Advertisement

Puri temple

alt
ଗତ ଦୁଇଦିନ ଧରି ଇଂଲଣ୍ଡର ଜଣେ ବିଦେଶୀ ପର୍ଯ୍ଯଟକ ପୁରୀ ସହରରେ ଉନ୍ମତ୍ତ କାଣ୍ଡ ଭିଆଇବା ପରେ ତା ବିରୁଦ୍ଧରେ ସାଂଘାତିକ ଦଫାରେ ରୁଜୁ ହୋଇଛି ମାମଲା। ଏଏସଆଇ କୃପାସିନ୍ଧୁ ମହାନ୍ତିଙ୍କ ଏତଲା ଆଧାରରେ ସିଂହଦ୍ଵାର ଥାନାରେ ୩୭/୨୪ରେ ଏକ ମାମଲା ରୁଜୁ କରି ସଂପୃକ୍ତ ବିଦେଶୀ ପୁଲିସ ଦ୍ୱାରା ଅଟକ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଲାଗିଥିବା ସଂଗୀନ ଦଫା ଗୁଡିକ ହେଉଛି ଭାରତୀୟ ଦଣ୍ଡବିଧି ଆଇନର ୩୪୧,୨୯୪,୩୨୩,୧୮୬,୩୫୩ ଓ ୫୦୬। ଏଥିସହିତ ଶ୍ରୀମନ୍ଦିର ଟେମ୍ପ୍ଲ ଆକ୍ଟ ୩୦ A 5(E) ମଧ୍ୟ ଲଗାଯାଇଛି। ବିଦେଶୀ ଯୁବକଙ୍କ ସମ୍ପର୍କରେ ଖୋଳତାଡ କରୁଛି ପୁରୀ ପୁଲିସ। ସେପଟେ ବିଦେଶୀ ପର୍ଯ୍ଯଟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ତାଙ୍କ ଆମ୍ବାସୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଏସପି। ତେବେ ୟୁକେ
Apr 1,2024, 19:52 PM IST
alt
ସାଧାରଣ ମନୁଷ୍ଯଙ୍କ ପରି ମହାପ୍ରଭୁ ବି ଦାନ୍ତ ଘସନ୍ତି। ମଙ୍ଗଳାଳତୀ ଠାରୁ ମହାପ୍ରଭୁଙ୍କ ପହୁଡ ମଧ୍ୟରେ ଦାନ୍ତଘସା ନିତି ମଧ୍ୟ ରହିଛି। ଅବକାଶ ନିତି ସମୟରେ ମୁତୁରୀକାଠର ଦାନ୍ତକାଠିରେ ମହାପ୍ରଭୁଙ୍କ ଦାନ୍ତଘସା ନିତି ସମ୍ପର୍ଣ୍ଣ ହୋଇଥାଏ। ମୁତୁରୀକାଠର ଦାନ୍ତକାଠିକୁ ପ୍ରଥମେ ପାଣିରେ ବତୁରାଯାଏ। ତାପରେ ଦାନ୍ତକାଠିର ଉପର ଅଂଶକୁ ଛେଚାଯାଇ ନରମ କରାଯାଏ। ତାପରେ ବ୍ରସରେ ପେଷ୍ଟ ମାରିବା ପରି ଦାନ୍ତକାଠିରେ କର୍ପୂର ଲଗାଯିବା ପରେ ମହାପ୍ରଭୁ ଦାନ୍ତ ଘସିଥାନ୍ତି। ତେବେ ମହାପ୍ରଭୁଙ୍କ ଏହି ପରମ୍ପରା ଶହଶହ ବର୍ଷ ତଳୁ ରହି ଆସିଛି। କେବଳ ରତ୍ନବେଦୀରେ ନୁହେଁ ଆଡପ ମଣ୍ଡପ ଓ ରଥ ଉପରେ ବି ମହାପ୍ରଭୁଙ୍କ ଦାନ୍ତ ଘସା ନିତି ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୁଙ୍କ ଏହି ଦାନ୍ତକାଠିରେ ଦାନ୍ତ ଘସିଲେ ଅନେକ ରୋଗବୈରାଗରୁ ମୁକ୍ତି ମିଳିଥାଏ ବ
Mar 16,2024, 18:26 PM IST
alt
ଶ୍ରୀମନ୍ଦିର ନାଟମନ୍ଦିର , ରତ୍ନଭଣ୍ଡାର, ଉତ୍ତରଦ୍ୱାର ଗୁମୁଟ ପରେ ଏବେ ଐତିହ୍ୟ ଅଠରନଳାରେ ଫାଟ। ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଆଂଶିକ ଫାଟ ଦେଖିବାକୁ ମିଳିଛି। ପଥରରେ ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି। ପୋଲରେ ଖଞ୍ଜା ଯାଇଥିବା କିଛି ସିଂହ ଓ ହାତୀ ମୂର୍ତ୍ତି ଭାଙ୍ଗି ଗଲାଣି। ଭୁବନେଶ୍ୱର ଆଡୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଜଳଜଳ ଦେଖାଯାଉଛି। ଏହାବ୍ୟତୀତ ଅଠରନଳାର ରିଟେନିଂ ୱାଲ ଅବସ୍ଥା ଆହୁରି ତଦ୍ରୂପ। ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି। କାନ୍ଥ ଝୁଲନ୍ତା ଅବସ୍ଥାରେ ଥିବାରୁ, ବଡ଼ ପବନର ଝଟକାରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ସେପଟେ ବାହାର ପଟକୁ ଥିବା ଦୁଇଟି ପଥରରେ ଫାଟ ଥିବା ଜଣାପଡୁଛି। ରିଟେନିଂ ୱାଲ ସ୍ତମ୍ଭ ଭାଙ୍ଗିଯିବା ସହ କାନ୍ଥରୁ
Feb 24,2024, 18:39 PM IST
alt
ଆଜି ପବିତ୍ର ମାଘ ମାସ ପୁର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ | ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ ଓ ଦର୍ଶାନାର୍ଥି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହ
Feb 24,2024, 11:00 AM IST
alt
ଆସୁଛି ନିର୍ବାଚନ। ଆଉ ପୁରୀ ସହରରେ ବଢି ଚାଲିଛି ନିଷା କାରବାର ସହ ବଡବଡ ଅପରାଧ। ଧଳାଜହର ବ୍ଯବସାୟର ହବ ପାଲଟିଛି ପୁରୀ ସହର। ତେବେ ଜିଲ୍ଲାରେ ଗତ ୨୦୨୨ ଓ ୨୦୨୩ ଦୁଇ ବର୍ଷରେ ପୁଲିସ ଏବଂ ଅବକାରୀ ବିଭାଗର ସରକାରୀ ହିସାବ ଅନୁସାରେ ମୋଟ ୧୯ କେଜି ୪୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୨୦କୋଟି ଟଙ୍କା ହେବ। ତେବେ ନିଶା କାରବାରରେ ସମ୍ପୃକ୍ତ ୩୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ୧୬୮ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୯ କେଜି ୬୪ ଗ୍ରାମ୍ ବ୍ରାଉନ୍ସଗର୍ ଜବତ କରିଥିବା ବେଳେ ଅବକାରୀ ବିଭାଗ ୧୩୬ ଜଣଙ୍କୁଠାରୁ ୧୦ କେଜି ୩୮୧ ଗ୍ରାମ ବ୍ରାଉନ୍‌ ଗର୍ ଜବତ କରିଛି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଜବତ ବ୍ରାଉନ୍ସୁଗରର ନମୁନା ପରୀକ୍ଷାଗାରକୁ ପଠାଯାଇଥାଏ। ତେବେ ପୁରୀକୁ ବ୍ର
Feb 8,2024, 19:39 PM IST
alt
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ଫଥର ସନ୍ଦିରୁ ଖସୁଛି ଫଡାଫଡା ପଥର ଖଣ୍ଡ। ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ୱାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ। ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି। ତେବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ଥିବା ବେଳେ ଏଭଳି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ମନ୍ଦିର ସଂରକ୍ଷଣ ଉପର
Feb 4,2024, 18:39 PM IST
alt
ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିର ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଦୀର୍ଘ ୩ ବର୍ଷ ଧରି ସମର୍ଥ ବର୍ମା ଜିଲାପାଳ ଭାବେ ତିନୋଟି ରଥଯାତ୍ରା କରିଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ପୁଣି ନୂଆ ଦାୟିତ୍ୱ ମିଳିଥିବାରୁ ଶୃଙ୍ଖଳିତ ଓ ନିଆରା ଭାବେ ୨୦୨୪ ରଥଯାତ୍ରା କରିବେ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଶ୍ରୀଦାଣ୍ଡ , ପାର୍କିଂ , ସମଙ୍ଗ ନୂଆ ବସଷ୍ଟାଣ୍ଡ ଆଦିର ବିକାଶ ହୋଇଥିବାରୁ ରଥଯାତ୍ରାର ତିନିଗୁଣ ଭକ୍ତ ଆସିଲେ ବି ସେବାୟତଓ ପ୍ରଶାସନ ସମର୍ଥ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ତେବେ ଶ୍ରୀମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ହେଉଥିବା ବେଳେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡ
Feb 3,2024, 19:13 PM IST
alt
ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ସେହିପରି ଗ
Jan 27,2024, 15:13 PM IST
alt
Jan 23,2024, 17:00 PM IST
alt
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯ
Nov 20,2023, 11:13 AM IST
Read More

Trending news