Advertisement

Keonjhar News

alt
୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି । ଦଶମ ପାସ୍ ନକରିପାରିବାର ଅବଶୋସ ଯୁଝୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାକଟପୁରର ପରିଣତ ବୟସ୍କ ପରୀକ୍ଷାର୍ଥୀ ସୁଲୋଚନା ଖଟୋଇ। ଗତବର୍ଷ ସେ କାକଟପୁର ଗାର୍ଲସ ନୋଡାଲ ହାଇସ୍କୁଲରେ ଆଡମିସନ କରିବା ପରେ ଏଥର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ସାହିତ୍ୟ, ଇଂରାଜୀ ଓ ଗଣିତ ପରୀକ୍ଷା ଦେଇସାରିଲେଣି। ସାହିତ୍ୟ ତାଙ୍କର ପ୍ରିୟ ବିଷୟ ହୋଇଥିବା ବେଳେ ଏଥିରେ ସେ ଭଲ କରିଥି
Feb 26,2024, 18:13 PM IST
alt
ବିଜେଡି ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାଏକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନ ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକ ଙ୍କୁ ମେଲ ଦ୍ୱାରା ଇସ୍ତଫାପତ୍ର ପଠାଇଥିଲେ । ଜଣେ ଯୁବ ଇଞ୍ଜିନିୟର୍ ଭାବେ ସେ ୨୦୦୯ ମସିହାରେ ବିଜେଡି ଦଳରୁ ଟିକେଟ ପାଇ ତେଲକୋଇ ର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ ମସିହାରେ ଦ୍ୱିତୀୟ ଥର ବିଜେଡି ର ପ୍ରାଥୀ ହୋଇ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫ମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀପଦ ପାଇଥିଲେ ।
Feb 9,2024, 15:52 PM IST
alt
Odisha Big News: ନଦୀରେ ପୋଲ ନାହିଁ ତେଣୁ ପାଣି ବଢିଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ 30 ଆଦିବାସୀ ପରିବାର ବାସ କରୁଥିବା ସାହି, ରୋଗୀ ହୁଅନ୍ତୁ ଅବା ଛାତ୍ର ଛାତ୍ରୀ ଭୋଗନ୍ତି ଯମ ଯନ୍ତ୍ରଣା, ସାହିରେ ନାହିଁ ଅଙ୍ଗନବାର୍ଡି କି ପ୍ରାଥମିକ ବିଦ୍ୟାଳୟ ତଥାପି ବାଧା ପ୍ରତିବନ୍ଧକ କୁ ଖାତିର ନକରି ଶିକ୍ଷା ପାଇଁ ଲଢେଇ ଜାରି ରଖିଛନ୍ତି କୁନି କୁନି ପିଲା ଓ ସେମାନଙ୍କ ଅବିଭାବକ, ନଦୀ ବଢିଲେ ଛୁଆଙ୍କ ସ୍କୁଲ ଯିବା ବନ୍ଦ ହୁଏ, କିନ୍ତ ନଦୀରେ ଟିକିଏ ପାଣି କମିଲେ ଗାଁ ଲୋକେ ନିଜ ନିଜ ଛୁଆଙ୍କୁ କାନ୍ଧରେ ବସାଇ ନଦୀ ପାରି କରନ୍ତି, ପୁଣି ସ୍କୁଲ ଛୁଟି ହେଲେ ସେପରି ଅବସ୍ଥାରେ ନଦୀ ପାରି ହୋଇ ଘରକୁ ଯାଆନ୍ତି, ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ..
Sep 20,2023, 20:46 PM IST
alt
ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ପରେ ଆଖିବୁଜିଲେ ମାଆ ସୁନ୍ଦରୀ ଖୁଣ୍ଟିଆ। କଟକ ବଡ ମେଡିକାଲରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ଆଜି ଭୂବନେଶ୍ୱରରୁ କଟକ ଏସସିବି ମେଡିକାଲକୁ ୫ଟା ରେ ସ୍ଥାନାନ୍ତର ହେବା ପରେ ହଠାତ୍ ରକ୍ତଚାପ କମିଯିବାରୁ ଏସସିବି ନ୍ୟୁ ମେଡିସିନ୍ ଆସିୟୁରେ ତାଙ୍କର ମ୍ରୁତ୍ୟୁ ହୋଇଛି। ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକସ୍ଥଳୀରେ କ୍ୟାନସର ହୋଇଥିବା ଯୋଗୁଁ କିଛି ଦିନ ତଳେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଅପରେଶନ ହୋଇଥିଲା। କିନ୍ତୁ ସେଠାରେ ସ୍ବାସ୍ଥ୍ଯବସ୍ଥା ନସୁଧୁରିବାରୁ ପରିବାର ଲୋକ ଆଜି ଏସସିବି ମେଡିକାଲକୁ ନେଇ ଆସିଥିଲେ। କିନ୍ତୁ ଆଜି ୭.୪୦ ମିନିଟ୍ ସମୟରେ ତାଙ୍କର ମ୍ରୁତ୍ୟୁ ଘଟିଛି।
Aug 19,2023, 13:28 PM IST
Read More

Trending news