ବୈତରଣୀ ନଦୀ କୁଣ୍ଡେଶ୍ୱର ଘାଟରେ ବୁଡିଗଲେ କଲେଜ୍ ଛାତ୍ର
Advertisement
Article Detail0/zeeodisha/odisha2121975

ବୈତରଣୀ ନଦୀ କୁଣ୍ଡେଶ୍ୱର ଘାଟରେ ବୁଡିଗଲେ କଲେଜ୍ ଛାତ୍ର

ବୈତରଣୀ ନଦୀରେ ବୁଡ଼ି କଲେଜ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ରଙ୍କ ଘର ଘସିପୁରା ଥାନା ନିକଟ ଗୁହାଳିଆ ଅଞ୍ଚଳର ଯୁବକ ରଞ୍ଜିତ ଜେନା । ସାଙ୍ଗମାନଙ୍କ ସହ କୁଣ୍ଡେଶ୍ୱର ଘାଟରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ଗଣ୍ଡରେ ଭାସିଯାଇଥିଲେ ରଞ୍ଜିତ୍ ।

ବୈତରଣୀ ନଦୀ କୁଣ୍ଡେଶ୍ୱର ଘାଟରେ ବୁଡିଗଲେ କଲେଜ୍ ଛାତ୍ର

କେନ୍ଦୁଝର: ବୈତରଣୀ ନଦୀରେ ବୁଡ଼ି କଲେଜ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ରଙ୍କ ଘର ଘସିପୁରା ଥାନା ନିକଟ ଗୁହାଳିଆ ଅଞ୍ଚଳର ଯୁବକ ରଞ୍ଜିତ ଜେନା । ସାଙ୍ଗମାନଙ୍କ ସହ କୁଣ୍ଡେଶ୍ୱର ଘାଟରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ଗଣ୍ଡରେ ଭାସିଯାଇଥିଲେ ରଞ୍ଜିତ୍ ।

ଏ ସମ୍ପର୍କରେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦିଆଯିବାପରେ ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ । ଛାତ୍ରଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ରଞ୍ଜିତ ଗାଁ ନିକଟସ୍ଥ ଟୁକୁଣା ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ୩ ପଢୁଥିଲେ । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରଞ୍ଜିତଙ୍କ ମୃତ୍ୟୁରେ ନିଜ ଗାଁ ଏବଂ କଲେଜରେ ଶୋକ ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

Also Read- Crime News: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ

Also Read- ଅତନୁ ସବ୍ୟସାଚୀଙ୍କ ''ସବ୍ୟସାଚୀର ଶବ୍ଦ'' ପୁସ୍ତକ ଉନ୍ମୋଚିତ