କେନ୍ଦୁଝର ଦୁର୍ଘଟଣା ଘଟଣା, ମୃତକଙ୍କ ନିକଟ ସମ୍ପର୍କକୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement

କେନ୍ଦୁଝର ଦୁର୍ଘଟଣା ଘଟଣା, ମୃତକଙ୍କ ନିକଟ ସମ୍ପର୍କକୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Road Accident: ଘଟଗାଁ ନିକଟ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୃତକଙ୍କ ନିକଟ ସମ୍ପର୍କକୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।

କେନ୍ଦୁଝର ଦୁର୍ଘଟଣା ଘଟଣା, ମୃତକଙ୍କ ନିକଟ ସମ୍ପର୍କକୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

keonjhar Road Accident: ଘଟଗାଁ ନିକଟ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୃତକଙ୍କ ନିକଟ ସମ୍ପର୍କକୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ସେପଟେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । ସମସ୍ତ ମୃତାହତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ବୋଲି ଜଣାପଡିଛି ।

Also Read-Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ଠକି ନେଲା ମାଟ୍ରିମୋନି ବର

ସୂଚନା ଅନୁଯାୟୀ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ‌ ମନ୍ଦିରର ମାତ୍ର ୩ କିଲୋମିଟର ପୂର୍ବରୁ ଥିବା ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବା ଜଣାପଡ଼ିଛି। ଭୋର ସମୟରେ କୁହୁଡି ଯୋଗୁଁ ଡ୍ରାଇଭର ସଠିକ୍ ଭାବେ ରାସ୍ତାକୁ ଦେଖିପାରିନଥିଲେ । ଗାଡି ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ ସହ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ ଭ୍ୟାନଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।