Advertisement

MLA Premananda Resigned

alt
ବିଜେଡି ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାଏକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନ ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକ ଙ୍କୁ ମେଲ ଦ୍ୱାରା ଇସ୍ତଫାପତ୍ର ପଠାଇଥିଲେ । ଜଣେ ଯୁବ ଇଞ୍ଜିନିୟର୍ ଭାବେ ସେ ୨୦୦୯ ମସିହାରେ ବିଜେଡି ଦଳରୁ ଟିକେଟ ପାଇ ତେଲକୋଇ ର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ ମସିହାରେ ଦ୍ୱିତୀୟ ଥର ବିଜେଡି ର ପ୍ରାଥୀ ହୋଇ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫ମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀପଦ ପାଇଥିଲେ ।
Feb 9,2024, 15:52 PM IST

Trending news