Advertisement
Photo Details/zeeodisha/odisha1499819
photoDetails0hindi

Puri Jagannath Temple: ୧୦୦ ବର୍ଷ ତଳେ ପର୍ତ୍ତୁଗୀଜଙ୍କ ଟଙ୍କାରେ ଶୋଭା ପାଉଥିଲା ଶ୍ରୀମନ୍ଦିର ଫଟୋ...

Jagannath Temple In Currency: ଜଗନ୍ନାଥଙ୍କ ମହିମା ଅପାର । କୁହାଯାଏ ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। କୁହାଯାଏ ପର୍ତ୍ତୁଗୀଜ ମାନେ ଯେତେବେଳେ ଭାରତକୁ ଆସିଥିଲେ ସେତେବେଳେ ଏହି ଟଙ୍କା ପ୍ରଚଳିତ ହେଉଥିଲା।  

1/6

ତେବେ କୁହାଯାଏ ୧୦୦ ବର୍ଷ ତଳେ ପର୍ତୁଗୀଜ ମାନେ ତାଙ୍କ ଟଙ୍କାରେ ଶ୍ରୀମନ୍ଦିର ଫଟୋ ଶୋଭା ପାଉଥିଲା । ଆଉ ଏହି ଫଟୋ ୧୯୨୪ ମସିହାର ବୋଲି ଚର୍ଚ୍ଚା ହେଉଛି। 

2/6

National Overseas Bank ବା Banco Nacional Ultramarino ଦ୍ୱାରା ଏହି ନୋଟ ପ୍ରଚଳିତ ଥିଲା ।

3/6

ଏହି ନୋଟ ୧୮୮୦ ରୁ ୧୯୫୮ ମସିହା ପର୍ଯ୍ୟନ୍ତ ପ୍ରଚଳନ ହୋଇଥିବା ନେଇ ଚର୍ଚ୍ଚା ହେଉଛି। 

4/6

ପର୍ତ୍ତୁଗୀଜ ମାନେ ପ୍ରଥମ ୟୁରୋପିଆନ ଲୋକ ଯେଉଁମାନେ ୧୫୦୦ ଶତାବ୍ଦୀରେ ଭାରତକୁ ଆସିଥିଲେ। 

5/6

ପର୍ତ୍ତୁଗୀଜ ମାନେ ପ୍ରଥମେ ନିଜର ବାଣିଜ୍ୟ ବ୍ୟବସାୟ ପିପିଲି ପୋର୍ଟ ଓ ୧୫୧୪ ମସିହାରେ ବାଲେଶ୍ୱରରେ ଆରମ୍ଭ କରିଥିଲେ। 

6/6

ପିପିଲିରେ ବାଣିଜ୍ୟ ଆରମ୍ଭ କରିବା ପରେ ହଳଦି, ବସ୍ତ୍ର, ଚିନି, ଚାଉଳ, କଟନ ସୂତା, ସିଲ୍କ, ଲୁହା, ଅଦା ଓ ଚନ୍ଦନ କାଠର ବ୍ୟବସାୟ ଆରମ୍ଭ କରିଥିଲେ।