Odisha News: ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା ବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
Advertisement
Article Detail0/zeeodisha/odisha2075666

Odisha News: ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା ବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

Odisha News: କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। 

Odisha News: ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା ବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

Odisha News: କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର ।

ସୂଚନା ଅନୁଯାୟୀ, ଚେଭ୍ରୋକ୍ସ୍ କନଷ୍ତ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା। ୧୨ ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡି ଆଇ ପାଇପ୍ ପକାଯାଉଥିଲା । ଆଜି ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲା ବେଳେ, ୩ ଜଣ ଶ୍ରମିକ ଖାଲ ଭିତରକୁ ପଶି ମାଟି ରାମ୍ପି ସାଇଜ କରିବା ସମୟରେ ଉପର ପଟୁ ହଠାତ୍ ମାଟି ଅତଡ଼ା ଧସି ଯାଇଥିଲା । ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ସେଠାରୁ ବାହାରକୁ ଧାଇଁ ନିଜର ଜୀବନ ବଞ୍ଚାଇଥିଲେ । ତେବେ ଅନ୍ୟ ଦୁଇ ଜଣ ଶ୍ରମିକ ଚରଣ ଲୋହାର, ଅର୍ଜୁନ ଲୋହାର ମାଟିରେ ପୋତି ହୋଇ ଯାଇଥିଲେ ।

ତେବେ ପରେ ସତର୍କତାର ସହିତ ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟ ୧ ଘଣ୍ଟା ବିଳମ୍ବରେ କରାଯାଇଥିଲା ବୋଲି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଶ୍ରମିକ ମୁକେଶ ସର୍ଦ୍ଦାର କହିଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀ ମାନଙ୍କ ଦେଖା ମିଳିନାହିଁ । ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରବର୍ଗ ମେଡ଼ିକାଲରେ ପହଞ୍ଚିଛନ୍ତି । ପୁରା ଅଞ୍ଚାଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାକୁ ନେଇ ଠିକା କମ୍ପାନୀ ବିରୁଦ୍ଧରେ ଚାପା ଉତ୍ତେଜନା ଦେଖାଦେଇଛି । ଯୋଡ଼ା ପୋଲିସ୍ ଘଟଣା ଉପରେ ନଜର ରଖିଛି ।