Odisha News: ନିଆରା ପରମ୍ପରା: ମହାପ୍ରଭୁଙ୍କ ସହିତ ଫଗୁ ଖେଳିବେ ଭକ୍ତ
Advertisement
Article Detail0/zeeodisha/odisha1599235

Odisha News: ନିଆରା ପରମ୍ପରା: ମହାପ୍ରଭୁଙ୍କ ସହିତ ଫଗୁ ଖେଳିବେ ଭକ୍ତ

Dola Purnima: ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା।  ଆଜି ଭକ୍ତ ଆଉ ଭଗବାନ ଏକାକାର। ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳନ୍ତି ଭକ୍ତ। ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଥାନ୍ତି।  ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ  ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ଯକୁ  ବେଶ୍ ଉପଭୋଗ କରିଥାନ୍ତି ଭକ୍ତ।

Odisha News: ନିଆରା ପରମ୍ପରା: ମହାପ୍ରଭୁଙ୍କ ସହିତ ଫଗୁ ଖେଳିବେ ଭକ୍ତ

Odisha News:  ପୁରୀ: ଆଜି ହେଉଛି ପବିତ୍ର ଦୋଳ ଯାତ୍ରା ଅର୍ଥାତ ଦୋଳପୁର୍ଣ୍ଣିମା। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ଯତମ ଯାତ୍ରା। ଆଉ ଆଜିର ବିଶେଷତ୍ୱ ହେଉଛି ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି। ଗୋଟିଏ ପଟେ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ ଥିବା ବେଳେ ଅନ୍ଯପଟେ ସକାଳ ଧୁପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି। ଘଣ୍ଟଘଣ୍ଟା, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହେଉଥାଏ ସମଗ୍ର ପରିବେଶ। 

ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା।  ଆଜି ଭକ୍ତ ଆଉ ଭଗବାନ ଏକାକାର। ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳନ୍ତି ଭକ୍ତ। ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଥାନ୍ତି।  ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ  ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ଯକୁ  ବେଶ୍ ଉପଭୋଗ କରିଥାନ୍ତି ଭକ୍ତ।  ପାଲିଙ୍କିରେ ଝୁଲିଝୁଲି ୨୧ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ। 

Also Read: Ration Card: ମାଗଣା ରାସନ ନେଉଥିବା ଲୋକ ପାଇଁ ଆସିଲା ଖରାପ ଖବର, ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ; ବାତିଲ ହେଲା ଏସବୁ ଲୋକଙ୍କର ରାସନ କାର୍ଡ

Also Read: Berojgari Bhatta​: ଯୁବକ ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର: ବେକାରୀ ଭତ୍ତା ଦେବାକୁ ସରକାର କଲେ ଘୋଷଣା, ପ୍ରତି ମାସକୁ ମିଳିବ ୨୫୦୦ ଟଙ୍କା

ସେପଟେ ଗତକାଲି ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନିତି ସମ୍ପର୍ଣ୍ଣ ହୋଇଛି।  ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ପରମ୍ପରା ଆଧାରରେ ମେଣ୍ଢାପୋଡି ନିତି ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଭକ୍ତ ମେଣ୍ଢାପୋଡି ନିତି ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଥିଲେ।

 ସେପଟେ ରତ୍ନସିଂହାସନରୁ ମହାପ୍ରଭୁ  ଆଜି ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ସୁନା ବେଶରେ ଦର୍ଶନ ଦେଉଛନ୍ତି। ନିତି ନିର୍ଘଣ୍ଟ ଅନୁସାରେ ଭୋର ପ୍ରାୟ  ୪ଟା ସମୟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ଵାରଫିଟା ନିତି ସରିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ବଢିବା ପରେ ମହାପ୍ରଭୁଙ୍କର ସୁନା ବେଶ ଅନୁଷ୍ଠିତ ହୋଇଛି।  କିରିଟି,ଚୂଳ,ଚନ୍ଦ୍ରିକା,ଆଡକାନି,ଚନ୍ଦ୍ରସୂର୍ଯ୍ୟ,ହରିଡା ମାଳ, ତବିଜ ମାଳ ଆଦି ମହଣମହଣ ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ବିଭୂଷିତ ହୋଇଥାନ୍ତି । ଆଉ ସକାଳଧୁପ ବଢିବା ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶ ସୁନାବେଶରେ ଦର୍ଶନ ଦେଇଥାନ୍ତି।

Also Read: Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

Also Read: ଦୀର୍ଘ ଦିନ ପରେ ବଦଳିଲା ତୈଳଦର, ହୋଇଛି ବଡ଼ ପରିବର୍ତ୍ତନ

Also Read: ସୂର୍ଯ୍ୟ ଚଳନର ମହାସଂଯୋଗ: ୮ ଦିନ ପରେ ଏହି ସବୁ ରାଶିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ, କୋଟି କୋଟି ଟଙ୍କାର ହେବ ବର୍ଷା