Odisha News: ଔଷଧ ଦୋକାନରେ ପଶିଲା ଆହତ ବାରହା, ଉଦ୍ଧାର କଲା ବନ ବିଭାଗ
Advertisement

Odisha News: ଔଷଧ ଦୋକାନରେ ପଶିଲା ଆହତ ବାରହା, ଉଦ୍ଧାର କଲା ବନ ବିଭାଗ

Keonjhar News: କେନ୍ଦୁଝର ସହର ଜିଲ୍ଲା ଜର୍ଜ କୋର୍ଟ ନିକଟସ୍ଥ ଔଷଧ ଦୋକାନରେ ପଶିଲା ଆହତ ବାରହା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ବରାହକୁ ଉଦ୍ଧାର କରି ଚିକିତ୍ସା ପରେ ଜଙ୍ଗଲରେ ଛଡାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯.୩୦ ମିନିଟ୍ ରେ ଜିଲ୍ଲା ଜର୍ଜ କୋର୍ଟ ସମ୍ମୁଖରେ ଖୋଲା ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନ ଭିତରକୁ ଏକ ଜଙ୍ଗଲୀ ବାରହାଟି ହଠାତ୍ ପଶିଯାଇଥିଲା । ଫଳରେ ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ ।

Also Read- BJP: ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି, ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

ବନ ବିଭାଗର କ୍ଵିକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ବରାହଟିକୁ ଉଦ୍ଧାର କରିଛି । କ୍ଷତ ହୋଇ ତା’ ଥୋଡ଼ିରୁ ରକ୍ତ ବାହାରୁଥିବା ଜଣାପଡ଼ିଛି। ଉଦ୍ଧାର ବାରହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଦୁଇ ତିନି ଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ. ଡି ସୂଚନା ସୂଚନା ଦେଇଛନ୍ତି । ବାରହାଟି ଏକ ବଡ଼ ମାଇ ବାରହା ଓ ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରିନଥିଲା ବୋଲି ଡିଏଫଓ କହିଛନ୍ତି।