Advertisement

Sri mandira

alt
ଆଜି ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ବୁଧବାର। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ସନ୍ଧ୍ୟା ପ୍ରାୟ ୬ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ
Mar 27,2024, 12:39 PM IST
alt
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ଚୁଡାନ୍ତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି। ସେପଟେ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। କାରଣ ନଥାଇ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ। ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ତାଙ୍କ ଅଳଙ୍କାର ପିନ୍ଧିବେ । ସେପଟେ ବର୍ଷାପାଣି ପଡି ସବୁ ନଷ୍ଟ ହୋଇଗଲାଣି ବୋଲି କହିଲେ ବାଡଗ୍ରାହୀ।
Mar 10,2024, 19:39 PM IST
alt
ଶ୍ରୀମନ୍ଦିର ନାଟମନ୍ଦିର , ରତ୍ନଭଣ୍ଡାର, ଉତ୍ତରଦ୍ୱାର ଗୁମୁଟ ପରେ ଏବେ ଐତିହ୍ୟ ଅଠରନଳାରେ ଫାଟ। ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଆଂଶିକ ଫାଟ ଦେଖିବାକୁ ମିଳିଛି। ପଥରରେ ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି। ପୋଲରେ ଖଞ୍ଜା ଯାଇଥିବା କିଛି ସିଂହ ଓ ହାତୀ ମୂର୍ତ୍ତି ଭାଙ୍ଗି ଗଲାଣି। ଭୁବନେଶ୍ୱର ଆଡୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଜଳଜଳ ଦେଖାଯାଉଛି। ଏହାବ୍ୟତୀତ ଅଠରନଳାର ରିଟେନିଂ ୱାଲ ଅବସ୍ଥା ଆହୁରି ତଦ୍ରୂପ। ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି। କାନ୍ଥ ଝୁଲନ୍ତା ଅବସ୍ଥାରେ ଥିବାରୁ, ବଡ଼ ପବନର ଝଟକାରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ସେପଟେ ବାହାର ପଟକୁ ଥିବା ଦୁଇଟି ପଥରରେ ଫାଟ ଥିବା ଜଣାପଡୁଛି। ରିଟେନିଂ ୱାଲ ସ୍ତମ୍ଭ ଭାଙ୍ଗିଯିବା ସହ କାନ୍ଥରୁ
Feb 24,2024, 18:39 PM IST
alt
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ଫଥର ସନ୍ଦିରୁ ଖସୁଛି ଫଡାଫଡା ପଥର ଖଣ୍ଡ। ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ୱାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ। ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି। ତେବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ଥିବା ବେଳେ ଏଭଳି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ମନ୍ଦିର ସଂରକ୍ଷଣ ଉପର
Feb 5,2024, 19:39 PM IST
alt
ରାତି ସାରା ଶ୍ରୀମନ୍ଦିରର ଭୋଗମଣ୍ଡପ ଘରେ ବନ୍ଦ ରହିଲା ମହାପ୍ରସାଦ। ସନ୍ଧ୍ୟା ଆରତୀ ଓ ଦ୍ବିତୀୟ ଭୋଗମଣ୍ଡପକୁ ନେଇବିବାଦ ଉଠିଲା। ବଡମାହାସାନ୍ନ ରାତି ୮ଟା୧୦ରେ ଶେଷ ହୋଇଥିଲେ ମଧ୍ୟ ରାତି ୧୧ଟା୩୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେଲା । ଏତେ ରାତିରେ ମହାପ୍ରସାଦ ନେଇ କଣ କରିବୁ କହି ସୁଆର ମହାସୁଆର ଚାଲିଯାଇଥିଲେ। ସେପଟେ ପ୍ରସାଦ ବିକ୍ରି ହୋଇନପାରିବାରୁ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛନ୍ତି। ସକାଳୁ ଅତିରିକ୍ତ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଯାଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ତାଲିକା ପ୍ରସ୍ତୁତ କରିଛନ୍ତି। ଅନ୍ଯପଟେ ଅକ୍ଷତ ଚାଉଳରେ ଉଷୁନା ଚାଉଳ ମିଶିଛି। ଏହା ମହାପ୍ରଭୁଙ୍କ ପ୍ରସାଦରେ ବ୍ଯବହାର ଉଚିତ ନୁହେଁ। ଏହା ବନ୍ଦ ନହେଲେ ଆଗାମୀ ଦିନରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଚାଉଳ ମାନ ନିର୍ଦ୍ଧାରଣ
Feb 5,2024, 19:00 PM IST
alt
ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ସେହିପରି ଗ
Jan 27,2024, 15:13 PM IST
alt
Jan 23,2024, 17:00 PM IST
Read More

Trending news