Advertisement

Loot news

alt
ବନ୍ଧୁକ ମୁନରେ ଲୁଟ। ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଡକାୟତ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗିତାରାଣୀ ଖଣି ନିକଟସ୍ଥ କ୍ରାକର୍ସ ଇଣ୍ଡିଆ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ । ସୂଚନା ଅନୁଯାୟୀ, ଭୋର ୩ଟାରେ ୫ ଜଣରୁ ଉର୍ଦ୍ଧ୍ବ ଦୃର୍ବୁତ୍ତ ବାଇକ୍ ଯୋଗେ ଆସି ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ CCTV ରେ କଏଦ ହୋଇଛି । କେଉଁଠାରେ ଟଙ୍କା ରଖାଯାଇଛି ସେନେଇ ଦୁର୍ବୃତ୍ତମାନେ ପୂର୍ବରୁ ଜାଣିଥିଲେ ଫଳରେ ସେଠାରୁ ଆସି ଟଙ୍କା ନେଇ ବାଇକ ଯୋଗେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Feb 8,2024, 13:26 PM IST
alt
Jun 29,2023, 14:14 PM IST

Trending news