Keonjhar: ଉଦ୍ଦଘାଟିତ ହେଲା ଗୋନାସିକା ମହୋତ୍ସବ, ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ
Advertisement
Article Detail0/zeeodisha/odisha2018240

Keonjhar: ଉଦ୍ଦଘାଟିତ ହେଲା ଗୋନାସିକା ମହୋତ୍ସବ, ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

Keonjhar: ଶୀତୁଆ ରାତିରେ ଜମୁଛି ଗୋନାସିକା କେନ୍ଦୁଝର ମହୋତ୍ସବ (Gonasika Mahotsav 2023)। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ (Basanti Hembram) ଉଦଘାଟନ କରିଛନ୍ତି । ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ପାଲଟିଥିଲେ ମଣ୍ଟୁ ଛୁରିଆ । ମଣ୍ଟୁଙ୍କ ଦମଦାର ଗୀତର ତାଳେ ତାଳେ ଛୋଟରୁ ବଡ଼ ।

ସୂଚନାଯୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭରୁ ତ୍ରିଧାରା ପକ୍ଷରୁ ଓଡିଶୀ ନୃତ୍ୟ ପରିବେଶିତ ହୋଇଥିଲା । ଓଡିଶୀ କଳାକାରଙ୍କ ଚିତ୍ତାକର୍ଷକ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ଏହାପରେ ଆରମ୍ଭ ହୋଇଥିଲା ମଣ୍ଟୁ ଛୁରିଆଙ୍କର ସୋ । ନିଜର ସ୍ବତନ୍ତ୍ର ଉପସ୍ଥାପନା ଶୈଳୀରେ ଦର୍ଶକଙ୍କୁ ମତୁଆଲା କରିଥିଲେ ମଣ୍ଟୁ । ତେବେ ଗୋନାସିକା କେନ୍ଦୁଝର ମହୋତ୍ସବ ସହ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆସନ୍ତା ୨୫ ତାରିଖ ଯାଏଁ ଚାଲିବ ବୋଲି ଜଣାପଡ଼ିଛି ।

Also Read-Banaka Lagi Niti: ଆସନ୍ତାକାଲି ବନକଲାଗି ନୀତି, ଜାଣନ୍ତୁ କେଉଁ ସମୟରୁ ବନ୍ଦ ରହିବ ସାଧାରଣ ଦର୍ଶନ?

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ଏହି ଉଦ୍ଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଓ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ (Mohan Charan Majhi) ମଧ୍ଯ ଯୋଗ ଦେଇଥିଲେ। ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ନେଇ ମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ ।