trendingNowFive1994976

Puri news

alt
ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳିଛି। ରତ୍ନଭଣ୍ଡାର ବାହାର କାନ୍ଥରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ଓ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ବିଭିନ୍ନ ଆଡୁ ଦାବି ହେବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଲେଜର୍ ସ୍କାନିଂ କରି ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଛି। ଏଏସଆଇ ଲେଜର୍ ସ୍କାନିଂ କରି କେଉଁ ଜାଗାରେ ଫାଟ ଅଛି ବା କେଉଁଠି କାନ୍ଥ ଦୁର୍ବଳ ଅଛି ତାହାର ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ଲେଜର୍ ସ୍କାନିଂ ମେସିନ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି।
Nov 28,2023, 10:37 AM IST
alt
ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।ଜଗନ୍ନାଥ ଦର୍ଶନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ଆସନ୍ତାକାଲି କାର୍ତ୍ତୀକ ପୂର୍ଣିମା ଅଥବା ରାସ ପୁର୍ଣିମା ରେ ସୁନାବେଶରେ ଝଟକିବେ କାଳିଆ ଠାକୂର । ସେପଟେ ତୀର୍ଥ ପୁଷ୍କରିଣୀରେ ଆସନ୍ତାକାଲି ବୁଡ଼ ଦେଇ ଡ଼ଙ୍ଗା ଭସାଇବା ସହ କାର୍ତ୍ତୀକ ବ୍ରତ ଉଦ୍ଜାପନ କରିବେ ହବିଷ୍ୟଳି । ସେପଟେ ଭିଡକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି । ପହୁଡ଼ ନୀତି ନହୋଇ ରାତିତମାମ ଦର୍ଶନ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭକ୍ତଙ୍କ ଭୟନାଶନ ପାଇଁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଜଗତଠାକୁର ।କାର୍ତ୍ତୀକ ମାସ ମହାପଞ୍ଚୁକର ଚତୁର୍ଥ ଦିନ କାର୍ତ୍ତୀକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନ
Nov 26,2023, 17:39 PM IST
alt
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯ
Nov 20,2023, 11:13 AM IST
alt
ଧିରେଧିରେ ଭାରତୀୟ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଛନ୍ତି ବିଦେଶୀ ନାଗରିକ। ଓଡିଶାର ପରମ୍ପରା ମଧ୍ୟ ସେମାନଙ୍କୁ ଅଧିକ ଆକର୍ଷିତ କରୁଛି। ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଡଦାଣ୍ଡରେ ଯେତେବେଳେ ପୟାଶ୍ରାଦ୍ଧ ଚାଲିଥିଲା ସେହି ସମୟରେ ରିସର୍ଚ୍ଚ କରିବାକୁ ଆସିଥିବା ସୁଇଜରଲ୍ଯାଣ୍ଡର ଜଣେ ଯୁବକ ସେଠାରେ ପହଞ୍ଚିଥିଲେ। ପୟାଶ୍ରାଦ୍ଧ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଜାଣିବାକୁ ପାଇଥିଲେ। ତେବେ ତାଙ୍କ ବାପା ଡୋମିନ୍ କିଛି ବର୍ଷ ତଳେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଦେବାକୁ ପୁରୋହିତଙ୍କୁ ଅନୁରୋଧ କରିଥିଲେ। ପୁରୋହିତ ତାଙ୍କର ପୟାଶ୍ରାଦ୍ଧ ଯଥାବିଧି ପୂର୍ବକ ସଂପାଦନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୁଇଜରଲ୍ଯାଣ୍ଡର ଏହି ଯୁବକ ହିନ୍ଦୁମାନଙ୍କ ଭଳି କାଉଁରିଆ କାଠି ଜା
Nov 12,2023, 15:13 PM IST
Read More

Trending news