Sri Jagannath Temple: ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳା, ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ ୧୦ ଅଜଣା ବିଷୟ
Advertisement
Article Detail0/zeeodisha/odisha1970655

Sri Jagannath Temple: ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳା, ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ ୧୦ ଅଜଣା ବିଷୟ

Sri Jagannath Temple: ନିର୍ବିବାଦୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଗବେଷକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣାର ନିଷ୍କର୍ଷ ଭାବେ ଉପସ୍ଥାପନ କରୁଛୁ ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ ସମ୍ପର୍କରେ। ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ  ଏହି ୧୦ ଅଜଣା ବିଷୟ ନିହାତି କୌତୁହଳର ବିଷୟ ହେବ। 

 

Sri Jagannath Temple: ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳା, ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ ୧୦ ଅଜଣା ବିଷୟ

Sri Jagannath Temple: ଆଜି ପବିତ୍ର ଅଁଳା ନବମୀ। ଶ୍ରୀ ରାଧାଙ୍କ ପାଦ ଦର୍ଶନର ଅପୂର୍ବ ସୁଯୋଗ ଆଜି ଶ୍ରଦ୍ଧାଳୁଙ୍କୁ ମିଳିଥାଏ। ଏଥିନେଇ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ସକାଳ ୬ଟାରୁ ଶ୍ରୀ ରାଧାଙ୍କ ପାଦ ଦର୍ଶନ ସାର୍ବଜନୀକ କରାଯାଇଛି। ଏହି ଅବସରରେ ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକୃଷ୍ଣଙ୍କ ଲୀଳାର ଗୁରୁତ୍ୱ ସମ୍ପର୍କରେ। ନିର୍ବିବାଦୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଗବେଷକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣାର ନିଷ୍କର୍ଷ ଭାବେ ଉପସ୍ଥାପନ କରୁଛୁ ଶ୍ରୀମନ୍ଦିର ଗାତରେ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ ସମ୍ପର୍କରେ। ଶ୍ରୀକୃଷ୍ଣ ପ୍ରେମୀଙ୍କ ପାଇଁ  ଏହି ୧୦ ଅଜଣା ବିଷୟ ନିହାତି କୌତୁହଳର ବିଷୟ ହେବ। 

ଶ୍ରୀଜଗନ୍ନାଥ ମନ୍ଦିରରେ (Sri Jagannath Temple) ପ୍ରଥମେ ବିଷ୍ଣୁଙ୍କୁ ଚତୁର୍ଭୁଜ ପୁରୁଷୋତ୍ତମ ଭାବେ ପୂଜା କରାଯାଉଥିଲା। କାଳକ୍ରମେ ସେ ବାଳକୃଷ୍ଣରୂପୀ ଶ୍ରୀଜଗନ୍ନାଥରେ ପରିଣତ ହେଲେ। ଗଙ୍ଗବଂଶୀୟ ରାଜାମାନେ ଏହି ବାଳକୃଷ୍ଣଙ୍କ ଲୀଳାକୁ ସ୍ଥାପତ୍ୟରେ ସାମିଲ କରିଛନ୍ତି। ଶ୍ରୀମନ୍ଦିରର ଚୂନ ପଲସ୍ତରା ଛଡ଼ଧା ହେବା ପରେ ଏହା ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ଏଥିରେ ରହିଛି ରାଧାକୃଷ୍ଣଙ୍କ ଗୋରୁପଲ୍ଲ । ପ୍ରତ୍ୟେକ ପୀଢ଼ରେ ରହିଛି ବିଷ୍ଣୁଙ୍କ ଦଶ ଅବତାର। ବଂଶୀ ବାଦନରତ ତ୍ରିଭଙ୍ଗ ଗୋପାଳକୃଷ୍ଣ , ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ, ଧେନକାଶୂର ବଧ, ଗୋପୀମାନଙ୍କ ସଙ୍ଗେ କୃଷ୍ଣ କେଳି ଓ ରଥରେ କୃଷ୍ଣ ଓ ବଳରାମଙ୍କ ମଥୁରା ଯାତ୍ରା ଦେଖିବାକୁ ମିଳିଛି।  

ସେପଟେ ଆଜି ପବିତ୍ର ଅଁଳା ନବମୀ (Amla Navami) ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । କାଣିଆ କଛା ମାରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା'। ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ସେପଟେ ପ୍ରଭୁ ସାକ୍ଷୀଗୋପାଳଙ୍କ ନଟବର ବେଶ ଦେଖି କୃତାର୍ଥ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ତେବେ ୨୦୧୯ ପରଠୁ ରାଧାପାଦ ସ୍ପର୍ଶ ମନା ହୋଇଥିବାରୁ କେବଳ ଦର୍ଶନ ସହ ଅଁଳା ଗଛରେ ମାନସିକ ଡୋରି ବାନ୍ଧିପାରିବେ ଶ୍ରଦ୍ଧାଳୁ ଓ ଭକ୍ତ।

Also Read: Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼