିକାର ପରିବାର ଲୋକେ । ପୋଲିସ୍ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଥିଲା ଯେ, ପ୍ରେମିକ ମହେଶ ମାଳୀ ହିଁ ନାବାଳିକାକୁ ହତ୍ୟା କରିଛି ।  ପୋଲିସ ଅଭିଯୁକ୍ତ ପ୍ରେମିକର ଫୋନ ନମ୍ବର ଟ୍ରାକ୍ କରି, ବେଙ୍ଗାଲୁରୁରେ ପହଞ୍ଚିଥିଲା । ଏବଂ ସେଠାରୁ ତାକୁ ଗିରଫ କରି ନବରଙ୍ଗପୁର ଅଭିମୁଖେ ଆଣିଥିଲ। ଏବଂ ହତ୍ୟାକାଣ୍ତ ଭିଆଇଥିବା ସ୍ଥାନକୁ ଆଣି ରିକ୍ରିଏସନ୍ ମଧ୍ୟ ପୋଲିସ୍ କରିଥିଲା । ତେବେ, ପ୍ରେମିକାକୁ କେଉଁ କାରଣ ପାଇଁ ହତ୍ୟା କଲା ପ୍ରେମିକ ତାହାର ପ୍ରକୃତ କାରଣ ଜଣାପଡି଼ନାହିଁ।  ଏନେଇ ପୋଲିସ୍ ଛାନଭିନ୍ ଚଳାଇଛି।