Advertisement

Jay jagannath

alt
ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା । ଏପଟେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଚାଲିଛି । ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବାନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଆଲୋଚନା ହେଉଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହାସହ ଭଣ୍ଡାର ଖୋଲାଯିବା ବେଳେ ସିଂହଦ୍ବାରା ବ୍ୟତୀତ ଅନ୍ର ତିନି ଦ୍ବାରା ବନ୍ଦ ରହିବ ବୋଲି ଜଣାପଡିଛି । ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିବେ । କାରଣ ଦୀର୍ଘ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇ ନଥିବାରୁ ସେଥିରେ ସାପଙ୍କ ବାସ୍ ଥିବା ଆଶଙ୍କା କରାଯାଉଛି । ସେଥିପ
Jul 14,2024, 13:13 PM IST
alt
୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ। ସେବକ ସମୟରେ ସାଢେ ଦୁଇଟାରେ ପହଣ୍ଡି ଆରମ୍ଭ ହୋଇଥିଲା କିନ୍ତୁ ଏଥର ସାଢେ ଦୁଇଟା ସମୟରେ ପହଣ୍ଡି ଶେଷ ହେବ ରଥଟଣା ହେବ ୫ଟାରେ କିନ୍ତୁ ବିଡମ୍ବନା ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ରେ ଭକ୍ତଙ୍କ ପ୍ରବେଶ ନାହିଁ, ପହଣ୍ଡି ଟିକେଟ ନାହିଁ। ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ କ୍ରାଉଡ କଣ୍ଟ୍ରୋଲ ପାଇଁ ଦୁଇଦିନିଆ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ସୁନିୟନ୍ତ୍ର ଓ ବଡଦାଣ୍ଡ କୁ ଭେଇକିଲ ପ୍ରବେଶ ନାହିଁ ବୋଲି କହିଛନ୍ତି ପୁରୀ (ଭିଓ୧) ୧୯୦୯ ମସିହା ନୁହ
Jun 25,2024, 20:00 PM IST
alt
ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ । ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକ ମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କଶ୍ରୀକ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ । ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି ।ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର ।କୋଠସୁଆଁସିଆ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତ
Jun 24,2024, 17:00 PM IST
alt
୧୩ଦିନିଆ ଅଣସରରେ ମହାବାହୁ। ଚାଲିଛି ଥଣ୍ଡା ଚିକିତ୍ସା। ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଜନିତ କାରଣରୁ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ। ତେଣୁ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନରେ ଆସୁଛନ୍ତି। ବିଶ୍ୱାସ ରହିଛି ଏହି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ। ତେବେ ଅନବସରରେ ପ୍ରତିଦିନ ବ୍ରହ୍ମଗିରିର ଅଲାରନାଥ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି। ଏବେ ଦଇତାପତିମାନେ ମ
Jun 23,2024, 12:39 PM IST
alt
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପକ୍ରିୟା। ରବିବାର ପୁରୀ ଗସ୍ତରେ ଆସି ପୁଲିସ ଡିଜି ସୁଧାଂଶୁ ଷଡଙ୍ଗୀ ଏସପି ପିନାକ ମିଶ୍ର ଓ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ସହ ଜଡିତ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକ ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ୱାର ଖୋଲିବା ନେଇ ସ୍ଥିତି ପରଖିଛନ୍ତି।। ତେବେ ଚାରିଦ୍ୱାର ଖୋଲିବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। ନିର୍ଦ୍ଦେଶ ମିଳିଲେ କାର୍ଯ୍ଯକାରୀ କରାଯିବ ବୋଲି ଜଣାପଡିଛି। ସେପଟେ ଆସନ୍ତା କାଲି ଅପରାହ୍ନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ତାପରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ଚାରି ଦ୍ୱାର ଖୋଲିବା ପୂର୍ବରୁ ସିଂହଦ୍ଵାର ଭଳି ଜିକଯାକ ବ୍ୟାରିକେଡ,ଜୋତା ଷ୍ଟାଣ୍ଡ ଆଦି
Jun 11,2024, 15:26 PM IST
alt
ଶ୍ରୀମନ୍ଦିର ଭିତରେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ। ସିଂହଦ୍ଵାର ଥାନାରେ ଅଟକ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଆଉ ଜଣେ ଯୁବକ ଅଟକ। ବାଇଶିପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କଲେ ସେବାୟତ। ସେପଟେ ଗତକିଛି ଦିନ ତଳେ ପାଞ୍ଚଜଣ ବାଙ୍ଗ୍ଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ପୁଲିସ ସଂପୃକ୍ତ ବାଙ୍ଗ୍ଲାଦେଶୀଙ୍କୁ ଅଟକ ରଖି ଘଟଣାର ଛାନବିନ କରିଥିଲେ। ତାଙ୍କର ଆମ୍ବାସୀଙ୍କ ସହ ଆଲୋଚନା କରାଯିବା ସହ ଭିସା ଏବଂ ପାଶପୋର୍ଟ ଯାଞ୍ଚ କରାଯାଇଥିଲା। ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା। ତେବେ ଆଜି ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାଶପୋର୍ଟ ଯାଞ୍ଚ କରାଯାଉଛି।
Mar 23,2024, 15:26 PM IST
alt
ଦୀର୍ଘ ତିରିଶ ବର୍ଷ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ରାମାୟଣରେ ସୀତା ଭୁମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ। ରାମାୟଣରେ ସାତା ଭୁମିକାରେ ତାଙ୍କର ନିଖୁଣ ଅଭିନୟ ସେତେବେଳେ ଦର୍ଶକଙ୍କ ହୃଦୟକୁ ବେଶ୍ ଆକର୍ଷିତ କରି ପାରିଥିଲା।ତେବେ ରାମାୟଣରେ ସୀତା ବିବାହ, ବନବାସ, ସୀତା ହରଣ ଆଦିରେ ତାଙ୍କର ଅଭିନୟ ଏତେ ଅବିକଳ ଓ ହୃଦୟ ସ୍ପର୍ଶୀ ଥିଲା ଯେ ସମସ୍ତେ ତାଙ୍କୁ ତ୍ରେତୟା ଯୁଗର ଦେବୀ ସୀତା ଭାବେ ଭକ୍ତି ଓ ସମ୍ମାନ ଦେଉଥିଲେ। ଏବେବି ତାଙ୍କର ଲୋକପ୍ରିୟତା ରହିଛି। ତେବେ ଦୀପିକା ଆଜି ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।। ତେବେ ଦୀର୍ଘ ୩୦ବର୍ଷ ପରେ ଜଗନ୍ନାଥ ମହାପ୍ରଭୁଙ୍କ ଡାକରା ହେବାରୁ ପୁରୀ ଆସିଛି। ସେତେବେଳେ ପୁରୀ ବହୁତ ଛୋଟ
Mar 17,2024, 17:26 PM IST
alt
ସାଧାରଣ ମନୁଷ୍ଯଙ୍କ ପରି ମହାପ୍ରଭୁ ବି ଦାନ୍ତ ଘସନ୍ତି। ମଙ୍ଗଳାଳତୀ ଠାରୁ ମହାପ୍ରଭୁଙ୍କ ପହୁଡ ମଧ୍ୟରେ ଦାନ୍ତଘସା ନିତି ମଧ୍ୟ ରହିଛି। ଅବକାଶ ନିତି ସମୟରେ ମୁତୁରୀକାଠର ଦାନ୍ତକାଠିରେ ମହାପ୍ରଭୁଙ୍କ ଦାନ୍ତଘସା ନିତି ସମ୍ପର୍ଣ୍ଣ ହୋଇଥାଏ। ମୁତୁରୀକାଠର ଦାନ୍ତକାଠିକୁ ପ୍ରଥମେ ପାଣିରେ ବତୁରାଯାଏ। ତାପରେ ଦାନ୍ତକାଠିର ଉପର ଅଂଶକୁ ଛେଚାଯାଇ ନରମ କରାଯାଏ। ତାପରେ ବ୍ରସରେ ପେଷ୍ଟ ମାରିବା ପରି ଦାନ୍ତକାଠିରେ କର୍ପୂର ଲଗାଯିବା ପରେ ମହାପ୍ରଭୁ ଦାନ୍ତ ଘସିଥାନ୍ତି। ତେବେ ମହାପ୍ରଭୁଙ୍କ ଏହି ପରମ୍ପରା ଶହଶହ ବର୍ଷ ତଳୁ ରହି ଆସିଛି। କେବଳ ରତ୍ନବେଦୀରେ ନୁହେଁ ଆଡପ ମଣ୍ଡପ ଓ ରଥ ଉପରେ ବି ମହାପ୍ରଭୁଙ୍କ ଦାନ୍ତ ଘସା ନିତି ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୁଙ୍କ ଏହି ଦାନ୍ତକାଠିରେ ଦାନ୍ତ ଘସିଲେ ଅନେକ ରୋଗବୈରାଗରୁ ମୁକ୍ତି ମିଳିଥାଏ ବ
Mar 16,2024, 18:26 PM IST
alt
ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅଭିଷକ ନୀତି ପୂର୍ବରୁ ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ସେହିପରି ଗ
Jan 27,2024, 15:13 PM IST
alt
ଆଜି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ପ୍ରାୟ ୪ ଟା ୪୫ ମିନିଟରେ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ କଡା ସୁରକ୍ଷା ମଧ୍ୟରେ ଶ୍ରୀସେତୁ,ଜଗନ୍ନାଥ ବଲ୍ଲଭ ପାର୍କିଂ ପରିଦର୍ଶନ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚିବେ। ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବାର କାର୍ଯ୍ଯକ୍ରମ ରହିଛି। ତେବେ ୧ ଘଣ୍ଟା ୨୫ ମିନିଟର ଗସ୍ତକ୍ରମ ସାରି ଫେରିବା ସମୟରେ ଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ସଡକ ପଥରେ ଭୁବନେଶ୍ୱର ପ୍ରତ୍ଯାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଡିଆଇଜି ଡକ୍ଟର କନୱର ବିଶାଲ ସିଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
Jan 23,2024, 12:39 PM IST
alt
Jagannath Express Bus Fare: ପରିବହନ ସେବାକୁ ଅଧିକ ସୁଦୃଢ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସୁନ୍ଦର ପଦକ୍ଷେପ ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଇଛି। ଗତକାଲି ଅର୍ଥାତ୍ ଜାନୁଆରୀ ୧୮ ତାରିଖରେ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଲୋକେସନ ଆକ୍ସେସିବଲ୍ ମଲ୍ଟି-ମୋଡାଲ୍ ଇନିସିଏଟିଭ୍ (LAccMI) ଅଧୀନରେ ପରିଚାଳିତ ଜଗନ୍ନାଥ ଏକ୍ସପ୍ରେସ ବସ୍ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଯାତାୟତ କରିବ। ପୁରୀକୁ ଗଡୁଥିବା ଜଗନ୍ନାଥ ଏକ୍ସପ୍ରେସ ବ୍ୟବହାର କରୁଥିବା ମହିଳାଙ୍କ ଟିକେଟ୍ ମୂଲ୍ୟରେ ୫୦ ପ୍ରତିଶତ ରିହାତି ଦିଆଯିବ। LAccMI ବସ୍ ସେବା ବ୍ୟବହାର କରୁଥିବା ମହିଳାଙ୍କ ପାଇଁ ଟିକେଟର ମୂଲ୍ୟ ରହିଛି ମାତ୍ର ୫ ଟଙ୍କା, ଏହା ସେମାନଙ୍କୁ ମହତ
Jan 19,2024, 17:26 PM IST
alt
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ ବିଷ୍ଣୁ ଓ ହର ଅର୍ଥାତ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯ
Nov 20,2023, 11:13 AM IST
View More

Trending news