Puri Temple: ରଥଯାତ୍ରା ପୂର୍ବରୁ ଅଦଳବଦଳ, ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Advertisement
Article Detail0/zeeodisha/odisha1673960

Puri Temple: ରଥଯାତ୍ରା ପୂର୍ବରୁ ଅଦଳବଦଳ, ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Puri Temple New Administrator News In Odia: ପୁରୀ ବାସୀଙ୍କୁ ରାତି ଅଧିା ସରପ୍ରାଇଜ ଦେଲେ ରାଜ୍ୟ ସରକାର । ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ମିଳିଛି ମୁଖ୍ୟ ପ୍ରଶାସକ । ଶନିବାର ସନ୍ଧ୍ୟା ସମୟରେ ଆଇଏଏସ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। 

Puri Temple: ରଥଯାତ୍ରା ପୂର୍ବରୁ ଅଦଳବଦଳ, ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Puri Temple New Administrator News In Odia: ଆଉଦିନ କେଇଟା ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ରଥଖଳାରେ ନିୟୋଜିତ ଅଛନ୍ତି ସମସ୍ତ ସେବକ । ହେଲେ ଏହାରି ମଧ୍ୟରେ ଶନିବାର ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ୨୦୦୭ ବ୍ୟାଚର ଆଇଏଏସ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର ।

ସେହିପରି ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ (Shree Mandira Chief Administrator) ଏଣିକି ସ୍ବତନ୍ତ୍ର ସଚିବ ପାହ୍ୟା ମିଳିବ। ଅନ୍ୟପଟେ ରାଜ୍ୟ ସରକାର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ୨୦୦୩ ବ୍ୟାଚର ଆଇଏଏସ ଅଧିକାରୀ (IAS Officer) ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅଫିସର ଶ୍ରୀକାନ୍ତ ପୃଷ୍ଟି ଏବେ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ ବିଭାଗରେ କାର୍ଯ୍ୟରତ ଅଛନ୍ତି।

ତେବେ ସବୁଠାରୁ ବଡ଼ କଥା ହେଲା କିଛିଦିନ ତଳେ ରତ୍ନଭଣ୍ଡାର ଚାବି (Ratna Bhandar Key) ହଜିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ ନୋଟିସ ମଧ୍ୟ ଜାରି କରିଥିଲେ। ତେବେ ଜବାବ୍ ଦେବା ପୂର୍ବରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ହୋଇଛି । ଏବେ ପ୍ରଶ୍ନ ଉଠୁଛି ନୂଆ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଇଁ ଏହି ମାମଲା ସହ ରଥଯାତ୍ରା କେତେ ଚ୍ୟାଲେଞ୍ଜିଂ ରହିବ। କାରଣ ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ରଥଖଳାରେ କାମ ଆଗେଇ ଚାଲିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ପରେ ଏକରକମ ଭାଳେଣି ପଡ଼ିଛି।

ଯଦି ଦେଖିବା ବରିଷ୍ଠ IAS ଅଧିକାରୀ ବୀର ବିକ୍ରମ ଯାଦବ ଏପ୍ରିଲ ୨ ତାରିଖ ୨୦୨୨ ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (Jagannath Temple) ପ୍ରଶାସନର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିଲେ। ସେତେବେଳେ ଅଧିକାରୀ ବୀର ବିକ୍ରମ ଯାଦବ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଥିଲେଷ ନୂଆ ନିଯୁକ୍ତି ସହ ବିକ୍ରମ ମଧ୍ୟ ଆହୁରି ୪ ଟି ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଥିଲେ। ତେବେ ଯେତେବେଳେ ପୁରୀ ଶ୍ରୀମନ୍ଦିରର ଚାରିପାଖରେ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଦେଖାଦେଇଥିଲା ସେହି ସମୟରେ ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବଙ୍କୁ ସରକାର ଏହି ଭାର ଦେଇଥିଲେ। 

Also Read: Kalahandi News: ସହିହେଲାନି ପ୍ରେମିକାର ଧୋକା, ମୃତ୍ୟୁ ପୂର୍ବରୁ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍ ରଖିଦେଲା ପ୍ରେମିକ

Also Read: Gajapati News: ଗଞ୍ଜେଇ ଚୋରାଚାଲାଣରେ ଜବତ ହୋଇଥିଲା ଅଟୋ, ମୁକୁଳେଇ ଦେବାକୁ କହି ନିଜେ ମହିଳା SI ନେଇଥିଲେ ଲାଞ୍ଚ